Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯୋଜନାବଦ୍ଧ ଆକ୍ରମଣ କରିଥିଲେ ଯୁବମୋର୍ଚ୍ଚା କର୍ମକର୍ତ୍ତା: ବିଜେଡି
ବିଶେଷ ଖବର

ଯୋଜନାବଦ୍ଧ ଆକ୍ରମଣ କରିଥିଲେ ଯୁବମୋର୍ଚ୍ଚା କର୍ମକର୍ତ୍ତା: ବିଜେଡି

March 1, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗତକାଲି ଆନ୍ଦୋଳନ ନାଁରେ ଭାରତୀୟ ଯୁବମୋର୍ଚ୍ଚା ତରଫରୁ ଯେଉଁ ଆତଙ୍କରାଜ ସୃଷ୍ଟି କରାଗଲା ତାହାକୁ ସାଢେ ୪କୋଟି ଓଡିଶାବାସୀ ନିନ୍ଦା କରୁଛନ୍ତି। ସୁରକ୍ଷାକର୍ମୀଙ୍କ ଉପରେ ହଠାତ୍‍ ଉତକ୍ଷିପ୍ତ ହୋଇ ଆକ୍ରମଣ କରିବା ଗୋଟିଏ କଥା, ହେଲେ ଓଡିଶା ବିଜେପି ପକ୍ଷରୁ ଯୋଜନାବଦ୍ଧ ଆକ୍ରମଣ ହୋଇଥିଲା ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରମୟୀ ମିଶ୍ର।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ଶ୍ରୀମତୀ ମିଶ୍ର ଏବଂ ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି ଯେ, ଗତକାଲି ଆକ୍ରମଣ ଏତେ ସାଂଘାତିକ ଥିଲା ଯେ ଏଥିରେ ୨୧ଜଣ ପୁଲିସ୍‍ କର୍ମୀ ଗୁରୁତର ଭାବେ ଆହତ ହୋଇଥିଲେ। ଦୁଇ ଜଣଙ୍କୁ କଟକ ରେଫର କରିବାକୁ ପଡିଲା। ହେଲେ ଅନ୍ୟ ପକ୍ଷରେ ବିଜେପି କର୍ମୀ କିନ୍ତୁ ଲୋକଦେଖାଣିଆ ଭାବେ ହସ୍ପିଟାଲକୁ ଯାଇଥିଲେ ଆଉ ପରେ ଡିସ୍‍ଚାର୍ଜ ହୋଇ ପଳାଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟ ପୁଲିସ୍‍ କିଭଳି ଧୈର୍ଯ୍ୟର ସହ କାର୍ଯ୍ୟ କରିଛି। କିରୋସିନି ନେଇକି ଆସିବେ ବସ୍‍ ଜାଳିବାକୁ, ପକେଟରେ ପଥର ପୁରାଇ ଆସିବେ ଆକ୍ରମଣ କରିବାକୁ। ହେଲେ ଏହା ପଛର ଅସଲ ଉଦ୍ଦେଶ୍ୟ କ’ଣ ? ଜଣେ ବ୍ୟକ୍ତି ନିଜର ରାଜନୈତିକ ସ୍ୱାର୍ଥ ଚରିତାର୍ଥ କରିବାକୁ ଏଭଳି ଷଡଯନ୍ତ୍ର କରୁଛନ୍ତି, ଆପଣମାନଙ୍କୁ ବ୍ୟବହାର କରୁଛନ୍ତି। ବିଜେପିର ଯୁବବନ୍ଧୁମାନଙ୍କୁ ଆମର ଅନୁରୋଧ, ଦୟାକରି ଏଭଳି କାହା ଟ୍ରାପରେ ଫସନ୍ତୁ ନାହିଁ ବୋଲି ବିଜେଡି ପ୍ରବକ୍ତା ଦ୍ୱୟ କହିଛନ୍ତି।

ବିଜେଡି ପକ୍ଷରୁ କୁହାଯାଇଛି ଯେ ଗତକାଲି ଯେଭଳି ସଂଘବଦ୍ଧ ଭାବେ ବିଜେପି ଯୁବକର୍ମୀଙ୍କ ପକ୍ଷରୁ ପୁଲିସ୍‍ ଉପରେ ଆକ୍ରମଣ ହୋଇଥିଲା ସେମାନେ ଏଭଳି କାର୍ଯ୍ୟ କରିବେ ବୋଲି ଦୁଇ ତିନି ଦିନ ଆଗରୁ ଜଣାପଡିଥିଲା। ବିଜୁ ଜନତା ଦଳ ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ସହ ଗଣମାଧ୍ୟମକୁ ଅବଗତ କରାଯାଇଥିଲା। ପୁଲିସ୍‍ ଉପରେ ଆକ୍ରମଣ କରି ଆଇନଶୃଙ୍ଖଳାକୁ ହାତକୁ ନେଇ ଅରାଜକତା ସୃଷ୍ଟି କରିବା ଥିଲା ସେମାନଙ୍କର ଉଦ୍ଦେଶ୍ୟ।

ପୂର୍ବରୁ ବିରୋଧିଦଳ ନେତା ଜୟନାରାୟଣ ମିଶ୍ର ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍‍ ଅଧିକାରୀଙ୍କୁ ଶାରିରୀକ ଆକ୍ରମଣ କରିବା ସହ ଦୁର୍ବ୍ୟବହାର ଏବଂ ଗାଳିଗୁଲଜ କରିଥିଲେ। ଆକ୍ରମଣର ଶିକାର ହୋଇଥିବା ପୁଲିସ୍‍ ଅଧିକାରୀଙ୍କର ପରିବାର ଅଛି, ସେ ନିଜ ବାପା, ମା ଏବଂ ପିଲାଙ୍କୁ ଘରେ ଛାଡି ନିଜ କର୍ତ୍ତବ୍ୟକୁ ସୁଚାରୁ ରୂପେ ତୁଲାଇବାକୁ ଆସିଥିଲେ। ସବୁ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ଏହି ପ୍ରସଙ୍ଗ ଉପରେ ଚୁପ୍‍ ରହିଥିଲେ ? ପୁଲିସ୍‍ ଉପରେ ଗତକାଲି ଯେଉଁଭଳି ଅମାନୁଷିକ ଆକ୍ରମଣ ହେଲା ସେ ନେଇ କାହିଁକି ଚୁପ୍‍ ଅଛନ୍ତି ବୋଲି ବିଜେଡି ପ୍ରବକ୍ତା ପ୍ରଶ୍ନ କରିଛନ୍ତି।

ବିଜେଡି ପ୍ରକକ୍ତା ଦ୍ୱୟ କହିଛନ୍ତି ଯେ ଯାହା ଉପରେ ଆକ୍ରମଣ ହେଲା ସେମାନେ ସମସ୍ତେ ଓଡିଶାର ଯୁବକ ଯୁବତୀ। ରୋଜଗାର କରି ପରିବାର ଚଳାଇବା ପାଇଁ ଚାକିରି କରୁଛନ୍ତି। ଯାହାର ମୁଣ୍ଡ ଫାଟିଛି, ଯିଏ ଆହତ ହୋଇଛି ତାର ବି ପରିବାର ଅଛି। ସେମାନେ ସମସ୍ତେ ଆସିଛନ୍ତି ନିଜ କର୍ତ୍ତବ୍ୟ କରିବାକୁ। ବିଜେପି ଯୁବମୋର୍ଚ୍ଚା ବିଧାନସଭା ଘେରାଉ କରିବା ବେଳେ ଅରାଜକ ତତ୍ତ୍ୱ ଯେଭଳି ବିଧାନସଭାରେ ପଶିନଯାଆନ୍ତି ସେଥିପାଇଁ ଏମାନେ ସମସ୍ତେ ଓଡିଶା ବିଧାନସଭାର ଗାରିମାକୁ ରକ୍ଷା କରିବାକୁ ଏବଂ ସୁରକ୍ଷା ଯୋଗାଇବାକୁ ସାମ୍ନାରେ ଠିଆ ହେଲେ।

ବିଜେପିର ଯୁବବନ୍ଧୁ ମାନେ ଆନ୍ଦୋଳନ ପାଇଁ ଆସିଥିଲେ, ସେମାନଙ୍କୁ ଆମେ କହିବାକୁ ଚାହୁଁଛୁ, ଆପଣଙ୍କର ବି ପରିବାର ଅଛି, ଆପଣ ବି ସରକାରୀ ଚାକିରି ପାଇଁ ଇଚ୍ଛା ରଖିଛନ୍ତି। ଆପଣଙ୍କ ଭିତରୁ ବି ଅନେକ ପୁଲିସ୍‍ ଚାକିରି କରିବାକୁ ଇଚ୍ଛୁକ ଥିବେ। ତୁମ ଉପରେ ଏଭଳି ମାଡ ଓ ଆକ୍ରମଣ ହେଲେ ତୁମ ପରିବାର ଉପରେ କଣ ବିତିବ, ସେମାନେ କ’ଣ କରିବେ ? କିଛି ନେତା ନିଜ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଆପଣମାନଙ୍କୁ ବ୍ୟବହାର କରୁଛନ୍ତି ଏବଂ ଆଗକୁ ବ୍ୟବହାର କରିବାକୁ ମଧ୍ୟ ଯୋଜନା କରୁଛନ୍ତି। ଦୟାକରି କାହାର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ମୋହରା ସାଜନ୍ତୁ ନାହିଁ।

ସୁରକ୍ଷାକର୍ମୀ ଯିଏ ମାଡ ଖାଇଲେ ସିଏ ଓଡିଶାର, ବିଜେପି କର୍ମୀ ଯିଏ ମାଡ ମାରିଲେ ସିଏ ବି ଓଡିଶାର। ଯାହା ନାଁରେ ଏଭଳି ହୀନ କାର୍ଯ୍ୟ ପାଇଁ ମାମଲା ହୋଇଛି ସେମାନଙ୍କ ବିରୁଦ୍ଧରେ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ, କିଛି ମାସ ଜେଲ ଯିବେ, ଆପଣଙ୍କ ପରିବାର ଓ ଆପଣଙ୍କ ବାପ ମା’ଙ୍କ ଉପରେ କି ପ୍ରଭାବ ପଡିବ ସେ ବିଷୟରେ ଥରେ ଚିନ୍ତା କରିଛନ୍ତି କି ବୋଲି ବିଜେଡି ପ୍ରବକ୍ତା ଦ୍ୱୟ ପ୍ରଶ୍ନ କରିଛନ୍ତି।

ଆତଙ୍କରାଜ
Share. Facebook Twitter LinkedIn Email WhatsApp Copy Link

Related Posts

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.