Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ
ବିଶେଷ ଖବର

ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ

May 14, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି ଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ। ଏହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ବୈଠକରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସଂସ୍କୃତି କ୍ଷେତ୍ରରେ ଦେଖା ଦେଇଥିବା ଗମ୍ଭୀର ସମସ୍ୟା ଉପରେ ବିଚାରବିମର୍ଶ କରିବା ଲାଗି ଏହି ବୈଠକ ଏକ ମଞ୍ଚ ଯୋଗାଇ ଦେବ ଯାହାଫଳରେ ଏକ ଦୃଢ଼ ତଥା କାର୍ଯ୍ୟ-ଉନ୍ମୁଖି ସୁପାରିସ ଦିଗରେ କାର୍ଯ୍ୟ କରାଯାଇ ପାରିବ।

ଏଥିପୂର୍ବରୁ ମଧ୍ୟପ୍ରଦେଶର ଖଜୁରୋହୋ ଠାରେ ପ୍ରଥମ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜିତ ହୋଇଥିଲା। ଏହାପରେ ଦୁଇ ମାସ ଧରି ବିଶେଷଜ୍ଞମାନଙ୍କ ଦ୍ୱାରା ବୈଶ୍ୱିକ ବିଷୟବସ୍ତୁ ଉପରେ ଆଧାରିତ ୱେବିନାରରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ଏଥିରୁ ପ୍ରାପ୍ତ ପରିଣାମକୁ ଆଗକୁ ବଢ଼ାଇବା ଉପରେ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀରେ ଗୁରୁତ୍ୱାରୋପ କରାଯିବ।

ଭାରତର ଜି୨୦ ଅଧ୍ୟକ୍ଷତାର ସଂସ୍କୃତି ଟ୍ରାକ୍‌ ଅଧୀନରେ ପରିକଳ୍ପନା କରାଯାଇଥିବା ୪ଟି ପ୍ରମୁଖ ପ୍ରାଥମିକତା କ୍ଷେତ୍ର ଉପରେ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀର ବୈଠକରେ ଧ୍ୟାନ ଦିଆଯାଇଛି। ଏହି ଚାରିଟି ପ୍ରାଥମିକତା କ୍ଷେତ୍ର ହେଲା : ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠା; ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ; ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନ; ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ।

ଆଜି ପଦ୍ମଶ୍ରୀ ପୁରସ୍କାର ବିଜେତା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ପ୍ରଦର୍ଶନୀ ଆୟୋଜନ କରାଯିବ। ଏହି ପ୍ରଦର୍ଶନୀର ବିଷୟବସ୍ତୁ ରହିବ ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’। କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଡୋନର ମନ୍ତ୍ରୀ ଜି. କିଶନ ରେଡ୍ଡୀ ଏବଂ କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହାକୁ ଉଦଘାଟନ କରିବେ।

ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ପକ୍ଷରୁ ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’’ ଅଭିଯାନ ଆରମ୍ଭ କରାଯାଇଛି। ବିବିଧ ସଂସ୍କୃତି ଓ ସମୁଦାୟଗୁଡ଼ିକ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ଆଧାରିତ ବହୁପକ୍ଷବାଦ ଉପରେ ଭାରତର ଅତୁଟ ବିଶ୍ୱାସକୁ ପ୍ରକଟ କରିବା ଲାଗି ଏହି ଅଭିଯାନ ଆରମ୍ଭ ହୋଇଛି। ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’ ବିଷୟବସ୍ତୁ ଏହି ବିଚାରକୁ ଗ୍ରହଣ କରିଥାଏ ଯେ, ସାଂସ୍କୃତିକ ବିନିମୟ ଏବଂ ବୁଝାମଣାକୁ ଗ୍ରହଣ କରିବା ଦ୍ୱାରା ଆମେ ସୀମାପାର ସମ୍ପର୍କକୁ ବିକଶିତ କରିବା ସହିତ ବ୍ୟକ୍ତିବିଶେଷ, ସମୁଦାୟ ଏବଂ ରାଷ୍ଟ୍ରମାନଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନାକୁ ଅନୁପ୍ରାଣିତ କରିପାରିବା।

ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକରେ ଅଂଶଗ୍ରହଣ କରିବାକୁ ଥିବା ଅତିଥିମାନଙ୍କୁ ବିଭିନ୍ନ ପ୍ରକାରର ସାଂସ୍କୃତିକ ଅନୁଭୂତି ହାସଲ କରିବାର ସୁଯୋଗ ମିଳିବ। ସେମାନଙ୍କୁ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବାର ସୁଯୋଗ ମିଳିବ। ବିଦେଶାଗତ ଅତିଥିମାନେ ଓଡ଼ିଶାର ଗୌରବ ଭାବେ ପରିଚିତ ଓଡ଼ିଶୀ, ସିଙ୍ଗାରୀ, ସମ୍ବଲପୁରୀ ଏବଂ ଗୋଟିପୁଅ ଆଦି ଲୋକନୃତ୍ୟର ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିବାର ସୁଯୋଗ ପାଇବେ।

ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକର ଅଂଶବିଶେଷ ସ୍ୱରୂପ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ’ ଶୀର୍ଷକ ଏକ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ – କଳାଭୂମି ପରିସରରେ ଆୟୋଜନ କରାଯିବ। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ଆଲୋକପାତ କରାଯାଇଥିବା ଦ୍ୱିତୀୟ ପ୍ରାଥମିକତା ଉପରେ ପ୍ରଦର୍ଶନୀର ବିଷୟବସ୍ତୁ ଆଧାରିତ ଏବଂ ତାହା ହେଉଛି – ‘ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ’।

ମେ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଡୋନର ମନ୍ତ୍ରୀ ଜି. କିଶନ ରେଡ୍ଡୀ, କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ୱାରା ଏହି ପ୍ରଦର୍ଶନୀ ଉଦଘାଟିତ ହେବ। ମେ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ।

ବ୍ୟାପକ ବିଚାରବିମର୍ଶର ସମାବେଶୀ ପ୍ରକ୍ରିୟା ଜରିଆରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନ ସହିତ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ମିଳିତ ଭାବେ କାର୍ଯ୍ୟ କରୁଛି। ଦୀର୍ଘସ୍ଥାୟୀ ବିକାଶ ପାଇଁ ଦୃଢ଼ ସୁପାରିସ ଏବଂ ଶ୍ରେଷ୍ଠ ପଦ୍ଧତିକୁ ବିକଶିତ କରିବା ଲାଗି ସମାବେଶୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଚିହ୍ନଟ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱିତୀୟ ବୈଠକ ମଧ୍ୟପ୍ରଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026
Latest News

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.