Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାର ଆଇ.ଟି କଂପାନୀ ସିଏସଏମ୍ ନିର୍ମାଣ କରିବ ଇଭି ରେସ କାର୍, ଆଇଆଇଟି ସହ ବୁଝାମଣା
ବିଶେଷ ଖବର

ଓଡିଶାର ଆଇ.ଟି କଂପାନୀ ସିଏସଏମ୍ ନିର୍ମାଣ କରିବ ଇଭି ରେସ କାର୍, ଆଇଆଇଟି ସହ ବୁଝାମଣା

August 26, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସିଏସଏମ୍
ଓଡିଶାର ଆଇ.ଟି କଂପାନୀ ସିଏସଏମ୍ ନିର୍ମାଣ କରିବ ଇଭି ରେସ କାର୍, ଆଇଆଇଟି ସହ ବୁଝାମଣା

ଭୁବନେଶ୍ବର/ଚେନ୍ନାଇ : ଆଫ୍ରିକା, ଦୁବାଇ, ଯୁକ୍ତରାଷ୍ଟ୍ର ୟୁଏସ୍ ଓ କାନାଡ଼ାରେ ସକ୍ରିୟ ବ୍ୟବସାୟ କରୁଥିବା ଭାରତୀୟ ଆଇଟି କମ୍ପାନି ସିଏସ୍ଏମ୍ ଟେକ୍ନୋଲୋଜିଜ୍ ୨୦୨୫ ସୁଦ୍ଧା ବିଶ୍ବର ଦ୍ରୁତତମ ସ୍ବୟଂଚାଳିତ ଇଲେକ୍ଟ୍ରିକ୍ ରେସ୍ କାର ନିର୍ମାଣ ଲାଗି ଆଇଆଇଟି ମାଡ୍ରାସ୍ ସହ ସହବନ୍ଧିତ ହୋଇଛି।

ଆଇଆଇଟି ମାଡ୍ରାସର ଛାତ୍ରଛାତ୍ରୀଙ୍କ ଦ୍ବାରା ପରିଚାଳିତ ମୋଟର ସ୍ପୋର୍ଟସ ଟିମ୍, ରଫ୍ତାର ସହ ସହଯୋଗିତା କରିଛି ସିଏସ୍ଏମ୍ ଟେକ୍। ଅଟୋମୋଟିଭ ଇଞ୍ଜିନିୟରିଂ ଓ ମୋଟରସ୍ପୋର୍ଟସ ପ୍ରତି ରୁଚି ରଖିଥିବା ଆଇଆଇଟି ମାଡ୍ରାସର ବିଭିନ୍ନ ବିଭାଗର ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଦ୍ବାରା ଗଠିତ ଟିମ୍ ହୋଇଛି ରଫ୍ତାର। ପ୍ରତିବର୍ଷ ଏହି ଟିମ୍ ଏକ ଦ୍ରୁତତମ ଫର୍ମୁଲା ଷ୍ଟୁଡେଣ୍ଟ ରେସ୍କାର ନିର୍ମାଣର ଚ୍ୟାଲେଞ୍ଜ ଗ୍ରହଣ କରିଥାଏ। ଏହା ଦେଶର ସବୁଠାରୁ ସକ୍ଷମ ଓ ସୁଦୃଢ଼ ଇଞ୍ଜିନିୟର ଟିମ୍ ହେବା ଦିଗରେ କାମ କରୁଛି।

ଇଲେକ୍ଟ୍ରିକ୍ ଯାନ (ଇଭି) ଡିଜାଇନ, ବିକାଶ ଓ ଗ୍ରହଣ କରିବାରେ ଶିଳ୍ପ ଭାଗିଦାରିତା ଏକ ପ୍ରମୁଖ ଭୂମିକା ତୁଲାଇଥାଏ। ସିଏସଏମ୍ ଭଳି ଟେକ୍ନୋଲୋଜି କମ୍ପାନି ଓ ଆଇଆଇଟି ମାଡ୍ରାସ ଭଳି ଏକ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ସହଭାଗିତା ମିଳିତ ବିଶେଷଜ୍ଞତା ଓ ସମ୍ବଳ, କଷ୍ଟ ସେୟାରିଂ ଓ ରିସ୍କ ପରିଚାଳନା, ତ୍ବରିତ୍ ଗବେଷଣା ଓ ବିକାଶ, ଷ୍ଟାଣ୍ଡାର୍ଡାଇଜେସନ ଓ ଇଣ୍ଟରପେରାବିଲିଟି, ପଲିସି ଆଡଭୋକେସି, ଇକୋସିଷ୍ଟମ ଡେଭଲପମେଣ୍ଟ ଓ ନଲେଜ ଏକ୍ସଚେଞ୍ଜ ଦିଗରେ ବେଶ ସହାୟକ ହେବ। ସିଏସଏମ୍ ହେଉଛି ମେକ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ଏକ ବଡ଼ ସମର୍ଥକ, କାରଣ ଏସବୁ ସରକାରୀ ପଦକ୍ଷେପ ଦ୍ବାରା ଅଭିବୃଦ୍ଧି ଚକ୍ର, ସୃଜନଶୀଳତା ଓ ଆତ୍ମନିର୍ଭରଶୀଳତା ସୃଷ୍ଟି ଓ ବିକାଶ ଲାଗି ଲକ୍ଷ୍ୟ ରଖାଯାଇଛି।

ଏହି ମୂଳମନ୍ତ୍ରକୁ ଆଧାର କରି ସ୍ବଦେଶୀ ଜ୍ଞାନକୌଶଳ ତଥା କ୍ଷମତାରେ ଏକ ଅତ୍ୟାଧୁନିକ ତଥା ଦ୍ରୁତତମ ରେସ୍ କାର୍ ବିକାଶ କରିବାର ମହତ୍ବାକାଙ୍କ୍ଷୀ ସ୍ବପ୍ନକୁ ଇନ୍ଧନ ଯୋଗାଇବା ଉଦ୍ଦେଶ୍ୟରେ ଆଇଆଇଟି ମାଡ୍ରାସ ସହ ଏମ୍ଓୟୁ ସ୍ବାକ୍ଷର କରିଛି ସିଏସଏମ୍ ଟେକ୍ନୋଲୋଜିଜ୍। ସିଏସ୍ଏମ୍ ଟେକ୍ ପ୍ରତିଷ୍ଠାତା ତଥା ସିଇଓ ପ୍ରିୟଦର୍ଶୀ ନାନୁ ପାଣି, କମ୍ପାନିର ମୁଖ୍ୟ ମାନବ ସମ୍ବଳ ଅଧିକାରୀ (ସିଏଚ୍ଆର୍ଓ) ଏବଂ ଆଇଆଇଟି ମାଡ୍ରାସର ଡିନ୍ ଅଫ୍ ଇଣ୍ଡଷ୍ଟ୍ରି କଣ୍ଟ୍ରିବ୍ୟୁସନ ଆଣ୍ଡ ସ୍ପନସରଡ୍ ରିସର୍ଚ୍ଚ ପ୍ରଫେସର ମନୁ ସାନ୍ଥନମ୍ଙ୍କ ମଧ୍ୟରେ ଏହି ଏମଓୟୁ ସ୍ବାକ୍ଷର ହୋଇଥିଲା। ଏମଓୟୁ ସ୍ବାକ୍ଷର ଅବସରରେ କେମିକାଲ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ପ୍ରଫେସର ଅରବିନ୍ଦ କୁମାର ଚାନ୍ଦିରନ୍ ଏବଂ ରଫ୍ତାର ଟିମ୍ର ଅନେକ ସଦସ୍ୟ ଉପସ୍ଥିତ ଥିଲେ।

ଏ ଅବସରରେ ସୂଚନା ଦେଇ, ସିଏସ୍ଏମ୍ ଟେକ୍ ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି, ‘‘ଏହା ହେଉଛି ଭବିଷ୍ୟତ। ମୁଁ ଏହାକୁ ସମର୍ଥନ କରୁଛି। ଆଇଆଇଟି-ମାଡ୍ରାସର ଛାତ୍ରଛାତ୍ରୀ ଓ ଫାକଲ୍ଟିମାନେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଇଲେକ୍ଟ୍ରୋନିକ୍ସ, ଆନୁଷଙ୍ଗିକ ଟେକ୍ନୋଲୋଜି ଓ କ୍ରସ୍-ଡୋମେନ୍ ବିଶେଷଜ୍ଞତା ଦ୍ବାରା ଯାହା ହାସଲ କରିବେ, ତାହା ଚିତାକର୍ଷକ ହେବ।’’

କଳ୍ପନା କରାଯାଇଥିବା ଲକ୍ଷ୍ୟ ହାସଲ ଦିଗରେ ଦୃଢ଼ମନା ରହିବାକୁ ଟିମ୍ ରଫ୍ତାର ସଦସ୍ୟମାନଙ୍କୁ ଶ୍ରୀ ପାଣି ପରାମର୍ଶ ଦେଇଥିଲେ। ସେ ପୁନଶ୍ଚ କହିଛନ୍ତି, ‘‘ରଫ୍ତାରର ପ୍ରୟାସ ଯାତ୍ରୀବାହୀ ଯାନ ସହ ଭାରି ଯାନ, ଟେଲିମେଟ୍ରି, ଭେଇକିଲ ଟ୍ରାକିଂ ଓ ଆହୁରି ଅନେକ କ୍ଷେତ୍ରରେ ଗେମ୍ ଚେଞ୍ଜର ହେବାର କ୍ଷମତା ରଖିଛି। ଏହି ଟିମ୍ର କ୍ଷମତାକୁ ମାନିବାକୁ ପଡ଼ିବ ଏବଂ ଦେଶକୁ ଆଗକୁ ତଥା ଉପରକୁ ନେବାରେ ସେମାନେ କାମ ଜାରି ରଖିବାକୁ ମୁଁ ଅନୁରୋଧ କରୁଛି। ଅଟୋମୋବାଇଲ ଶିଳ୍ପର ପରବର୍ତ୍ତୀ ବୃହତ ସୃଜନଶୀଳତା ଭାରତରୁ ହିଁ ଆରମ୍ଭ ହେବା ଆବଶ୍ୟକ।’’

ଶ୍ରୀ ପାଣିଙ୍କ ଚିନ୍ତାଧାରା ସହ ସହମତ ହୋଇ ପ୍ରଫେସର ସନ୍ଥନମ୍ ଆଇଆଇଟିରେ ଇଞ୍ଜିନିୟରିଂ ଇକୋସିଷ୍ଟମ ମୁଖ୍ୟତଃ ଟିମ୍ ରଫ୍ତାରକୁ ସମର୍ଥ ତଥା ସଶକ୍ତ କରିବାରେ ଶିଳ୍ପ ଅଂଶୀଦାରଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ। ଏଭଳି ଏକ ଜଟିଳ ପ୍ରକଳ୍ପକୁ ଆଗେଇ ନେବା, ଏକ ଉତ୍କର୍ଷତାର ସହ କାର୍ଯ୍ୟକାରୀ ଏବଂ ସମ୍ମୁଖୀନ ହେଉଥିବା ସମସ୍ୟା ପାଇଁ ଅଧାରୁ ପ୍ରକଳ୍ପ ନ ଛାଡ଼ିବା ଲାଗି ଛାତ୍ରଛାତ୍ରୀଙ୍କ ଉତ୍ସାହ ତଥା ନିଷ୍ଠାପରତାକୁ ସେ ପ୍ରଶଂସା କରିଥିଲେ।

୨୦୦୮ର ଏକ ଛାତ୍ର କ୍ଲବରୁ ଆରମ୍ଭ ହୋଇ ୨୦୧୨ରେ ଏକ ବ୍ଲେଜିଂ ଫାଷ୍ଟ କମ୍ବସନ୍-ଡ୍ରିଭେନ୍ ସ୍ପୋର୍ଟସକାର ନିର୍ମାଣ ଲାଗି ଆରମ୍ଭ ହୋଇଥିବା ଏହି ଟିମ୍ ତିନିଥର ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ଲାଗି ଆୟୋଜନ ହେଉଥିବା ଦେଶର ସର୍ବବୃହତ ମୋଟରସ୍ପୋର୍ଟ ‘ଫର୍ମୁଲା ଭାରତ’ ତିନିଥର ଜିତିଛି, ଯାହାକି ଅନ୍ୟ କୌଣସି ଅନୁଷ୍ଠାନ ତୁଳନାରେ ସର୍ବାଧିକ। ଏମିତିକି ଏହା ଫର୍ମୁଲା ଜର୍ମାନୀ ଭଳି ବିଦେଶରେ ଆୟୋଜିତ ଉତ୍ସବରେ ମଧ୍ୟ ବେଶ ଚମକଦାର ପାଲଟିଛି ଏବଂ ବିଶ୍ବବିଦ୍ୟାଳୟସ୍ତରୀୟ କମ୍ବସନ୍ ଓ ଇଭି ବର୍ଗରେ ନିଜକୁ ଏକ ଅପରାଜେୟ ବଳ ଭାବେ ପ୍ରମାଣିତ କରିଛି।

ସିଏସ୍ଏମ୍ ଟେକ୍ନୋଲୋଜିଜ୍ ନିଜର ଅଣ-ଲାଭକରୀ ସଂସ୍ଥା ସିଏସ୍ଏମ୍ ଫାଉଣ୍ଡେସନ ଅଧୀନରେ ଆଇଆଇଟି ମାଡ୍ରାସକୁ ସମର୍ଥନ କରିବା ଆରମ୍ଭ କରିଛି। ଗତବର୍ଷ ଏହା ଆଇଆଇଟି ଦିଲ୍ଲୀରେ ସ୍ନାତ୍ତକ କାର୍ଯ୍ୟକ୍ରମ ପାଇଁ ଏକ ବୃତ୍ତିର ଆରମ୍ଭ କରିଛି, ଯାହାକି ଏକ ଦଶନ୍ଧି ଧରି ଚାଲୁ ରଖିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି। ନିଜ ଶୀର୍ଷ ନେତୃବୃନ୍ଦଙ୍କ ଲକ୍ଷ୍ୟ ଆଧାରରେ ସିଏସ୍ଏମ୍ ଟେକ୍ନୋଲୋଜିଜ୍ ଶିକ୍ଷା କ୍ଷେତ୍ରରେ ଜାତୀୟ ସ୍ତରରେ ଉତ୍କର୍ଷତା ହାସଲ କରିଥିବା ଅନୁଷ୍ଠାନକୁ ସମର୍ଥନ ଜାରି ରଖିବ ଏବଂ ଉଚ୍ଚଶିକ୍ଷାରେ ସୁଧାର ଆଣିବା ଦିଗରେ କାମ କରିଚାଲିବ।

CSM Tech ପ୍ରିୟଦର୍ଶୀ ନାନୁ ପାଣି
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରୁ ବାଣପୁର ବିଶାଳ ଏକତା ପଦଯାତ୍ରା

November 25, 2025

Khordha Road Division’s Record: ଚଳିତ ଆର୍ଥିକ ବର୍ଷରେ ୨୦୦ ନିୟୁତ ଟନ୍ ମାଲ ପରିବହନ

November 25, 2025

Samruddha Odisha Conclave: ୟୁସିସିଆଇଏଲ କନ୍‌କ୍ଲେଭ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

November 25, 2025

Ethiopia Volcano Impact: ଜ୍ୱାଳାମୁଖୀ ବିସ୍ଫୋରଣ ପରେ ପ୍ରଭାବିତ ହେଲା ବିମାନ ସେବା

November 25, 2025
Latest News

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

November 25, 2025

ବାଲୁଗାଁରୁ ବାଣପୁର ବିଶାଳ ଏକତା ପଦଯାତ୍ରା

November 25, 2025

Khordha Road Division’s Record: ଚଳିତ ଆର୍ଥିକ ବର୍ଷରେ ୨୦୦ ନିୟୁତ ଟନ୍ ମାଲ ପରିବହନ

November 25, 2025

Samruddha Odisha Conclave: ୟୁସିସିଆଇଏଲ କନ୍‌କ୍ଲେଭ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

November 25, 2025

Ethiopia Volcano Impact: ଜ୍ୱାଳାମୁଖୀ ବିସ୍ଫୋରଣ ପରେ ପ୍ରଭାବିତ ହେଲା ବିମାନ ସେବା

November 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.