Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ୱରରେ ମର୍ସିଡିଜ୍‌-ବେଞ୍ଜ୍‌ର ଏସ୍‌ୟୁଭି ନୂଆ ଜିଏଲ୍‌ସିର ଶୁଭାରମ୍ଭ, ଜାଣନ୍ତୁ ଏହାର ଦାମ୍
ବିଶେଷ ଖବର

ଭୁବନେଶ୍ୱରରେ ମର୍ସିଡିଜ୍‌-ବେଞ୍ଜ୍‌ର ଏସ୍‌ୟୁଭି ନୂଆ ଜିଏଲ୍‌ସିର ଶୁଭାରମ୍ଭ, ଜାଣନ୍ତୁ ଏହାର ଦାମ୍

August 19, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
Mercedes-Benz GLC2
ଭୁବନେଶ୍ୱରରେ ମର୍ସିଡିଜ୍‌-ବେଞ୍ଜ୍‌ର ଏସ୍‌ୟୁଭି ନୂଆ ଜିଏଲ୍‌ସିର ଶୁଭାରମ୍ଭ, ଜାଣନ୍ତୁ ଏହାର ଦାମ୍

ଭୁବନେଶ୍ୱର: ଭାରତର ସବୁଠାରୁ ଆକର୍ଷଣୀୟ ଲକ୍‌ଜରୀ କାର୍ ନିର୍ମାତା ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ବହୁପ୍ରତିକ୍ଷୀତ ମିଡ୍‌-ସାଇଜ୍ ଲକ୍‌ଜରୀ ଏସ୍‌ୟୁଭି, ନୂଆ ଜିଏଲ୍‌ସିର ୨ୟ ପିଢିର ଉନ୍ମୋଚନ କରାଯାଇଛି। ନୂଆ ଜିଏଲ୍‌ସି ହେଉଛି ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆର ସର୍ବାଧିକ ବିକ୍ରି ହେଉଥିବା ଲକ୍‌ଜରୀ ଏସ୍‌ୟୁଭି।

ଉନ୍ମୋଚନ ପରଠାରୁ ଭାରତରେ ଏହାର ୧୩୦୦୦ରୁ ଅଧିକ ୟୁନିଟ୍ ବିକ୍ରି ହୋଇଛି। ନୂଆ ଜିଏଲ୍‌ସି ଏହାର ସେଗ୍‌ମେଂଟ୍‌ରେ ଏକ ଉଚ୍ଚ ବେଂଚ୍‌ମାର୍କ ସ୍ଥିର କରିବ, ମର୍ସିଡିଜ୍‌-ବେଞ୍ଜ୍ ଇଣ୍ଡିଆର ଏସ୍‌ୟୁଭି ପୋର୍ଟଫୋଲିଓକୁ ଆହୁରି ସୁଦୃଢ କରିବ ଯେଉଁଥିରେ ଜିଏଲ୍‌ଏ, ଜିଏଲ୍‌ସି, ଜିଏଲ୍‌ଇ, ଜିଏଲ୍‌ଏସ୍‌, ଜିଏଲ୍‌ଏସ୍ ମେବ୍ୟାକ୍ ଓ ଜି-କ୍ଲାସ୍ ଆଦି ସାମିଲ ରହିଛି।

ଅନେକ ଉନ୍ନତ ଫିଚରଗୁଡିକୁ ଏବେ ଷ୍ଟାଣ୍ଡାର୍ଡ ଭାବେ ପ୍ରଦାନ କରାଯାଉଥିବା ବେଳେ ନୂତନ ଦକ୍ଷ ଇଞ୍ଜିନ୍‌, ନୂତନ ପିଢିର ଏନ୍‌ଟିଜି-୭ ଟେଲିମ୍ୟାଟିକ୍ସ ଓ ସୁପେରିୟର ଡ୍ରାଇଭିଂ ଡାଇନାମିକ୍ସ ସହିତ ନୂଆ ଜିଏଲ୍‌ସି ଭାରତରେ ଏହାର ସଫଳତାର କାହାଣୀକୁ ବଜାୟ ରଖିବାର ପ୍ରତିଶ୍ରୁତି ଦେଉଛି। ଏହି ଏସ୍‌ୟୁଭିକୁ ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ସନ୍ତୋଷ ଆୟର୍ ଏବଂ ଟିଆଣ୍ଡଟି ମୋଟର୍ସର ଅଧ୍ୟକ୍ଷ ଶ୍ରୀ ବିଦୁର ତଲ୍‌ୱାରଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି।

ଏହି ଲକ୍‌ଜରୀ ଏସ୍‌ୟୁଭିକୁ ୨ଟି ପାୱାରଟ୍ରେନ୍ ଯଥା ଜିଏଲ୍‌ସି ୩୦୦ ୪ ମ୍ୟାଟିକ୍ (ପେଟ୍ରୋଲ) ଓ ଡିଜେଲ୍ ଜିଏଲ୍‌ସି ୨୨୦ଡି ୪ମ୍ୟାଟିକ୍ (ଡିଜେଲ୍‌) ସହିତ ପ୍ରଦାନ କରାଯିବ। ଜିଏଲ୍‌ସି ୩୦୦ର ମୂଲ୍ୟ ୭୩.୫ ଲକ୍ଷ ଟଙ୍କା ଏବଂ ଜିଏଲ୍‌ସି ୨୨୦ଡିର ମୂଲ୍ୟ ୭୪.୫ ଲକ୍ଷ ଟଙ୍କା (ସର୍ବଭାରତୀୟ ସ୍ତରରେ ଏକ୍ସ-ଶୋରୁମ୍ ମୂଲ୍ୟ) ରହିଛି।

ବୁକିଂ ଆରମ୍ଭ ହେବା ପରଠାରୁ ନୂଆ ଜିଏଲ୍‌ସି ପାଇଁ ଦେଶବ୍ୟାପୀ ୧୫୦୦ରୁ ଅଧିକ ବୁକିଙ୍ଗ୍ କରାଯାଇଛି। ନୂଆ ଜିଏଲ୍‌ସି ଏକ ସେକେଣ୍ଡ-ଜେନେରେଶନ ଇଂଟିଗ୍ରେଟେଡ୍ ଷ୍ଟାର୍ଟର୍ ଜେନେରେଟର (ଆଇଏସ୍‌ଜି) ଓ ୪୮-ଭୋଲ୍ଟ ମାଇଲ୍ଡ ହାଇବ୍ରିଡ୍ ସିଷ୍ଟମ ସହିତ ଏକ ଶକ୍ତିଶାଳୀ ଟର୍ବୋଚାର୍ଜଡ୍ ୪-ସିଲିଣ୍ଡର ଇଞ୍ଜିନ୍ ସହ ଆସୁଛି । ନୂଆ ଜିଏଲ୍‌ସି ହେଉଛି ପ୍ରଥମ ମର୍ସିଡିଜ୍‌-ବେଞ୍ଜ ଯେଉଁଥିରେ ନୂତନ ପିଢିର ଏମ୍‌ବିୟୁଏକ୍ସ (ମର୍ସିଡିଜ୍‌-ବେଞ୍ଜ୍ ୟୁଜର ଏକ୍ସପେରିଏନ୍ସ) ଇନ୍‌ଫୋଟେନ୍‌ମେଂଟ୍ ସିଷ୍ଟମ ରହିଛି।

ଏହା ସମ୍ପର୍କରେ ମର୍ସିଡିଜ୍‌-ବେଞ୍ଜ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ସନ୍ତୋଷ ଆୟର କହିଛନ୍ତି ଯେ, “ଆଜି ଭୁବନେଶ୍ୱରରେ ଆମେ ଆମର ବେଷ୍ଟ୍‌-ସେଲିଂ ଏସ୍‌ୟୁଭି, ବହୁପ୍ରତିକ୍ଷୀତ ନୂଆ ଜିଏଲ୍‌ସିର ଉନ୍ମୋଚନ କରିଛୁ । ନୂଆ ଜିଏଲ୍‌ସି ହେଉଛି ଗୁରୁତ୍ୱପୂର୍ଣ୍ଣ ଉନ୍ନତିକରଣ ସହିତ ସବୁଠାରୁ ଅତ୍ୟାଧୁନିକ ଜିଏଲ୍‌ସି, ଯାହା ଏବେ ଷ୍ଟାଣ୍ଡାର୍ଡ ରହିଛି, ଯାହା ଏହାକୁ ଅତ୍ୟଧିକ ଆକର୍ଷଣୀୟ ଉତ୍ପାଦରେ ପରିଣତ କରୁଛି । ଆମେ ଜିଏଲ୍‌ସି ପାଇଁ ଉତ୍ସାହଜନକ ପ୍ରତିକ୍ରିୟା ହାସଲ କରୁଛୁ ଏବଂ ଆମେ ଏହାର ବଜାର ସଫଳତାକୁ ନେଇ ନିଶ୍ଚିତ ରହିଛୁ।

ଭୁବନେଶ୍ୱର ହେଉଛି ମର୍ସିଡିଜ୍‌-ବେଞ୍ଜ୍ ଯାନଗୁଡିକ ପାଇଁ ଉତମ ଚାହିଦା ସହିତ ଆମ ପାଇଁ ଏକ ଉଦୀୟମାନ ବଜାର। ଆମର ବିଶ୍ୱାସ ରହିଛି ଯେ, ନୂଆ ଜିଏଲ୍‌ସି ଏହି କାହାଣୀ ଉପରେ ନିର୍ମିତ ହେବ।” ୨୦୨୩ର ପ୍ରଥମାର୍ଦ୍ଧ (ଜାନୁଆରୀ-ଜୁନ୍‌)ରେ ୧୮%ର ଅଭିବୃଦ୍ଧି ସହିତ ଭୁବନେଶ୍ୱର ଭାରତରେ ମର୍ସିଡିଜ୍‌-ବେଞ୍ଜ୍‌ର ଅନ୍ୟତମ ପ୍ରମୁଖ ଉଦୀୟମାନ ବଜାର ହୋଇ ରହିଛି। କମ୍ପାନୀ ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ତ୍ରୈମାସରେ ଦୁଇ ଅଙ୍କ ବିଶିଷ୍ଟ ଦୃଢ଼ ଅଭିବୃଦ୍ଧି ହାସଲ କରିବା ପାଇଁ ଆଶା ରଖିଛି। ଟପ୍‌-ଏଣ୍ଡ୍ ଭେଇକିଲ୍‌ସ (ଟିଇଭି) ସେଗ୍‌ମେଂଟ୍ ୨୧୮% ଅଭିବୃଦ୍ଧି ହାସଲ କରିଛି ଯାହା ଏସ୍‌-କ୍ଲାସ୍‌, ମେବ୍ୟାକ୍‌, ଏଏମ୍‌ଜି ଓ ଇକ୍ୟୁଏସ୍ ଭଳି ଟପ୍‌-ଏଣ୍ଡ୍ ମର୍ସିଡିଜ୍‌-ବେଞ୍ଜ୍ ଯାନଗୁଡିକର ବର୍ଦ୍ଧିତ ଲୋକପ୍ରିୟତାକୁ ସୂଚିତ କରୁଛି।

ନୂଆ ଜିଏଲ୍‌ସିର ଏକ୍ସଟେରିୟର ଡିଜାଇନ୍ ମର୍ସିଡିଜ୍‌-ବେଞ୍ଜ୍ ପରିବାର ଏକ ସଦସ୍ୟ ଭାବେ ତତ୍‌କ୍ଷଣାତ୍ ଚିହ୍ନଟ ହେଉଛି ଏବଂ ଏଥିରେ ଏହାର ପୂର୍ବ ପିଢି ତୁଳନାରେ ଅଧ୍ଚଳ ସ୍ପୋର୍ଟିଅର ଲୁକ୍ ରହିଛି । ନୂଆ ଜିଏଲ୍‌ସିରେ ଏକ ହାଇ-ସିନ୍ ଫିନିଶ୍ ସହିତ କଳା ରଙ୍ଗରେ ୧୯ ଇଂଚ୍‌ର ଲାଇଟ୍‌-ଆଲୟ ହ୍ୱିଲ୍ ରହିଛି। ଏହା ଏକ ଷ୍ଟାଣ୍ଡାର୍ଡ ଭାବେ ଆଭାଂଟ୍‌ଗ୍ରେଡ୍ ଲାଇନ୍ ଏବଂ ଏହାର ସବୁଠାରୁ ଆକର୍ଷଣୀୟ ଫିଚର ସମେତ ନୂଆ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ ସହ ସିଧାସଳଖ କନେକ୍ଟ ହୋଇଥିବା ନୂଆ ଗ୍ରିଲ୍ ସହ ଆସୁଛି ଯାହା ଯାନର ପ୍ରଶସ୍ଥତାକୁ ବୃଦ୍ଧି କରୁଛି।

ଏହାର ବର୍ଦ୍ଧିତ ଆକାର ୭୦ ଲିଟର୍‌ର ଅତିରିକ୍ତ ବୁଟ୍ ସ୍ପେଶ୍ ସୁନିଶ୍ଚିତ କରୁଛି। ଏହାର ଆଧୁନିକ, ସ୍ପୋର୍ଟି ଇଂଟେରିୟରରେ ଏକ ନୂଆ ଫ୍ଲୋଟିଂ ୧୨.୩ ଇଂଚ୍ ଡିଜିଟାଲ ଇନ୍‌ଷ୍ଟ୍ରୁମେଂଟାଲ ପ୍ୟାନେଲ ସହିତ ୧୧.୯ ଇଂଚ୍ ସେଂଟ୍ରାଲ ଡିସ୍‌ପ୍ଲେ ରହିଛି। ନୂଆ ଜିଏଲ୍‌ସି ହେଉଛି ପ୍ରଥମ ମର୍ସିଡିଜ୍‌-ବେଞ୍ଜ୍ ଏସ୍‌ୟୁଭି ଯେଉଁଥିରେ ନୂତନ ପିଢିର ଏମ୍‌ବିୟୁଏକ୍ସ (ମର୍ସିଡିଜ୍‌-ବେଞ୍ଜ୍ ୟୁଜର ଏକ୍ସପେରିଏନ୍ସ) ଇନ୍‌ଫୋଟେନ୍‌ମେଂଟ୍ ସିଷ୍ଟମ ରହିଛି। ଉନ୍ନତ ମନୋରଞ୍ଜନ ଫିଚରଗୁଡିକ ସହିତ ଦ ଡ୍ରାଇଭର ଓ ସେଂଟ୍ରାଲ ଡିସ୍‌ପ୍ଲେ ରହିଛି। ନୂଆ ଜିଏଲ୍‌ସି ସେକେଣ୍ଡ ଜେନେରେଶନ ୪୮ଭି ଇଂଟିଗ୍ରେଟେଡ୍ ଷ୍ଟାର୍ଟର୍ ଜେନେରେଟର୍ (ଆଇଏସ୍‌ଜି) ରହିଛି।

ଏହାର ମାନକ ଉପକରଣଗୁଡିକ ମଧ୍ୟରେ ଏକ ଅଫ୍‌ରୋଡ୍ ଡ୍ରାଇଭିଂ ମୋଡ୍ ଓ ଡିଏସ୍‌ଆର୍ (ଡାଉନ୍‌ହିଲ୍ ସ୍ପିଡ୍ ରେଗୁଲେଶନ) ସାମିଲ ରହିଛି। ଏହାର ଏକ ଅତୁଳନୀୟ ଫିଚର ହେଉଛି ‘ଟ୍ରାନ୍ସପରେଂଟ୍ ବନେଟ୍‌’ ସହ ଏକ ଅଫ୍‌ରୋଡ୍ କକ୍‌ପିଟ୍। ଏକ ୩୬୦ ଡିଗ୍ରୀ କ୍ୟାମେରା କାର୍ ତଳେ କ’ଣ ଘଟୁଛି ତାହାର ସିଧାସଳଖ ଭାବେ ଏକ ଭର୍ଚୁଆଲ ଭ୍ୟୁ ପ୍ରଦାନ କରିଥାଏ, ଚାଳକଙ୍କୁ ୮କିମି/ଘଂଟା ପର‌୍ୟ୍ୟନ୍ତ ବେଗରେ ବନେଟ୍‌କୁ ଦେଖିବା ପାଇଁ ଅନୁମତି ଦେଇଥାଏ। ଏହି କାରରେ ୭ଟି ଏୟାରବ୍ୟାଗ୍‌, ପ୍ରି-ସେଫ୍‌, ବ୍ଲାଇଣ୍ଡ ସ୍ପଟ୍‌-ଆସିଷ୍ଟ, ଆକ୍ଟିଭ୍ ଲେନ୍ କିପିଙ୍ଗ୍

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେବେ ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026
Latest News

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେବେ ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.