Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନ ପୂର୍ବରୁ ଷ୍ଟାର ପାୱାର; ନବୀନଙ୍କ ସାଙ୍ଗରେ ଶାହରୁଖ୍, ମାଧୁରୀ, ରେହେମାନ୍ ଓ ସଲମାନ୍
ବିଶେଷ ଖବର

ନିର୍ବାଚନ ପୂର୍ବରୁ ଷ୍ଟାର ପାୱାର; ନବୀନଙ୍କ ସାଙ୍ଗରେ ଶାହରୁଖ୍, ମାଧୁରୀ, ରେହେମାନ୍ ଓ ସଲମାନ୍

November 29, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ପୁରୁଷ ବିଶ୍ଵ କପ୍ ହକି ଉଦଘାଟନ ଉତ୍ସବର ବିପୁଳ ସଫଳତା ଓଡ଼ିଶା ସରକାରଙ୍କୁ ଆଶାତୀତ ଉତ୍ସାହ ଦେଇଛି। ସାଧାରଣ ନିର୍ବାଚନ ଆଉ ମାତ୍ର ତିନି ମାସ ବାକିଥିବା ବେଳେ, ରାଜ୍ୟ ସରକାର ପାଇଥିବା ଏ ବିପୁଳ ସଫଳତା, ବିରୋଧୀଙ୍କ ଲାଗି ମୁଣ୍ଡ ବ୍ୟଥାର କାରଣ ହେବା ସ୍ଵାଭାବିକ। ତେଣୁ ବିଶ୍ଵ କପ୍ ହକି ବାହାନାରେ ନବୀନ ନିଜର ଭାବମୂର୍ତ୍ତି ବଢ଼ାଇ ଚାଲିଛନ୍ତି ବୋଲି ବିରୋଧୀ ଦଳ ଗୁଡ଼ିକ ଅଭିଯୋଗ କରିଛନ୍ତି। କଥାଟି ହୁଏତ ରାଜନୀତି ଦୃଷ୍ଟିରୁ ସତ, କିନ୍ତୁ ସହଜ ଭାବରେ ଯେଉଁ ସଫଳତା ରାଜ୍ୟ ସରକାରଙ୍କୁ ମିଳିଛି, ତାର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଛି। ବଲିଉଡ୍ ର ବଡ଼ ତାରକା, ହକିର କିମ୍ବଦନ୍ତୀ ଖେଳାଳୀ ଓ ବିଦେଶୀ ଗଣମାଧ୍ୟମ ଏ ପ୍ରକାର ଭବ୍ୟ ଆୟୋଜନକୁ ପ୍ରଚୁର ପ୍ରଶଂସା କରୁଛନ୍ତି। ଏହି ଆୟୋଜନର ପୃଷ୍ଠଭୂମିରେ ଭୁବନେଶ୍ଵର ସହରର ରୂପାନ୍ତର ମଧ୍ୟ ଘଟିଛି। ରାଜଧାନୀର ଭିତ୍ତିଭୂମି ବିକାଶରେ ରାଜ୍ୟ ସରକାର ବେଶ୍ ତତ୍ପରତା ପ୍ରକାଶ କରିଛନ୍ତି।

ବହୁ ସଫଳତା ଭିତରେ ଗୋଟେ କଥା କିନ୍ତୁ ଓଡ଼ିଶାର  ଯୁବ ପୀଢ଼ି ପାଇଁ ବେଶ୍ ଚର୍ଚ୍ଚା ର ବିଷୟ ହୋଇଛି। ପ୍ରାୟତଃ ଚୁପଚାପ ରହୁଥିବା ଓ ବେଶୀ କିଛି ପ୍ରଦର୍ଶନରେ ବିଶ୍ଵାସ କରୁନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ଲାଗି ରାଜନୈତିକ ସୁପରଷ୍ଟାର ଭଳି ନିଜକୁ ଜାହିର କରିଛନ୍ତି। ଉଭୟ କଳିଙ୍ଗ ଓ ବାରବାଟୀ ଷ୍ଟାଡିୟମରେ ନବୀନଙ୍କୁ ନୂଆ ପୀଢ଼ିର ଦର୍ଶକ ବେଶ୍ ଉତ୍ସାହର ସହିତ ସ୍ଵାଗତ କରିଛନ୍ତି। ଏହା ସହିତ ଏ ଆର୍ ରେହେମାନ, ମାଧୁରୀ ଦିକ୍ଷୀତ୍, ଶାହରୁଖ୍ ଖାନ୍ ଓ ସଲମାନ୍ ଖାନ୍ ଙ୍କ ସହ ନବୀନଙ୍କ ବ୍ୟକ୍ତିଗତ ମିଳାମିଶା, ଗୋଟେ ଭିନ୍ନ ପ୍ରକାର ବାର୍ତ୍ତା ଦେଇଛି। ଅଳ୍ପ କହୁଥିବା ନବୀନ ଯେ ବଡ଼ କାମ କରାଇବାରେ ସଫଳ ଓ ସେ ସଫଳତା ତାଙ୍କୁ ଏକ ପ୍ରକାର ସୁପର ଷ୍ଟାରର ମର୍ଯ୍ୟାଦା ଦେଇଛି, ଏକଥା ମାନିବାକୁ ପଡ଼ିବ।

ଉଭୟ ଶାହରୁଖ୍ ଖାନ୍ ଓ ସଲମାନ୍ ଖାନ୍ ନବୀନଙ୍କୁ ବେଶ୍ ନିବିଡ଼ ଭାବରେ ଆଲିଙ୍ଗନ କରିଛନ୍ତି। ଶାହରୁଖ ହକିର ବିକାଶରେ ନବୀନଙ୍କ ଅବଦାନଙ୍କୁ ବେଶ୍ ତାରିଫ କରିଥିବା ବେଳେ, ସଲମାନ ଓଡ଼ିଶାକୁ ଗୋଟେ ବ୍ରାଣ୍ଡ ଭ୍ୟାଲ୍ୟୁ ଦେଇଛନ୍ତି। ଜୟ ଜଗନ୍ନାଥ ଉଚ୍ଚାରଣ ସହିତ ସଲମାନ କଟକର ଦହିବରା ଓ ଆଳୁଦମ୍ କୁ ବଢ଼ିଆ ମୂଲ୍ୟ ଦେଇଛନ୍ତି। ସେମିତି ମାଧୁରୀ ଓ ରେହେମାନ୍ ନିଜ ଟୁଇଟ୍ ରେ ଓଡିଶାର ଭୂୟସୀ ପ୍ରଶଂସା କରିଛନ୍ତି। ମାଧୁରୀ ଓଡ଼ିଶାର ତାରକସି କାମକୁ ବେଶ୍ ପ୍ରଶଂସା କରିଛନ୍ତି। ବିରୋଧୀ ଯେତେ ଯାହା କହିଲେ ମଧ୍ୟ, ଚାରିଜଣ ସୁପର ଷ୍ଟାରଙ୍କ ଜରିଆରେ ଓଡ଼ିଶାର ବ୍ରାଣ୍ଡ୍ କୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରିବାର ଏହି ସୁଯୋଗକୁ ଓଡ଼ିଶା ସରକାର ହାତଛଡ଼ା କରିନାହାନ୍ତି। ଓଡ଼ିଶାର କ୍ରୀଡ଼ା, ସଂସ୍କୃତି, ପର୍ଯ୍ୟଟନ ଓ ଐତିହ୍ୟକୁ ପ୍ରଚାର କରିବାର ଏହି ସୁନ୍ଦର ସୁଯୋଗ ଭିତରେ ନବୀନଙ୍କୁ ସ୍ଵାଭାବିକ ଭାବରେ ଲାଭ ମିଳିଛି।

 

ଷ୍ଟାର ପାୱାର ଯୋଗୁଁ, ନବୀନ 2019 ସାଧାରଣ ନିର୍ବାଚନରେ ଲାଭବାନ ହେବେ କି ନାହିଁ, ସେ ଭିନ୍ନ କଥା, ହେଲେ ବିଶ୍ଵକପ୍ ହକିର ପ୍ରଚାର ପ୍ରସାରରୁ ଯେଉଁ ବ୍ୟାପକ ପ୍ରଭା ମଣ୍ଡଳ ସୃଷ୍ଟି ହୋଇଛି, ତାକୁ ଦେଖି ବିରୋଧୀଙ୍କ ହାଲୁକା ଶୁଖିଯିବା ଥୟ। ଚାହିଁଲେ ମଧ୍ୟ, ଏହି ଆୟୋଜନକୁ ବିରୋଧୀ ସିଧା ସଳଖ ବିରୋଧ କରି ପାରିବେ ନାହିଁ। ବିଜେପି ଏହି ପ୍ରକାର ପ୍ରଚାରକୁ ବିରୋଧ କଲାବେଳେ, ନିଜେ ମଧ୍ୟ ନୈତିକ ଦୃଷ୍ଟିରୁ ରକ୍ଷଣାତ୍ମକ ହେବାକୁ ବାଧ୍ୟ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଛବି ଚମକାଇବା ଲାଗି ଅନେକ ସମୟରେ ଷ୍ଟାର୍ ପାୱାରର ବ୍ୟବହାର କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ସମୟରେ ତାରକା ମାନଙ୍କର ଉପଯୋଗ ହୋଇଛି। କୁହାଯାଇପାରେ, ନବୀନ ଏବେ ବିରୋଧୀ ବିଜେପିକୁ ଓଡ଼ିଶାର ଷ୍ଟାର୍ ପାୱାର୍ ଦେଖାଇଛନ୍ତି।

ନିର୍ବାଚନରେ ଯିଏ ଜିତୁ ବା ହାରୁ, ବିଶ୍ଵ କପ୍ ହକି ଆୟୋଜନ କରି ଓଡ଼ିଶା ଗୋଟେ ବଡ଼ ବିଜୟ ହାସଲ କରିଛି। ସେହି ବିଜୟରୁ କିଛି ଶ୍ରେୟ ଯଦି ନବୀନଙ୍କ ପାଖକୁ ଯାଉଛି, ତାହେଲେ ସେ ତାହାର ଯୋଗ୍ୟ ହକଦାର।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାକୁ ଭାରତର କଡା ଜବାବ: ସମାଧାନ ପାଇଁ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଆମେରିକୀୟ ସିନେଟର 

January 19, 2026

କଳାହାଣ୍ଡି ଘୁମୁରା ମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ଭେଟି ଦେଲେ ୮୯୧ କୋଟି ଟଙ୍କାର ପ୍ରକଳ୍ପ

January 19, 2026

‘ଭିବି-ଜୀ ରାମ୍ ଜୀ ଯୋଜନାର ମିଥ୍ୟା ସୂଚନା ଦେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି’: କେନ୍ଦ୍ର ସରକାର

January 19, 2026

ଗାଜାରେ ‘ଶାନ୍ତି ଦୁତ’ ହେବ ଭାରତ!: ମୋଦିଙ୍କୁ ଶାନ୍ତି ବୋର୍ଡରେ ଯୋଗଦେବାକୁ ନିମନ୍ତ୍ରଣ କଲେ ଟ୍ରମ୍ପ

January 19, 2026
Latest News

ସଡ଼କ ଦୁର୍ଘଟଣା: ବସ୍ ଓଲଟି ୯ ମୃତ, ପ୍ରାୟ ୩୦ ଆହତ

January 19, 2026

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ପଥ ଉତ୍ସବରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

January 19, 2026

ଜିହ୍ଵାପାକ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

January 19, 2026

ଆମେରିକାକୁ ଭାରତର କଡା ଜବାବ: ସମାଧାନ ପାଇଁ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଆମେରିକୀୟ ସିନେଟର 

January 19, 2026

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ଲଢେଇ: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.