Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗରୀବ କଲ୍ୟାଣ ଯୋଜନା ଉଚ୍ଛେଦକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ
ବିଶେଷ ଖବର

ଗରୀବ କଲ୍ୟାଣ ଯୋଜନା ଉଚ୍ଛେଦକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

January 10, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
Congress
ଗରୀବ କଲ୍ୟାଣ ଯୋଜନା ଉଚ୍ଛେଦକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ୱର : କେନ୍ଦ୍ରର ମୋଦୀ ସରକାର ଚଳିତ ଜାନୁୟାରୀ ୨୦୨୩ ଠାରୁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ଉଚ୍ଛେଦ କରିବାର ନିଷ୍ପତି ଘୋଷଣା କରିଛନ୍ତି । ଏହି ଯୋଜନାରେ ଏପ୍ରିଲ-୨୦୨୦ ଠାରୁ ପ୍ରତ୍ୟେକ ‘ଜାତୀୟ ଖାଦ୍ୟ ନିରାପତା ଆଇନ’ର ହିତାଧିକାରୀ ମାନେ ପ୍ରତିମାସରେ ମୁଣ୍ଡ ପିଛା ୫ କେଜି ହିସାବରେ ଅତିରିକ୍ତି ଚାଉଳ ମାଗଣା ପାଉଥିଲେ। ଚଳିତ ଜାନୁୟାରୀ ୨୦୨୩ ଠାରୁ ଭାରତବର୍ଷର ୮୧ କୋଟି ୩୫ ଲକ୍ଷ ଲୋକ ମାସିକ ୧୦ କେଜି ପରିବର୍ତେ ୫ କେଜି ପାଇବେ।

ଅର୍ଥାତ ପ୍ରତ୍ୟେକ ଗରୀବ ପରିବାରର ରେସନ୍ ଅଧା ହୋଇଗଲା। କେନ୍ଦ୍ର ସରକାରଙ୍କର ଏହି ନିଷ୍ପତି ଦୁର୍ଭାଗ୍ୟଜନକ ତଥା ଗରୀବ ପରିବାର ପ୍ରତି ନିଷ୍ଠୁର ଉପହାସ ବୋଲି ଆଜି ପ୍ରଦେଶ କଂଗ୍ରେସ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡ଼ିଆ ବିଭାଗ ଅଧ୍ୟକ୍ଷ ଶ୍ରୀଗଣେଶ୍ୱର ବେହେରା କହିଛନ୍ତି।

ଯେତେବେଳେ ଆନ୍ତର୍ଜାତିକ ସମ୍ପନ୍ନ ‘ହଙ୍ଗର ୱାଚ’ ସଦ୍ୟତମ ଆକଳନ କହୁଛି ଯେଭାରତ ବର୍ଷରେ୮୦ ଭାଗ ଲୋକ କୌଣସି ନା କୌଣସି ଖାଦ୍ୟ ନିରାପତା ରୁ ବଂଚିତ ହେଉଛନ୍ତି ଏବଂ ଯେତେବେଳେ ବିଶ୍ୱ ଖାଦ୍ୟ ସୂଚକାଙ୍କ-୨୦୨୨ ରିପୋର୍ଟ ଅନୁସାରେ ୧୨୧ ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୭। ଏହା ପ୍ରମାଣ କରୁଛି ଯେ, ଭାରତବର୍ଷରେ କ୍ଷୁଧା ଅଛି ଓ ଦାରୀଦ୍ର‌୍ୟ ଅଛି। ସେତେବେଳେ ୮୧ କୋଟି ୩୫ ଲକ୍ଷ ଲୋକଙ୍କର ମାସିକ ମୁଣ୍ଡପିଛା ୫ କେଜି ମାଗଣା ଚାଉଳ କାଟି ଦେବା ଘୋର ଆପତିଜନକ।

ଖାଦ୍ୟ ନିରାପତା ଯୋଜନାର ହିତାଧିକାରୀ ମାନଙ୍କୁ ମୁଣ୍ଡପିଛା ମାସକୁ ୫ କିଲୋ ଚାଉଳ ଦେବା ମୋଦୀ ସରକାରର ଐତିହାସିକ ନିଷ୍ପତି ବୋଲି ଯେଉଁମାନେ ଡିଣ୍ଡିମ ପିଟୁଛନ୍ତି। ସେମାନେ ଭୁଲିଯିବା ଉଚିତ ନୁହେଁ । ଯେଏହି ଚାଉଳ ଯୋଜନା ତାଙ୍କର ଅଧିକାର। କେନ୍ଦ୍ର ସରକାରଙ୍କର ଦୟାନୁହେଁ । ୨୦୧୩ ମସିହାରେ ସୋନିଆ ଗାନ୍ଧୀଙ୍କ ଦିଗଦର୍ଶନରେ ତତ୍କାଳୀନ ମନମୋହନ ସିଂହ ସରକାରଏହି ଯୁଗାନ୍ତକାରୀ ଆଇନ୍ ପ୍ରଣୟନ କରିଥିଲେ। ସେତେବେଳେ ଆଜିର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏହାର ବିରୋଧ କରିବା ସ୍ଥଳେ ଆଜି ପ୍ରଶଂସାରେ ଶତମୁଖ ହେବା ଅତ୍ୟନ୍ତ ବିସ୍ମୟକର।

ପ୍ରଧାନମନ୍ତ୍ରୀଗରୀବ କଲ୍ୟାଣ ଅନ୍ନ ଯୋଜନା (ପି.ଏମ.ଜି.କେ.ଏ.ୟାଇ) ଉଚ୍ଛେଦ କାରଣରୁ କେନ୍ଦ୍ର ସରକାର କ୍ଷମା ମାଗିବା ସହ ତୁରନ୍ତ ଏହାର ପୁନଃ ପ୍ରଚଳନ ନିଷ୍ପତି ଘୋଷଣା କରନ୍ତୁ।ଅନୁରୁପ ଭାବରେ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ମାତ୍ର ୮ ଲକ୍ଷ ୯ ହଜାର ଲୋକଙ୍କୁ ମାସିକ ୫ କେ.ଜି. ହିସାବରେ ମାଗଣା ଚାଉଳ ଯୋଗାଇବାର ଘୋଷଣା କରି ବାହାବା ନେବା ଆଦୌ ଗ୍ରହଣୀୟ ନୁହେଁ । ଏହି ହିତାଧିକାରୀମାନେ ପୂର୍ବରୁ କିଲୋ ପିଛା ୧ ଟଙ୍କାର ଚାଉଳ ପାଉଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ବଂଚିତ ହେଉଥିବା ୮୧ କୋଟି ୩୫ ଲକ୍ଷ ଗରୀବ ପରିବାର ପ୍ରତି ରାଜ୍ୟ ସରକାର ଆଖି ବୁଜିଦେବା କ୍ଷମଣୀୟ ନୁହେଁ ।

ସେମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବେଦରଦୀ ମନୋଭାବ ପାଇଁ କଂଗ୍ରେସ ଉଦ୍‌ବେଗ ପ୍ରକାଶ କରୁଛି । ଯେହେତୁ ଓଡ଼ିଶାରେ ୬୦ ଭାଗ ଲୋକ ଚାଷୀ ଏବଂ ଚାଷୀ ପରିବାରର ମାସିକ ଆୟ ମାତ୍ରେ ୫୧୧୨ ଟଙ୍କା ଯେହେତୁ ସେମାନଙ୍କ ପ୍ରତି ସରକାରୀ ସହାୟତା ଯୋଜନା ଏକାନ୍ତ ଅପରିହାର୍ଯ୍ୟ। ଓଡ଼ିଶାବାସୀ ଦାରଦ୍ର‌୍ୟ, ଅନାଟନ ସହ ସଂଘର୍ଷ କରୁଥିବାବେଳେ ରାଜ୍ୟ ସରକାର ନୂଆ ମାଗଣା ଚାଉଳ ଯୋଜନାରେ ୧୨୦୦ ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ସଂଚୟ କରି ତୁନି ପଡ଼ିବ। ଅପରାଧ ବ୍ୟତୀତ କିଛି ନୁହେଁ ।

ଅତଏବ, ସମସ୍ତ ୮୧ କୋଟି ୩୫ ଲକ୍ଷ + ୮ ଲକ୍ଷ ୯ ହଜାର = ୮୧ କୋଟି ୪୩ ଲକ୍ଷ ୯ ହଜାର ହିତାଧିକାରୀଙ୍କ ପାଇଁ ଅତ୍ୟାବଶ୍ୟକୀୟ ଡାଲି, ଖାଇବା ତେଲ ଓ ଲୁଣ ପ୍ରତିମାସରେ ନିୟମିତ ଭାବରେ ଯୋଗାଇ ଦେବାକୁ କଂଗ୍ରେସ ଦାବୀ କରୁଛି।

ଶ୍ରୀଯୁକ୍ତ ବେହେରାଙ୍କ ସହ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ନେତା ଶ୍ରୀ ମନୋରଞ୍ଜନ ଦାସ ଏବଂ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି ଶ୍ରୀ ନିଶିକାନ୍ତ ମିଶ୍ର ଉପସ୍ଥିତ ଥିଲେ।

Congress
Share. Facebook Twitter LinkedIn Email WhatsApp Copy Link

Related Posts

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026
Latest News

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.