Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେପି ନେତା ସମ୍ବିତ ପାତ୍ରଙ୍କ ପଖାଳଖିଆ ଫଟୋକୁ ନେଇ କାହିଁକି ହେଉଛି ତୀବ୍ର ସମାଲୋଚନା
ଜାତୀୟ ଖବର

ବିଜେପି ନେତା ସମ୍ବିତ ପାତ୍ରଙ୍କ ପଖାଳଖିଆ ଫଟୋକୁ ନେଇ କାହିଁକି ହେଉଛି ତୀବ୍ର ସମାଲୋଚନା

April 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
SambitPatra
ବିଜେପି ନେତା ସମ୍ବିତ ପାତ୍ରଙ୍କ ପଖାଳଖିଆ ଫଟୋକୁ ନେଇ କାହିଁକି ହେଉଛି ତୀବ୍ର ସମାଲୋଚନା

ଭୁବନେଶ୍ବର: ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବିଭିନ୍ନ ସମୟରେ ତାଙ୍କର ଭିନ୍ନ ଭିନ୍ନ ଫଟୋକୁ ନେଇ ସେ ସବୁ ବେଳେ ସମାଲୋଚନାର ଶିକାର ହୋଇଥାନ୍ତି। କେତେବେଳେ ସେ ଜଗନ୍ନାଥଙ୍କ ମୃତ୍ତିକୁ ମୁଣ୍ଡରେ ଧରି ଅଭିନୟ କରିଥାନ୍ତି, କେତେବେଳେ କେଉଁଠି ପୂଜା କରିବା ହେଉ। ସେ ସବୁବେଳେ ଏପରି କିଛି କରି ମିଡିଆରେ ରହିବା ପାଇଁ ଚେଷ୍ଠା କରିବାରେ ଲାଗିଛନ୍ତି।

ହେଲେ ବେଳେ ବେଳେ ଏପରି ଚର୍ଚ୍ଚାରେ ରହିବା ଚେଷ୍ଠା ଅପଚେଷ୍ଠାରେ ପରିଣତ ହୋଇଯାଏ। ଯାହାଦ୍ବାରା ସେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ସହିତ ନିନ୍ଦା ମଧ୍ୟ କରାଯାଉଥିବାର ନଜର ରହିଛି। ପୁରୀରେ ଜଗନ୍ନାଥ ମୂର୍ତ୍ତିକୁ ଧରି ସେ ଯେପରି ନାଟକବାଜୀ କଲେ ତାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା।

ସେହିପରି ତାଙ୍କର ଆଉ ଏକ ଫଟୋକୁ ନେଇ ସେ ସମାଲୋଚନାର ଶିକାର ହୋଇଛନ୍ତି। ଏହି ଫଟୋରେ ସମ୍ବିତ ପାତ୍ର ଜଣେ ଗରିବ ଘରେ ବସି ପଖାଳ ଖାଉଥିବାର ଦେଖାଯାଇଛି। ତାଙ୍କ ପାଖରେ କେତେକ ଛୋଟ ଝିଅ ତାଙ୍କ ଖାଇବା କଂସାକୁ ବଡ ବିକଳ ମନରେ ଅନାଇ ରହିଛନ୍ତି। ଏହି ଫଟୋଟି ସେ ନିଜେ ଟୁଇଟରରେ ପକାଇବା ପରେ ତାହା ବର୍ତ୍ତମାନ ବିଭିନ୍ନ ମହଲରେ ନିନ୍ଦା କରାଯାଇ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏହି ଫଟୋଟି ଗତ ୧୭ ତାରିଖରେ ଉଠାଯାଇଛି। ସମ୍ବିତ ରଣପୁର ବିଧାନସଭା ପରିଦର୍ଶନରେ ଯାଇଥିବା ବେଳେ ସେ ଏହି ଫଟୋଟି ଉଠାଇ ଟୁଇଟରରେ ପ୍ରକାଶ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ” ଆଜି ରଣପୁର ବିଧାନସଭା ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତର ଜାମୁଗଣ୍ଡ ଗ୍ରାମ ପରିଦର୍ଶନ କରିବା ସମୟରେ ଜଣେ ଭଉଣୀଙ୍କ ଘରେ ପଖାଳ ଭୋଜନ କଲି। ଓଡ଼ିଆ ଜନଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ। ଓଡ଼ିଆ ପ୍ରାଣର ପ୍ରତୀକ ହେଉଛି ପଖାଳ।”

ଫଟୋରେ କେତେକ ମହିଳା ଏବଂ ଛୋଟ ଝିଅ ଅଛନ୍ତି। ହେଲେ ସେମାନଙ୍କ ମୁଖମଣ୍ଡଳରେ କାହାରି ବି ଖୁସିର ଚିହ୍ନ ପରିଲକ୍ଷିତ ହୋଇ ନାହିଁ। ଫଳରେ ଏହାକୁ ନେଇ ଟୁଇଟରେ ପ୍ରବଳ ବିରୋଧ କରାଯାଇଛି। ଏପରିକି ଫେସବୁକରେ ମଧ୍ୟ ତାଙ୍କର ଏହି ଫଟୋକୁ ନେଇ ସମାଲୋଚନା କରାଯାଇଛି।

ଅନେକ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି ଯେ ସମ୍ବତ ଗରିବ ଘରର ଖାଦ୍ୟ ଖାଇ ବଡଲୋକି ହେବାର ଦେଖାଇ ହୋଇଛନ୍ତି। କେତେକ ଛୁଆମାନଙ୍କୁ ସାଙ୍ଗରେ ଧରି ଖାଇଥିଲେ ଭଲ ହୋଇଥାଆନ୍ତା ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।

ସେହିପରି ଆଉ ଜଣେ ଟୁଇଟରେ ପ୍ରତିକ୍ରିୟା ଦେଇ ଉଲ୍ଲେଖ କରିଛନ୍ତି ଯେ, ‘ପିଲାଏ ଏମିତି ମୁହଁ ଶୁଖେଇ ବସିଛନ୍ତି, ଆପଣଙ୍କ କେମିତି ମନ ହୁଏ ନିଜେ ଚକାପାରି ଆଗେ ଖାଇ ନେବାକୁ?’। ସେମିତି ଆଉ ଜଣେ କହିଛନ୍ତି ଯେ, “ଏମାନଙ୍କ ମୁହଁ କହୁଛି ଆପଣ ବିନା ନିମନ୍ତ୍ରଣ ରେ ପଶି ଖାଇଗଲେ ଖାଲି ଗୋଟେ ଫୋଟୋ ଉଠେଇବା ପାଇଁ ଓ ତାଙ୍କ ର ଭାଗ ଭି ଖାଇଦେଲେ। ସରକାର ଏଭଳି ଜନତା ଙ୍କ ଥାଳି ରୁ ଖାଉ ଥାଏ।”

ସତ୍ୟବଚନ ନାମିତ ଏକ ଟୁଇଟରରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନଙ୍କ ଘରେ ପଖାଳ ଖାଇ ଭଉଣୀ ସମ୍ବୋଧନ କରୁଚ, ସେଇମାନଙ୍କ ଭାତହାଣ୍ଡିରେ ଲାତ ମାରୁଚ ??? ଗ୍ୟାସ ୪୨୫ ରୁ ୧୧୬୦ କରୁଚ ??? ଏହାକୁ କହନ୍ତି କୃତଘ୍ନ ବିଶ୍ୱାସଘାତକ ଏହସାନ୍ ଫରାମୋସ୍।

ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ଏଥର ବିଜେପିରୁ ପୁଣି ଥରେ ପ୍ରତିଦ୍ବନ୍ଦିତା କରିବେ। ସେଥିପାଇଁ ସେ ପୁରୀ ଲୋକସଭା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳିରେ ବାରମ୍ବାର ଗସ୍ତ କରିବାରେ ଲାଗିଛନ୍ତି। ହେଲେ ଅନେକ ସମୟରେ ତାଙ୍କର ନାଟକୀୟ ଆଚାରବ୍ୟବହାର ଏହି ଗସ୍ତକୁ ଫିକା କରିଦେଉଛି।

ଡାକ୍ତର ସମ୍ବିତ ପାତ୍ର ବିଜେପି ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Latest News

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.