Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନରେ ଏନଡିଏର ଷ୍ଟ୍ରାଇକ୍ ରେଟ୍ ଭଲ, କିନ୍ତୁ ଇଣ୍ଡିଆର ଅଧିକ ଭୋଟ୍
ବିଶେଷ ଖବର

ନିର୍ବାଚନରେ ଏନଡିଏର ଷ୍ଟ୍ରାଇକ୍ ରେଟ୍ ଭଲ, କିନ୍ତୁ ଇଣ୍ଡିଆର ଅଧିକ ଭୋଟ୍

August 14, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବାତାବରଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ୨୫ ବର୍ଷ ପୂରଣ ହୋଇଥିବାବେଳେ ଏବେ ଏହା ୩୮ଟି ଦଳକୁ ବିସ୍ତାର ହୋଇଛି। ଅନ୍ୟପକ୍ଷରେ ବିରୋଧୀ ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲାଏନ୍ସ (ୟୁପିଏ) ଏହାର ନାମ ପରିବର୍ତ୍ତନ କରି ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ) ରଖିଛି। ଏଥିରେ ୨୬ଟି ଦଳ ଏକାଠି ହୋଇଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ଉଭୟ ମେଣ୍ଟ ଦଳର ପ୍ରଦର୍ଶନର ହିସାବ ଏପରି ରହିଛି।

ଲୋକସଭା ନିର୍ବାଚନରେ ଏନଡିଏ ଆଗୁଆ, ବିଧାନସଭା ନିର୍ବାଚନରେ ଇଣ୍ଡିଆ ଆଗୁଆ

୨୦୧୯ ଲୋକସଭା ନିର୍ବାଚନରେ ଏନଡିଏର ସହଯୋଗୀ ଦଳ ମୋଟ ୩୩୨ଟି ଆସନରେ ବିଜୟୀ ହୋଇଥିଲା। ଏମାନଙ୍କ ମଧ୍ୟରୁ କେବଳ ବିଜେପିର ୩୦୩ ଜଣ ସାଂସଦ ଅଛନ୍ତି। ଅନ୍ୟପକ୍ଷରେ ଇଣ୍ଡିଆର ୨୬ଟି ସହଯୋଗୀ ଦଳର ୧୧୪ ଜଣ ସାଂସଦ ନିର୍ବାଚନ ଜିତି ଲୋକସଭାରେ ପହଞ୍ଚିଛନ୍ତି। ଦୁଇ ମେଣ୍ଟ ମଧ୍ୟରେ ୧୮୮ ସାଂସଦଙ୍କ ମଧ୍ୟରେ ବିପୁଳ ପାର୍ଥକ୍ୟ ରହିଛି, କିନ୍ତୁ ଉଭୟଙ୍କୁ ମିଳିଥିବା ମୋଟ ଭୋଟରେ ପାର୍ଥକ୍ୟ ସେତେଟା ବଡ଼ ନୁହେଁ। ଗତ ନିର୍ବାଚନରେ ଏନଡିଏକୁ ୨୫.୯ କୋଟି ଭୋଟ୍ ମିଳିଥିବାବେଳେ ଇଣ୍ଡିଆକୁ ୨୨.୯ କୋଟି ଭୋଟ୍ ମିଳିଥିଲା ଅର୍ଥାତ୍ ମାତ୍ର ୩ କୋଟି ଭୋଟ୍ ବ୍ୟବଧାନ ରହିଛି।

ଏବେ ଯଦି ଆମେ ଭୋଟ ଓ ସାଂସଦଙ୍କ ସଂଖ୍ୟାକୁ ଦେଖୁ, ତେବେ ଏନଡିଏକୁ ମିଳିଥିବା ଭୋଟକୁ ଯଦି ମୋଟ ସାଂସଦଙ୍କ ମଧ୍ୟରେ ବିଭକ୍ତ କରାଯାଏ ତେବେ ହାରାହାରି ୭.୮ ଲକ୍ଷ ହେବ। କେବଳ ହାରାହାରି ୭.୮ ଲକ୍ଷ ଭୋଟ୍ ପାଇ ଏନଡିଏ ପ୍ରାର୍ଥୀମାନେ ବିଜୟୀ ହୋଇଥିବା ମଧ୍ୟ ଦେଖିବାକୁ ମିଳୁଛି। ସେହି ଫର୍ମୁଲାରେ କୁହାଯାଇପାରେ ଯେ ଇଣ୍ଡିଆର ପ୍ରାର୍ଥୀଙ୍କୁ ଜିତିବା ପାଇଁ ହାରାହାରି ୧୫.୯ ଲକ୍ଷ ଭୋଟ୍ ପାଇବାକୁ ପଡ଼ିଥିଲା।

ରାଜ୍ୟ ବିଧାନସଭା ନିର୍ବାଚନରେ ଏନଡିଏକୁ ଇଣ୍ଡିଆ ତୁଳନାରେ କମ୍ ଭୋଟ୍ ମିଳିଛି। ରାଜ୍ୟ ବିଧାନସଭାରେ ଇଣ୍ଡିଆକୁ ୨୬.୮ କୋଟି ଓ ଏନଡିଏକୁ ୨୩.୨ କୋଟି ଭୋଟ୍ ମିଳିଛି। ଅର୍ଥାତ୍ ରାଜ୍ୟସ୍ତରରେ ଏନଡିଏ ତୁଳନାରେ ଇଣ୍ଡିଆକୁ ୩.୬ କୋଟି ଅଧିକ ଭୋଟ୍ ମିଳିଛି। ଏହି ପାର୍ଥକ୍ୟ ଜାତୀୟ ସ୍ତରରେ ଇଣ୍ଡିଆ ଉପରେ ଏନଡିଏର ଅଗ୍ରଣୀଠାରୁ ଅଧିକ।

ଏନଡିଏରେ ବିଜେପି ବାଦଶାହ

ଏନଡିଏ ମେଣ୍ଟର ଇଞ୍ଜିନ ହେଉଛି ବିଜେପି, କିନ୍ତୁ ଇଣ୍ଡିଆ ମେଣ୍ଟରେ ଅନେକ ଇଞ୍ଜିନ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ଏନଡିଏ ଜିତିଥିବା ମୋଟ ୩୩୨ ଆସନରୁ ବିଜେପି ଏକାକୀ ୩୦୩ ଟି ଆସନ ପାଇଥିଲା। ସେହିପରି ସିନ୍ଧେ ଗୋଷ୍ଠୀ ନେତୃତ୍ୱାଧୀନ ଶିବସେନା ଏନଡିଏର ଏକମାତ୍ର ସହଯୋଗୀ ଦଳ ଯିଏ କି ୧୦ରୁ ଅଧିକ ଆସନ ପାଇଛି। ତେଣୁ ଯଦି ୨୦୨୪ ନିର୍ବାଚନରେ ବିଜେପିର ଆସନ କମିଯାଏ, ତେବେ ବାକି ଏନଡିଏ ଦଳମାନଙ୍କୁ ପରିଚାଳନା କରିବା କଷ୍ଟକର ହୋଇପାରେ। ଅପରପକ୍ଷରେ ଇଣ୍ଡିଆର ସହଯୋଗୀ ଦଳମାନଙ୍କ ପାଖରେ କଂଗ୍ରେସ ବ୍ୟତୀତ ଅନେକ ବଡ଼ ବଡ଼ ଦଳ ଅଛନ୍ତି । ଇଣ୍ଡିଆର ମାତ୍ର ୩୬ ପ୍ରତିଶତ ସାଂସଦ କଂଗ୍ରେସର। ଏଭଳି ସ୍ଥିତିରେ ଡିଏମକେ, ଟିଏମସି ଓ ଜେଡିୟୁ ଆଗାମୀ ନିର୍ବାଚନରେ ଇଣ୍ଡିଆର ସାଂସଦଙ୍କ ସଂଖ୍ୟା ବଢ଼ାଇବାରେ ସହାୟକ ସାବ୍ୟସ୍ତ ହୋଇପାରନ୍ତି, କିନ୍ତୁ ଏହାର ସୀମା ହେଉଛି ସେମାନେ ନିଜ ରାଜ୍ୟରେ ସୀମିତ ଅଛନ୍ତି। ତେଣୁ ଯଦି କଂଗ୍ରେସ ନିଜର ପ୍ରଦର୍ଶନରେ ଉନ୍ନତି ନ ଆଣେ ତେବେ ଇଣ୍ଡିଆର ଏହି ପ୍ରମୁଖ ସହଯୋଗୀ ଦଳଗୁଡ଼ିକର ଉନ୍ନତ ପ୍ରଦର୍ଶନ ଉପରେ ମଧ୍ୟ ସାମାନ୍ୟ ପ୍ରଭାବ ପକାଇବ।

କାହାର କେତେ ସାଂସଦ

ଏନଡିଏ
ଦଳ-ଦଳୀୟ ଆସନ-ଭୋଟ୍ (କୋଟି କୋଟିରେ)
ବିଜେପି-୩୦୩-୨୩
ଶିବସେନା (ସିନ୍ଦେ)-୧୩-୧
ଏଲଜେପି-୬-୦
ଅପନା ଦଳ(ଏସ୍)-୨-୦
ଏନସିପି (ଅଜିତ)-୧-୦
ଏଆଇଏଡିଏମକେ-୧-୧
ଆଜସୁ-୧-୦
ଏନପିପି-୧-୦
ଏନଡିପିପି (ନେଫୁ)-୧-୦
ଏସକେଏମ-୧-୦
ଅନ୍ୟ-୨-୧
ସମୁଦାୟ-୩୩୨-୨୬

ଇଣ୍ଡିଆ
କଂଗ୍ରେସ-୫୨-୧୨
ଡିଏମକେ-୨୪-୧
ଟିଏମସି-୨୨-୩
ଜେଡିୟୁ-୧୬-୧
ବାମପନ୍ଥୀ ଦଳ-୬-୨
ଶିବସେନା (ଉଦ୍ଧବ)-୫-୧
ସମାଜବାଦୀ ପାର୍ଟି-5-2
ଏନସିପି (ଶରଦ)-୪-୧
ନ୍ୟାସନାଲ କନଫରେନସ-୩-୦
ଆଇୟୁଏମଏଲ-୩-୦
ଅନ୍ୟ-୪-୧
ମୋଟ-୧୪୪-୨୩

ରାଜ୍ୟ ବିଧାନସଭାରେ ମଧ୍ୟ ସମାନ ଢାଞ୍ଚା

ରାଜ୍ୟରେ ଏନଡିଏର ମୋଟ ୧୭୦୪ ବିଧାୟକଙ୍କ ମଧ୍ୟରୁ ୭୮ ପ୍ରତିଶତ କେବଳ ବିଜେପିର ଅଛନ୍ତି। ତାମିଲନାଡୁର ଏଆଇଏଡିଏମକେ ବିଧାୟକ ଦୃଷ୍ଟିରୁ ଏନଡିଏର ଦ୍ୱିତୀୟ ବୃହତ୍ତମ ଦଳ। ଏଥିରେ ୬୬ ଜଣ ବିଧାୟକ ଅଛନ୍ତି। ତୃତୀୟ ସ୍ଥାନରେ ଏନସିପିର ଅଜିତ ପାୱାର ଗୋଷ୍ଠୀ ରହିଛି, ଯେଉଁମାନେ ନିକଟରେ ଦଳରୁ ଅଲଗା ହୋଇ ଏନଡିଏରେ ଯୋଗ ଦେଇଛନ୍ତି। ଏଥିରେ ୪୩ ଜଣ ବିଧାୟକ ଅଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଏନଡିଏର ୧୫୧ ଜଣ ବିଧାୟକ ଉତ୍ତର ପୂର୍ବ ରାଜ୍ୟରେ ଆଞ୍ଚଳିକ ଦଳର ଅଟନ୍ତି। ୭୬୫ ବିଧାୟକ ଥିବା କଂଗ୍ରେସର ମେଣ୍ଟରେ ୪୩ ପ୍ରତିଶତ ଯୋଗଦାନ ଦେଉଥିବାବେଳେ ଏହାର ୫ ସହଯୋଗୀ ଦଳର ୧୦୦ରୁ ଅଧିକ ବିଧାୟକ ଅଛନ୍ତି। ଇଣ୍ଡିଆରେ ସମୁଦାୟ ୧୭୯୩ ବିଧାୟକ ଅଛନ୍ତି।

ଏନଡିଏ ଏବଂ ଇଣ୍ଡିଆ ମଧ୍ୟରେ ସିଧାସଳଖ ମୁକାବିଲା ସମ୍ଭବ କି?

ଗତ ଲୋକସଭା ନିର୍ବାଚନରେ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୦ ପ୍ରତିଶତ ଭୋଟ୍ ଏନଡିଏ ଓ ଇଣ୍ଡିଆକୁ ଯାଇଥିଲା। ଅନ୍ୟ ୯ଟି ରାଜ୍ୟରେ ଦୁଇ ମେଣ୍ଟ ୮୦ ପ୍ରତିଶତ ଭୋଟ୍ ପାଇଛନ୍ତି। କେବଳ ଦୁଇଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଥିଲା ଯେଉଁଠାରେ ଦୁଇ ମେଣ୍ଟ ମିଳିତ ଭାବେ ୫୦ ପ୍ରତିଶତରୁ କମ୍ ଭୋଟ ପାଇଥିଲେ।

ଯଦି ଆମେ ଜାତୀୟ ସ୍ତରରେ ଦିଆଯାଇଥିବା ମୋଟ ଭୋଟ୍ ବିଷୟରେ କହିବା ତେବେ ଏନଡିଏ ଏବଂ ଇଣ୍ଡିଆ ମିଳିତ ଭାବେ ୮୭.୭ ପ୍ରତିଶତ ଭୋଟ୍ ପାଇଥିଲେ। ରାଜ୍ୟ ବିଧାନସଭା ନିର୍ବାଚନରେ ମଧ୍ୟ ଉଭୟ ମେଣ୍ଟ ମିଳିତ ଭାବେ ୭୭.୨ ପ୍ରତିଶତ ଭୋଟ୍ ଓ ୮୪.୯ ପ୍ରତିଶତ ଆସନ ପାଇଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶା, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଭଳି ୩ଟି ରାଜ୍ୟରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ ଦୁଇମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି।

୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ଗତଥର ସମସ୍ତ ଲୋକସଭା ଆସନରେ ବିଜୟୀ ହୋଇଥିଲେ। ସେହିପରି ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୫ ପ୍ରତିଶତରୁ ଅଧିକ ବିଧାନସଭା ଆସନ ଉଭୟ ମେଣ୍ଟ ହାତରେ ରହିଛି।

ଇଣ୍ଡିଆ ଏନଡିଏ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ବିଧାନସଭା ନିର୍ବାଚନ ୟୁପିଏ ଷ୍ଟ୍ରାଇକ୍ ରେଟ୍
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଦିଲ୍ଲୀରେ କହିଲେ……

August 3, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.