Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାରମ୍ବାର ବିଦ୍ୟୁତକାଟ ନେଇ ବିଜେପି କହିଲା, ଶକ୍ତିମନ୍ତ୍ରୀଙ୍କ ଶକ୍ତି ହରଣ ହୋଇଯାଇଛି
ବିଶେଷ ଖବର

ବାରମ୍ବାର ବିଦ୍ୟୁତକାଟ ନେଇ ବିଜେପି କହିଲା, ଶକ୍ତିମନ୍ତ୍ରୀଙ୍କ ଶକ୍ତି ହରଣ ହୋଇଯାଇଛି

June 11, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବାରମ୍ବାର ବିଦ୍ୟୁତକାଟ ନେଇ ବିଜେପି କହିଲା, ଶକ୍ତିମନ୍ତ୍ରୀଙ୍କ ଶକ୍ତି ହରଣ ହୋଇଯାଇଛି

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଯେତେ କଷ୍ଟ ଦେଇନାହିଁ, ତାହଠୁ ଅଧିକ ନିର୍ଯ୍ୟାତନା ଦେଉଛି ଅଘୋଷିତ ବିଜୁଳି କାଟ୍। ଗ୍ରାମାଂଚଳଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଅଘୋଷିତ ବିଜୁଳି କାଟ୍ କାୟା ବିସ୍ତାର କରିସାରିଛି। ଏଭଳି ସମୟରେ ରାଜ୍ୟ ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ ଦେବଙ୍କ ଅଯୌକ୍ତିକ ବକ୍ତବ୍ୟ ଓ ଆଚରଣ ସମସ୍ତଙ୍କୁ ଆଚମ୍ବିତ କରିଛି ବୋଲି ବିଜେପି କହିଛି।

ଅଘୋଷିତ ବିଜୁଳି କାଟ୍‌କୁ ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଘର ସମେତ ସଚିବାଳୟ, ବିଧାନସଭା, କ୍ୟାପିଟାଲ ହସପିଟାଲ ଅନ୍ଧକାରରେ ଥିବା କାରଣରୁ ତାଙ୍କ ନିଦ ହଜିଯାଇଛି। ଅନ୍ୟ ପଟେ ଓଡିଶାବାସୀଙ୍କୁ ଭ୍ରମିତ କରିବାକୁ ଯାଇ ଶକ୍ତିମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଗାଲୁ ମାରିଚାଲିଛନ୍ତି। ରାଜ୍ୟ ସରକାରଙ୍କ ନୁହେଁ ବରଂ ବିତରଣ କଂପାନୀରର ପ୍ରବକ୍ତା ଭାବେ ଶ୍ରୀ ଦେବଙ୍କ ଭୂମିକା ତୁଲାଉଛନ୍ତି ବୋଲି ବିଜେପି କହିଛି। ଓଡିଶା ସରକାରଙ୍କ ବିଦ୍ୟୁତ ବିଭାଗ ସମ୍ବେଦନହୀନ ଏବଂ ଶକ୍ତିମନ୍ତ୍ରୀଙ୍କ ଶକ୍ତିହରଣ ହୋଇଯାଇଛି।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ଯେ, ବିଜୁଳି କାଟ୍ କଥା ଆସିଲେ ଶକ୍ତିମନ୍ତ୍ରୀ ଭିତିଭୁମି ଅଭାବକୁ ଆଳ କରି ହାତ ଟେକି ଦେଉଛନ୍ତି। ଶକ୍ତି ବିଭାଗର ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ କରୁଛନ୍ତି କଣ ? ଟ୍ରାନ୍ସଫରମର, ଗ୍ରୀଡ, ତାର ଭଳି ଆବାଶ୍ୟକୀୟ ଭିତିଭୁମିର ବିକାଶ ପାଇଁ ଗତ ୧୦ ବର୍ଷ ଭିତରେ ଖର୍ଚ୍ଚ ହୋଇଥିବା ୨୦ ହଜାର କୋଟି ଟଙ୍କା ଗଲା କୁଆଡେ ? ଅନ୍ୟ ପଟେ ଭିତିଭୁମି ପାଇଁ ୨୦ହଜାର କୋଟି ଟଙ୍କା ଦିଆଯାଇଥିବାର କଥା କୁହାଯାଇଥିବା ବେଳେ ଅଧିଗ୍ରହଣ ସମୟରେ ବିତରକ ଟାଟା ପାୱାର ଏହାକୁ ମାତ୍ର ୧୫୦୦ କୋଟି ଟଙ୍କା ଦର୍ଶାଇଥିଲା, ଯାହାକି ଏକ ବଡ ଆର୍ଥୀକ ଚଂଚକତାକୁ ସ୍ପଷ୍ଟ କରିଛି ଏବଂ ଏହାର ତଦନ୍ତ ହେବା ନିହାତି ଆବଶ୍ୟକ।

ସେହିପରି ୨୦୧୬ ମସିହାରେ ଆରମ୍ଭ ହୋଇ ୫ ବର୍ଷ ଭିତରେ ଶେଷ ହେବାକୁ ଥିବା ଭୁତଳ ବିଜୁଳି ତାର ବସାଇବା କାର୍ଯ୍ୟ ୭ ବର୍ଷ ପରେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଏଥି ପାଇଁ କେବଳ ରାଜଧାନୀ ଭୁବନେଶ୍ୱରରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବାବେଳେ ବର୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇନପାରିବା ରାଜ୍ୟ ସରକାରଙ୍କ ବିଫଳତା ନୁହେଁ କି ? ସମସ୍ତ ସର୍ତ ଓ ଚୁକ୍ତିକୁ ଖିଲାପ କରି ବେଦାନ୍ତ କଂପାନୀ ବାର୍ଷିକ ୧୨୫୦ କୋଟି ଟଙ୍କାର ବିଜୁଳି ଲୁଟ୍ କରୁଥିବା ଓଇଆରସି କହିବା ପରେ ରାଜ୍ୟ ସରକାରଙ୍କ ଆଉ ଏକ କେଳେଙ୍କାରୀ ସାମ୍ନାକୁ ଆସିଛି । ଓଡିଶାରେ ଉତ୍ପାଦିତ ହେଉଥିବା ବିଜୁଳିକୁ ବାହାର ରାଜ୍ୟରେ କମ୍ ଦରରେ ବିକ୍ରି କରି ଅନ୍ୟ ରାଜ୍ୟମାନଙ୍କଠାରୁ ଆମ ରାଜ୍ୟ ପାଇଁ ଅଧିକ ଦରରେ କିଣାଯିବା ପଛର ରହସ୍ୟ କଣ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି।

ଏପରି ଭିତିଭୁମି ପ୍ରସ୍ତୁତ କରାଯାଉଛି, ଯାହା ଦ୍ୱାରା ଘଂଟା ପ୍ରତି ୩୦୦ କିଲୋମିଟର ବେଗରେ ପବନ ବୋହିଲେ ମଧ୍ୟ ବିଜୁଳି ଖୁଂଟ ପ୍ରବାବିତ ହେବ ନାହିଁ ବୋଲି ୨୦୨୧-୨୨ ବାର୍ଷିକ ରିପୋର୍ଟରେ ଶକ୍ତି ବିଭାଗ ତରଫରୁ ଘୋଷଣା କରାଯାଇଥିଲା। ଦୁର୍ଭାଗ୍ୟର ବିଷୟ ଯେ, ସାମାନ୍ୟ ପବନ ଓ ଝଡବର୍ଷାରେ ବିଜୁଳି ଖୁଂଟ ମାଟିରେ ମିଶିଯାଉଛି। ରାଜ୍ୟବାସିଙ୍କୁ ନିରବିଚ୍ଛନ ବିଜୁଳି ସେବା ଯୋଗାଇ ଦେବୁ କହିବା ପରିବର୍ତେ ଶକ୍ତିମନ୍ତ୍ରୀ ବିଜୁଳି କାଟି ଦେବା କଥା କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସାଢେ ୪ କୋଟି ଓଡିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦାୟୀତ୍ୱ ମିଳିଥିବାବେଳେ ମନ୍ତ୍ରୀ ଶ୍ରୀ ଦେବ ୫-ଟି ସଚିବଙ୍କ ପାଇଁ ମଂଚ ବାନ୍ଧୁଛନ୍ତି ଓ ହେଲିପ୍ୟାଡ ପ୍ରସ୍ତୁତିର ତଦାରଖ କରୁଛନ୍ତି। କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦେଖା ମିଳୁନାହିଁ। ଏହା କେଉଁ ପ୍ରକାରର ଶାସନ ବ୍ୟବସ୍ଥା ?

କାଳବୈାଶାଖୀ, ସାମାନ୍ୟ ଝଡକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ନଥିବା ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ କେତେ ପ୍ର୍ରସ୍ତୁତ, ତାହା ସାଧାରଣରେ ଅନୁମେୟ। ରାଜ୍ୟବାସୀଙ୍କୁ ୨୪ ଘଂଟିଆ ନିରବିଚ୍ଛନ ବିଜୁଳି ଯୋଗାଣର ପ୍ରତିଶୃତି କେବଳ ସ୍ଲୋଗାନରେ ସୀମିତ ନକରି ଏହାକୁ ସୁନିଶ୍ଚିତ କରାନ୍ତୁ ରାଜ୍ୟ ସରକାର। ନଚେତ୍ ରାଜ୍ୟବାସୀଙ୍କ ଅସନ୍ତୋଷ ବିରୋଧରେ ବଡ ଆନ୍ଦୋଳନର ସମ୍ମୁଖୀନ ପାଇଁ ପ୍ରସ୍ତୁତ ରୁହନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଏବଂ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଟାଟା ପାୱାର ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ଏଲପିଜି ମହଜୁଦ ଏବଂ କଳାବଜାର ରୋକିବା ପାଇଁ ଚଢାଉ ଜାରି

March 23, 2026

ପ୍ରଫେସର କହ୍ନେୟା ତ୍ରିପାଠୀଙ୍କ ଆଇସିଏଆର-ସିଆଇଡବ୍ଲୁଏ ପରିଦର୍ଶନ

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026
Latest News

ଶିମଲା ମଶୋବ୍ରା ସ୍ଥିତ ରାଷ୍ଟ୍ରପତି ନିବାସ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 23, 2026

ବେଆଇନ ଏଲପିଜି ମହଜୁଦ ଏବଂ କଳାବଜାର ରୋକିବା ପାଇଁ ଚଢାଉ ଜାରି

March 23, 2026

ପ୍ରଫେସର କହ୍ନେୟା ତ୍ରିପାଠୀଙ୍କ ଆଇସିଏଆର-ସିଆଇଡବ୍ଲୁଏ ପରିଦର୍ଶନ

March 23, 2026

ଆଜି ମାର୍ଚ୍ଚ ୨୩ ତାରିଖ: ଏହି ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.