Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା ଫିଣ୍ଟେକ୍ ଫେଷ୍ଟିଭାଲ୍-୨୦୨୩ ଅନୁଷ୍ଠିତ
ବିଶେଷ ଖବର

ଓଡ଼ିଶା ଫିଣ୍ଟେକ୍ ଫେଷ୍ଟିଭାଲ୍-୨୦୨୩ ଅନୁଷ୍ଠିତ

April 15, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ନ୍ୟାସନାଲ ପେମେଣ୍ଟ କର୍ପୋରେଶନ ଇଣ୍ଡିଆ ମିଳିତ ଆନୁକୁଲ୍ୟରେ ଓଡ଼ିଶାରେ ପ୍ରଥମଥର ପାଇଁ  ଆଜି ଏକ ଦିବସୀୟ “ଓଡ଼ିଶା ଫିନଟେକ୍ ଫେଷ୍ଟିଭାଲ୍ -୨୦୨୩ ”ରାଜ୍ୟ ଲୋକସେବା ଭବନ  କନଭେନସନ୍ ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଆଭାସୀ ଉପସ୍ଥିତି ମାଧ୍ୟମରେ ଶୁଭ ଉଦ୍‍ଘାଟନ କରିଥିଲେ। ଏହିଭଳି ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।  ଏହି ଅବସରରେ  ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ଯେ ମୁଁ ବହୁତ ଖୁସି, ଓଡିଶା ଫିଣ୍ଟେକ୍ ଫେଷ୍ଟିଭାଲ୍ , ଫିଣ୍ଟେକ୍ ଇଣ୍ଡଷ୍ଟ୍ରି କ୍ଷେତ୍ରର ନୂତନ ଉଦ୍ଭାବନ ଏବଂ ସମ୍ଭାବନା ବିଷୟରେ ବିଚାରବିମର୍ଷ ଓ ଫିଣ୍ଟେକ୍ ଉତ୍ପାଦର ପ୍ରଦର୍ଶନ କରିବା ସହ ରାଜ୍ୟବାସୀଙ୍କ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତିର ଏକ ରୋଡ୍ ମ୍ୟାପ୍ ତିଆରି କରିବାରେ ସହାୟକ ହେବ।

ଉଦ୍‍ଘାଟନୀ ଉତ୍ସବରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି, କ୍ରୀଡା ଓ ଯୁବସେବା ତଥା ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ନ୍ୟାସନାଲ ପେମେଣ୍ଟ କର୍ପୋରେଶନ ଅଫ୍ ଇଣ୍ଡିଆର ପ୍ରମୁଖ କାର୍ଯ୍ୟନିର୍ବାହୀ ପରିଚାଳିକା ପ୍ରବୀଣା ରାୟ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟରର ସିଇଓ ମନୋଜ ପଟ୍ଟନାୟକ, ସ୍ଵତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା, ‘ଆଇସର୍ଭୟୁ’ ର ସିଇଓ  ଦେବୀପ୍ରସାଦ ଷଡ଼ଙ୍ଗୀ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ରହି ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଆଗାମୀ ଦିନରେ ଫିଣ୍ଟେକ୍ ଉତ୍ପାଦର ଦ୍ରୁତ ଆଦୃତି ଦିଗରେ ପଦକ୍ଷେପ ନିଆଯିବା ପାଇଁ ସୂଚନା ଦେଇଥିଲେ।

ଏହି ଅବସରରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ  ନ୍ୟାସନାଲ ପେମେଣ୍ଟ କର୍ପୋରେଶନ ଇଣ୍ଡିଆ ସହିତ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଡିଜିଟାଲ ପେମେଣ୍ଟର ପ୍ରଭାବଶାଳୀ ବ୍ୟବହାର ଏବଂ ଡିଜିଟାଲ କାରବାର ବୃଦ୍ଧି କ୍ଷେତ୍ରରେ ରାଜ୍ୟ ପାଇଁ ଏକ ଅଭିନବ ମଡ଼େଲ ବିକାଶ କରାଯାଇ ସରକାରୀ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇପାରିବ। ଭବିଷ୍ୟତରେ ରାଜ୍ୟବାସୀଙ୍କ ତଥା ବିଶେଷକରି ଗ୍ରାମାଞ୍ଚଳରେ ବସବାସ କରୁଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ଆର୍ଥିକ ସମସ୍ୟାକୁ ଦୂରୀଭୂତ କରିବା ସହିତ ପୁଞ୍ଜି ବିନିଯୋଗ ପାଇଁ ସୁବିଧା ଯୋଗାଇଦେବ।

ରାଜ୍ୟରେ ଫିଣ୍ଟେକ୍ ଇଣ୍ଡଷ୍ଟ୍ରି ପାଇଁ ଏକ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ସହିତ ଅଧିକରୁ ଅଧିକ ଫିଣ୍ଟେକ୍ କମ୍ପାନୀମାନେ ରାଜ୍ୟରେ କିଭଳି ପୁଞ୍ଜି ନିବେଶ କରିବାପାଇଁ ଆକର୍ଷିତ ହେବେ, ସେ ବିଷୟରେ ଆଲୋଚନା କରାଯାଇଥିଲା। ଆଜିକାଲି ସାଧାରଣ ଲୋକମାନଙ୍କଦ୍ଵାରା ଫିଣ୍ଟେକ୍ ପ୍ରଡକ୍ଟର ବହୁଳ ବ୍ୟବହାର, ଗ୍ରହଣୀୟତା ଏବଂ ଲୋକପ୍ରିୟତା ବୃଦ୍ଧି ପାଉଛି । ଗାଁ ଗହଳିର ସାଧାରଣ ଲୋକମାନେ ମଧ୍ୟ ତାଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ମୋବାଇଲ ଫୋନ ମାଧ୍ୟମରେ ଆର୍ଥିକ କାରବାର କରିପାରୁଛନ୍ତି।

ଏହାଦ୍ୱାରା ସେମାନଙ୍କ ଆର୍ଥିକ ସ୍ୱାଧୀନତାଏବଂ ଆର୍ଥିକ ପରିଚାଳନାରେ ମଧ୍ୟ ଅଭିବୃଦ୍ଧି ଘଟିଛି। ରାଜ୍ୟ ସରକାରଙ୍କ ଅନେକ ଲୋକାଭିମୁଖୀ ଯୋଜନାରେ ପ୍ରକୃତ ହିତାଧିକାରୀମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଡିଜିଟାଲ ବ୍ୟବସ୍ଥାରେ ଅର୍ଥ ପ୍ରଦାନ ମାଧ୍ୟମକୁ ଗୁରୁତ୍ଵ ଦିଆଯାଉଛି। ପ୍ରକୃତ ହିତାଧିକାରୀ ଚିହ୍ନଟ କରିବା, ସେମାନଙ୍କୁ ବିଭିନ୍ନ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଇବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। “ମୋ ସେବା କେନ୍ଦ୍ର” ମାଧ୍ୟମରେ ସାଧାରଣ ଲୋକମାନଙ୍କ ଡିଜିଟାଲ ପରିଚୟ ସମେତ ସାଧାରଣ ଲୋକମାନଙ୍କୁ ଅନେକ ସେବା ଉପଲବ୍ଧ ହୋଇପାରୁଛି।

ଏହି କର୍ମଶାଳାରେ ୟୁପିଆଇ ଦ୍ୱାରା ହୋଇଥିବା ଆର୍ଥିକ ବିପ୍ଳବ ଏବଂ ଏହାର ବ୍ୟବହାରର ମାଧ୍ୟମ ଯଥା- “କ୍ରେଡିଟ୍ କାର୍ଡ – ୟୁପିଆଇ ଲିଙ୍କେଜ୍: ଡିଜିଟାଲ୍ ପେମେଣ୍ଟରେ ଅଭିବୃଦ୍ଧି, ଭଏସ୍ ଟେକ୍ନୋଲୋଜି,ଭାରତର ଅଭିବୃଦ୍ଧିରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଭୂମିକା, ଭାରତୀୟ ଫିଣ୍ଟେକ୍ ସଫଳତାର କାହାଣୀ,ଓଡ଼ିଶାର ଫିଣ୍ଟେକ୍ ଇକୋସିଷ୍ଟମର ଅଭିବୃଦ୍ଧି ଆଦି ୫ଗୋଟି ଶୀର୍ଷକରେ ୨୦ରୁ ଉର୍ଦ୍ଧ୍ୱ ବକ୍ତା ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ବର୍ତ୍ତମାନ ସୁଦ୍ଧା ୩୦୦୦ରୁ ଅଧିକ ଷ୍ଟାର୍ଟଅପ୍ ଦେଶରେ ନୂତନ ଫିଣ୍ଟେକ୍ ଉତ୍ପାଦ ଏବଂ ସେବା ସୃଷ୍ଟି କରିବାକୁ କାର୍ଯ୍ୟ କରୁଛନ୍ତି ଏବଂ ଅନେକ ସଂସ୍ଥା ମଧ୍ୟ ପ୍ରତିଷ୍ଠିତ ହୋଇସାରିଛନ୍ତି। ମୋବାଇଲ୍ ୱାଲେଟ୍ ଏବଂ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମଗୁଡ଼ିକ ଆର୍ଥିକ ଅନ୍ତର୍ଭୁକ୍ତିର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ବ୍ୟାଙ୍କ ଆକାଉଣ୍ଟ ନଥିବା ଲୋକଙ୍କୁ ଅର୍ଥନୀତିରେ ଅଂଶଗ୍ରହଣ କରିବାକୁ ସଶକ୍ତ କରୁଛି।

ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ମଧ୍ୟ ଫିଣ୍ଟେକ୍ କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରଗତି କରିଛି ଏବଂ ଏକାଧିକ ଫିଣ୍ଟେକ୍ ଷ୍ଟାର୍ଟଅପ୍ ଜାତୀୟ ସ୍ତରରେ ସେମାନଙ୍କର ଅଭିନବ ଉତ୍ପାଦ ଏବଂ ସେବା ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧିକ ନିଯୁକ୍ତି ସୃଷ୍ଟି, ଆର୍ଥିକ କ୍ଷେତ୍ରରେ ନବସୃଜନ ବୃଦ୍ଧି ଏବଂ ଓଡିଶାକୁ ଏକ ଜାତୀୟ ଫିଣ୍ଟେକ୍ କେନ୍ଦ୍ରରେ ପରିଣତ କରିବା ପାଇଁ ସରକାରଙ୍କ ଉଦ୍ୟମକୁ ସହାୟକ ହେବ।

ଏହି ସମାବେଶରେ ରାଜ୍ୟ ତଥା ରାଜ୍ୟ ବାହାରୁ ୭୦୦ରୁ ଉର୍ଦ୍ଧ୍ୱ  ବିଶିଷ୍ଠ ବ୍ୟକ୍ତି, ଉଦ୍ୟୋଗୀ, ବ୍ୟାଙ୍କ, ଷ୍ଟାର୍ଟଅପ୍, ଫିଣ୍ଟେକ୍ କମ୍ପାନୀ, ଅନୁସନ୍ଧାନକାରୀ, ନୀତି-ନିର୍ମାତା ଏବଂ ଛାତ୍ର-ଛାତ୍ରୀ ଯୋଗଦେଇଥିଲେ। ଏଥିରେ ୩୦ରୁ ଅଧିକ ସଂସ୍ଥା ସେମାନଙ୍କ ଫିଣ୍ଟେକ୍ ଉତ୍ପାଦଗୁଡ଼ିକୁ ପ୍ରଦର୍ଶନ କରିଥିଲେ। ଏଗୁଡିକର ଗୁଣାତ୍ମକମାନ ଓ ଦୈନନ୍ଦିନ ଜୀବନରେ ଜନସାଧାରଣଙ୍କ ବ୍ୟବହାରିକ ଆବଶ୍ୟକତା କାରଣରୁ ଉପଭୋକ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ  ମିଳିଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026
Latest News

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.