
ପିପିଲି: ପୁଣି ଥରେ ବିବାହ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡର ବିଧାୟକ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର। ସେ ପୂର୍ବରୁ ଯାହାକୁ ବିବାହ କରିଥିଲେ ତାଙ୍କ ସହିତ ମତଭେଦ ଯୋଗୁ ଛାଡପତ୍ର ଦେଇଥିଲେ। ଏବେ ସେ ଦ୍ବିତୀୟ ବିବାହ କରିଛନ୍ତି। ଏହି ବିବାହ ଉତ୍ସବ ପିପିଲିର ଆଭେଞ୍ଚର ରିସର୍ଟରେ ଅନୁଷ୍ଠିତ ହୋଇଛି।
ଦିବ୍ୟଶଙ୍କର ଯାହାକୁ ବିବାହ କରିଛନ୍ତି ସେ ହେଉଛନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀର ଝିଅ ପ୍ରିୟଙ୍କା ଅଗସ୍ତି। ସେ ହେଉଛନ୍ତି ଗୋଲକୁଣ୍ଡା ବ୍ଲକ ଅଧିନର ଦୋକାଟ ଗାଁର ଭବାନୀ ଅଗସ୍ତିଙ୍କ ଝିଅ। ସେ ଜଣେ ବୃତ୍ତିରେ ସଫ୍ଟୱାର ଇଂଜିନିୟର।
ସେ ବର୍ତ୍ତମାନ ବେଙ୍ଗୁଲୁରର ଏକ କଂପୀନାରେ ଚାକିରୀ କରୁଛନ୍ତି। ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। କାରଣ ସେ ପୂର୍ବରୁ ଧର୍ମଗଡର ଜଣେ ଯୁବକଙ୍କୁ ବିବାହ କରିଥିଲେ। ତେବେ ବିବାହର ଦୁଇ ବର୍ଷ ପରେ ତାଙ୍କର ବିବାହ ବିଛେଦ ହୋଇଥିଲା।
ଦିବ୍ୟଶଙ୍କର ପୂର୍ବରୁ ଯାହାକୁ ବିବାହ କରିଥିଲେ ସେ ମଧ୍ୟ ହେଉଛନ୍ତି ଛତିଶଗଡର ଜଣେ ପାଇଲଟ। ହେଲେ ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ଛାଡପତ୍ର ଦେଇଥିଲେ।
ବର୍ତ୍ତମାନ ଦିବ୍ୟଶଙ୍କରଙ୍କ ଏହି ଦ୍ବିତୀୟ ବିବାହ ପୁରା ନିରାଡମ୍ବର ଏବଂ କଟକଣା ଭିତରେ କରାଯାଇଥିଲା। ସେଥିପାଇଁ ସେ ବିବାହ ଉତ୍ସବ ଭୁବନେଶ୍ବରରେ ନ କରି ପିପିଲିରେ କରିଥିଲେ। ଏଥିରେ ଯୋଗ ଦେବା ପାଇଁ ମାତ୍ର ଷାଠିଏ ଜଣ ଅତିଥୀଙ୍କୁ ନିମନ୍ତ୍ରିତ କରାଯାଇଥିଲା।
ଆଜି ସକାଳେ ଉଭୟଙ୍କର ନିର୍ବନ୍ଧ କରାଯାଇଥିବା ବେଳେ ଦିନରେ ବିବାହ ଉତ୍ସବ କରାଯାଇ ଥିଲା। ବାହାରେ କୌଣସି ସାଜସଜା କରାଯାଇ ନ ଥିଲା। ଭିତରେ ମଧ୍ୟ ସେମିତି କିଛି ବଡ ଧରଣର ସାଜସଜା କରାଯାଇ ନ ଥିଲା।
ରିସର୍ଟ ବାହାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମସ୍ତଙ୍କୁ ଭିତରକୁ ଛଡାଯାଇ ନ ଥିଲା। ଯେଉଁମାନଙ୍କୁ ଏହି ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା ସେମାନଙ୍କୁ ସ୍ବତନ୍ତ୍ର ଭାବେ ପାସ୍ ବ୍ୟବସ୍ଥା କରାଯାଇଥିଲା। ଆଜି ରାତିରେ ସେହି କଟକଣା ଭିତରେ ଭୋଜିର ବ୍ୟବସ୍ଥା ହୋଇଛି।