Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂଆଦିଲ୍ଲୀରେ ‘ଅଖିଳ ଭାରତୀୟ ଶିକ୍ଷା ସଙ୍ଗମ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ବିଶେଷ ଖବର

ନୂଆଦିଲ୍ଲୀରେ ‘ଅଖିଳ ଭାରତୀୟ ଶିକ୍ଷା ସଙ୍ଗମ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

July 29, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ପ୍ରତ୍ୟେକ ଯୁବକଙ୍କୁ ସମାନ ଶିକ୍ଷା ଏବଂ ଶିକ୍ଷା ପାଇଁ ସମାନ ସୁଯୋଗ ମିଳିବା ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରାଥମିକତା ବୋଲି ଶନିବାର ଜାତୀୟ ଶିକ୍ଷା ନୀତି ପ୍ରଣୟନର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମ ଠାରେ ଆୟୋଜିତ ଦୁଇ ଦିବସୀୟ ଅଖିଳ ଭାରତୀୟ ଶିକ୍ଷା ସଙ୍ଗମକୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପିଏମ ଶ୍ରୀ ଯୋଜନାରେ ପ୍ରଥମ କିସ୍ତି ଜାରି କରିଛନ୍ତି। ଦେଶର ୬ ହଜାର ୨୦୭ଟି ସ୍କୁଲ ଏହି ପ୍ରଥମ କିସ୍ତିରେ ମୋଟ ୬୩୦ କୋଟି ଟଙ୍କା ପାଇଛନ୍ତି। ଏହାସହ ପ୍ରମୁଖ ୧୨ଟି ଭାରତୀୟ ଭାଷାରେ ଅନୁବାଦିତ ହୋଇଥିବା ଶିକ୍ଷା ଏବଂ ଦକ୍ଷତା ପାଠ୍ୟକ୍ରମ ପୁସ୍ତକର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଣାତ୍ମକ ଶିକ୍ଷାର ଦୁନିଆରେ ଅନେକ ମାନଦଣ୍ଡ ରହିଛି। କିନ୍ତୁ ଆମେ ଯେତେବେଳେ ଭାରତ ବିଷୟରେ ଟିପ୍ପଣୀ ରଖୁଛୁ, ଆମର ଏକ ବଡ଼ ପ୍ରୟାସ ଅଛି ଏବଂ ତାହା ହେଉଛି ସମାନତା ! ଜାତୀୟ ଶିକ୍ଷା ନୀତିର ପ୍ରାଥମିକତା ହେଉଛି ଭାରତର ପ୍ରତ୍ୟେକ ଯୁବକଙ୍କୁ ସମାନ ଶିକ୍ଷା ଏବଂ ଶିକ୍ଷା ପାଇଁ ସମାନ ସୁଯୋଗ ମିଳିବା ଉଚିତ୍। ଯେତେବେଳେ ଆମେ ସମାନ ଶିକ୍ଷା ଏବଂ ସମାନ ସୁଯୋଗ କଥା କହୁଛୁ, କେବଳ ସ୍କୁଲ ଖୋଲିଦେଲେ ଏହି ଦାୟିତ୍ୱ ପୂରଣ ହୋଇପାରିବ ନାହିଁ। ସମାନ ଶିକ୍ଷାର ଅର୍ଥ ହେଉଛି ଶିକ୍ଷା ସହିତ ସମ୍ବଳର ସମାନତା। ସମାନ ଶିକ୍ଷାର ଅର୍ଥ ହେଉଛି ପ୍ରତ୍ୟେକ ପିଲାଙ୍କୁ ପାଠପଢା ବୁଝାପଡିବା ଏବଂ ପସନ୍ଦ ଅନୁସାରେ ବିକଳ୍ପ ମିଳିବା। ସମାନ ଶିକ୍ଷାର ଅର୍ଥ ହେଉଛି ସ୍ଥାନ, ବର୍ଗ, ସ୍ଥାନ କାରଣରୁ ପିଲାମାନେ ଶିକ୍ଷାରୁ ବଞ୍ଚିତ ହୁଅନ୍ତୁ ନାହିଁ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶକୁ ସଫଳ କରିବା ଓ ଦେଶର ଭାଗ୍ୟକୁ ପରିବର୍ତ୍ତନ କରିବାର ସବୁଠାରୁ ବଡ଼ ଶକ୍ତି ହେଉଛି ଶିକ୍ଷା। ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି, ସେଥିରେ ଆଜି ଆମର ଶିକ୍ଷା ବ୍ୟବସ୍ଥା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜାତୀୟ ଶିକ୍ଷା ନୀତି ଦ୍ୱାରା ଦେଶର ସବୁ ଭାଷାକୁ ସମ୍ମାନ ଓ ପ୍ରୋତ୍ସାହନ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

ଶିକ୍ଷାର ଏହି ମହାକୁମ୍ଭରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାର୍ଗଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ପ୍ରଣୀତ ଜାତୀୟ ଶିକ୍ଷା ନୀତି ଭାରତର ଜ୍ଞାନଧାରାକୁ ଭବିଷ୍ୟତରେ ସମୃଦ୍ଧ କରିବା ପାଇଁ ଏକ ମହତ୍ୱପୂର୍ଣ୍ଣ ଦୂରଦର୍ଶୀ ଦସ୍ତାବିଜ। ମହାତ୍ମା ଗାନ୍ଧୀ, ରବୀନ୍ଦ୍ର ନାଥ ଟାଗୋର, ସ୍ୱାମୀ ବିବେକାନନ୍ଦ, ମହର୍ଷି ଅରବିନ୍ଦ, ମଦନ ମୋହନ ମାଲବୀୟ ଓ ସର୍ବପଲ୍ଲୀ ରାଧାକ୍ରୀଷ୍ଣଙ୍କ ଭଳି ମହାପୁରୁଷମାନେ ଯେଉଁ ସାମଗ୍ରିକ ଏବଂ ବହୁଭାଷୀ ଶିକ୍ଷାର ପରିକଳ୍ପନା କରିଥିଲେ, ଆଜି ଜାତୀୟ ଶିକ୍ଷା ନୀତିରେ ସେହି ଚିନ୍ତନଧାରାକୁ ବାସ୍ତବର ରୂପ ଦିଆଯାଉଛି। ଜାତୀୟ ଶିକ୍ଷା ନୀତିର ସ୍ୱରୂପ ଭାରତର ଶିକ୍ଷା ପ୍ରତି ଭାରତର ଭାବନାର ପ୍ରତୀକ। ଶିକ୍ଷା ନୀତି ଉପନିବେଶବାଦ ମାନସିକତାରୁ ମୁକ୍ତି ଦେବ। ଭାରତୀୟ ଭାଷା ଓ ଭାରତୀୟତା ମୂଲ୍ୟବୋଧ ପ୍ରଦାନ ପ୍ରତିଷ୍ଠା କରିବ।

 

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ପ୍ରତ୍ୟକ୍ଷ ମାର୍ଗଦର୍ଶନ, ଭାରତୀୟତାର ମୂଲ୍ୟବୋଧର ପୁନଃପ୍ରତିଷ୍ଠା କରିବା ଶିକ୍ଷା ବ୍ୟବସ୍ଥାକୁ ଏକବିଂଶ ଶତାବ୍ଦୀରେ ଆଧୁନିକ ବିଚାର ସହ ଯୋଡିହେବାର ପ୍ରୟାସକୁ ଅଧିକ ସହଯୋଗ ପ୍ରଦାନ କରୁଛି। ଆଜି ଆୟୋଜିତ ଅଖିଳ ଭାରତୀୟ ଶିକ୍ଷା ସଙ୍ଗମ ଆୟୋଜନ ନୂଆ ଭାରତର ନେତୃତ୍ୱକର୍ତ୍ତା ଭାରତ ପାଇଁ ଗୌରବର ଅନୁଭୂତିର ମୁହୂର୍ତ୍ତ। ଏନଇପି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ନୂତନ ଭାରତରେ ପଥ ପ୍ରଦର୍ଶନ କରୁଥିବା ମୂଳ ଦର୍ଶନର ପ୍ରାଣତତ୍ତ୍ୱ। ୨୦୧୪ରୁ ଶିକ୍ଷା ନୀତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ, ଦୂରଦର୍ଶୀ ଓ ମାର୍ଗଦର୍ଶନ ପ୍ରେରଣାଦାୟୀ। ଭାରତ, ଭାରତୀୟ ଏବଂ ଭାରତୀୟତାର ତତ୍ୱର ସମାହିତ ଶିକ୍ଷା ନୀତି ସର୍ବସମାବେଶୀ, ସର୍ବସୁଲଭ, ସର୍ବସ୍ପର୍ଶୀ ଏବଂ ଏକ ଆଦର୍ଶ । ନୂଆ ଶିକ୍ଷା ନୀତି ଭାରତକୁ ନେତୃତ୍ୱକର୍ତ୍ତା ଭାବରେ ସ୍ଥାପିତ କରିବ। ଶିକ୍ଷାର ଏହି ମହାକୁମ୍ଭରୁ ବାହାରିଥିବା ଅମୃତ ଆମ ଅମୃତ ପିଢିକୁ ଅଧିକ ସମର୍ଥ ଓ ଦକ୍ଷ କରିବ। ଆତ୍ମନିର୍ଭର ଓ ବିକାଶିତ ଭାରତ ନିର୍ମାଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ରାଜକୁମାର ରଞ୍ଜନ ସିଂହ ଓ ସୁଭାଷ ସରକାର ପ୍ରମୁଖ ଉପସ୍ଥିତ ଥିଲେ।

ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Latest News

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.