Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ଭୁବନେଶ୍ବରରେ ଆୟୋଜିତ ହେଲା ଫ୍ୟାସନ ସୋ
ବିଶେଷ ଖବର

ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ଭୁବନେଶ୍ବରରେ ଆୟୋଜିତ ହେଲା ଫ୍ୟାସନ ସୋ

August 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Handloomexhi
ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ଭୁବନେଶ୍ବରରେ ଆୟୋଜିତ ହେଲା ଫ୍ୟାସନ ସୋ

ଭୁବନେଶ୍ବର: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ),ଓଡିଶା ଆଂଚଳିକ ଶାଖା ତରଫରୁ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଭୁବନେଶ୍ୱର, ପାତ୍ରପଡା ସ୍ଥିତ ଜୁଡିଓ, ଡି.ଏନ୍‌.ରେଗାଲିଆ ମଲ ପ୍ରଥମ ମହଲାରେ ଏକ ହସ୍ତତନ୍ତ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି।

୩  ଦିନ ଧରି ଆୟୋଜିତ ଏହି ପ୍ରଦର୍ଶନୀ ଷ୍ଟଲକୁ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ମହାପ୍ରବନ୍ଧକ, ନାବାର୍ଡ ସୁଧାଂଶୁ କେ.କେ. ମିଶ୍ର, ମୁଖ୍ୟ ପରିଚାଳକ, ନାବାର୍ଡ ବିଭୂତି ଭୂଷଣ ସାହୁ, ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରିଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଦର୍ଶନୀରେ ନାବାର୍ଡ ସହାୟତାରେ ପରିଚାଳିତ ଖୋର୍ଦ୍ଧା, କଟକ, ସମ୍ବଲପୁର, ଯାଜପୁର, ମୟୁରଭଞ୍ଜ, ସୁବର୍ଣ୍ଣପୁର ଆଦିରୁ ୭ଟି ହସ୍ତତନ୍ତ ଉତ୍ପାଦକ ସଂଘ ଅଂଶଗ୍ରହଣ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ  ୨୦୨୧  ବ୍ୟାଚର ୫  ଜଣ ଆଇଏସ୍ ପ୍ରୋବେସନର  ମଧ୍ୟ ଅତିଥିଭାବେ ଊପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ଆମ ଦେଶ ତଥା ରାଜ୍ୟର ହସ୍ତଶିଳ୍ପ, ହସ୍ତତନ୍ତ ଓ ହସ୍ତକଳାର ସ୍ୱତନ୍ତ୍ର ପରିଚୟ ରହିଛି। ଜାତୀୟ ହସ୍ତତନ୍ତ ଦିବସ  ଭାରତରେ ହସ୍ତତନ୍ତ କାରିଗରୀର ବର୍ଷ ବର୍ଷ ଧରି ପୁରାତନ ପରମ୍ପରାକୁ ସ୍ମରଣ କରାଇଥାଏ। ଦେଶର ଅର୍ଥନୀତିରେ ହସ୍ତତନ୍ତ ବୁଣାକାରଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରିବାର ଏହା ଅବକାଶ ସୃଷ୍ଟି କରିଥାଏ।

ସେହିପରି ହସ୍ତତନ୍ତ ଶାଢୀ ବା ଉତ୍ପାଦନ ପ୍ରସ୍ତୁତ କଲାବେଳେ ଏଥିରେ ଅଭିନବତ୍ୱ ଆଣିବା, ଏହା ହାଲୁକା ଓ କିପରି କ୍ରୟ ସାପେକ୍ଷ ହୋଇପାରିବ, ସେ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଆମ ରାଜ୍ୟର ସମ୍ବଲପୁରୀ, ମାଣିଆବନ୍ଧି  ସମେତ ବିଭିନ୍ନ ଜିଲ୍ଲାର ହସ୍ତତନ୍ତ ଶାଢୀର  ଆଦର ସଂପର୍କରେ ଗୁରୁତ୍ୱାରୋପ କରି ସେ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ସହିତ ତାଙ୍କର ଦୀର୍ଘ ଦିନର ଅନୁଭୂତି ବଖାଣିଥିଲେ।

ଏଥି ସହ ସେ ହବାସପୁରୀ ଏବଂ ଲୋକପାଡ ହସ୍ତତନ୍ତ ଶାଢ଼ୀ ଆଦିର ଡିଜାଇନକୁ ସଂରକ୍ଷଣ କରି ସେସବୁର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ। ହସ୍ତତନ୍ତ ଶିଳ୍ପର ଉଜ୍ୱଳ ଭବିଷ୍ୟତ ରହିଥିବା ପ୍ରକାଶ କରି ଏହା କିପରି ଆନ୍ତର୍ଜାତିକ ବଜାରକୁ ଆକୃଷ୍ଟ କରିବ, ସେ ଦିଗରେ ବୁଣାକାର ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଓ ଏ ଦିଗରେ ବ୍ୟାପକତା  ସଂପର୍କରେ ଆଲୋକପାତ କରିଥିଲେ।

ସାଧାରଣତଃ ପରିବେଶ ଅନୁକୂଳ ଉପଯୋଗୀ ଓ କମ୍ ଶକ୍ତି ଖର୍ଚ୍ଚ, ଅପେକ୍ଷାକୃତ କମ୍ ଯନ୍ତ୍ରପାତି ଆବଶ୍ୟକ ହେଉଥିବା ଏହି ଶିଳ୍ପରେ ପ୍ରକୃତିକ ତନ୍ତୁ ବ୍ୟବହାର ହୋଇଥାଏ। ଏଣୁ ହସ୍ତତନ୍ତ ବସ୍ତ୍ର ବ୍ୟବହାର କରି ଆମର ବିଶ୍ୱକୁ ସୁରକ୍ଷାରେ ସହାୟକ ହେବାକୁ ଏହି ଉପଲକ୍ଷେ ଆୟୋଜିତ ଦସ୍ତଖତ ଅଭିଯାନ ପ୍ରାଚୀରରେ  ମୁଖ୍ୟ ଶାସନ ସଚିବ ବାର୍ତ୍ତା ଦେଇଥିଲେ।

କାର୍ଯ୍ୟକ୍ରମରେ ‘ଟିସର ଆର୍ଟିସାନ ଟ୍ରଷ୍ଟ,ମୁମ୍ବାଇ’ର ମୁଖ୍ୟ ଶ୍ରୀମତୀ ନୂତନ କଜବାଜେ  ଯୋଗଦେଇ ଥିଲେ। ନାବାର୍ଡ ଆୟୋଜନରେ ୨୦ ରୁ ଅଧିକ ଯୁବକ ଓ ଯୁବତୀ ହସ୍ତତନ୍ତ ପୋଷାକ ପରିଧାନ କରି ଆୟୋଜିତ ଫ୍ୟାଶନ ଶୋରେ ଅଂଶ ଗ୍ରହଣ କରିଥିଲେ। ନାବାର୍ଡ, ଭୁବନେଶ୍ୱର ଆଞ୍ଚଳିକ ଶାଖାର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଜାତୀୟ ହସ୍ତତନ୍ତ ଦିବସ ପ୍ରଦୀପ ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ଚଳିତ ବର୍ଷ କୁମାର ପୂର୍ଣ୍ଣିମା କେବେ? 6 ତାରିଖ ନା 7 ତାରିଖ, କଣ କହୁଛି ପଞ୍ଚାଙ୍ଗ

October 4, 2025

ଡିଜିଙ୍କୁ ସାକ୍ଷାତ କଲେ କଟକ ଭସାଣୀ ଗଣ୍ଡଗୋଳରେ ଆହତ ଡିସିପି ରିଷିକେଶ

October 4, 2025

ରେଳ ଯୋଗେ କାଶ୍ମୀର ଉପତ୍ୟକାରେ ପହଞ୍ଚିଲା ଅଟୋମୋବାଇଲ ରେକ୍ ,ଏହା ପ୍ରଥମ ଘଟଣା

October 4, 2025

ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 4, 2025
Latest News

ଚଳିତ ବର୍ଷ କୁମାର ପୂର୍ଣ୍ଣିମା କେବେ? 6 ତାରିଖ ନା 7 ତାରିଖ, କଣ କହୁଛି ପଞ୍ଚାଙ୍ଗ

October 4, 2025

ଶ୍ୟାମଜୀ କୃଷ୍ଣବର୍ମାଙ୍କ ଲିଗାସୀରୁ ପ୍ରେରଣା ନେବାକୁ ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

October 4, 2025

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

October 4, 2025

ଡିଜିଙ୍କୁ ସାକ୍ଷାତ କଲେ କଟକ ଭସାଣୀ ଗଣ୍ଡଗୋଳରେ ଆହତ ଡିସିପି ରିଷିକେଶ

October 4, 2025

ରେଳ ଯୋଗେ କାଶ୍ମୀର ଉପତ୍ୟକାରେ ପହଞ୍ଚିଲା ଅଟୋମୋବାଇଲ ରେକ୍ ,ଏହା ପ୍ରଥମ ଘଟଣା

October 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.