କରୋନା ପରେ ଡରାଇଲାଣି ଆଉ ଏକ ରୋଗ, ଜାଣନ୍ତୁ ଏହା କଣ, କିପରି ରହିବେ ସୁରକ୍ଷିତ

Published: Mar 11, 2023, 5:11 pm IST

ଭୁବନେଶ୍ବର: କରୋନା ପରେ ଏବେ ଆଉ ଏକ ରୋଗ ଭୟଭିତ କରାଇଲାଣି। ସେହି ରୋଗ ହେଲା ଏଚ୍‌୩ଏନ୨ ଇନଫ୍ଲୁଏଞ୍ଜା। ଏହି ଏଚ୍‌୩ଏନ୨ ଇନଫ୍ଲୁଏଞ୍ଜା ଏକ ଭୁତାଣୁ ଜନିତ ଫ୍ଲୁ ରୋଗ ଅଟେ। ଏହା କାଶ, ଛିଙ୍କରେ ବାହାରୁଥିବା ସୂକ୍ଷ୍ମ ଜଳକଣିକା ଦ୍ୱାରା ବ୍ୟାପେ। ରୋଗୀର ଲାଳ, ଛେପ, ଖଙ୍କାର ଆଦି ସଂସ୍ପର୍ଶରେ ଆସିଲେ ମଧ୍ୟ ସଂକ୍ରମଣ ହୋଇଥାଏ।

ଏହି ରୋଗର ଲକ୍ଷଣ ହେଲା ଜ୍ୱର, କାଶ ହେବା ସହିତ ଲୋକଙ୍କୁ ଅଣନିଶ୍ୱାସୀ ଲାଗିବା ଏହାର ପ୍ରମୁଖ ଲକ୍ଷଣ। କେତକ କ୍ଷେତ୍ରରେ ନିମୋନିଆ ହେବାର ମଧ୍ୟ ସମ୍ଭାବନା ରହିଛି। କୋଭିଡ ଯୋଗୁଁ ବର୍ତ୍ତମାନ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ବ୍ୟକ୍ତି ଏଥିରେ ସହଜରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି।

ତେବେ ଏହି ରୋଗରୁ ରକ୍ଷା ପାଇବା ପାଇଁ ପୁଣି ଥରେ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି କାଶିବା, ଛିଙ୍କିବା ସମୟରେ ମୁହଁରେ ରୁମାଲ ଓ ଟିସୁ ପେପର ଦେବା ପାଇଁ କୁହାଯାଇଛି। ଏଥିସହିତ ପ୍ରଚୁର ପାଣି ପିଇବା ପାଇଁ କୁହାଯାଇଛି।ତେବେ ଏହି ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ କୁହାଯାଇଛି।

ଏହି ରୋଗ ପ୍ରତି ସତର୍କ ରହିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖିଛନ୍ତି। ଏଥିରେ ସେ କୋଭିଡ ବିରୋଧୀ ୫ଟି ସୂତ୍ରୀ ନିୟମ ପାଳନ କରିବାକୁ ଲେଖିଛନ୍ତି। ଟେଷ୍ଟ, ଟ୍ରାକ, ଟ୍ରିଟ୍‌, ଟିକାକରଣଟିକୁ ଜାରି ରଖିବାକୁ ସେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related posts