Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଣିକି ନିର୍ବାଚନରେ ‘ଇଭିଏମ’ ସହିତ ବ୍ୟବହାର ହେବ ‘ଆରଭିଏମ’ , ସୋମବାରରେ ବୈଠକ
ଜାତୀୟ ଖବର

ଏଣିକି ନିର୍ବାଚନରେ ‘ଇଭିଏମ’ ସହିତ ବ୍ୟବହାର ହେବ ‘ଆରଭିଏମ’ , ସୋମବାରରେ ବୈଠକ

January 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Voting
ଏଣିକି ନିର୍ବାଚନରେ 'ଇଭିଏମ' ସହିତ ବ୍ୟବହାର ହେବ 'ଆରଭିଏମ' , ସୋମବାରରେ ବୈଠକ

ନୂଆଦିଲ୍ଲୀ: ଏଣିକି ସାଧାରଣ ନିର୍ବାଚନରେ ଇଭିଏମ ସହିତ ବ୍ୟବହାର ହେବ ଆରଭିଏମ। ଏ ନେଇ ଭାରତୀୟ ନିର୍ବାଚନ କମିଶନର ଏକ ନିଷ୍ପତି ଗ୍ରହଣ କରିବାକୁ ଯାଉଛନ୍ତି। ତେବେ ତା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ମତାମତ ନେବା ପାଇଁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଡକାଯାଇଛି। ମୁଖ୍ୟ ନିର୍ବାଚନ କମିନରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ।

ନିର୍ବାଚନ ଆୟୋଗ ଦେଶର ୮ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଏବଂ ୫୭ଟି ସ୍ୱୀକୃତିପ୍ରାପ୍ତ ରାଜ୍ୟ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପରିସରରେ ଏହି ବୈଠକ ହେବ। ଏଥିରେ ଏହି  ଆରଭିଏମ ବା ରିମୋଟ ଇଲେକ୍‌ଟ୍ରୋନିକ୍ସ ଭୋଟିଂ ମେସିନ୍‌ର ପ୍ରଦର୍ଶନ କାର୍ଯ୍ୟକ୍ରମକୁ ପ୍ରଦର୍ଶନ କରାଯିବ।

ନିର୍ବାଚନ ସମୟର ଘରୋଇ ପ୍ରବାସୀ ଭୋଟରମାନଙ୍କ ମତଦାନ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଏକ ସୁବ୍ୟବସ୍ଥିତ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଘରୋଇ ପ୍ରବାସୀ ଭୋଟରମାନେ ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ନିଜ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବାରୁ ସାଧାରଣ ନିର୍ବାଚନ କିମ୍ବା ଉପନିର୍ବାଚନ ସମୟରେ ନିଜ ସାମ୍ବିଧାନିକ ଅଧିକାର ମତଦାନ କାର୍ଯ୍ୟରୁ ବିଭିନ୍ନ କାରଣରୁ ବିରତ ରହୁଛନ୍ତି।

ଏହା ଫଳରେ ସାରା ଦେଶରେ ମତଦାନ ହାର କ୍ରମଶଃ ହ୍ରାସ ପାଉଛି। ଏହାକୁ ବିଚାରକୁ ନେଇ ନିର୍ବାଚନ ଆୟୋଗ ଘରୋଇ ପ୍ରବାସୀ ଭୋଟରମାନଙ୍କ ନିମନ୍ତେ ପ୍ରୋଟୋଟାଇପ୍‌ ରିମୋଟ୍‌ ଇଲେକ୍‌ଟ୍ରୋନିକ୍ସ ଭୋଟିଂ ମେସିନ୍‌ (ଆର୍‌ଭିଏମ୍‌) ବିକଶିତ କରିଛନ୍ତି।

ଯାହାଫଳରେ ଘରୋଇ ପ୍ରବାସୀ ଭୋଟରମାନେ ନିଜ କର୍ମସ୍ଥଳୀରେ ଉପସ୍ଥିତ ରହି ଭୋଟ ଦେଇପାରିବେ ଓ ସେମାନଙ୍କୁ ଆଉ ନିଜ ରାଜ୍ୟକୁ ଆସି ଭୋଟଦେବାକୁ ପଡ଼ିବ ନାହିଁ।ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଗତ ୨୦୧୯ ସାଧାରଣ ନିର୍ବାଚନରେ ମତଦାନ ହାର ୬୭.୪% ଥିଲା ଏବଂ ଦେଶରେ ୩୦ କୋଟିରୁ ଊଦ୍ଧ୍ୱର୍ ଭୋଟର ସେମାନଙ୍କର ମତଦାନ କରିନଥିଲେ।

ବିଭିନ୍ନ କାରଣରୁ ଉକ୍ତ ଭୋଟରମାନେ ୨୦୧୯ ସାଧାରଣ ନିର୍ବାଚନରେ ମତଦାନ କରିପାରି ନଥିଲେ। ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର ହ୍ରାସ ପାଉଥିବା ମତଦାନର ତର୍ଜମା କରି ଜାଣିବାକୁ ପାଇଲେ ଯେ ଘରୋଇ ଭୋଟର ସ୍ଥାନାନ୍ତରଣ ଏକ ମୁଖ୍ୟ ଅଂଶ ଅଟେ। ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ଘରୋଇ ଭୋଟର ସ୍ଥାନନ୍ତରଣ ହୋଇଥାଏ।

ଏହାର ସମାଧାନ ସହ ଦେଶରେ ମତଦାନ ହାର ବୃଦ୍ଧି ନିମନ୍ତେ ନିର୍ବାଚନ ଆୟୋଗ ଘରୋଇ ପ୍ରବାସୀ ଭୋଟରମାନଙ୍କ ପାଇଁ ପ୍ରୋଟୋଟାଇପ୍‌ ରିମୋଟ୍‌ ଇଲେକ୍‌ଟ୍ରୋନିକସ୍‌ ଭୋଟିଂ ମେସିନ୍‌ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓ ଏଥି ନିମନ୍ତେ ଦେଶର ସମସ୍ତ ରାଜନୈତିକ ଦଳମାନଙ୍କ ସହମତି ଲୋଡ଼ିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ଲାଲକୃଷ୍ଣ ଆଡଭାନୀଙ୍କୁ ୯୮ ବର୍ଷ ପୂରଣ: ୧୯୨୭ ପରଠାରୁ ତାଙ୍କ ଯାତ୍ରା ବିଷୟରେ ଜାଣନ୍ତୁ….

November 8, 2025
Latest News

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ଲାଲକୃଷ୍ଣ ଆଡଭାନୀଙ୍କୁ ୯୮ ବର୍ଷ ପୂରଣ: ୧୯୨୭ ପରଠାରୁ ତାଙ୍କ ଯାତ୍ରା ବିଷୟରେ ଜାଣନ୍ତୁ….

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.