ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ତାଙ୍କ ବିବୃତ୍ତି ହେତୁ ହେଡଲାଇନରେ ରହିଛନ୍ତି। ମଣିପୁର ହିଂସା ଅନ୍ତର୍ଗତ କୁକି ମହିଳାଙ୍କୁ ଉଲଗ୍ନ ପ୍ୟାରେଡ କରାଯିବା ଘଟଣା ପରେ ତାଙ୍କର ବିବୃତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘନିଷ୍ଠ ଥିବା ସତ୍ୟପାଲ ମଲିକ ତାଙ୍କ ତାଜା ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି।
https://twitter.com/SatyapalmalikG/status/1682058575773048832?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1682058575773048832%7Ctwgr%5E6cf8bac9b3076c4f6ce2771d5e71b65076e4949a%7Ctwcon%5Es1_&ref_url=https%3A%2F%2Fwww.abplive.com%2Fstates%2Fdelhi-ncr%2Fsatya-pal-malik-taunt-narendra-modi-for-spoke-only-36-seconds-on-burning-manipur-2457462
ସେ କହିଛନ୍ତି ଯେ, ମନ କି ବାତ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଘଣ୍ଟା ଘଣ୍ଟା ଧରି କଥା ହେଉଥିବା ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରରେ ଘଟିଥିବା ଅମାନୁଷିକ ତଥା ଲଜ୍ଜାଜନକ ଘଟଣା ବିଷୟରେ ମାତ୍ର ୩୬ ସେକେଣ୍ଡ କଥା କହିଛନ୍ତି। ତାଙ୍କର କିଛି ସେକେଣ୍ଡର ବିବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାକୁ ଯାଉଛି। ମଣିପୁର ହିଂସା ବିଷୟରେ ଶ୍ରୀ ମଲିକ ଟୁଇଟ୍ କରି କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ, ଯିଏ କି ପ୍ରତି ମାସରେ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ, ଆଜି ଜଳୁଥିବା ମଣିପୁର ବିଷୟରେ କେବଳ ୩୬ ସେକେଣ୍ଡ କଥା କହିଥିଲେ। ଏଭଳି କାହିଁକି? ବେଟି-ବଚାଓ, ବେଟି-ପଢାଓର ସ୍ଲୋଗାନ ଦେଇଥିବା ସରକାରଙ୍କ ଶାସନ କାଳରେ ଝିଅମାନଙ୍କୁ ଖୋଲାଖୋଲି ଭାବେ ଉଲଗ୍ନ କରାଯାଇଛି। ମଣିପୁରରେ ମହିଳାଙ୍କ ଉପରେ ହୋଇଥିବା ବର୍ବରତା ନିନ୍ଦନୀୟ।