Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲେଖାଶ୍ରୀଙ୍କୁ କଟାକ୍ଷ କଲା ବିଜେଡ଼ି, କହିଲା ସଭାପତି ହେବାକୁ ଚାହୁଁଥିଲେ, ନ ହେବାରୁ ବାଉଳି ହେଉଛନ୍ତି
ବିଶେଷ ଖବର

ଲେଖାଶ୍ରୀଙ୍କୁ କଟାକ୍ଷ କଲା ବିଜେଡ଼ି, କହିଲା ସଭାପତି ହେବାକୁ ଚାହୁଁଥିଲେ, ନ ହେବାରୁ ବାଉଳି ହେଉଛନ୍ତି

April 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଲେଖାଶ୍ରୀଙ୍କୁ କଟାକ୍ଷ କଲା ବିଜେଡ଼ି, କହିଲା ସଭାପତି ହେବାକୁ ଚାହୁଁଥିଲେ, ନ ହେବାରୁ ବାଉଳି ହେଉଛନ୍ତି

ଭୁବନେଶ୍ୱର : ଉତ୍ତରପ୍ରଦେଶ ଘଟଣାରେ ସଂପୃକ୍ତ ଜଣେ କୁଖ୍ୟାତ ଅପରାଧୀ ସହ ଅପରାଧିକ ପୃଷ୍ଠଭୂମି ଥିବା ବରଗଡ଼ର ଜଣେ ଯୁବକଙ୍କ ସଂପୃକ୍ତି ବିଷୟ ଜଣାପଡ଼ିବା ପରେ ଏହାକୁ ନେଇ ଅବାନ୍ତର ବୟାନ ଦେଇଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଆଜି ଅପଦସ୍ଥ ହେବାକୁ ପଡ଼ିଛି । ବରଗଡ଼ର ଏହି ଅଭିଯୁକ୍ତ ସହିତ ଜଣେ ଜେଲ ଫେରନ୍ତା ବିଜେପି ନେତାଙ୍କ ଲିଙ୍କ୍ ରହିଛି ବୋଲି ବିଜେଡି ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି ଯେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବୟାନ ଶୁଣିଲା ପରେ ଲାଗୁଛି, ସେ ବୋଧେ ତାଙ୍କ ତରୁଣ ବୟସରେ ପୁଲିସ ହେବାକୁ ଚାହୁଁଥିଲେ । ମାତ୍ର ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷାରେ ଫେଲ୍ ହୋଇ ଯାଇଥିଲେ। ପରେ ସେ ରାଜନୀତିକୁ ଆସିଲେ ସତ, କିନ୍ତୁ ଏଯାଏ ୱାର୍ଡ଼ମେମ୍ବରଟିଏ ମଧ୍ୟ ହୋଇପାରିଲେନି କି କୌଣସି ନିର୍ବାଚନରେ ଲଢ଼ିବା ଲାଗି ଦଳ ତାଙ୍କୁ ଭରସା କରି ଟିକଟ ଦେଲାନି ।

ଆମ ପାଖରେ ଯାହା ଖବର ଅଛି, ଶ୍ରୀମତୀ ସାମନ୍ତସିଂହାର କିଛି ମାସ ତଳେ ରାଜ୍ୟ ବିଜେପିର ସଭାପତି ହେବାକୁ ବି ସ୍ୱପ୍ନ ଦେଖୁଥିଲେ। ମାତ୍ର ଯେତେବେଳେ ସମ୍ଭାବ୍ୟ ରାଜ୍ୟ ସଭାପତି ତାଲିକାରେ ଏଠାରୁ ତାଙ୍କ ନାଁ ମଧ୍ୟ ଦିଲ୍ଲୀ ଗଲାନି। ତେଣୁ ସେ ପ୍ରଚଣ୍ଡ କ୍ରୋଧ ଓ ହତାଶାରେ ପ୍ରାୟ ୧୫ ଦିନ କାଳ ପାର୍ଟି ଅଫିସକୁ ଆସି ନ ଥିଲେ।

ଅତୀତରେ ପୁଲିସ ହୋଇ ନପାରିବା, ରାଜନୀତିରେ ଏତେ ବର୍ଷ ରହି କୌଣସି ନିର୍ବାଚନରେ ଟିକଟ ନପାଇବା ଏବଂ ଶେଷରେ ରାଜ୍ୟ ସଭାପତି ହେବାର ସ୍ୱପ୍ନ ଭାଙ୍ଗିଯିବାର ହତାଶା ତାଙ୍କର ସବୁ ମନ୍ତବ୍ୟରୁ ଜଳଜଳ ଦେଖାଯାଉଛି । ତେଣୁ ଏଭଳି ତୀବ୍ର ହତାଶାରୁ ସେ ମୁକୁଳି ପାରୁ ନାହାନ୍ତି । ଆଉ ଏବେ ସେ ନିଜକୁ ପୁଲିସ ଭାବି ଉଦ୍ଭଟ କାହାଣୀ ସୃଷ୍ଟି କରୁଛନ୍ତି।

ସୁଶ୍ରୀ ସାହୁ ଆହୁରି କହିଛନ୍ତି, ଶ୍ରୀମତୀ ସାମନ୍ତସିଂହାର ସମ୍ଭବତଃ ଆଜିକାଲି ଅଧିକ କ୍ରାଇମ୍ ଫିଲ୍ମ ଓ ୱେବ୍ ସିରିଜ୍ ଦେଖୁଛନ୍ତି । ଯାହା ଫଳରେ ତାଙ୍କ ମନରେ ଏକ ଉଦ୍ଭଟ ଅପରାଧିକ ଚିନ୍ତାଧାରା ବସା ବାନ୍ଧିଛି । ଆଉ ସମସ୍ତେ ତାଙ୍କୁ ଅପରାଧୀ ଭଳି ଦେଖା ଯାଉଛନ୍ତି । ସବୁଆଡ଼ୁ ହତାଶ ହୋଇ ପଡ଼ିବା ପରେ ସେ ଏମିତି ବାଉଳିଚାଉଳି ହେଉଛନ୍ତି । ସେ ଜାଣି ରଖିବା ଉଚିତ ଯେ ବରଗଡ଼ର ଯେଉଁ ଯୁବକ ସଂପର୍କରେ ସେ କହୁଛନ୍ତି, ୨ ବର୍ଷ ତଳେ ଚୋରା ନିଶାଦ୍ରବ୍ୟ କାରବାର ଏବଂ ଅନ୍ୟାନ୍ୟ ଅପରାଧରେ ସଂପୃକ୍ତି ଯୋଗୁଁ ଓଡ଼ିଶା ପୁଲିସ ତାକୁ ଗିରଫ କରିଥିଲା।

ଜଣେ ଅଭ୍ୟାସଗତ ଅପରାଧୀ ଏବଂ ହତ୍ୟା ଅଭିଯୁକ୍ତ ବିଜେପି ନେତା ଯିଏକି ୨ ମାସ ଜେଲରେ ରହିଲା ପରେ ଏବେ ଜାମିନରେ ବାହାରିଛନ୍ତି, ତାଙ୍କ ସହିତ ସଂପୃକ୍ତ ଯୁବକର ଲିଙ୍କ୍ ରହିଛି ବୋଲି ସମସ୍ତେ ଜାଣନ୍ତି । ତେଣୁ ଆଜି ସାମ୍ବାଦିକ ସମ୍ମିଳନୀକୁ ଆସିବା ପୂର୍ବରୁ ଲେଖାଶ୍ରୀ ମାଡାମ୍ ତାଙ୍କ ଦଳର ଏହି ନେତାଙ୍କୁ ଏ ବିଷୟରେ ପଚାରିଥିଲେ ଭଲ ହୋଇଥାନ୍ତା। ମାଡାମଙ୍କୁ ଆମର ପରାମର୍ଶ, ଘଟଣା ସଂପର୍କରେ କିଛି ନ ଜାଣି ଏପରି ଉପରଠାଉରିଆ ଏବଂ ଶସ୍ତା ବୟାନବାଜିରୁ ସେ ନିଜକୁ କ୍ଷାନ୍ତ ରଖନ୍ତୁ ।

IpsitaSahoo ଇପସିତା ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

August 20, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସିପି ରାଧାକୃଷ୍ଣନ, ପ୍ରସ୍ତାବକ ହେଲେ ପ୍ରଧାନମନ୍ତ୍ରୀ ମୋଦି

August 20, 2025

ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

August 20, 2025

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025

ଗତ ୧୦ ଦିନ ଧରି ସୁନା ଦରରେ ନିରନ୍ତର ହ୍ରାସ, ଜାଣନ୍ତୁ ଭବିଷ୍ୟତର ଧାରା

August 20, 2025

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.