Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୁଧହାର ଅପରିବର୍ତ୍ତିତ: ମୁଦ୍ରାସ୍ପୀତି ବିରୋଧରେ ସଂଗ୍ରାମ ଜାରି ରହିବ ବୋଲି କହିଲେ ଆରବିଆଇ ଗଭର୍ଣ୍ଣର 
ବିଶେଷ ଖବର

ସୁଧହାର ଅପରିବର୍ତ୍ତିତ: ମୁଦ୍ରାସ୍ପୀତି ବିରୋଧରେ ସଂଗ୍ରାମ ଜାରି ରହିବ ବୋଲି କହିଲେ ଆରବିଆଇ ଗଭର୍ଣ୍ଣର 

April 6, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ସୁଧହାର ନୀତି ଅପରିବର୍ତ୍ତିତ ରଖିଛି। ଆଜି ରିଜର୍ଭ ବ୍ୟାଙ୍କର ୟୁଟ୍ୟୁବ ଚ୍ୟାନେଲରେ ଏହି କେନ୍ଦ୍ରୀୟ ବ୍ୟାଙ୍କର ଦ୍ୱିମାସିକ ବିତ୍ତୀୟନୀତି (ମନିଟାରୀ ପଲିସି) ସମ୍ପର୍କରେ ତଥ୍ୟ ପ୍ରଦାନ କରି ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମନିଟାରୀ ପଲିସି କମିଟି (ଏମ୍ପିସି) ରେପୋ ରେଟ୍କୁ ୬.୫୦%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛିି। ରେପୋ ରେଟ୍ର ଅର୍ଥ ହେଲା ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କକୁ ଯେଉଁ ସୁଧ ହାରରେ ଋଣ ଦିଆଯାଏ।

ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବାରୁ ପ୍ରଚଳିତ ଜମା ସୁବିଧା ବା ଏସ୍ଡିଏଫ୍ ହାର ମଧ୍ୟ ୬.୨୫ ଶତାଂଶରେ ସ୍ଥିର ରହିଛି। ଏହା ଛଡା ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି (ଏମ୍ଏସ୍ଏଫ)ହାର ଓ ବ୍ୟାଙ୍କ ରେଟ୍କୁ ୬. ୭୫%ରେ ମଧ୍ୟ ଅପରିବର୍ତ୍ତିତ ରଖାଯାଇଛି।

ଗଭର୍ଣ୍ଣର ଶ୍ରୀ ଦାସ କହିଥିଲେ ଯେ ଦେଶରେ ଏବେ ମୁଦ୍ରାସ୍ପୀତି ଧାର୍ଯ୍ୟ ଲକ୍ଷ୍ୟଠାରୁ ଉପରେ ରହିଛି ଏବଂ ଏହା ଏବେ ଯେଉଁସ୍ତରରେ ଅଛି ତାହାର ମୁକାବିଲା ପାଇଁ ବର୍ତ୍ତମାନର ସୁଧ ହାର(ପଲିସି ରେଟ୍) ଯଥେଷ୍ଟ ହୋଇପାରେ। ତେଣୁ ଏମ୍ପିସି ପଲିସ ରେଟ ଆଉ ନ ବଢାଇବାକୁ ଗୁରୁତ୍ୱ ଦେଇଛି।

ସେ ଆହୁରି କହିଛନ୍ତି ଯେ ଆନ୍ତର୍ଜାତିକ ଅସ୍ଥିରତା ସତ୍ତ୍ୱେ ଭାରତରେ ଅର୍ଥନୀତିକ କାର୍ଯ୍ୟକଳାପ ସ୍ଥିତିସ୍ଥାପକ ଅବସ୍ଥାରେ ଅଛି। ୨୦୨୩-୨୪ରେ ଭାରତର ବାସ୍ତବିକ ଜିଡିପି ଅଭିବୃଦ୍ଧି ୬.୫% ହେବା ଘେନି ଆକଳନ କରାଯାଇଛି। ତ୍ରୈମାସିକ ହିସାବରେ ଏହି ଅଭିବୃଦ୍ଧି ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୭.୮% , ଦ୍ୱିତୀୟରେ ୬.୨%, ତୃତୀୟରେ ୬.୧% ଓ ଚତୁର୍ଥରେ ୫.୯% ହେବ ବୋଲି ସେ ସୂଚନା ଦେଇଛନ୍ତି।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଦାସ ଆହୁରି କହିଛନ୍ତି ଯେ ଖାଉଟି ମୂଲ୍ୟସୂଚୀ (ସିପିଆଇ) ମୁଦ୍ରାସ୍ପୀତି ୨୦୨୩-୨୪ରେ ମଧ୍ୟମ ଧରଣର ହୋଇ ୫.୨% ରହିବ ବୋଳି ଆକଳନ କରାଯାଇଛି। ତେବେ ତ୍ରୈମାସିକ ଭିତ୍ତିରେ ଏହା ପ୍ରଥମରୁ ଚତୁର୍ଥ ପର୍ଯ୍ୟନ୍ତ ଯଥାକ୍ରମେ ୫.୧%, ୫. ୪%, ୫. ୪% ଓ ୫.୨% ରହିପାରେ।

ଶ୍ରୀ ଦାସ ମଧ୍ୟ ରିଜର୍ଭ ବ୍ୟାଙ୍କର ପାଞ୍ଚଟି ଅତରିକ୍ତ ପଦକ୍ଷେପ ସମ୍ପର୍କରେ ଆଜି ଘୋଷଣା କରିଛନ୍ତି । ସେଗୁଡିକ ହେଲା ଏକ ଅନସୋର ନନ୍ ଡେଲିଭେରେବୁଲ ଡେରିଭେଟିଭ ମାର୍କେଟର ବିକାଶ, ନିମନ୍ତ୍ରଣ ପ୍ରକ୍ରିୟା ବା ରେଗୁଲେଟରୀ ପ୍ରୋସେସର ଦକ୍ଷତା ବିକାଶ, ଦାବିଦାର ନ ଥିବା ବ୍ୟାଙ୍କ ଜମା ଖୋଜିବାକୁ ଜନସାଧାରଣଙ୍କ ନିମନ୍ତେ ଏକ କେନ୍ଦ୍ରିକୃତ ୱେବ ପୋର୍ଟାଲ ବିକାଶ, କ୍ରେଡିଟ ଇନଫରେମେସନ୍ ରିପୋର୍ଟିଂ ପାଇଁ ଆପତ୍ତି ଅଭିଯୋଗ ନିରାକରଣ ବ୍ୟବସ୍ଥା ତିଆରି କରିବା ଏବଂ ବ୍ୟାଙ୍କରେ ପ୍ରି ସାଙ୍କସନ୍ଡ କ୍ରେଡିଟ ଲାଇନର କାର୍ଯ୍ୟକାରିତ।।କୁ ସୁଗମ କରିବାକୁ ୟୁପିଆଇ ବ୍ୟବସ୍ଥାର ସମ୍ପ୍ରସାରଣ।

ରିଜର୍ଭ ବ୍ୟାଙ୍କର ସେବା ଓ କାମକୁ ଅଧିକ ସୁସଂହତ ଓ ଲୋକାଭିମୁଖୀ କରିବାକୁ ଏସବୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।
ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଦାସ ଆହୁରି କହିଛନ୍ତି ଯେ ଯେଉଁ ପାଞ୍ଚଟି ନୂଆ ବ୍ୟବସ୍ଥା ଗ୍ରହଣ କରାଯାଇଛି ତଦ୍ୱାରା ବ୍ୟାଙ୍କର ନିୟନ୍ତ୍ରଣ ବ୍ୟବସ୍ଥା ଅଧିକ ସୁଦୃଢ ହେବ ଏବଂ ଏହାର ସେବା ପରିସର ବଢି ଉପଭୋକ୍ତା ଲାଭବାନ୍ ହେବେ। ରେଗୁଲେଟାରୀ ଆପ୍ରୁଭାଲ ପାଇଁ କେନ୍ଦ୍ରୀକୃତ ୱେବ ପୋର୍ଟାଲ ବିକଶିତ ହେଲେ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା ଏହା ମାଧ୍ୟମରେ ‘ଇଜ ଅଫ ଡୁଇଂ ବିଜ୍ନେସ’ର ଲାଭ ପାଇବେ ଓ ସେମାନଙ୍କ ବ୍ୟାବସାୟିକ ସୁଗମତା ବଢିବ।

ବିଭିନ୍ନ ବ୍ୟାଙ୍କରେ ଦାବିଦାର ନ ଥିବା ଅନେକ ଜମା ରହିଛି ଓ ସେ ବିଷୟରେ ଅନୁସନ୍ଧାନ କରିବାକୁ ସର୍ବସାଧାରଣଙ୍କୁ ସୁଯୋଗ ଦେବା ପାଇଁ ଏକ ନୂଆ ୱେବ ପୋର୍ଟାଲ ବିଶେଷ ସହାୟକ ହେବ। ଏହାଫଳରେ ଦାବିଦାରମାନେ ପ୍ରକୃତ ତଥ୍ୟ ପାଇବାର ସୁଯୋଗ ପାଇବେ।

ସେ ଆହୁରି କହିଛନ୍ତି ଯେ ମୁଦ୍ରାସ୍ପୀତି ବିରୋଧରେ ଆରବିଆଇର ଲଢେଇ ଅବ୍ୟାହତ ରହିବ। ମୁଦ୍ରାସ୍ପୀତିକୁ ନିର୍ଦ୍ଦଷ୍ଟ ସ୍ତର ଓ ଅଙ୍କ ଭିତରେ ରଖିବାକୁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ହାସଲ କରିବା ଯାଏ ଏହି ଲଢେଇ ଚାଲିବ। ଏଥିପାଇଁ ଯେତେବେଳେ ଯାହା କିଛି କାର୍ଯ୍ୟାନୁଷ୍ଠାନ ବା ହସ୍ତକ୍ଷେପ ଦରକାର ପଡିବ ସେଥି ନିମନ୍ତେ କେନ୍ଦ୍ରୀୟ ବ୍ୟାଙ୍କ ପ୍ରସ୍ତୁତ। ଏବେ ମୁଦ୍ରାସ୍ପୀତି ମଧ୍ୟମ ସ୍ତରରେ ଅଛି ଏବଂ ଏହାକୁ ତଳମୁହାଁ କରିବା ପାଇଁ ସୁଧହାର ଆଉ ବଢାଇବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ହାର ମୁଦ୍ରାସ୍ପୀତିର ମୁକାବିଲା କରିବାକୁ ଯଥେଷ୍ଟ। ଭବିଷ୍ୟତରେ ଯଦି ଦରକାର ପଡେ ତେବେ ସୁଧହାର ବଢାଯିବ।

ଶ୍ରୀ ଦାସ କହିଛନ୍ତି ଯେ, ଭାରତୀୟ ମୁଦ୍ରା ୨୦୨୨ ବର୍ଷରେ ଏକ ଶୃଙ୍ଖଳାଗତ ଢଙ୍ଗରେ ଗତି କରିଥିଲା ଏବେ ୨୦୨୩ରେ ମଧ୍ୟ ସେହି ଧାରା ଅବ୍ୟାହତ ରହିଥିଲା। ବିଶ୍ୱର ଅର୍ଥନୀତିକ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୀତି ସ୍ଥିର ଓ ସ୍ଥିତିସ୍ଥାପକ ରହିଛି। ଆମର ସ୍ଥୂଳ ଘରୋଇ ଅର୍ଥନୀତିକ ମୌଳିକ କ୍ଷେତ୍ର ମଜବୁତ ଥିବାରୁ ବିଶ୍ୱ ଆର୍ଥିକ ଅସ୍ଥିରତାର ପ୍ରଭାବ ଏହା ଉପରେ ବିଶେଷ ପଡିନାହିଁ। ଆମର ବାହ୍ୟ ଆର୍ଥିକ କ୍ଷେତ୍ରର ସୂଚକାଙ୍କରେ ବିଶେଷ ଉନ୍ନତି ଆସିଛି। ଦେଶର ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାରରେ ଉନ୍ନତି ଘଟିଛି। ୨୦୨୨ ଅକ୍ଟୋବର ୨୧ରେ ଏହା ୫୨୪. ୫ ବିଲିୟନ ଡଲାର ଥିବାବେଳେ ଏବେ ଏହା ୬୦୦ ବିଲିୟନ ଡଲାରରୁ ଅଧିକରେ ପହଞ୍ଚିଛି।

ତାଙ୍କ ଭାଷଣର ଅନ୍ତିମ ଭାଗରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦରଦାମ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା କଥା କହିଥିଲେ। ସେ କହିଥିଲେ ଏଥି ପାଇଁ ଆମେ ସଂକଳ୍ପବଦ୍ଧ ହୋଇ ଉଦ୍ୟମ ଜାରି ରଖିଛୁ। ୨୦୨୦ ଆରମ୍ଭରୁ ସମଗ୍ର ବିଶ୍ୱ ଏକ ଅନିଶ୍ଚିତ ସମୟ ନେଇ ଗତି କରୁଛି। ଏହି ଜଟିଳ ସ୍ଥିତିରେ କିନ୍ତୁ ଭାରତର ଅର୍ଥନୀତି ସ୍ଥିର ଓ ସ୍ଥିତିସ୍ଥାପକ ରହିଛି। ଆମ ଦେଶର ପ୍ରମୁଖ ଅର୍ଥନୀତିକ କାର୍ଯ୍ୟକଳାପରେ ଉନ୍ନତି ଘଟିଛି, ସରକାର ପୁଞ୍ଜି ବ୍ୟୟ ମାଧ୍ୟମର ଆର୍ଥିକ ସୁଦୃଢୀକରଣ କାର୍ଯ୍ୟ କରୁଛନ୍ତି।” ଦେଶର ସ୍ଥୂଳ ଅର୍ଥନୀତି ଭଲ ଅଛି। ଚଳନ୍ତି ଜମା ଖାତାରେ ଯେଉଁ ନିଅଣ୍ଟ ଥିଲା ତାହା କ୍ରମଶଃ କମି କମି ଆସୁଛି। ଦେଶର ବୈଦେଶିକ ବିନିମୟ ମୁଦ୍ରା ମଜଜୁଦ ସ୍ଥିତ ଭଲ ଅଛି। ଏହା ସତ୍ୱେ ମୁଦ୍ରାସ୍ପୀତି ବଢିଛି ଓ ଏହା ଏବେ ମଧ୍ୟମ ଧରଣର ରହିଛି। ଏହାର ପ୍ରଭାବ ବଜାର ଉପରେ ପଡୁଛି ଏବଂ ଜିନିଷପତ୍ରର ଦରଦାମ ବୃଦ୍ଧି ପାଇଛି। ଆମେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଆବଶ୍ୟକସ୍ଥଳେ ହସ୍ତକ୍ଷେପ କରି ଏହାକୁ ନିରନ୍ତ୍ରଣରେ ରଖିବାକୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବୁ। ମୁଦ୍ରାସ୍ପୀତି ଓ ଦରଦାମକୁ ନିୟନ୍ତ୍ରଣରେ ରଖି ଦେଶର ଆର୍ଥିକ ଅଭିବୃଦ୍ଧିକୁ ନିରନ୍ତର ଓ ପୋଷଣୀୟ କରିବାକୁ ଆମେ ନେଇଥିବା ପଦକ୍ଷେପ ଶ୍ରେଷ୍ଠ ଗ୍ୟାରେଂଟି ବୋଲି ଶ୍ରୀ ଦାସ କହିଛନ୍ତି।

ମୁଦ୍ରାସ୍ପୀତି ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ଶକ୍ତିକାନ୍ତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026
Latest News

ଇସ୍ରାଏଲୀ ଆକ୍ରମଣରେ ଇରାନର ପ୍ରତିରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ: IDF ର ବଡ ଦାବି 

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.