Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆମର କେହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାନ୍ତି ମାନେ ଆମ ଭିତରେ ସଭିଏଁ ଆଶାୟୀ; ଧର୍ମେନ୍ଦ୍ର ବନାମ ଜୁଏଲ ଓ ବିଜେପି ଭିତରେ ଛାୟାଯୁଦ୍ଧର କାହାଣୀ
ବିଶେଷ ଖବର

ଆମର କେହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାନ୍ତି ମାନେ ଆମ ଭିତରେ ସଭିଏଁ ଆଶାୟୀ; ଧର୍ମେନ୍ଦ୍ର ବନାମ ଜୁଏଲ ଓ ବିଜେପି ଭିତରେ ଛାୟାଯୁଦ୍ଧର କାହାଣୀ

December 4, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କିଛି ଦିନ ତଳେ ଗୋଟେ ଗୁଗୁଲି ବଲ୍ ପକାଇଥିଲେ, ଯାହାର ପ୍ରତିକ୍ରିୟା ଆଜି ଦେଖିବାକୁ ମିଳିଛି। ବିଜେପିର ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଅପରାଜିତା ଷଡ଼ଙ୍ଗୀଙ୍କୁ ଆଗକୁ ଅଣାଯିବକି ବୋଲି ପ୍ରଶ୍ନର ଉତ୍ତରରେ ଜୁଏଲ କହିଥିଲେ ଯେ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତେଣୁ ଏ ପ୍ରସଙ୍ଗରେ ସନ୍ଦେହର ଅବକାଶ ନାହିଁ। ଏକଥା କହିଲାବେଳେ, ଜୁଏଲ ଭଲଭାବରେ ଜାଣିଥିଲେ ଯେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏ ବିଷୟରେ କିଛି ସୂଚନା ଦେଇନାହିଁ ଓ ଦଳ ଭିତରେ ଗୋଟେ ବଡ଼ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଆତ୍ମଘୋଷିତ ନେତୃତ୍ୱକୁ ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି।

 ଏହି ପୃଷ୍ଠଭୂମିରେ ଯେତେବେଳେ ଅପରାଜିତା ଷଡ଼ଙ୍ଗୀ ବିଜେପିକୁ ଆସିଲେ, ହଠାତ୍ ତାଙ୍କୁ ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ତରଫରୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ପ୍ରଚାର ଆରମ୍ଭ କରାଗଲା। ସୋସିଆଲ ମିଡିଆ ଓ ମୁଖ୍ୟଧାରାର ଗଣମାଧ୍ୟମରେ ଅପରାଜିତାଙ୍କ ଯୋଗଦାନ ତଥା ଦିଲ୍ଲୀ ଢାଞ୍ଚାରେ କିରଣ ବେଦୀଙ୍କ ପରି ତାଙ୍କୁ ବିଜେପିର  ମୁଖ୍ୟମନ୍ତ୍ରୀ  ପ୍ରାର୍ଥୀ ଭାବରେ  ବଢ଼େଇ ଚଢ଼େଇ ପ୍ରଚାର କରିବାକୁ ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଆଜି ମଧ୍ୟ ଜୋରସୋର୍ ଉଦ୍ୟମ କରୁଛନ୍ତି। ଅପରାଜିତା ନିଜେ ଯେଉଁ ଟେଲିଭିଜନ ସାକ୍ଷାତକାର ସବୁ ଦେଉଛନ୍ତି, ସେଥିରେ ସେ ବିଜେପିର ସବୁଠୁ ବଡ଼ ନେତା ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଅପରାଜିତାଙ୍କ ମୁଣ୍ଡ ଉପରେ କେଉଁଠି ନା କେଉଁଠି ବିଜେପିର ବଡ଼ ନେତାଙ୍କ ଆଶୀର୍ବାଦ ରହିଛି।

ଜୁଏଲ ଓରାମ ପୁରୁଖା ନେତା। ସେ ଜାଣିଶୁଣି ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଧର୍ମେନ୍ଦ୍ର ବାବୁ ଅଛନ୍ତି ବୋଲି ଗଣମାଧ୍ୟମ ଆଗରେ ବୟାନ ଦେଇଥିଲେ। ଧର୍ମେନ୍ଦ୍ର ଏ ପ୍ରକାର ବୟାନକୁ ଭାବିଚିନ୍ତି ଆଜି ଗୋଟେ ଅଲଗା ମୋଡ଼ ଦେବାକୁ ଚେଷ୍ଟା କରିଛନ୍ତି। ବିଜେପି ସାମୁହିକ ନେତୃତ୍ଵରେ ନିର୍ବାଚନ ଲଢିବ ବୋଲି ସେ କହିଛନ୍ତି। ଆମ ଦଳରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କେହିନାହାନ୍ତି ବୋଲି କହିବାର ଅର୍ଥ ହେଉଛି ଆମ ଦଳରେ ଏକାଧିକ ଦାବୀଦାର ଅଛନ୍ତି। ଜୁଏଲ, ଧର୍ମେନ୍ଦ୍ର, ପ୍ରତାପ ଷଡଙ୍ଗୀ, କନକ ବର୍ଦ୍ଧନ ସିଂ ଦେଓ, ବିଶ୍ବଭୂଷଣ ହରିଚନ୍ଦନ, ସୁରେଶ ପୂଜାରୀ  ଓ ଖୋଦ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପରି ବରିଷ୍ଠ ନେତା ଏବେ ନବାଗତ ଅପରାଜିତାଙ୍କ ଆଗରେ ଫିକା ପଡିଯାଉଛନ୍ତି। ଅପରାଜିତାଙ୍କ ଯୋଗଦାନ ଦଳକୁ ଶକ୍ତି ଦେଇଛି ବୋଲି ଉପରେ ଉପରେ ଯୁକ୍ତି କରୁଥିବା ବିଜେପି ନେତାମାନେ ଭଲଭାବରେ ଜାଣନ୍ତି ଯେ ଅପରାଜିତାଙ୍କ ସାଧାରଣ ଜୀବନ ସହିତ ବିଶେଷ ସମ୍ପର୍କ ନାହିଁ। କ୍ୟାମେରା ଲାଇଟରୁ ଦୂରକୁ ଚାଲିଗଲେ ତାଙ୍କର ରାଜନୈତିକ ଅସ୍ତିତ୍ଵ ବିଶେଷ ନାହିଁ। କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ଯେ ନବାଗତ ଅପରାଜିତାଙ୍କୁ ଧର୍ମେନ୍ଦ୍ର ଓ ଜୁଏଲଙ୍କ ତୁଳନାରେ ଅଧିକ ଗୁରୁତ୍ଵ ଦେଉଛନ୍ତି, ତାହା ଏହି ଦୁଇ ନେତାଙ୍କୁ ବିଚଳିତ କରିବା ସ୍ଵାଭାବିକ।

ଇତି ମଧ୍ୟରେ ଶହେ କୋଡିଏ ର ଲକ୍ଷ୍ୟ କଥା କହିବା ଭୁଲି ଧର୍ମେନ୍ଦ୍ର ବାବୁ ନିଜେ ୧୪୭ ଆସନରେ ଲଢିବାକୁ ପ୍ରସ୍ତୁତ ବୋଲି କହୁଛନ୍ତି। ଏହାକୁ ୧୪୭ ଟି ଯାକ ବିଧାନସଭାରେ ମୋ ବ୍ୟତୀତ ଆଉ କେହି ନେତା ନାହାନ୍ତି ଅର୍ଥରେ ମଧ୍ୟ ଗ୍ରହଣ କରାଯାଇପାରିବ। ସାମୁହିକ ନେତୃତ୍ଵରେ ନିର୍ବାଚନ ଲଢିବା ସହିତ ୧୪୭ ଟି ଯାକ ଆସନରେ ଲଢିବାର ଇଚ୍ଛା ପ୍ରସଙ୍ଗ ଏକାସାଙ୍ଗରେ ଉଠାଇ ଧର୍ମେନ୍ଦ୍ର ଜୁଏଲଙ୍କୁ ଚେକମେଟ କରିବାକୁ ଚାହୁଛନ୍ତି। ଅନ୍ୟ ଏକ ଘଟଣାକ୍ରମରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଇସ୍ତଫା ଦେବାର ମୂଳ କାରଣ ଭାବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଆତ୍ମଘୋଷିତ ନେତୃତ୍ୱ ବୋଲି ପରୋକ୍ଷରେ କହିଛନ୍ତି। ଦିଲ୍ଲୀପ ରାୟ ତାଙ୍କ ଚିଠିରେ ଜୁଏଲଙ୍କୁ ପ୍ରଶଂସା କରିଥିବାବେଲେ ଧର୍ମେନ୍ଦ୍ରଙ୍କ ନେତୃତ୍ୱ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ସବୁ ଘଟଣାରୁ ଧର୍ମେନ୍ଦ୍ରଙ୍କ ନେତୃତ୍ୱ ପ୍ରତି ବିଜେପିର ଭିତିରି ଘରେ ଅସନ୍ତୋଷ ଦାନ ବାନ୍ଧୁଥିବାର ପ୍ରମାଣ ମିଳୁଛି।

ଆଉ ଦୁଇ ସପ୍ତାହ ଭିତରେ ହୁଏତ ବିଜେଡ଼ିରୁ ବହିଷ୍କୃତ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିକୁ ଆସିପାରନ୍ତି। ବୈଜୟନ୍ତଙ୍କ ନିଜ ଟେଲିଭିଜନ ସଂସ୍ଥା ର ଖବର ପରିବେଷଣ ଶୈଳୀ ରେ ଏବେ ଗେରୁଆ ରଙ୍ଗର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି। ତେଣୁ ଦୀର୍ଘ ଦିନର ଅପେକ୍ଷା ପରେ ବୈଜୟନ୍ତ ହୁଏତ ବିଜେପି କୁ ପ୍ରବେଶ କରିପାରନ୍ତି। ସେ ଆସିଲା ପରେ ଦଳର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାଲିକାରେ  ଆଉ ଏକ ନୂଆ ମୁହଁ ଯୋଡିହେବ। ତେବେ ଅସଲ କଥାଟି ହେଉଛି, ବିଜେପିର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଯେତିକି, ସେତିକି ସଂଖ୍ୟକ ବିଧାନସଭା ଆସନ ଜିଣିବାକୁ ବିଜେପି ସମର୍ଥ ହେବ ତ!!

Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026
Latest News

ଜେଲରୁ ମୁକ୍ତ ହେବେ ସୋନମ ୱାଙ୍ଗଚୁକ: ଲଦାଖ ହିଂସା ଉପରେ ମୋଦି ସରକାରଙ୍କ ନିଷ୍ପତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.