Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାୟପୁର ଏଆଇସିସି ବୈଠକରେ ଓଡ଼ିଶାର କେଉଁ କେଉଁ କଂଗ୍ରେସ ନେତା ଦେଲେ ଯୋଗ
ବିଶେଷ ଖବର

ରାୟପୁର ଏଆଇସିସି ବୈଠକରେ ଓଡ଼ିଶାର କେଉଁ କେଉଁ କଂଗ୍ରେସ ନେତା ଦେଲେ ଯୋଗ

February 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Congress
ଏଆଇସିସି ବୈଠକରେ ଓଡ଼ିଶାର କେଉଁ କେଉଁ କଂଗ୍ରେସ ନେତା ଯୋଗ ଦେଲେ

ରାୟପୁର: ଛତିଶଗଡ଼ର ରାୟପୁର ଠାରେ ୮୫ ତମ ଅଖିଳ ଭାରତ କଂଗ୍ରେସର ମହା ଅଧିବେଶନରେ ଓଡିଶାରୁ ବହୁ ତୁଙ୍ଗ ନେତା ସହିତ ଶତାଧିକ କର୍ମି ଯୋଗ ଦେଇଛନ୍ତି। ଏଥିରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ। ଶ୍ରୀମତୀ ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଯୋଗ ଦେଇଥିଲେ।

ଏଥିସହିତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ଶୁଖୁ ,ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲାଟ,ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ,ଏଆଇସିସି ସାଧାରଣ ସମ୍ପାଦକ ରାନଦୀପ ସୁରଜେବାଲା, ଶସି ଥରୁର ଏବଂ ବହୁ ନେତୃବୃନ୍ଦ, ବିଭିନ୍ନ ରାଜ୍ୟର ପିସିସି ସଭାପତି, ବିଭିନ୍ନ ରାଜ୍ୟର କଂଗ୍ରେସ ବିଧାୟକ ଦଳ ନେତା,ଏଆଇସିସି ଏବଂ ପିସିସି ସଦସ୍ୟ ପାଖାପାଖି ୧୫ ହଜାର ରୁ ଅଧିକ ନେତୃବର୍ଗ ଅଂଶ ଗ୍ରହଣ କରିଥିଲେ।

ଏହି ବୈଠକରେ ପ୍ରଥମେ ଦିବଙ୍ଗତ କଂଗ୍ରେସ ନେତୃବୃନ୍ଦଙ୍କ ଉଦ୍ଧେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଓଡ଼ିଶାର ପୂର୍ବତନ ସାଂସଦ ସ୍ବର୍ଗତଃ ଜୟନ୍ତୀ ପଟ୍ଟନାୟକ ଙ୍କ ସହ ଭାରତ ବର୍ଷର ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ୨ ମିନିଟ ନିରବ ପାର୍ଥନା କରାଯାଇଥିଲା।

ଶ୍ରୀମତୀ ସୋନିଆ ଗାନ୍ଧିଜୀ ତାଙ୍କ ଅଭିଭାଷଣରେ ନବନିର୍ବାଚିତ ସଭାପତି ଶ୍ରୀଯୁକ୍ତ ଖଡଗେଙ୍କୁ ଧନ୍ୟବାଦ ଦେବା ସହିତ କଂଗ୍ରେସ ଦଳ ମହାତ୍ମାଗାନ୍ଧୀ ଙ୍କ ଆଦର୍ଶ ଓ ଚିନ୍ତାଧାରାରେ ସବୁବେଳେ ପାଇଁ ପରିଚାଳିତ ହେଉ ବୋଲି ଆଶାପୋଷଣ କରିଛନ୍ତି। ସମାଜ ର ପ୍ରତ୍ୟେକ ବର୍ଗର ବିକାଶ ହେବା ନିତ୍ୟାନ୍ତ ଜରୁରୀ। ବିଶେଷ କରି ମହିଳାମାନଙ୍କର ଅର୍ଥନୈତିକ, ଶିକ୍ଷା, ସୁରକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ନିତ୍ୟାନ୍ତ ଜରୁରୀ ଅଟେ ବୋଲି କହିଥିଲେ।

ଏଆଇସିସି ଦ୍ବିତୀୟ ଅଧିବେଶନ ରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନେ ଅଭିଭାଷଣ ରଖିଥିବା ବେଳେ କେତେକ ରାଜ୍ୟର ରାଜ୍ୟ ସଭାପତି ମଧ୍ୟ ନିଜ ନିଜର ମତ ରଖିଥିଲେ।ଓଡିଶା ରାଜ୍ୟର ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି ନିଜର ଅଭିଭାଷଣ ରଖିଥିଲେ।ଓଡିଶାରୁ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା,ପ୍ରସାଦ ହରିଚନ୍ଦନ,ସାଂସଦ ସପ୍ତଗିରି ଉଲ୍ଲାକା,ବିଧାୟକ ଦଳ ନେତା ନରସିଂହ ମିଶ୍ର,ବିଧାୟକ ସୁରେଶ କୁମାର ରାଉତରାୟ,ତାରା ପ୍ରସାଦ ବାହିନୀପତି ଯୋଗ ଦେଇଥିଲେ।

ସେହିପରି ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ,ଏସ ରାଜେନ ଏକ୍କା, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଯୁଧିଷ୍ଠିର ଜେନା, ପୂର୍ବତନ ସାଂସଦ ଅନନ୍ତ ସେଠି, ନକୁଳ ନାୟକ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଛାତ୍ର ସଭାପତି ୟାଶୀର ନୱାଜ, ଯୁବ ସଭାପତି ସ୍ମୁର୍ତ୍ତି ଲେଙ୍କା, ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ, କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁଦର୍ଶନ ଦାଶ, ବିସ୍ମୟ ମହାପାତ୍ର ଦୀପକ ମହାପାତ୍ର, ମନୀଷା ତ୍ରିପାଠୀ ଉପସ୍ଥିତ ଥିଲେ।

ସେହିପରି ଲତିକା ପ୍ରଧାନ,ସୁବ୍ରତ ମହାପାତ୍ର,କୁମାର ଚିରଞ୍ଜୀବ,ମଧୁସ୍ମିତା ଆଚାର୍ଯ୍ୟ, ପଦ୍ମାକର ଗୁରୁ, ଶୁଭେନ୍ଦୁ ମହାନ୍ତି, ଅଶୋକ ଦାଶ, ଗୀତାଞ୍ଜଳି ମହାନ୍ତି, ଲୋକନାଥ ମହାରଥୀ,ସଞ୍ଜୟ ତ୍ରିପାଠୀ, ଦୁର୍ଗା ପାଢ଼ୀ,କିଶୋର ଜେନା, ପ୍ରଣତି ମିଶ୍ର, ପ୍ରଦୀପ ମହାପାତ୍ର, ସସ୍ମିତା ବେହେରା, ମିହିର ଆଚାର୍ଯ୍ୟ, ମଧୁସ୍ମିତା ଆଚାର୍ଯ୍ୟ, ସିବାନନ୍ଦ ରାୟ, ବିଶ୍ୱ ଭୂଷଣ ଦାଶ, ବିଶ୍ୱ ରଞ୍ଜନ ମହାନ୍ତି,ବିଭୁତି ମିଶ୍ର, ଟୁନା ମହାପାତ୍ର, ବିଦୁ ଭୂଷଣ ତ୍ରିପାଠୀ, ଦ୍ଵାରିକା ମହାପାତ୍ର, ସନ୍ତୋଷ ପ୍ରଧାନ, ଅଭିଷେକ ମହାନନ୍ଦ ପ୍ରମୁଖ ଓଡିଶାରୁ ୬୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇଥିଲେ।

ଓଡିଶା କଂଗ୍ରେସ କଂଗ୍ରେସ ମନ୍ଥନ ବୈଠକ ରାୟପୁର କଂଗ୍ରେସ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ୮ଟି ଠିକଣାରେ ଚଢାଉ ଜାରି

August 18, 2025

ଭାରତ ସହିତ ସମ୍ପର୍କ ନଷ୍ଟ କରିବା ଟ୍ରମ୍ପଙ୍କ ପାଇଁ ବଡ଼ ଭୁଲ ପ୍ରମାଣିତ ହେବ: ଆମେରିକୀୟ ଲେଖକ

August 18, 2025

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025

ପଞ୍ଚମ ରଥସେବା ସମ୍ମାନ ଅନୁଷ୍ଠିତ

August 18, 2025
Latest News

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ୮ଟି ଠିକଣାରେ ଚଢାଉ ଜାରି

August 18, 2025

ଏସିଆ କପ୍: ଶୁଭମନ ଗିଲଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ ମିଳିବ ସୁଯୋଗ!

August 18, 2025

ଭାରତ ସହିତ ସମ୍ପର୍କ ନଷ୍ଟ କରିବା ଟ୍ରମ୍ପଙ୍କ ପାଇଁ ବଡ଼ ଭୁଲ ପ୍ରମାଣିତ ହେବ: ଆମେରିକୀୟ ଲେଖକ

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.