Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗ୍ରୀଷ୍ମ ଋତୁରେ ପର୍ଯ୍ୟାପ୍ତ ପରିମାଣର ଶକ୍ତି ଉପଲବ୍ଧତା ସୁନିଶ୍ଚିତ କରିବାକୁ ରଣନୀତି ପ୍ରସ୍ତୁତ
ବିଶେଷ ଖବର

ଗ୍ରୀଷ୍ମ ଋତୁରେ ପର୍ଯ୍ୟାପ୍ତ ପରିମାଣର ଶକ୍ତି ଉପଲବ୍ଧତା ସୁନିଶ୍ଚିତ କରିବାକୁ ରଣନୀତି ପ୍ରସ୍ତୁତ

March 9, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତା ଗ୍ରୀଷ୍ମ ଋତୁରେ ଶକ୍ତିର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ବହୁମୁଖୀ ରଣନୀତି ପ୍ରସ୍ତୁତ କରିଛି। କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ, 07 ମାର୍ଚ୍ଚ 2023 ମଙ୍ଗଳବାର ଦିନ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଦ୍ୟୁତ୍ କ୍ଷେତ୍ର, କୋଇଲା ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଆସନ୍ତା ମାସରେ ବିଶେଷ କରି ଏପ୍ରିଲ୍ 23 ରୁ ମେ 23 ମଧ୍ୟରେ ଅଧିକ ବିଦ୍ୟୁତ୍ ଚାହିଦା ପୂରଣ କରିବା ପାଇଁ ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀ ଆଲୋକ କୁମାର, ଘନଶ୍ୟାମ ପ୍ରସାଦ, ଚେୟାରପର୍ସନ, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ, ଏସ୍ ଆର ନରସିଂହନ୍, ସିଏମଡି, ଗ୍ରୀଡ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ, ଜୟ ଭର୍ମା ସିହ୍ନା, ସଦସ୍ୟ, ରେଳ ବୋର୍ଡ, ସଂଜୀବ କୁମାର କାସୀ, ଯୁଗ୍ମ ସଚିବ, କୋଇଲା ମନ୍ତ୍ରଣାଳୟ, ରମେଶ ବାବୁ, ନିର୍ଦ୍ଦେଶକ ଅପରେସନ୍, ଏନ୍.ଟି.ପି.ସି.ଙ୍କ ସହିତ ଏହି ତିନୋଟି ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ।

ରଣନୀତିର ଏକ ଅଂଶ ଭାବରେ, ପାୱାର୍ ୟୁଟିଲିଟିଗୁଡିକ କୋଇଲା ଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡିକର ରକ୍ଷଣାବେକ୍ଷଣ ପାଇଁ ଆଗୁଆ ନିର୍ଦ୍ଦେଶ ଦିଆଯାଇଛି ଯାହା ଦ୍ବାରା ଚାହିଦା ସମୟରେ କୌଣସି ଯୋଜନାବଦ୍ଧ ରକ୍ଷଣାବେକ୍ଷଣ ଆବଶ୍ୟକ ନାହିଁ। 16 ମାର୍ଚ୍ଚ 2023 ରୁ ସମ୍ପୂର୍ଣ୍ଣ କ୍ଷମତାରେ ଚାଲିବା ପାଇଁ ସମସ୍ତ ଆମଦାନୀ ହୋଇଥିବା କୋଇଲା ଭିତ୍ତିକ କାରଖାନାକୁ ବିଭାଗ -11 ଅଧୀନରେ ନିର୍ଦ୍ଦେଶନାମା ଜାରି ହୋଇସାରିଛି। କୋଇଲା ଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ପର୍ଯ୍ୟାପ୍ତ କୋଇଲା ଷ୍ଟକ୍ ଉପଲବ୍ଧ ହେବ। ବୈଠକ ସମୟରେ ସଦସ୍ୟ ରେଳ ବୋର୍ଡ କୋଇଲା ପରିବହନ ପାଇଁ ପର୍ଯ୍ୟାପ୍ତ ପରିମାଣର ରେକ୍ ଉପଲବ୍ଧତାକୁ ନିଶ୍ଚିତ କରିଛି। ରେଳ ମନ୍ତ୍ରଣାଳୟ ସିଆଇଏଲ, ଜିଏସଏସ ଏବଂ କ୍ୟାପ୍ଟିଭ୍ ବ୍ଲକ୍ ର ବିଭିନ୍ନ ସହାୟକ କମ୍ପାନୀକୁ 418 ରେକ୍ ଯୋଗାଇବାକୁ ରାଜି ହୋଇଛି ଏବଂ ଠିକ୍ ସମୟରେ ରେକ୍ ସଂଖ୍ୟାକୁ ବଢ଼ାଇବ ଯାହା ଦ୍ବାରା ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଷ୍ଟକ୍ ରକ୍ଷଣାବେକ୍ଷଣ କରାଯାଇପାରିବ।

ଯେ କୌଣସି ଚାହିଦା ପୂରଣ ପାଇଁ ଗ୍ୟାସ ଆଧାରିତ ଶକ୍ତି ବ୍ୟବହାର କରାଯିବ। ଏପ୍ରିଲ-ମେ ମାସରେ ଅତିରିକ୍ତ ଚାହିଦା ସମୟରେ ଏହାର 5000 ମେଗାୱାଟ ଗ୍ୟାସ ଆଧାରିତ ବିଦ୍ୟୁତ କେନ୍ଦ୍ର ଚଳାଇବାକୁ ମନ୍ତ୍ରଣାଳୟ ଏନଟିପିସି କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ, 4000 ମେଗାୱାଟ ଅତିରିକ୍ତ ଗ୍ୟାସ୍ ଆଧାରିତ ଶକ୍ତି କ୍ଷମତା ଗ୍ରୀଷ୍ମ ମାସରେ ଉପଲବ୍ଧତା ପାଇଁ ଅନ୍ୟ ସଂସ୍ଥା ଦ୍ୱାରା ଯୋଗ କରାଯିବ। ଗେଲ୍‌ ଗ୍ରୀଷ୍ମ ମାସରେ ଆବଶ୍ୟକ ଗ୍ୟାସ ଯୋଗାଣ ପାଇଁ ଶକ୍ତି ମନ୍ତ୍ରଣାଳୟକୁ ନିଶ୍ଚିତ କରିସାରିଛି। ଆଗାମୀ ମାସରେ ଉତ୍ତମ ଉପଲବ୍ଧତା ପାଇଁ ଚଳିତ ମାସରେ ଜଳ ବ୍ୟବହାରକୁ ସର୍ବାଧିକ କରିବା ପାଇଁ ସମସ୍ତ ହାଇଡ୍ରୋ ପ୍ଲାଣ୍ଟକୁ ଆରଏଲଡିସି/ଏସଏଲଡିସି (ଆଞ୍ଚଳିକ/ରାଜ୍ୟ ଲୋଡ୍ ଡିସପ୍ୟାଚ୍ ସେଣ୍ଟର) ସହିତ ପରାମର୍ଶ କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ କୋଇଲା ଭିତ୍ତିକ କାରଖାନା ମାଧ୍ୟମରେ 2920 ମେଗାୱାଟର ଅତିରିକ୍ତ କ୍ଷମତା ଉପଲବ୍ଧ ହେବ ଯାହା ଏହି ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏଥିସହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ବରଉନି ଠାରେ ଦୁଇଟି ୟୁନିଟ୍ (2 X 110 ଏମଡବ୍ଲୁ) ଚାହିଦା ସମୟରେ ଉପଲବ୍ଧ ହେବ।

ବୈଠକ ସମୟରେ କେନ୍ଦ୍ର ବିଦ୍ୟୁତ ମନ୍ତ୍ରୀ ବିଦ୍ୟୁତ କମ୍ପାନୀ ଗୁଡ଼ିକୁ ଖରା ଦିନରେ ଲୋଡ୍ ସେଡିଂ ଯେପରି ନହେବ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସିଂ ସମସ୍ତ ହିତାଧିକାରୀଙ୍କୁ କହିଛନ୍ତି ଯେ ସେମାନେ ଯେପରି ପରିସ୍ଥିତି ଉପରେ ନଜର ରଖିବେ ଏବଂ ଆଗାମୀ ମାସରେ ବିଦ୍ୟୁତର ଚାହିଦାକୁ ପୂରଣ କରିବା ପାଇଁ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ମନ୍ତ୍ରୀ ମହୋଦୟ ସିଇଏଙ୍କୁ ମଧ୍ୟ କହିଛନ୍ତି ଯେ ବିଭିନ୍ନ ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳରେ କୋଇଲାର ଆବଣ୍ଟନରେ ନିରପେକ୍ଷତା ଏବଂ ପାରଦର୍ଶିତା ସହିତ କାମ କରିବାର ଉପାୟ ସୁନିଶ୍ଚିତ କରାଯିବା ଆବଶ୍ୟକ।

କେନ୍ଦ୍ର ବିଦ୍ୟୁତ ପ୍ରାଧୀକରଣଙ୍କ ଆକଳନ ଅନୁସାରେ ବିଦ୍ୟୁତର ସର୍ବାଧିକ ଚାହିଦା ଏପ୍ରିଲ୍ 2023 ରେ 229 ଗିଗାୱାଟ୍ ପର୍ଯ୍ୟନ୍ତ ପହଞ୍ଚିଯିବ। ଏହି ସମୟରେ ଦେଶର ବିଦ୍ୟୁତ ଚାହିଦା ସର୍ବାଧିକ ହୋଇତାଏ। ଚାହିଦା ସେତେବେଳେ ହ୍ରାସ ହୋଇଥାଏ ଯେତେବେଳେ ଦେଶର ଦକ୍ଷିଣ ଭାଗରେ ମୌସୁମୀ ଆରମ୍ଭ ହୋଇଥାଏ ଯାହାକି ତିନି ଚାରି ମାସ ଧରି ରହିଥାଏ। ଏହା ଉଲ୍ଲେଖନୀୟ ଅଟେ କି ସମୁଦାୟ ଘରୋଇ ଉତ୍ପାଦର ଦର ପ୍ରାୟ 7 ପ୍ରତିଶତ ହିସବାରେ ବଢ଼ୁଛି, ଯେଉଁ କାରଣରୁ ଦେଶରେ ବିଦ୍ୟୁତର ଚାହିଦା ବାର୍ଷିକ 10 ପ୍ରତିଶତ ହିସାବରେ ବୃଦ୍ଧି ହେଉଚି। ଅନୁମାନ ଅନୁସାରେ, ଏପ୍ରିଲ୍ 2023 ସମୟରେ ବିଦ୍ୟୁତର ଚାହିଦା 142,097 ଏମୟୁ ହେବାର ଆଶା ରହିଛି, ଯାହା ସର୍ବାଧିକ ହେବ ତଥା ମେ 2023 ରେ ଏହା ହ୍ରାସ ହୋଇ 141464 ଏମୟୁ ହେବାର ସମ୍ଭାବନା ରହିଛି। କ୍ରମାଗତ ଭାବରେ ହ୍ରାସ ହୋଇ ନଭେମ୍ବର ମାସରେ ଏହା 117,049 ଏମୟୁ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ।

କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଗ୍ରୀଷ୍ମ ଋତୁ ରଣନୀତି ପ୍ରସ୍ତୁତ ଶକ୍ତି ଉପଲବ୍ଧତା
Share. Facebook Twitter LinkedIn Email WhatsApp Copy Link

Related Posts

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025

ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ହରର ଏକ ହସପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

August 17, 2025

ଜଳଖିଆ ଖାଇବା ପାଇଁ କାହିଁକି ଧାଡିରେ ଛିଡା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 17, 2025

ଏନଡିଏ ର ଉପରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ, ଆଜି ହୋଇପାରେ ଘୋଷଣା, ଚର୍ଚ୍ଚାରେ..

August 17, 2025
Latest News

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025

ପଞ୍ଚମ ରଥସେବା ସମ୍ମାନ ଅନୁଷ୍ଠିତ

August 18, 2025

୧୧,୦୦୦ କୋଟିର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 18, 2025

ଆଜି ସୋମବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର, ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2025

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.