Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରକ୍ତ ଶିକୁଳୀ ରୋଗ ନିରାକରଣ ପାଇଁ ରାଜ୍ୟ ସରକାର ନେଲେ ସ୍ବତନ୍ତ୍ର ପଦକ୍ଷେପ
ବିଶେଷ ଖବର

ରକ୍ତ ଶିକୁଳୀ ରୋଗ ନିରାକରଣ ପାଇଁ ରାଜ୍ୟ ସରକାର ନେଲେ ସ୍ବତନ୍ତ୍ର ପଦକ୍ଷେପ

December 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Salini Pandit

ଭୁବନେଶ୍ବର: ଉତ୍ତମ ଜନସ୍ବାସ୍ଥ୍ୟ ଦିଗରେ ଅନ୍ୟଏକ ପଦକ୍ଷେପ ସ୍ବରୁପ ସରକାର ରକ୍ତ-ଶିକୁଳୀ (ସିକିଲ୍ ସେଲ୍) ରୋଗର ନିରାକରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି। ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଏକ କାର୍ଯ୍ୟାଳୟ ଆଦେଶନାମାରୁ ଏହା ଜଣାପଡିଛି।

ଏ ବିଷୟରେ ସୁଚନା ଦେଇ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ କହିଥିଲେ ଯେ ରକ୍ତ-ଶିକୁଳୀ (ସିକିଲ୍ ସେଲ୍) ରୋଗ ନିରାକରଣ ନିମନ୍ତେ ରାଜ୍ୟରୁ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ଆନୁଷ୍ଠାନିକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି। ତଦନୁଯାୟୀ ଆଜି ରାଜ୍ୟସ୍ତରୀୟ ସବ-କମିଟି, ଜିଲ୍ଲା କମିଟି ଏବଂ ବ୍ଲକ୍ କମିଟି ଗଠନ ନିମନ୍ତେ ନିର୍ଦେଶ ଦିଆଯାଇଛି। ଏହି ସବୁ କମିଟି ସିକିଲ୍ ସେଲ୍ ବିଷୟରେ ସଚେତନତା, ଚିହ୍ନଟ ଏବଂ ଚିକିତ୍ସା ଆଦି କାର୍ଯ୍ୟକ୍ରମର ପରିଚାଳନା କରିବେ।

ରାଜ୍ୟ ସ୍ତରୀୟ ସବ-କମିଟି, ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡ଼ିଶା ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି । ଏଥିରେ ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ନିର୍ଦେଶକ ସହ-ଅଧ୍ୟକ୍ଷ ଅଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦେଶକ ମାନଙ୍କୁ ଏଥିରେ ସଦସ୍ୟଭାବେ ନିଆଯାଇଛି।

ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ବିଶେଷଞ, ସ୍ବେଚ୍ଚାସେବୀ ସଂଗଠନର ପ୍ରତିନିଧିମାନଙ୍କୁ ସଦସ୍ୟଭାବେ ସାମିଲ କରାଯାଇଛି। ଭେଲୋର ସ୍ଥିତ ଖ୍ରୀଷ୍ଟିଆନ୍ ମେଡିକାଲ କଲେଜ ଏବଂ ଭୁବନେଶ୍ବର ସ୍ଥିତ ଆଂଚଳିକ ଭେଷଜ ଗବେଶଣା କେନ୍ଦ୍ରର ନିର୍ଦେଶକଙ୍କୁ ବୈଷୟିକ ସହଯୋଗୀ ଭାବେ କମିଟିରେ ଗ୍ରହଣ କରାଯାଇଛି। ରକ୍ତ-ନିରାପତ୍ତା ନିର୍ଦେଶକ କମିଟିର ଆବାହକ ସଦସ୍ୟ ଭାବେ କାର୍ଯ୍ୟକରିବେ।

ସେହିପରି ଜିଲ୍ଲା ସ୍ତରୀୟ କମିଟି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି। ସଂପୃକ୍ତ ସାଂସଦ କମିଟିର ସ୍ବତନ୍ତ୍ର ଅତିଥି ସଦସ୍ୟ ରହିବେ। ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, ଦୁଇଟି ଶକ୍ଷାନୁଷ୍ଠାନର ବିଶେଷଞ ପ୍ରତିନିଧି ଏବଂ ସିକିଲ୍ ସେଲ୍ ବିଷୟରେ କାର୍ଯ୍ୟରତ ତିନିଟି ସ୍ବେଚ୍ଚାସେବୀ ସଂଗଠନର ପ୍ରତିନିଧି ଜିଲ୍ଲାସ୍ତରୀୟ କମିଟିର ସଦସ୍ୟ ଭାବେ କାର୍ଯ୍ୟକରିବେ।

ବ୍ଲକସ୍ତରୀୟ କମିଟି ବ୍ଲକ ମେଡିକାଲ ଅଫିସରଙ୍କ ଅଧ୍ୟକ୍ଷତାରେ କାମ କରିବ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସହ-ଅଧ୍ୟକ୍ଷ ରହିବେ। ବ୍ଲକ ଶିକ୍ଷା ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ସଂପୃକ୍ତ ଅଂଚଳରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାମକରୁଥିବା ତିନିଟି ସ୍ବେଚ୍ଚାସେବୀ ସଂଗଠନର ପ୍ରତିନିଧିମାନେ ଏବଂ କମିଟିର ସଦସ୍ୟ ରହିବେ ।

ଶ୍ରୀମତୀ ପଣ୍ଡିତ୍ ଆହୁରିମଧ୍ୟ କହିଥିଲେ ଯେ ରକ୍ତ-ନିରାପତ୍ତା ନିର୍ଦେଶକ ସିକିଲ୍ ସେଲ୍ ମିଶନର ନୋଡ଼ାଲ୍ ଅଧିକାରୀଭାବେ କାର୍ଯ୍ୟକରିବେ। ରକ୍ତ-ଶିକୁଳୀ (ସିକିଲ୍ ସେଲ୍) ରୋଗର ଚିହ୍ନଟ, ନିରାକରଣ ନିମନ୍ତେ କାର୍ଯ୍ୟଯୋଜନା ପ୍ରସ୍ତୁତି, ବିଭିନ୍ନ ସୁତ୍ରରୁ ଉପଲବ୍ଧ-ଯୋଗ୍ୟ ଅର୍ଥର ଆହରଣ, ସଂପୃକ୍ତ ସଂସ୍ଥା, ଅନୁଷ୍ଠାନ ଓ ଉତ୍କର୍ଷ କେନ୍ଦ୍ରମାନଙ୍କ ସହ ସଂଯୋଗ, ଟେଲି-ପରାମର୍ଶ ବ୍ୟବସ୍ଥା ଆଦି ଦିଗରେ ନୋଡ଼ାଲ ଅଧିକାରୀ କାର୍ଯ୍ୟକରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026
Latest News

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.