Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୨୩-୨୪ ବିପଣନ ଋତୁ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
ବିଶେଷ ଖବର

୨୦୨୩-୨୪ ବିପଣନ ଋତୁ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

June 7, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ବିଭିନ୍ନ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ୨୦୨୩-୨୪ ଖରିଫ ବିପଣନ ଋତୁ ପାଇଁ ଫସଲଗୁଡ଼ିକର ବାଧ୍ୟତାମୂଳକ ଏମଏସପି ଦରକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଜନକ ମୂଲ୍ୟ ପ୍ରଦାନ କରିବା ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଖରିଫ ଋତୁ ପାଇଁ ଏମଏସପି ବଢ଼ାଇଛନ୍ତି ଯାହାର ତାଲିକା ନିମ୍ନରେ ଦିଆଗଲା:

ଖରିଫ ବିପଣନ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୨୦୨୩-୨୪ (କୁଇଣ୍ଟାଲ ପିଛା)

ଫସଲ MSP 2014-15 MSP 2022-23 MSP 2023-24  Cost* KMS 2023-24 Increase in MSP over 2022-23 Margin over cost in per cent
ଧାନ ସାଧାରଣ 1360 2040 2183 1455 143 50
ଧାନ ଗ୍ରେଡ ଏ 1400 2060 2203 – 143 –
ଯଅ ହାଇବ୍ରିଡ୍ 1530 2970 3180 2120 210 50
ଯଅ ମାଲଦାଣ୍ଡି 1550 2990 3225 – 235 –
ବାଜରା 1250 2350 2500 1371 150 82
ମାଣ୍ଡିଆ 1550 3578 3846 2564 268 50
ମକା 1310 1962 2090 1394 128 50
ହରଡ଼ 4350 6600 7000 4444 400 58
ମୁଗ 4600 7755 8558 5705 803 50
ହରଡ଼ 4350 6600 6950 4592 350 51
ଚିନାବାଦାମ 4000 5850 6377 4251 527 50
ସୂର୍ଯ୍ୟମୁଖୀ ମଞ୍ଜି 3750 6400 6760 4505 360 50
ସୋୟାବିନ (ହଳଦିଆ) 2560 4300 4600 3029 300 52
ରାଶି 4600 7830 8635 5755 805 50
କଳା ରାଶି 3600 7287 7734 5156 447 50
କପା (ମଧ୍ୟମ ମାନ) 3750 6080 6620 4411 540 50
କପା (ଲମ୍ବା ମାନ) ^ 4050 6380 7020 – 640 –

* ଉତ୍ପାଦନ ଖର୍ଚ୍ଚରେ ସବୁ ପ୍ରକାରର ଖର୍ଚ୍ଚକୁ ସାମିଲ କରାଯାଇଛି ଯଥା : ଶ୍ରମିକଙ୍କ ମଜୁରି, ବଳଦ ଖର୍ଚ୍ଚ/ମେସିନ ଖର୍ଚ୍ଚ, ଭାଗ ଜମି ପାଇଁ ଦିଆଯାଇଥିବା ଭଡ଼ା, ବିହନ, ସାର, ଖତ, ଜଳସେଚନ ଖର୍ଚ୍ଚ ଭଳି ସବୁ ଭୌତିକ ଉପକରଣ ପାଇଁ ଖର୍ଚ୍ଚ, ଉପକରଣ ଏବଂ ଫାର୍ମ ଭବନ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ଖର୍ଚ୍ଚ, ଡିଜେଲ/ବିଦ୍ୟୁତ, ବିବିଧ ବ୍ୟୟ ଏବଂ ପାରିବାରିକ ଶ୍ରମର ମୂଲ୍ୟ ଆଦି।

^ ଧାନ (ଗ୍ରେଡ୍‌ ଏ), ଯଅ (ମାଲଦାଣ୍ଡି) ଏବଂ କପା (ଲମ୍ବା ରେଶା) ପାଇଁ ଖର୍ଚ୍ଚର ତଥ୍ୟ ପୃଥକ ଭାବେ ସଂକଳିତ କରାଯାଏ ନାହିଁ। 

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚ (ସିଓପି) ଠାରୁ ଅତିକମରେ ୫୦ ପ୍ରତିଶତ ଲାଭ ହାରରେ ଏମଏସପି ଦର ନିର୍ଦ୍ଧାରଣ କରିବା ନିମନ୍ତେ ୨୦୧୮–୧୯ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା। ଏହି ଘୋଷଣା ଅନୁରୂପ ୨୦୨୩–୨୪ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପିରେ ବୃଦ୍ଧି କରାଯାଇଛି।ଚାଷୀଙ୍କ ପାଇଁ ଉପଯୋଗୀ ନିରପେକ୍ଷ ଦର ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏମଏସପି ବଢ଼ାଇଛନ୍ତି। 

ଉତ୍ପାଦନ ଖର୍ଚ୍ଚ ତୁଳନାରେ ଚାଷୀମାନଙ୍କର ଆନୁମାନିକ ଲାଭ ବାଜରା କ୍ଷେତ୍ରରେ ସର୍ବାଧିକ ୮୨ ପ୍ରତିଶତ ବିରି କ୍ଷେତ୍ରରେ ୫୮ ପ୍ରତିଶତ, ସୋୟାବିନ କ୍ଷେତ୍ରରେ ୫୨ ପ୍ରତିଶତ ଏବଂ ହରଡ଼ କ୍ଷେତ୍ରରେ ୫୧ ପ୍ରତିଶତ ରହିବାର ସମ୍ଭାବନା ରହିଛି । ଅନ୍ୟ ଫସଲ କ୍ଷେତ୍ରରେ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ତୁଳନାରେ ସେମାନଙ୍କର ଆନୁମାନିକ ଲାଭ ୫୦ ପ୍ରତିଶତରୁ ଅଧିକ ରହିବା ନେଇ ଆଶା କରାଯାଉଛି ।

ବିଗତ କିଛି ବର୍ଷ ମଧ୍ୟରେ  ଅଧିକ ଏମଏସପି ପ୍ରଦାନ କରାଯାଇ ତୈଳବୀଜ, ଡାଲି ଏବଂ ଶ୍ରୀ ଅନ୍ନ ଭଳି ଶସ୍ୟ ଉତ୍ପାଦନକୁ ବଢ଼ାଇବା ଲାଗି ଦୃଢ଼ ପ୍ରୟାସ କରାଯାଇଛି ।ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଭଳି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି।

୨୦୨୨–୨୩ର ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୩୩୦.୫ ନିୟୁତ ଟନ୍ ରହିବା ନେଇ ଅନୁମାନ କରାଯାଇଛି ଯାହାକି ବିଗତ ୨୦୨୧–୨୨ ଆର୍ଥିକ ବର୍ଷ ତୁଳନାରେ ୧୪.୯ ନିୟୁତ ଟନ୍ ଅଧିକ। ଏହା ଗତ ପାଞ୍ଚବର୍ଷ ମଧ୍ୟରେ ସର୍ବାଧିକ।

କେନ୍ଦ୍ର କ୍ୟାବିନେଟ ଖରିଫ ଫସଲ ବିପଣନ ଋତୁ ସର୍ବନିମ୍ନ ସହାୟକ ମୂଲ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତ୍ୟେକ ତହସିଲରେ ପାଞ୍ଚଟି ଆଦର୍ଶ ସମବାୟ ଗ୍ରାମ ବିକଶିତ କରିବା ପ୍ରମୁଖ ଉଦ୍ଦେଶ୍ୟ: କେନ୍ଦ୍ର ସମବାୟ ମନ୍ତ୍ରୀ

July 25, 2025

Invest Odisha: ରାଜ୍ୟକୁ ଆସିଲା ୪,୯୮୨ କୋଟି ଟଙ୍କାର ପୁଂଜି ନିବେଶ, ୧୧,୯୩୩ ନିଯୁକ୍ତି ସୁଯୋଗ

July 25, 2025

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

July 24, 2025

ରାଷ୍ଟ୍ର ନିର୍ମାଣରେ ଆୟକରର ଗୁରୁତ୍ବପୂର୍ଣ୍ଣ ଯୋଗଦାନ

July 24, 2025
Latest News

ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର: ୬ ଟି ସ୍ଥାନରେ ଚଢାଉ ବେଳେ ମିଳିଲା ବିଡ଼ା ବିଡ଼ା ଟଙ୍କା

July 25, 2025

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୩୦ ଦିନର ଅତିରିକ୍ତ ଛୁଟି ଦେବାକୁ ଘୋଷଣା କଲେ କେନ୍ଦ୍ର ସରକାର

July 25, 2025

ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ଟେକ୍ସ -୨୦୨୫ର ପ୍ରସ୍ତୁତି ସମୀକ୍ଷା କଲେ ଶିଳ୍ପମନ୍ତ୍ରୀ

July 25, 2025

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଅନୁଗୋଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଦସ୍ୟ

July 25, 2025

କାଗଜବିହୀନ ଟିକେଟ ପ୍ରଣାଳୀରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ନୂଆ ମାଇଲଖୁଣ୍ଟ ହାସଲ

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.