Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଧବଳେଶ୍ୱର ଝୁଲାପୋଲର ହେବ ମରାମତି ଓ ନବୀକରଣ, ଖୁବ ଶିଘ୍ର ଡକାଯିବ ଟେଣ୍ଡର
ବିଶେଷ ଖବର

ଧବଳେଶ୍ୱର ଝୁଲାପୋଲର ହେବ ମରାମତି ଓ ନବୀକରଣ, ଖୁବ ଶିଘ୍ର ଡକାଯିବ ଟେଣ୍ଡର

December 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Dhabaleswar
ଧବଳେଶ୍ୱର ଝୁଲାପୋଲର ହେବ ମରାମତି ଓ ନବୀକରଣ, ଖୁବ ଶିଘ୍ର ଡକାଯିବ ଟେଣ୍ଡର

ଭୁବନେଶ୍ୱର: ମହାନଦୀ ଉପରେ ନୂତନ ଧବଳେଶ୍ୱର ହାଇଲେବୁଲ୍‌ ପୋଲର ନିର୍ମାଣକାର୍ଯ୍ୟ, ଧବଳେଶ୍ୱର ଝୁଲାପୋଲର ନବୀକରଣ କାର୍ଯ୍ୟ ଏବଂ ଧବଳେଶ୍ୱରକୁ ସଂଯୋଗ କରୁଥିବା ଫେୟାର େୱଦର ରୋଡ଼ ନିର୍ମାଣର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଲୋକସେବା ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବିଜୁ ସେତୁ ଯୋଜନାରେ ମଞ୍ଚେଶ୍ୱର ଘାଟଠାରୁ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ସେତୁର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ବରିଷ୍ଠ ଯନ୍ତ୍ରୀମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରି ନିର୍ମାଣ କାର୍ଯ୍ୟକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ କହିଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ ପୋଲ ନିର୍ମାଣ ନିମନ୍ତେ ସମସ୍ତ ଷ୍ଟିଲ ଗାର୍ଡର ଫାବି୍ରକେସନ୍‌ କାର୍ଯ୍ୟ ୨୦୨୩ ମସିହା ଜାନୁଆରୀ ମାସ ଶେଷ ସୁଦ୍ଧା ସମାପ୍ତ ହେବ ।

ଷ୍ଟିଲ ଗାର୍ଡର ସ୍ଥାପନା କାର୍ଯ୍ୟ ଜାନୁଆରୀ ୧୫ ତାରିଖରୁ ଆରମ୍ଭ କରାଯାଇ ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ସଂପୂର୍ଣ୍ଣ କରାଯିବ। ସେହିପରି ଡେକ୍‌ ସ୍ଲାବ୍‌ର କାଷ୍ଟିଂ କାର୍ଯ୍ୟ ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ ଓ ଅପ୍ରେଲ ୩୦ ସୁଦ୍ଧା ଶେଷ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେତୁକୁ ସଂଯୋଗ କରୁଥିବା ଆପ୍ରୋଚ୍‌ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ବିଦୁ୍ୟତ ସବ୍‌ଷ୍ଟେସନ୍‌ ଓ ବିଦୁ୍ୟତ ଖୁଣ୍ଟ ଆଦିକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ଟିପିସିଓଡିଏଲ୍‌ର ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରାଯିବ।

ନୂତନ ହାଇଲେବୁଲ୍‌ ସେତୁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନିମନ୍ତେ ଗଛ କାଟିବା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆଠଗଡ଼ର ବନଖଣ୍ଡ ଅଧିକାରୀ ଓ ଓଡ଼ିଶା ବନ ଉନ୍ନୟନ ନିଗମ ଜାନୁଆରୀ ୧୫ ତାରିଖ ସୁଦ୍ଧା ବିହିତ ପଦକ୍ଷେପ ନେବେ। କଟକ ଜିଲ୍ଲାପାଳ ଓ ଆଠଗଡ଼ର ଉପଜିଲ୍ଲାପାଳ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

ସେହିପରି ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲାପୋଲର ମରାମତି ଓ ନବୀକରଣ କାର୍ଯ୍ୟ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଫେବୃଆରୀ, ୨୦୨୩ ସୁଦ୍ଧା ଟେଣ୍ଡର ଡାକିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା। ଏଥି ସହିତ ଧବଳେଶ୍ୱର ପୀଠକୁ ଫେୟାର େୱଦର ରାସ୍ତାର ନିର୍ମାଣ କାର୍ଯ୍ୟ ୨୦୨୩ ମସିହା ଜାନୁଆରୀ ୧୦ ତାରିଖ ସୁଦ୍ଧା ସାରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା।

ବୈଠକରେ ରୁରାଲ ୱାର୍କସ୍‌ର ଯନ୍ତ୍ରୀମୁଖ୍ୟ ଶ୍ରୀ ପ୍ରଦୀପ କୁମାର ସାମଲ, ବି୍ରଜ୍‌ ଏବଂ ବିଲ୍‌ଡିଂର ମୁଖ୍ୟଯନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ବେହେରା, ରୁରାଲ୍‌ ୱର୍କସ, କଟକ ସର୍କଲର କନ୍‌ଷ୍ଟ୍ରକସନ୍‌ ଚିଫ୍‌ ଇଂଜିନିୟର ଶ୍ରୀ ସମୀର କୁମାର ସାମନ୍ତରାୟ, ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ (ପ୍ଲାନିଂ ଆଣ୍ଡ ଏମ୍‌କେଏସ୍‌) ଶ୍ରୀ ସାଗର ମହାନ୍ତି, ଅଧୀକ୍ଷଣ ଯନ୍ତ୍ରୀ, ରୁରାଲ ୱାର୍କସ୍‌ ଶ୍ରୀ ସୋମନାଥ ପରିଡ଼ା, ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସ୍ୱାଇଁଙ୍କ ସମେତ ବିଭାଗୀୟ ଅଧିକାରୀ ଓ ରାଜଲକ୍ଷ୍ମୀ କନ୍‌ଷ୍ଟ୍ରକସନ୍‌ ଲିମିଟେଡ୍‌ର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026
Latest News

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.