Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟରେ ପ୍ରତିଷ୍ଠା ହେବ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ହସ୍ତାନ୍ତର ହେଲା ଜମି
ଜାତୀୟ ଖବର

ରାଜ୍ୟରେ ପ୍ରତିଷ୍ଠା ହେବ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ହସ୍ତାନ୍ତର ହେଲା ଜମି

December 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
NCDC
ରାଜ୍ୟରେ ପ୍ରତିଷ୍ଠା ହେବ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ହସ୍ତାନ୍ତର ହେଲା ଜମି

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଭାବେ ଭୁବନେଶ୍ୱରରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (national center for disease control/ NCDC ) ପ୍ରତିଷ୍ଠା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଏଥି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଅଧ୍ୟକ୍ଷତାରେ ଆଜି ଏକ ପଞ୍ଜିକୃତ-ଜମି ହସ୍ତାନ୍ତର ସଭା ଅନୁଷ୍ଠିତ ହୋଇଥିଲା।

ଲୋକସେବା ଭବନ ସଭାଗୃହରେ ଆୟୋଜିତ ଏହି ବୈଠକରେ ଶ୍ରୀମତୀ ପଣ୍ଡିତ୍ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ ଧରଣର ରୂପାନ୍ତରଣ ପ୍ରକ୍ରିୟା ଚାଲୁରହିଛି। NCDC ର ପ୍ରତିଷ୍ଠା ଏ ଦିଗରେ ଆଉ ଏକ ମାଇଲ ଖୁଣ୍ଟ ହେବ ।

ଶ୍ରୀମତୀ ପଣ୍ଡିତ୍ ଆହୁରି ମଧ୍ୟ କହିଥିଲେ ଯେ ଆର୍.ଏମ୍.ଆର୍.ସି, ଆଇ.ଏଲ୍.ଏସ୍, ଏମ୍ସ୍ ଆଦି କେନ୍ଦ୍ରୀୟ ଅନୁଷ୍ଠାନ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପୂର୍ଣ୍ଣ ସହଭାଗିତାରେ କାର୍ଯ୍ୟକରି ଆସୁଛି ଯାହାକି ବିପର୍ଯ୍ୟୟ ସଂପର୍କିତ ରୋଗ ଏବଂ ମହାମାରୀ ନିୟନ୍ତ୍ରଣରେ ବହୁ ଫଳପ୍ରଦ ହୋଇଛି। NCDC ରାଜ୍ୟର ଜନ ସ୍ୱାସ୍ଥ୍ୟ (ପବ୍ଲିକ୍ ହେଲ୍ଥ୍) ସେବା ବର୍ଦ୍ଦନରେ ବେଶ୍ ସହାୟକ ହେବ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବା ମହା ନିର୍ଦ୍ଦେଶକ ପ୍ରଫେସର ଡ଼ାକ୍ତର ଅତୁଲ୍ ଗୋଏଲ୍ ପ୍ରାକୃତିକ ବିପର୍ଯ୍ୟୟର ବିଶ୍ୱସ୍ତରୀୟ ଦୃଷ୍ଟାନ୍ତ ମୂଳକ ପରିଚାଳନା ଏବଂ ମହାମାରୀ ନିୟନ୍ତ୍ରଣରେ ରାଜ୍ୟ ସଫଳତାର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ NCDC. ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଞ୍ଚଳି୍କ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ରୋଗ ନିରୀକ୍ଷଣ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ଏହା ରାଜ୍ୟର ଦକ୍ଷତାକୁ ବହୁଗୁଣିତ କରିବ।

ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ NCDC ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ବିନା ପ୍ରିମିୟମ୍ରେ ଜମି ଯୋଗାଇ ଦେବା ପାଇଁ ନିଷ୍ପତ୍ତି କରିଥିଲେ। ତଦନୁଯାୟୀ ଭୁବନେଶ୍ୱର ଅନ୍ତର୍ଗତ ଅନ୍ଧାରୁଆ ମୌଜାରେ ୩.୧୨୫ ଏକର ଜମି ଚିହ୍ନଟ କରାଯାଇଥିଲା। ଆଜି ଏହି ଜମିର ପଞ୍ଜୀକରଣ ଏବଂ ହସ୍ତାନ୍ତର କାର୍ଯ୍ୟ ସଂପନ୍ନ ହେଲା।

ରାଜ୍ୟ ସରକାରଙ୍କ ତରଫରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଆର୍ତ୍ତବନ୍ଧୁ ନାୟକ ଏବଂ ଭାରତ ସରକାରଙ୍କ ତରଫରୁ ମହାନିର୍ଦ୍ଦେଶକ ପ୍ରଫେସର ଗୋଏଲ୍ ଏହି ପଞ୍ଜୀକରଣ କବଲା ସ୍ୱାକ୍ଷର କରିଥିଲେ। ଏହି କେନ୍ଦ୍ର ରାଜ୍ୟରେ ସମନ୍ୱିତ ରୋଗ ନିରୀକ୍ଷଣ, ମହାମାରୀ ପରବର୍ତ୍ତୀ ନିରୀକ୍ଷଣ, ପବ୍ଲିକ୍ ହେଲଥ କ୍ଷେତ୍ରରେ ସୃଷ୍ଟି ହେଉଥିବା ନୂଆ ଆହ୍ୱାନ, ବିଭିନ୍ନପ୍ରକାର ଭୁତାଣୁର ପୁନଃପୌନିକ ଦୃଶ୍ୟମାନତା ଆଦି କ୍ଷେତ୍ରରେ ଓଡ଼ିଶା ତଥା ପୂର୍ବାଞ୍ଚଳ ରାଜ୍ୟମାନଙ୍କର ଦକ୍ଷତା ବୃଦ୍ଧି କରିବ। ଏହି କେନ୍ଦ୍ରର ପ୍ରତିଷ୍ଠା ଓ ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ଶାସନ ସଚିବ ଶ୍ରୀମତୀ ପଣ୍ଡିତ୍ କହିଥିଲେ।

ଏନ୍.ସି.ଡ଼ି.ସି.ର ଯୁଗ୍ମ ନିର୍ଦ୍ଦେଶକ ଡ଼ାକ୍ତର ଶିଖା ବର୍ଦ୍ଧନ୍, ଆଂଚଳିକ ନିର୍ଦ୍ଦେଶକ ଡ଼ାକ୍ତର ସୁଚିତ୍ରା ସାସ୍ମଲ୍, ଓଡ଼ିଶା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ାକ୍ତର ନିରଞ୍ଜନ ମିଶ୍ର, ଖୋର୍ଦ୍ଧା ସି.ଡ଼ି.ଏମ୍.ଓ ଡ଼ାକ୍ତର ଆର୍ତ୍ତବନ୍ଧୁ ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ସ୍ମାର୍ଟ ବଜାରର ‘ଫୁଲ ପଇସା ଅସୁଲ ସେଲ୍‌’ ଆରମ୍ଭ

January 21, 2026

ଡବ୍ଲୁପିଏଲରେ ପଦାର୍ପଣ କଲେ ସବୁଠାରୁ କମ୍ ବୟସର ଖେଳାଳି: ଜାଣନ୍ତୁ ସେ କିଏ?

January 21, 2026

‘ଭାରତ ନୁହେଁ, ଏହି ଦେଶ ଉପରେ ଲାଗିବ ୫୦୦% ଶୁଳ୍କ’: ଆମେରିକାର ଅର୍ଥ ସଚିବଙ୍କ ବଡ଼ ଖୁଲାସା

January 21, 2026

ଏହି ଦିନ ଚାଷୀଙ୍କୁ ମିଳିବ ପିଏମ କିଷାନ ଯୋଜନାର ୨୨ ତମ କିସ୍ତି: ଜାଣନ୍ତୁ ତାଜା ଅପଡେଟ୍

January 21, 2026
Latest News

ଶୁଳ୍କ ଧମକ ମଧ୍ୟରେ ଟ୍ରମ୍ପଙ୍କୁ ଲାଗିବ ଡବଲ ଝଟକା!: ବାଣିଜ୍ୟ ଚୁକ୍ତି ଭାଙ୍ଗିବେ ଭାରତ ସହିତ ୨୭ଟି ଦେଶ

January 21, 2026

ଆଜିଠାରୁ ସ୍ମାର୍ଟ ବଜାରର ‘ଫୁଲ ପଇସା ଅସୁଲ ସେଲ୍‌’ ଆରମ୍ଭ

January 21, 2026

ନାସାରୁ ଅବସର ନେଲେ ସୁନିତା ୱିଲିୟମ୍ସ: ଜାଣନ୍ତୁ ସେ ଏବେ କେତେ ପାଇବେ ପେନସନ?

January 21, 2026

ଡବ୍ଲୁପିଏଲରେ ପଦାର୍ପଣ କଲେ ସବୁଠାରୁ କମ୍ ବୟସର ଖେଳାଳି: ଜାଣନ୍ତୁ ସେ କିଏ?

January 21, 2026

ଉଡ଼ାଣର କିଛି ସମୟ ପରେ ଟ୍ରମ୍ପଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି: ଯାତ୍ରା ବାତିଲ ହେବ କି ସ୍ୱିଜରଲ୍ୟାଣ୍ଡ ଯାତ୍ରା?

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.