
ଅହମ୍ମଦାବାଦ: ଆଜି ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ୍ ଦେଖିବାକୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆନ୍ଥୋନୀ ଆଲବାନୀଜଙ୍କ ସହ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ ପହଞ୍ଚିଛନ୍ତି। ସେ ଷ୍ଟାଡିୟମରେ ଦେଢ ଘଣ୍ଟା ରହିବେ ଏବଂ ଉଭୟ ଦେଶର ଖେଳାଳିଙ୍କୁ ଭେଟିଛନ୍ତି।
ଏହି ସମୟ ମଧ୍ୟରେ ସେ ଅଷ୍ଟ୍ରେଲିଆ ସହିତ ଖେଳାଯାଉଥିବା ଟେଷ୍ଟ ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ର ଶୁଭାରମ୍ଭ କରିଛନ୍ତି। ଏହି ସମଗ୍ର କାର୍ଯ୍ୟକ୍ରମ ସହିତ ଜଡିତ କିଛି ଅପଡେଟ ଜାଣନ୍ତୁ…
– ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସିରିଜର ଅନ୍ତିମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
– ଟସ୍ ଜିତିବା ପରେ ଷ୍ଟାଡିୟମରେ ଜାତୀୟ ସଂଗୀତ ଆରମ୍ଭ ହୋଇଥିଲା, ଉଭୟ ଦେଶର ନେତା ଖେଳାଳିଙ୍କ ସହ ହାତ ମିଳାଇଥିଲେ।