Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ଉପରେ ବିଶ୍ୱ ସର୍ବେକ୍ଷଣରେ ଭାରତର ଚମତ୍କାର ପ୍ରଦର୍ଶନ
ବିଶେଷ ଖବର

ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ଉପରେ ବିଶ୍ୱ ସର୍ବେକ୍ଷଣରେ ଭାରତର ଚମତ୍କାର ପ୍ରଦର୍ଶନ

July 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ କ୍ରମାଗତ ଭାବେ ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ପ୍ରଦାନରେ ନିଜର ପ୍ରତିବଦ୍ଧତା ଜାରି ରଖିଛି । ଯାହାର ପରିଣାମ ସ୍ୱରୂପ ନିକଟରେ ପ୍ରକାଶ ପାଇଥିବା ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ଉପରେ ‘ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ମିଳିତ ଜାତିସଂଘ ଆର୍ଥିକ ଓ ସାମାଜିକ ଆୟୋଗ (ୟୁନେସ୍‌କ୍ୟାପ)ର ସର୍ବେକ୍ଷଣରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି । ୨୦୨୩ ବର୍ଷ ପାଇଁ କରାଯାଇଥିବା ଏହି ସର୍ବେକ୍ଷରେ ୧୪୦ରୁ ଅଧିକ ଅର୍ଥବ୍ୟବସ୍ଥାକୁ ସାମିଲ କରାଯିବା ସହିତ ୬୦ଟି ବାଣିଜ୍ୟ ସୁବିଧା ପ୍ରଦାନ ପଦକ୍ଷେପକୁ ମୂଲ୍ୟାୟନ କରାଯାଇଥିଲା । ବିଶ୍ୱ ବାଣିଜ୍ୟ ସୁବିଧା ପ୍ରଦାନ ପ୍ରୟାସ ପାଇଁ ୨୦୨୧ରେ ୯୦.୩୨% ତୁଳନାରେ ୨୦୨୩ରେ ୯୩.୫୫%ର ପ୍ରଭାବୀ ସ୍କୋର ସହିତ ଭାରତ ଏହି ସର୍ବେକ୍ଷଣରେ ଅଗ୍ରଣୀ ଥିବା ଦର୍ଶାଯାଇଛି ।

ବିଭିନ୍ନ ଉପ ସୂଚକାଙ୍କରେ ଭାରତ ଅସାଧାରଣ ପ୍ରଗତି ହାସଲ କରିଥିବା ୨୦୨୩ ସର୍ବେକ୍ଷଣରେ କୁହାଯାଇଛି । ପାରଦର୍ଶିତା, ଔପଚାରିକତା, ସଂସ୍ଥାଗତ ବ୍ୟବସ୍ଥା ଓ ସହଯୋଗ ଏବଂ କାଗଜମୁକ୍ତ ବାଣିଜ୍ୟ ଭଳି ଚାରିଟି ପ୍ରମୁଖ କ୍ଷେତ୍ରରେ ଭାରତ ସମ୍ପୂର୍ଣ୍ଣ ୧୦୦% ସ୍କୋର ହାସଲ କରିଛି । ବ୍ୟବସାୟିକ ପ୍ରକ୍ରିୟାକୁ ବାଧାମୁକ୍ତ କରିବା, ପାରଦର୍ଶିତା ବଢ଼ାଇବା ଏବଂ ଅଂଶୀଦାରଙ୍କ ମଧ୍ୟରେ ସହଯୋଗ ବଢ଼ାଇବା କ୍ଷେତ୍ରରେ ଭାରତ ଯେଉଁସବୁ ପଦକ୍ଷେପ ଗ୍ରହଣ କରିଛି ତାହାର ପ୍ରମାଣ ଏହି ସର୍ବେକ୍ଷଣରେ ପ୍ରତିଫଳିତ ହୋଇଛି । ଟୁରାଣ୍ଟ କଷ୍ଟମ୍ସ, ବାଣିଜ୍ୟ ସୁବିଧା ପ୍ରଦାନ ପାଇଁ ସିଙ୍ଗଲ ୱିଣ୍ଡୋ ଇଣ୍ଟରଫେସ୍ (ସ୍ୱିଫ୍ଟ), ତଥ୍ୟ ପ୍ରକ୍ରିୟାକରଣର ପ୍ରାକ୍ ଆଗମନ, ଇ-ସଞ୍ଚିତ୍, ସମନ୍ୱିତ ସୀମା ପରିଚାଳନା ଆଦି ଭାରତର କେତେକ ଅଭିନବ ତଥା ଫଳପ୍ରଦ ଡିଜିଟାଲ ପଦକ୍ଷେପ। ବାଣିଜ୍ୟ ସୁବିଧା ପ୍ରଦାନରେ ମହିଳାଙ୍କ ସମ୍ପୃକ୍ତି’’ ପାଇଁ ଭାରତର ସ୍କୋରରେ କ୍ରମାଗତ ଉନ୍ନତି ଦେଖିବାକୁ ମିଳିଛି । ଏହା ୨୦୨୧ରେ ୬୬.୭% ଥିବା ବେଳେ ୨୦୨୩ରେ ୭୭.୮%କୁ ବୃଦ୍ଧି ପାଇଛି । ଏଥିରୁ ବ୍ୟବସାୟ କ୍ଷେତ୍ରରେ ଲିଙ୍ଗଗତ ସମାବେଶିତା ଓ ସୁଧାରର ପ୍ରତିବଦ୍ଧତା ପ୍ରମାଣିତ ହେଉଛି।

ଦକ୍ଷିଣ ଏସିଆ କ୍ଷେତ୍ରରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନକାରୀ ଦେଶ ହୋଇପାରିଛି । କାନାଡା, ଫ୍ରାନ୍ସ, ବ୍ରିଟେନ ଓ ଜର୍ମାନୀ ସମେତ ବହୁ ବିକଶିତ ରାଷ୍ଟ୍ର ତୁଳନାରେ ଭାରତର ସାମଗ୍ରିକ ସ୍କୋର ଅଧିକ ରହିଛି।

ନିମ୍ନରେ ଦିଆଯାଇଥିବା ଗ୍ରାଫରୁ ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି ଯେ, ଭାରତର ସାମଗ୍ରିକ ସ୍କୋର ବର୍ଷ ପରେ ବର୍ଷ ସୁଧୁରିବାରେ ଲାଗିଛି । ବାଣିଜ୍ୟ ସୁବିଧା ପଦକ୍ଷେପ ଗ୍ରହଣ କରିବା ଜରିଆରେ ବ୍ୟବସାୟିକ ସୁଗମତାକୁ ଆହୁରି ବଢ଼ାଇବା ଲାଗି ଦୃଢ଼ ପ୍ରତିବଦ୍ଧତା ଏଥିରୁ ପ୍ରମାଣିତ ହେଉଛି।

ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ଉପରେ ୟୁନେସକ୍ୟାପ୍ ଦ୍ୱାରା କରାଯାଇଥିବା ବିଶ୍ୱ ସର୍ବେକ୍ଷଣରେ  ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ର ବାଣିଜ୍ୟ ସୁବିଧା ରାଜିନାମା (ଟିଏଫଏ)କୁ ସାମିଲ କରାଯିବା ସହିତ ପାଖାପାଖି ୬୦ଟି ବାଣିଜ୍ୟ ସୁବିଧା ପ୍ରଦାନ ପଦକ୍ଷେପକୁ ୧୧ଟି ଉପବର୍ଗରେ ବର୍ଗୀକୃତ କରାଯାଇଥିଲା । ସେଗୁଡ଼ିକ ହେଲା : ପାରଦର୍ଶିତା; ଔପଚାରିକତା; ସଂସ୍ଥାଗତ ବ୍ୟବସ୍ଥା ଓ ସହଯୋଗ; ପରିବହନ ସୁବିଧା; କାଗଜମୁକ୍ତ ବାଣିଜ୍ୟ; ସୀମାପାର କାଗଜମୁକ୍ତ ବାଣିଜ୍ୟ; ଏସଏମଇଗୁଡ଼ିକ ପାଇଁ ବାଣିଜ୍ୟ ସୁବିଧା; କୃଷି ବାଣିଜ୍ୟ ସୁବିଧା; ବାଣିଜ୍ୟ ସୁବିଧା ପ୍ରଦାନରେ ମହିଳାଙ୍କ ସମ୍ପୃକ୍ତି; ବ୍ୟବସାୟିକ ସୁବିଧା ପାଇଁ ବାଣିଜ୍ୟିକ ଅର୍ଥଲଗାଣ ଏବଂ ସଂକଟ ସମୟରେ ବ୍ୟବସାୟିକ ସୁବିଧା ପ୍ରଦାନ । ଧାରଣା ଆଧାରିତ ପରିବର୍ତ୍ତେ ତଥ୍ୟ ଆଧାରରେ ଏହି ସର୍ବେକ୍ଷଣ କରାଯାଇଛି । ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ସର୍ବେକ୍ଷଣ ପାଇଁ ୬ ମାସ ଲାଗିଥାଏ । ତିନୋଟି ପର୍ଯ୍ୟାୟ ଆଭିମୁଖ୍ୟ ନେଇ ପ୍ରଥମେ ତଥ୍ୟ ସଂଗ୍ରହ କରାଯାଏ ଏବଂ ପରେ ଏହାକୁ ପ୍ରମାଣିକରଣ ଓ କାର୍ଯ୍ୟକାରୀ କରାଯାଇଥାଏ।

ଭାରତୀୟ ସୀମାଶୁଳ୍କ ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ଟୁରାଣ୍ଟ କଷ୍ଟମ୍ସ ଭଳି ସାକ୍ଷାତମୁକ୍ତ (ଫେସଲେସ୍‌), କାଗଜମୁକ୍ତ (ପେପର୍‌ଲେସ୍‌) ଏବଂ ସ୍ପର୍ଶମୁକ୍ତ (କଣ୍ଟାକ୍ଟଲେସ୍‌) ବର୍ହିଶୁଳ୍କ ସୁବିଧା ଭାରତରେ ବ୍ୟବସାୟିକ ସୁଗମତା ବାତାବରଣକୁ ବଢ଼ାଇବା ସହିତ ଦେଶରେ ବାଣିଜ୍ୟ ସୁବିଧା ପ୍ରଦାନ ପରିବେଶକୁ ପ୍ରୋତ୍ସାହିତ କରୁଛି।

ଡିଜିଟାଲ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.