Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସିବିଆଇ ଉପରେ ଏକ ବଡ ବୟାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଜାତୀୟ ଖବର

ସିବିଆଇ ଉପରେ ଏକ ବଡ ବୟାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

April 3, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
CBI

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ବା ‘ସିବିଆଇ’ ର ଆଜି ହୀରକ ଜୟନ୍ତୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି। ସେ ଶିଲୋଙ୍ଗ, ପୁଣେ ଏବଂ ନାଗପୁରରେ ସିବିଆଇର ନୂତନ କାର୍ଯ୍ୟାଳୟ କମ୍ପ୍ଲେକ୍ସଗୁଡ଼ିକର ଉଦଘାଟନ କରିଥିଲେ।

ସାରା ଦେଶରେ ବର୍ତ୍ତମାନ ସିବିଆଇ ଏବଂ ଇଡିର କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ତଥା ଉତ୍ତେଜନା ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତୁମ (ସିବିଆଇ) କୁ କୈଣସି ସ୍ଥାନରେ କେହି ଅଟକାଇ ପାରିବେ ନାହିଁ।

ମୁଁ ଜାଣେ ଯେଉଁମାନଙ୍କ ବିରୁଦ୍ଧରେ ଆପଣମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସେମାନେ ବହୁତ ଶକ୍ତିଶାଳୀ ଲୋକ। ବର୍ଷ ବର୍ଷ ଧରି ସେମାନେ ସରକାର ଏବଂ ବ୍ୟବସ୍ଥାର ଅଂଶ ହୋଇ ରହି ଆସିଥିଲେ। ଆଜି ବି ସେମାନେ ଅନେକ ସ୍ଥାନରେ କେତେକ ରାଜ୍ୟରେ ଶକ୍ତି କେନ୍ଦ୍ରର ଅଂଶ ଭାବେ ଅଛନ୍ତି। କିନ୍ତୁ ଆପଣମାନେ ଆପଣମାନଙ୍କ କାମ ଉପରେ ଧ୍ୟାନ ଦେବାକୁ ପଡ଼ିବ, କୈଣସି ଦୁର୍ନୀତିଗ୍ରସ୍ତଙ୍କୁ ଛାଡିବା ଉଚିତ୍ ନୁହେଁ।

ଆପଣମାନେ ଜାଣିଛନ୍ତି ଦେଶର ଅନେକ ସ୍ଥାନରେ ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନ ଚାଲିଛି।  ସିବିଆଇକୁ ତଦନ୍ତ ଦିଆଯାଉ ବୋଲି ସାଧାରଣ ଲୋକମାନେ ଦାବୀ କରୁଛନ୍ତି। କାରଣ ନ୍ୟାୟର ଏକ ବ୍ରାଣ୍ଡ ଭାବରେ ସିବିଆଇ ସମସ୍ତଙ୍କ ମନରେ ଅଛି। ଯିଏ ସିବିଆଇକୁ ସହଯୋଗ କରୁଛି ସେ ଅଭିନନ୍ଦନ ପାଇବାକୁ ଯୋଗ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି ନୂତନ କାର୍ଯ୍ୟାଳୟର ଉଦଘାଟନ ସିବିଆଇକୁ କାର୍ଯ୍ୟରେ ନିଶ୍ଚିତ ସାହାଯ୍ୟ କରିବ।

cbi ସିବିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.