Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜି-୨୦ ଶିଖର ସମ୍ମିଳନୀର ସଫଳତାକୁ ପ୍ରଶଂସା କରି କେନ୍ଦ୍ର କ୍ୟାବିନେଟରେ ସଂକଳ୍ପ ଗୃହିତ
ବିଶେଷ ଖବର

ଜି-୨୦ ଶିଖର ସମ୍ମିଳନୀର ସଫଳତାକୁ ପ୍ରଶଂସା କରି କେନ୍ଦ୍ର କ୍ୟାବିନେଟରେ ସଂକଳ୍ପ ଗୃହିତ

September 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ୍‌ ଅନୁମୋଦନ
ଭାରତର ଜନଗଣନା 2027 ପରିଚାଳନା ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ସେପ୍ଟେମ୍ବର ୯ ଓ ୧୦ ତାରିଖ ୨୦୨୩ରେ ଅନୁଷ୍ଠିତ ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀର ସଫଳତାକୁ ପ୍ରଶଂସା କରି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏକ ସଂକଳ୍ପ ଗୃହିତ ହୋଇଛି।

‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ବିଷୟବସ୍ତୁର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ କ୍ୟାବିନେଟ୍ ପ୍ରଶଂସା କରିଛି। ପ୍ରଧାନମନ୍ତ୍ରୀଙ୍କ ଜନଭାଗିଦାରୀ ଆଭିମୁଖ୍ୟ ଜି-୨୦ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପରେ ଆମ ସମାଜର ବିଭିନ୍ନ ବର୍ଗକୁ ସାମିଲ କରିଥିଲା। ୬୦ଟି ସହରରେ ଆୟୋଜିତ ୨୦୦ରୁ ଅଧିକ ଜି-୨୦ ବୈଠକ କାର୍ଯ୍ୟକ୍ରମର ଏକ ଅଭୂତପୂର୍ବ ଛାପ ସୃଷ୍ଟି କରିଛି। ଫଳସ୍ୱରୂପ, ଭାରତର ଜି-୨୦ ଅଧ୍ୟକ୍ଷତା ପ୍ରକୃତରେ ଜନକୈନ୍ଦ୍ରିକ ଥିଲା ଏବଂ ଏକ ଜାତୀୟ ପ୍ରୟାସ ଭାବରେ ଉଭା ହୋଇଥିଲା।

କ୍ୟାବିନେଟ୍ ଅନୁଭବ କରିଛି ଯେ ଶିଖର ସମ୍ମିଳନୀର ଫଳାଫଳ ପରିବର୍ତ୍ତନ ଆଣିବା ସହିତ ଆଗାମୀ ଦଶନ୍ଧିରେ ବିଶ୍ୱ ବ୍ୟବସ୍ଥାର ପୁନର୍ଗଠନରେ ସହାୟକ ହେବ। ବିଶେଷ କରି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ, ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ଆଣିବା, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ପ୍ରତିଷ୍ଠା, ସବୁଜ ବିକାଶ ଚୁକ୍ତିକୁ ପ୍ରୋତ୍ସାହିତ କରିବା ଏବଂ ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ଏଥିରେ ଗୁରୁତ୍ବ ଦିଆଯାଇଥିଲା।

କ୍ୟାବିନେଟ୍ ଆହୁରି ମଧ୍ୟ ଉଲ୍ଲେଖ କରିଛି ଯେ ପୂର୍ବ-ପଶ୍ଚିମ ଧ୍ରୁବୀକରଣ ଦୃଢ଼ ଥିବା ସମୟରେ ଏବଂ ଉତ୍ତର-ଦକ୍ଷିଣ ବିଭାଜନ ଗଭୀର ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ସାମ୍ପ୍ରତିକ ସମୟର ସବୁଠାରୁ ପ୍ରମୁଖ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ସହମତି ସୃଷ୍ଟି କରିଛି।

‘ଭଏସ୍ ଅଫ୍ ଦି ଗ୍ଲୋବାଲ୍ ସାଉଥ୍’ ଶିଖର ସମ୍ମିଳନୀ ଆୟୋଜନ ଭାରତର ଅଧ୍ୟକ୍ଷତାର ଏକ ଅନନ୍ୟ ଦିଗ ଥିଲା। ଭାରତର ପ୍ରୟାସ ଯୋଗୁଁ ଆଫ୍ରିକୀୟ ସଂଘ ଜି-୨୦ର ସ୍ଥାୟୀ ସଦସ୍ୟ ଭାବରେ ସାମିଲ ହେବା ସନ୍ତୋଷର ବିଷୟ।

ନୂଆଦିଲ୍ଲୀ ଶିଖର ସମ୍ମିଳନୀ ଭାରତର ସମସାମୟିକ ବୈଷୟିକ ଜ୍ଞାନକୌଶଳର ପ୍ରଗତି ତଥା ଆମ ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିଥିଲା। ଏହାକୁ ଜି-୨୦ ସଦସ୍ୟ ରାଷ୍ଟ୍ରର ନେତା ଓ ପ୍ରତିନିଧିମାନେ ପ୍ରଶଂସା କରିଥିଲେ।

ଅନ୍ତର୍ଜାତୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା, ବିକାଶ ପାଇଁ ଅଧିକ ସମ୍ବଳର ଉପଲବ୍ଧତା, ପର୍ଯ୍ୟଟନର ସମ୍ପ୍ରସାରଣ, ବିଶ୍ୱ କର୍ମକ୍ଷେତ୍ରର ସୁଯୋଗ, ମିଲେଟ୍ସ ଉତ୍ପାଦନ ଓ ଉପଯୋଗ ମାଧ୍ୟମରେ ଖାଦ୍ୟ ନିରାପତ୍ତା ସୁଦୃଢ଼ କରିବା ଏବଂ ଜୈବ ଇନ୍ଧନ ପ୍ରତି ଗଭୀର ପ୍ରତିବଦ୍ଧତା ଏହି ଜି-୨୦ ଶିଖର ସମ୍ମିଳନୀର ପ୍ରମୁଖ ପରିଣାମ ଯାହା ସମଗ୍ର ଦେଶ ପାଇଁ ଲାଭଦାୟକ ହେବ।

ଶିଖର ସମ୍ମିଳନୀରେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର ଚୁକ୍ତି ଏବଂ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ସମ୍ପାଦନ ହେବା ମଧ୍ୟ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଥିଲା।

ଜି-୨୦ ଶିଖର ସମ୍ମିଳନୀର ସଫଳତାରେ ସମ୍ପୃକ୍ତ ସମସ୍ତ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ଅବଦାନକୁ କେନ୍ଦ୍ର କ୍ୟାବିନେଟ୍ ପ୍ରଶଂସା କରିଛି। ଏହାର ବିଭିନ୍ନ କାର୍ଯ୍ୟକଳାପରେ ଭାରତର ଜନସାଧାରଣ, ବିଶେଷ କରି ଯୁବପିଢ଼ି ଯେଭଳି ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ତାହାକୁ କେନ୍ଦ୍ର କ୍ୟାବିନେଟ ସ୍ୱୀକାର କରିଛି। ବିଶ୍ୱରେ ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତର ଜି-୨୦ ଅଧ୍ୟକ୍ଷତାକୁ ଏକ ଦୃଢ଼ ମାର୍ଗଦର୍ଶନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ କ୍ୟାବିନେଟ ସ୍ୱୀକୃତି ଦେଇଛି।

କେନ୍ଦ୍ର କ୍ୟାବିନେଟ ଜି-୨୦ ଶିଖର ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.