Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଯୋଗ୍ୟ ହିତାଧିକାରୀ ସାବଧାନ, ଆସିଲା କଡା ନିୟମ
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଯୋଗ୍ୟ ହିତାଧିକାରୀ ସାବଧାନ, ଆସିଲା କଡା ନିୟମ

January 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
PMAY
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଯୋଗ୍ୟ ହିତାଧିକାରୀ ସାବଧାନ, ଆସିଲା କଡା ନିୟମ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସଫଳ ଭାବେ କାର୍ଯ୍ୟକାରୀ କରିବା ଦିଗରେ ଉପଯୁକ୍ତ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ ଓଡିଶା ପଞ୍ଚାୟତ ଓ ପାନୀୟ ଜଳ ବିଭାଗ ଆଣିଲା ନୂଆ ପଦକ୍ଷେପ। କାରଣ ଆଗାମୀ ଦିନରେ ୮.୧୭ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଓ ୧.୪୨ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)-ସ୍ଵତନ୍ତ୍ର ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ସେଥିରେ ସ୍ଵଚ୍ଛତାର ସହ ଚୟନ କରିବା ଦିଗରେ ଓଡିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏହି ପଦକ୍ଷେପ ଗ୍ରହଣ କରୁଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)- ସ୍ୱତନ୍ତ୍ରରେ ପ୍ରାପ୍ତ ହୋଇଥିବା ଯଥାକ୍ରମେ ୮.୧୭ ଲକ୍ଷ ଏବଂ ୧.୪୨ ଲକ୍ଷ ଗୃହ ମଞ୍ଜୁର କରିବା ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ସେଗୁଡିକ ହେଲା

୧- ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ଆସନ୍ତା ୧୬ ଜାନୁଆରୀ ୨୦୨୩ ଠାରୁ ୨୪ ଜାନୁଆରୀ ୨୦୨୩ ମଧ୍ୟରେ ଗ୍ରାମପଞ୍ଚାୟତୱାରୀ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ କାର‌୍ୟ୍ୟାଳୟ, ସ୍କୁଲ, ଅଙ୍ଗନବାଡି ସେଣ୍ଟର ଏବଂ ଗ୍ରାମର ପ୍ରମୁଖ ସ୍ଥାନଗୁଡ଼ିକରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ ହେବ।

୨-ଏହି ତାଲିକାରେ ଯଦି କୌଣସି ଅଯୋଗ୍ୟ ପରିବାରଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥାଏ ତେବେ ଜନସାଧାରଣ ନିର୍ଦ୍ଦିଷ୍ଟ ଅଯୋଗ୍ୟ ପରିବାରଙ୍କ ନାମରେ ଅଭିଯୋଗ ଦାଖଲ କରିପାରିବେ। ପ୍ରାପ୍ତ ଅଭିଯୋଗଗୁଡ଼ିକର ଉପଯୁକ୍ତ ତଦନ୍ତ କରାଯାଇ, ବିହିତ ପଦକ୍ଷେପ ଗ୍ରହଣ କରାଯିବ।

୩- ଅଭିଯୋଗ ଦାଖଲ ପାଇଁ-

କ) ଉଦ୍ଦିଷ୍ଟ ଅଭିଯୋଗ ଦରଖାସ୍ତ ଫର୍ମକୁ ପୂରଣ କରି ନିଜ ପଞ୍ଚାୟତ ବା ବ୍ଲକ କାର୍ଯ୍ୟାଳୟରେ ରଖାଯାଇଥିବା ଅଭିଯୋଗ ବାକ୍ସରେ ଅଭିଯୋଗକାରୀ ନିଜ ଅଭିଯୋଗ ଦାଖଲ କରିପାରିବେ।

ଖ) ଫୋନ୍ ଦ୍ୱାରା ଟୋଲ ଫ୍ରି ନମ୍ବର: ୧୮୦୦୩୪୫୬୭୭୦ ବା ୧୫୫୩୩୫ ରେ ନିଜ ପରିଚୟ ପ୍ରଦାନ କରି ଅଭିଯୋଗ ଦାଖଲ କରିପାରିବେ।

ଗ) ଅନଲାଇନ ମାଧ୍ୟମରେ https://www.rhodisha.gov.in ପୋର୍ଟାଲର “ଅଭିଯୋଗ ଦାଖଲ” କୁ କ୍ଲିକ୍ କରି ନିଜର ମୋବାଇଲ ନମ୍ବର ପଞ୍ଜୀକୃତ କରି ନିଜ ନାମ, ବ୍ଲକ, ଗ୍ରାମ ପଞ୍ଚାୟତ ଆଦି ଠିକଣା ଦେଇ ଅଯୋଗ୍ୟ ପରିବାରଙ୍କ ସମ୍ପର୍କରେ ମଧ୍ୟ ଅଭିଯୋଗ କରାଯାଇପାରିବ। ଏହି ଅଭିଯୋଗ ଆସନ୍ତା ଜାନୁଆରୀ ୨୪ ତାରିଖ ସୁଦ୍ଧା କରାଯାଇପାରିବ

୩- ପ୍ରାପ୍ତ ଅଭିଯୋଗଗୁଡ଼ିକର ସରଜମିନ ତଦନ୍ତ କରାଯାଇ ସମ୍ଭାବ୍ୟ ତାଲିକାରୁ ଅଯୋଗ୍ୟ ପରିବାରଙ୍କ ନାମ କାଟି ସମସ୍ତ ଯୋଗ୍ୟ ପରିବାରଙ୍କ ତାଲିକା ଗ୍ରାମସଭାର ଅନୁମୋଦନ ପାଇଁ ପଠାଯିବ। ଗ୍ରାମସଭା ଉକ୍ତ ତାଲିକାକୁ ଅନୁମୋଦନ କରିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ସମସ୍ତ ଯୋଗ୍ୟ ପରିବାରଙ୍କୁ ରାଜ୍ୟ ସରକାରଙ୍କ ଦ୍ଵାରା ଗୃହ ନିର୍ମାଣ କାର‌୍ୟ୍ୟାଦେଶ ପ୍ରଦାନ କରାଯିବ।

ବର୍ତ୍ତମାନର ଆବଣ୍ଟନ ପଦ୍ଧତି ଅନୁଯାୟୀ, ଆଗାମୀ ୬-୮ ମାସ ମଧ୍ୟରେ ରାଜ୍ୟକୁ ୧୬ ହଜାର କୋଟି ଟଙ୍କାରୁ ୧୭ ହଜାର କୋଟି ଟଙ୍କାର ଆର୍ଥିକ ଅନୁଦାନ ମିଳିବା ସହ ରାଜ୍ୟ ଅର୍ଥନୀତି ବ୍ୟବସ୍ଥାକୁ ସୁଦୃଢ କରିବାରେ ଏହା ବିଶେଷ ସହାୟକ ହେବ।

ଏହି ସାଢେ ନଅ ଲକ୍ଷ ଗୃହ ନିର୍ମାଣରେ ଆସନ୍ତା ୬-୮ ମାସ ମଧ୍ୟରେ ପ୍ରାୟ ୬ କୋଟି କୁଶଳୀ ଏବଂ ୧୦ କୋଟି ଅଣ-କୁଶଳୀକାର‌୍ୟ୍ୟ ଦିବସ ସୃଷ୍ଟି ହେବା ସହ ଗ୍ରାମୀଣ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ ଓଇଟା, ସିମେଣ୍ଟ, ଲୁହା, ଆଦି ଗୃହ ନିର୍ମାଣ ସାମଗ୍ରୀର ଚାହିଦା ବୃଦ୍ଧି ହେବା ସହ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଗୃହ ନିର୍ମାଣ ସାମଗ୍ରୀର ପରିବହନ ମଧ୍ୟ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ।

ସମାଜର ସମସ୍ତ ବର୍ଗର ଲୋକଙ୍କୁ ଏହି ଦିଗରେ ଯଥେଷ୍ଟ ସହଯୋଗ ପାଇଁ ବିଭାଗ ତରଫରୁ ଅନୁରୋଧ କରାଯାଇଛି।

ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ: ଗୋଟିଏ ଦିନରେ ୮୯୨ ଟ୍ରେନ୍ ଅଦଳବଦଳ

January 15, 2026

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

January 15, 2026

ପିଏମ୍ ଜନ-ଧନ ଯୋଜନା: ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କଲେ ହିତାଧିକାରୀ

January 15, 2026
Latest News

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ: ଗୋଟିଏ ଦିନରେ ୮୯୨ ଟ୍ରେନ୍ ଅଦଳବଦଳ

January 15, 2026

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

January 15, 2026

ପିଏମ୍ ଜନ-ଧନ ଯୋଜନା: ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କଲେ ହିତାଧିକାରୀ

January 15, 2026

ଏଆଇ-ଆଧାରିତ ଶିକ୍ଷା ସଂସ୍କାର ଉପରେ ଆଲୋଚନାଚକ୍ର

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.