Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଜି – ୨୦ ଦସ୍ତାବିଜରେ ଭାରତର ପ୍ରଗତିକୁ ପ୍ରଶଂସା
ବିଶେଷ ଖବର

ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଜି – ୨୦ ଦସ୍ତାବିଜରେ ଭାରତର ପ୍ରଗତିକୁ ପ୍ରଶଂସା

September 8, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର (ଡିପିଆଇ) / ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଭାରତ ଉପରେ ଏକ ପରିବର୍ତ୍ତନମୂଳକ ପ୍ରଭାବ ପକାଇଛି, ଯାହା ସମାବେଶୀ ଆର୍ଥିକ ବ୍ୟବସ୍ଥା ଠାରୁ ବହୁତ ଆଗକୁ ବ୍ୟାପକ ହୋଇଛି। ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଆର୍ଥିକ ସମାବେଶନ ପାଇଁ  ଜି – ୨୦  ଆନ୍ତର୍ଜାତିକ ଭାଗୀଦାରୀ   ଦସ୍ତାବିଜ (https://www.g20.org/ content/dam/gtwenty/gtwenty_new/ document/G20_POLICY_RECOMMENDATIONS.pdf) କେନ୍ଦ୍ର ସରକାରଙ୍କ ଅଧୀନରେ ଗତ ଏକ ଦଶନ୍ଧି ମଧ୍ୟରେ ଭାରତରେ ଡିପିଆଇର ପରିବର୍ତ୍ତନକାରୀ ପ୍ରଭାବକୁ ପ୍ରଶଂସା କରିଛି।

ଏହି ଦସ୍ତାବିଜରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ପରିଦୃଶ୍ୟକୁ ଆକାର ଦେବାରେ ସରକାରୀ ନୀତି ଏବଂ ନିୟନ୍ତ୍ରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରାଯାଇଛି।

ଆର୍ଥିକ ଅନ୍ତର୍ଭୁକ୍ତିକରଣ : ଭାରତର ଡିପିଆଇ ଆଭିମୁଖ୍ୟକୁ ପ୍ରଶଂସା କରି ବିଶ୍ୱ ବ୍ୟାଙ୍କ ଦସ୍ତାବିଜରେ ଉଲ୍ଲେଖ କରାଯାଇଛି ଯେ, ଭାରତ ମାତ୍ର ୬ ବର୍ଷରେ ଯାହା ହାସଲ କରିଛି ତାହା ହାସଲ କରିବା ପାଇଁ ପାଖାପାଖି ପାଞ୍ଚ ଦଶନ୍ଧି ସମୟ ଲାଗିଥାନ୍ତା।

ଜେଏଏମ୍ ଟ୍ରିନିଟି ଆର୍ଥିକ ଅନ୍ତର୍ଭୁକ୍ତିକରଣ ହାରକୁ ୨୦୦୮ରେ ୨୫% ରୁ ବୃଦ୍ଧି କରି ଗତ ୬ ବର୍ଷ ମଧ୍ୟରେ ୮୦% ରୁ ପ୍ରାପ୍ତ ବୟସ୍କଙ୍କ ପାଖରେ ପହଞ୍ଚାଇଛି, ଯେଉଁଥିରେ ଡିପିଆଇ କାରଣରୁ ୪୭ ବର୍ଷ ପର୍ଯ୍ୟନ୍ତ ବୟସ ହ୍ରାସ ପାଇଛି।

ଦସ୍ତାବିଜରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି,  “ଯଦିଓ ଏହି ଉନ୍ନତିରେ ଡିପିଆଇର ଭୂମିକା ଉପରେ ସନ୍ଦେହ କରାଯାଇନପାରେ, କିନ୍ତୁ ଡିପିଆଇର ଉପଲବ୍ଧତା ଉପରେ ନିର୍ମିତ ଅନ୍ୟ ପାରିବେଶିକ ବ୍ୟବସ୍ଥା ଭେରିଏବଲ୍ ଏବଂ ନୀତି ଜଟିଳ ଥିଲା । ଏଥିରେ ଅଧିକ ସକ୍ଷମ ଆଇନଗତ ଏବଂ ନିୟାମକ ଢାଞ୍ଚା ସୃଷ୍ଟି କରିବା, ଆକାଉଣ୍ଟ ମାଲିକାନା ବ୍ୟାପକ କରିବା ପାଇଁ ଜାତୀୟ ନୀତି ଏବଂ ପରିଚୟ ଯାଞ୍ଚ ପାଇଁ ଆଧାର କାର୍ଡର ଉପଯୋଗ କରିବା ସାମିଲ୍ ଥିଲା”।

ଏହାର ଶୁଭାରମ୍ଭ ହେବା ପର ଠାରୁ, ପିଏମଜେଡିୱାଇ (ପ୍ରଧାନମନ୍ତ୍ରୀ ଜନଧନ ଯୋଜନା) ଆକାଉଣ୍ଟ ସଂଖ୍ୟା ମାର୍ଚ୍ଚ ୨୦୧୫ ରେ ୧୪୭.୨ ନିୟୁତ ଥିବା ବେଳେ ଜୁନ୍ ୨୦୨୨ ସୁଦ୍ଧା ଏହା ୪୬୨ ନିୟୁତକୁ ବୃଦ୍ଧି ପାଇଛି; ସେଥି ମଧ୍ୟରୁ ୫୬ ପ୍ରତିଶତ ମହିଳାଙ୍କ ନାମରେ ରହିଛି, ଯାହାର ପରିମାଣ ୨୬୦ ନିୟୁତରୁ ଅଧିକ।

ଜନ ଧନ ପ୍ଲସ୍ କାର୍ଯ୍ୟକ୍ରମ ନିମ୍ନ ଆୟ ବର୍ଗର ମହିଳା ମାନଙ୍କୁ ସଞ୍ଚୟ କରିବାକୁ ଉତ୍ସାହିତ କରିଛି, ଯାହା ଫଳରେ ୧୨ ନିୟୁତରୁ ଅଧିକ ମହିଳା ଗ୍ରାହକ (ଏପ୍ରିଲ ୨୦୨୩ ସୁଦ୍ଧା) ଏଥିରେ ସାମିଲ୍ ହୋଇଛନ୍ତି ଏବଂ ସମାନ ସମୟ ମଧ୍ୟରେ ସମଗ୍ର ପୋର୍ଟଫୋଲିଓ ତୁଳନାରେ ମାତ୍ର ପାଞ୍ଚ ମାସ ମଧ୍ୟରେ ହାରାହାରି ବାଲାନ୍ସରେ ୫୦% ବୃଦ୍ଧି ଘଟିଛି। ଏକ ଆକଳନ ଅନୁଯାୟୀ, ୧୦୦ ନିୟୁତ ନିମ୍ନ ଆୟ ବର୍ଗର ମହିଳା ମାନଙ୍କୁ ସଞ୍ଚୟ କାର୍ଯ୍ୟରେ ନିୟୋଜିତ କରି ଭାରତରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକ ପ୍ରାୟ ୨୫,୦୦୦ କୋଟି ଟଙ୍କା (୩.୧ ବିଲିୟନ ଡଲାର) ଜମା ରାଶି ଆକର୍ଷିତ କରି ପାରିବେ।

ସରକାରଙ୍କ ଠାରୁ ବ୍ୟକ୍ତି ବିଶେଷଙ୍କୁ (ଜି୨ପି) ଦେୟ:

ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଡିପିଆଇକୁ ବ୍ୟବହାର କରି ବିଶ୍ୱର ସର୍ବବୃହତ ଡିଜିଟାଲ ଜି୨ପି ଆର୍କିଟେକ୍‌ଚର ନିର୍ମାଣ କରିଛି।

ଏହି ପଦ୍ଧତି ଦ୍ୱାରା କେନ୍ଦ୍ର ସରକାରଙ୍କ ୫୩ଟି ମନ୍ତ୍ରଣାଳୟରୁ ୩୧୨ଟି ପ୍ରମୁଖ ଯୋଜନା ମାଧ୍ୟମରେ ହିତାଧିକାରୀ ମାନଙ୍କୁ ସିଧାସଳଖ ପ୍ରାୟ ୩୬୧ ବିଲିୟନ ଡଲାର ହସ୍ତାନ୍ତର କରାଯାଇଛି।

ମାର୍ଚ୍ଚ ୨୦୨୨ ସୁଦ୍ଧା ଏହା ଦ୍ୱାରା ମୋଟ ୩୩ ବିଲିୟନ ଡଲାର ସଞ୍ଚୟ ହୋଇଥିଲା, ଯାହା କି ଜିଡିପିର ପ୍ରାୟ ୧.୧୪ ପ୍ରତିଶତ ସହ ସମାନ ଥିଲା।

ୟୁପିଆଇ:

କେବଳ ମେ ୨୦୨୩ରେ ପ୍ରାୟ ୧୪.୮୯ ଟ୍ରିଲିୟନ ଟଙ୍କା ମୂଲ୍ୟର ୯.୪୧ ବିଲିୟନରୁ ଅଧିକ କାରବାର ହୋଇଛି।

୨୦୨୨ – ୨୩ ଆର୍ଥିକ ବର୍ଷରେ ୟୁପିଆଇ କାରବାରର ମୋଟ ମୂଲ୍ୟ ଭାରତର ସାମାନ୍ୟ ଜିଡିପିର ପ୍ରାୟ ୫୦ ପ୍ରତିଶତ ଥିଲା।

ଘରୋଇ କ୍ଷେତ୍ର ପାଇଁ ଡିପିଆଇର ସମ୍ଭାବ୍ୟ ଅତିରିକ୍ତ ମୂଲ୍ୟ :

ଭାରତରେ ଡିପିଆଇ ବ୍ୟବସାୟିକ କାର୍ଯ୍ୟ ପାଇଁ ହେଉଥିବା ଜଟିଳତା, ଖର୍ଚ୍ଚ ଏବଂ ସମୟକୁ ହ୍ରାସ କରି ଘରୋଇ ସଂସ୍ଥାଗୁଡ଼ିକ ପାଇଁ ଦକ୍ଷତା ବୃଦ୍ଧି କରିଛି।

ଏପରିକି , କେତେକ ଏନବିଏଫ୍‌ସିକୁ ଏସଏମଇ ଋଣ ଦେବାରେ ୮% ଅଧିକ ରୂପାନ୍ତରଣ ହାର, ମୂଲ୍ୟ ହ୍ରାସ ଖର୍ଚ୍ଚରେ ୬୫% ସଞ୍ଚୟ ଏବଂ ଠକେଇ ଚିହ୍ନଟ ସମ୍ବନ୍ଧୀୟ ଖର୍ଚ୍ଚରେ ୬୬% ହ୍ରାସ କରିବାରେ ସକ୍ଷମ କରାଯାଇଛି।

ଶିଳ୍ପ ଆକଳନ ଅନୁଯାୟୀ, ଡିପିଆଇର ବ୍ୟବହାର ଦ୍ୱାରା ଭାରତରେ ଗ୍ରାହକ ମାନଙ୍କ ଉପରେ ବ୍ୟାଙ୍କର ଖର୍ଚ୍ଚ ୨୩ ଡଲାରରୁ ୦.୧ ଡଲାରକୁ ହ୍ରାସ ପାଇଛି।

କେୱାଇସି ପାଇଁ ବ୍ୟାଙ୍କ ଗୁଡିକ ନିମନ୍ତେ ଅନୁପାଳନର କମ୍ ମୂଲ୍ୟ

ଇଣ୍ଡିଆ ଷ୍ଟେକ୍ କେୱାଇସି ପ୍ରକ୍ରିୟାକୁ ଡିଜିଟାଲୀକରଣ ଏବଂ ସରଳୀକରଣ କରିଛି, ଖର୍ଚ୍ଚ ହ୍ରାସ କରିଛି ; ଇ – କେୱାଇସି ବ୍ୟବହାର କରୁଥିବା ବ୍ୟାଙ୍କ ଗୁଡ଼ିକ ସେମାନଙ୍କର ଅନୁପାଳନ ଖର୍ଚ୍ଚ ୦.୧୨ ଡଲାରରୁ ୦.୦୬ ଡଲାରକୁ ହ୍ରାସ କରିଛନ୍ତି। ଖର୍ଚ୍ଚ ହ୍ରାସ ଯୋଗୁଁ ନିମ୍ନ ଆୟକାରୀ ଗ୍ରାହକମାନେ ସେବା ପ୍ରତି ଅଧିକ ଆକର୍ଷିତ ହୋଇଥିଲେ ଏବଂ ନୂତନ ଉତ୍ପାଦ ବିକଶିତ କରିବା ପାଇଁ ଲାଭ ସୃଷ୍ଟି କରିଥିଲେ।

ସୀମାପାର ଦେୟ:

ଫେବୃଆରୀ ୨୦୨୩ରେ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ୟୁପିଆଇ – ପେ’ ନାଓ ଇଣ୍ଟରଲିଙ୍କ୍ ଜି – ୨୦ର ଆର୍ଥିକ ସମନ୍ୱିତକରଣକୁ ପ୍ରାଥମିକତା ସହିତ ସମନ୍ୱୟ ରକ୍ଷା କରେ ଏବଂ ଦ୍ରୁତ, ଶସ୍ତା ଏବଂ ଅଧିକ ସ୍ୱଚ୍ଛ ସୀମାପାର ଦେୟକୁ ସୁଗମ କରେ।

ଆକାଉଣ୍ଟ ଆଗ୍ରିଗେଟର (ଏଏ) ଫ୍ରେମୱାର୍କ:

ଭାରତର ଆକାଉଣ୍ଟ ଆଗ୍ରିଗେଟର (ଏଏ) ଫ୍ରେମୱାର୍କର ଲକ୍ଷ୍ୟ ହେଉଛି ଭାରତର ଡାଟା ଭିତ୍ତିଭୂମିକୁ ସୁଦୃଢ଼ କରିବା, ଯାହା ଦ୍ୱାରା ଗ୍ରାହକ ଏବଂ ଉଦ୍ୟୋଗ ଗୁଡ଼ିକ ଏକ ଇଲେକ୍ଟ୍ରୋନିକ୍ ସହମତ ଢାଞ୍ଚା ମାଧ୍ୟମରେ କେବଳ ସେମାନଙ୍କ ସମ୍ମତି କ୍ରମେ ସେମାନଙ୍କର ଡାଟା ଅଂଶୀଦାରୀ (ଶେୟାର) କରିବା ପାଇଁ ସକ୍ଷମ ହେବେ। ଏହି ଢାଞ୍ଚା ଆରବିଆଇ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ।

୨୦୨୩ ଜୁନ୍ ମାସରେ ସମୁଦାୟ ୧.୧୩ ନିୟୁତ ସମୁଦାୟ ଆକାଉଣ୍ଟ୍ ଡାଟା ସେୟାରିଂ ପାଇଁ ସକ୍ଷମ ହୋଇଥିବା ବେଳେ ସମୁଦାୟ ୧୩.୪୬ ନିୟୁତ ସମ୍ମତି ସଂଗ୍ରହ କରାଯାଇଛି।

ଡାଟା ସଶକ୍ତିକରଣ ଏବଂ ସୁରକ୍ଷା ଆର୍କିଟେକ୍‌ଚର (ଡିଇପିଏ):

ଭାରତର ଡିଇପିଏ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ଡାଟା ଉପରେ ନିଜସ୍ୱ ନିୟନ୍ତ୍ରଣ ପ୍ରଦାନ କରିଥାଏ, ଯାହା ଦ୍ୱାରା ସେମାନେ ଏହାକୁ ପ୍ରଦାନକାରୀ ମାନଙ୍କ ମଧ୍ୟରେ ଅଂଶୀଦାରୀ (ଶେୟାର) କରିବା ପାଇଁ ସକ୍ଷମ ହୋଇଥାନ୍ତି। ଏହା ନୂତନ ପ୍ରବେଶକାରୀ ମାନଙ୍କୁ ପୂର୍ବରୁ ରହିଥିବା ଗ୍ରାହକ ସମ୍ପର୍କରେ ପ୍ରଚୁର ନିବେଶ କରିବାକୁ ବାଧ୍ୟ ନକରି, ଅଭିନବତା ଏବଂ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ ଉପଯୁକ୍ତ ଉତ୍ପାଦ ଏବଂ ସେବା ପ୍ରଦାନକୁ ପ୍ରୋତ୍ସାହିତ କରେ।

ଜି - ୨୦ ଦସ୍ତାବିଜ ବିଶ୍ୱ ବ୍ୟାଙ୍କ ଭାରତର ପ୍ରଗତି
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସ, ବାମପନ୍ଥୀ, ନା ବିଜେପି?: କେରଳରେ ଲୋକସଭା ନିର୍ବାଚନ ପୂର୍ବରୁ ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ

January 31, 2026

ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

January 31, 2026

ଗୋପାଳପୁର ବେଳାଭୂମି ମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ଭେଟି ଦେଲେ ୪୯୨ କୋଟି ଟଙ୍କାର ପ୍ରକଳ୍ପ

January 30, 2026

ଫେବୃଆରୀ ୧୭ରୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ: ୨୦ ରେ ଆଗତ ହେବ ବଜେଟ

January 30, 2026
Latest News

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ୫ମ ଟି-୨୦: ରୋହିତ ଶର୍ମାଙ୍କ ଏହି ବଡ ରେକର୍ଡ ଭାଙ୍ଗିବେ ସୂର୍ଯ୍ୟକୁମାର ଯାଦବ!

January 31, 2026

ଟ୍ରାକ୍ଟର ଓଲଟି ଶ୍ରମିକଙ୍କ ମୃତ୍ୟୁ

January 31, 2026

କଂଗ୍ରେସ, ବାମପନ୍ଥୀ, ନା ବିଜେପି?: କେରଳରେ ଲୋକସଭା ନିର୍ବାଚନ ପୂର୍ବରୁ ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ

January 31, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ଶପଥ ପାଠ

January 31, 2026

ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ: ପାକିସ୍ତାନକୁ ପଠାଉଥିଲେ ସାମରିକ ସୂଚନା 

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.