Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଘୋଷଣା ହେଲା ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ, ଜାଣନ୍ତୁ କେଉଁଦିନ କାହାର
ଜାତୀୟ ଖବର

ଘୋଷଣା ହେଲା ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ, ଜାଣନ୍ତୁ କେଉଁଦିନ କାହାର

January 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଘୋଷଣା ହେଲା ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ, ଜାଣନ୍ତୁ କେଉଁଦିନ କାହାର

ନୂଆଦିଲ୍ଲୀ: ଆଜି ଭାରତ ନିର୍ବାଚନ କମିଶନର ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେହି ତିନୋଟି ରାଜ୍ୟ ହେଲା ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡ। ସେହି ଅନୁସାରେ ଆସନ୍ତା ଫେବୃୟାରୀ ୧୬ ତାରିଖରେ ତ୍ରିପୁରାରେ ଏବଂ ୨୭ ତାରିଖରେ ମେଘାଳୟ ଓ ନାଗାଲାଣ୍ଡରେ ନିର୍ବାଚନ ହେବ। ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି କରାଯିବ।

ଏଥିଲାଗି ଆସନ୍ତା ୩୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଫେବ୍ରୁଆରି ୭ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଥିବା ବେଳେ ଫେବୃୟାରୀ ୮ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଫେବ୍ରୁଆରି ୧୦ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ମାର୍ଚ୍ଚ ୨ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ଫେବ୍ରୁଆରି ୧୬ରେ ତ୍ରିପୁରାରେ ବିଧାନସଭା ନିର୍ବାଚନ

ତ୍ରିପୁରାରେ ମୋଟ ୬୦ଟି ବିଧାନସଭା ଆସନ ରହିଥିବାବେଳେ ଅନୁସୂଚିତ ଜନଜାତି ପାଇଁ ୨୦ଟି ଏବଂ ଅନୁସୂଚିତ ଜାତି ବର୍ଗ ପାଇଁ ୧୦ ଆସନ ସଂରକ୍ଷିତ ରହିଛି। ବର୍ତ୍ତମାନ ତ୍ରିପୁରାରେ ବିଜେପି ସରକାରରେ ରହିଛି। ଏହି ରାଜ୍ୟରେ ଫେବୃୟାରୀ ୧୬ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି ହେବ।

ମେଘାଳୟରେ ୬୦ ଆସନ ଲାଗି ହେବ ନିର୍ବାଚନ

ମେଘାଳୟରେ ଆସନ୍ତା ମାର୍ଚ୍ଚ ୧୫କୁ ବିଧାନସଭା କାର୍ଯ୍ୟକାଳ ଶେଷ ହେବ। ତେଣୁ ଆସନ୍ତା ଫେବ୍ରୁଆରି ୨୭ ତାରିଖରେ ମେଘାଳୟ ବିଧାନସଭା ନିର୍ବାଚନ ହେବ। ଏହି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ଏ ନେଇ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ରାଜ୍ୟରେ ମୋଟ ୬୦ଟି ବିଧାନସଭା ଆସନ ଲାଗି ନିର୍ବାଚନ ହେବ। ମାର୍ଚ୍ଚ ୨ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ଫେବ୍ରୁଆରି ୨୭ରେ ହେବ ନାଗାଲାଣ୍ଡ ନିର୍ବାଚନ

ଆସନ୍ତା ଫେବ୍ରୁଆରି ୨୭ ତାରିଖରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇ ମାର୍ଚ୍ଚ ୨ ତାରିଖରେ ଫଳାଫଳ ଘୋଷଣା କରାଯିବ। ଏଠାରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବ।

ନାଗାଲାଣ୍ଡ ନିର୍ବାଚନ ନିର୍ବାଚନ କମିଶନର ବିଧାନସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

କାରାକାଟ ଆସନ ପାଇଁ ହେବ କଡା ଲଢେଇ!: ଏବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ଜ୍ୟୋତି ସିଂହ

October 20, 2025

ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କଲେ ଟ୍ରମ୍ପ: ପୁଣିଥରେ ଦେଲେ ଧମକ

October 20, 2025

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025
Latest News

କାରାକାଟ ଆସନ ପାଇଁ ହେବ କଡା ଲଢେଇ!: ଏବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ଜ୍ୟୋତି ସିଂହ

October 20, 2025

ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କଲେ ଟ୍ରମ୍ପ: ପୁଣିଥରେ ଦେଲେ ଧମକ

October 20, 2025

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025

ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍‌ଟ୍ୟାଗ ବାର୍ଷିକ ପାସ୍

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.