Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କିଏ ଏହି ସୁନ୍ଦରୀ ଯୁବତୀ ‘ଜୟା କିଶୋରୀ ଜୀ’, ଯାହାଙ୍କ ପ୍ରବଚନ ଶୁଣିବା ପାଇଁ ଲୋକେ ପାଗଳ
ଜାତୀୟ ଖବର

କିଏ ଏହି ସୁନ୍ଦରୀ ଯୁବତୀ ‘ଜୟା କିଶୋରୀ ଜୀ’, ଯାହାଙ୍କ ପ୍ରବଚନ ଶୁଣିବା ପାଇଁ ଲୋକେ ପାଗଳ

March 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କିଏ ଏହି ଯୁବତୀ ଜୟା କିଶୋରୀ ଜୀ, ଯାହାଙ୍କ ପ୍ରବଚନ ଶୁଣିବା ପାଇଁ ଲୋକେ ପାଗଳ

Jaya Kishori Ji: ଜୟା କିଶୋରୀ ଜୀ, ଆଧ୍ୟାତ୍ମିକ ଜଗତ ତଥା ଭଜନ ଜଗତର ଜଣେ ପ୍ରତିଷ୍ଠିତ ଚେହେରା। ତାଙ୍କର ପ୍ରବଚନ ଶୁଣିବା ପାଇଁ ଭାରତ କାହିଁକି ବିଦେଶରେ ମଧ୍ୟ ଲୋକେ ପାଗଳ ପରି ହୋଇ ଯାଉଛନ୍ତି। ସେ ଦେଖିବାକୁ ଯେପରି, ତାଙ୍କ କଣ୍ଠ ସ୍ବର ମଧ୍ୟ ସେହିପରି। ଭାରତୀୟ ଶାସ୍ତ୍ର ପୁରାଣ ଜ୍ଞାନର ଭଣ୍ଡାର ହେଉଛନ୍ତି ଜୟା କିଶୋରୀ।

ଟେଲିଭିଜନର ଭକ୍ତି କାର୍ଯ୍ୟକ୍ରମ ହେଉ କିମ୍ବା ୟୁଟ୍ୟୁବରେ ତାଙ୍କର ପ୍ରବଚନ କିମ୍ବା ଭକ୍ତିଗୀତ। ଅପଲୋଡ କରିବା ମାତ୍ରେ ଅଳ୍ପ ସମୟରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖୁଛନ୍ତି। ଲାଗୁଛି ସତେ ଯେପରି ତାଙ୍କ ଭିଡିଓ ଅପଲୋଡକୁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରି ରହିଥିଲେ। ତାଙ୍କର ଗୀତ ରେକର୍ଡିଂ କରିବା ପାଇଁ ବଡ ବଡ ମ୍ୟୁଜିକ କଂପାନୀ ଲମ୍ବା ଧାଡି ଲଗାଇଛନ୍ତି।

ବର୍ତ୍ତମାନ ଭାରତର କୋଣେ ଅନୁକୋଣେ ଜୟା କିଶୋରୀ ଜୀଙ୍କୁ ପ୍ରବଚନ ଦେବାକୁ ନେବା ପାଇଁ ଲମ୍ବା ଧାଡି ଲାଗି ରହିଛି। ପ୍ରତିଦିନ ତାଙ୍କ ପାଖକୁ ଏତେ ନିମନ୍ତ୍ରଣ ଆସୁଛି ଯାହାକୁ ସେ ପାଞ୍ଚ ବର୍ଷ ଲାଗିଲେ ମଧ୍ୟ ସାରି ପାରିବେ ନାହିଁ। ଯେଉଁମାନଙ୍କୁ ପ୍ରବଚନ ଦେବା ପାଇଁ ଜୟା କିଶୋରୀ ଜୀ ରାଜି ହେଉଛନ୍ତି ସେମାନଙ୍କ ଭାଗ୍ୟ କହିଲେ ନ ସରେ। ସେମାନେ ଭଗବାନଙ୍କ ସାନିଧ୍ୟ ହାସଲ କଲେ ବୋଲି ଭାବି ନିଅନ୍ତି।

ଜୟା କିଶୋରୀ ଜୀ, ବୟସ ମାତ୍ର ୨୭ ବର୍ଷ। ସେ ୧୯୯୬ ମସିହା ଜୁଲାଇ ୧୩ ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଛନ୍ତି। ତାଙ୍କୁ ଯେତେବେଳେ ମାତ୍ର ସାତ ବର୍ଷ ବୟସ ସେତେବେଳେ ସେ ନିଜ ପରିବାର ଲୋକଙ୍କ ପାଖରେ ଭଗବାନଙ୍କ ବାଣୀ କହିବାକୁ ଆରମ୍ଭ କରିଥିଲେ। ତାଙ୍କର ଏପରି ଆଗ୍ରହ ଦେଖି ପରିବାର ତରଫରୁ ଏକ ପ୍ରବଚନର ଆସର ମଧ୍ୟ ଆୟୋଜନ କରାଯାଇଥିଲା।

ଆଶ୍ଚର୍ଯ୍ୟର କଥା ଜୟା କିଶୋରୀ ପିଲାବେଳେ ପୁରା ସାତ ଦିନ ଧରି ଶ୍ରୀମଦ ଭାଗବତ ଗୀତା ଉପରେ ପ୍ରବଚନ ଦେଇ ସମସ୍ତଙ୍କୁ ଚମତକୃତ କରିଦେଇ ଥିଲେ। ଏହାପରେ ସେ ସେତେବେଳେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ତାଙ୍କୁ ପ୍ରବଚନ ଦେବା ପାଇଁ ନିମନ୍ତ୍ରଣ ମଧ୍ୟ କରିଥିଲେ। ଏହାଦ୍ବାରା ଜୟା କିଶୋରୀ ଧିରେ ଧିରେ ସାରା ଭାରତରେ ଜଣେ ପରିଚିତ ପ୍ରବଚକ ପାଲଟି ଗଲେ।

ଜୟା କିଶୋରୀ ଜୀ ଲୋକଙ୍କ ଆଗ୍ରହକୁ ଦେଖି ସେ ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ କରିଛନ୍ତି ଯାହାର ନାମ ରହିଛି Jaya Kishori Motivation’। ଯାହାର ସବସ୍କ୍ରାଇବର ସଂଖ୍ୟା ୯ ଲକ୍ଷ। ସେହିପରି ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କର ଫଲୋଅର ସଂଖ୍ୟା ୫୪ ଲକ୍ଷ ଏବଂ ଟୁଇଟରରେ ପ୍ରାୟ ଲକ୍ଷେ ଫଲୋଅର ଅଛନ୍ତି।

( ପରବର୍ତ୍ତି ସମୟରେ ପଢନ୍ତୁ ଜୟା କିଶୋରୀ ଜୀ ଗୋଟିଏ ପ୍ରବଚନ ଦେବା ପାଇଁ କେତେ ଟଙ୍କା ନିଅନ୍ତି, କ୍ଲିକ କରନ୍ତୁ thesamikhsya.com/odia )

Jaya Kishori Ji ପ୍ରବଚକ ପ୍ରବଚନ
Share. Facebook Twitter LinkedIn Email WhatsApp Copy Link

Related Posts

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.