Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବୃଦ୍ଧି ପାଇଲା ବିଏସ୍‌କେୱାଇ ର ଘରୋଇ ସୁପରସ୍ପେସାଲିଟି ହସ୍ପିଟାଲ୍‌ ସଂଖ୍ୟା, ରାଜ୍ୟ ବାହାରେ ୧୫୫ ଟି
ବିଶେଷ ଖବର

ବୃଦ୍ଧି ପାଇଲା ବିଏସ୍‌କେୱାଇ ର ଘରୋଇ ସୁପରସ୍ପେସାଲିଟି ହସ୍ପିଟାଲ୍‌ ସଂଖ୍ୟା, ରାଜ୍ୟ ବାହାରେ ୧୫୫ ଟି

November 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘‘ସୁସ୍ଥ ଓଡିଶା – ସୁଖୀ ଓଡିଶା’’ ଆହ୍ଵାନ ସାକାର ଦିଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ( ବିଏସ୍‌କେୱାଇ )ଦୃତ ଅଗ୍ରଗତି କରିଛି। ଉଭୟ ଜନସାଧାରଣ ଏବଂ ଘରୋଇ ହସ୍ପିଟାଲ୍‌ମାନେ ଅଧିକରୁ ଅଧିକ ସଂଖ୍ୟାରେ ଏଥିରେ ସାମିଲ ହୋଇଛନ୍ତି।

ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଯୋଜନାରେ ସାମିଲ ହୋଇଥିବା ଘରୋଇ ସୁପରସ୍ପେସାଲିଟି ବିଶ୍ଵସ୍ତରୀୟ ହସ୍ପିଟାଲ୍‌ ସଂଖ୍ୟା ୭୬୫କୁ ବୃଦ୍ଧି ପାଇଛି। ଇତି ମଧ୍ୟରେସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ବାସ୍ଥ୍ୟସେବା ପ୍ରତିଶୃତି ସମିତି ସମୀକ୍ଷା ବୈଠକରୁ ଏହା ଜଣାପଡିଛି।

ଗୁଣାତ୍ମକ ସ୍ବାସ୍ଥ୍ୟସେବା ନିଶ୍ଚିନ୍ତ କରାଇବା ଦିଗରେ ସମିତିର ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରି ରାଜ୍ୟ ସରକାରଙ୍କ ସହ ସହଭାଗିତାରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ୍‌ମାନଙ୍କରେ ଉପଲବ୍ଧ ରୋଗୀ-କେନ୍ଦ୍ରିକ ସେବା ଯୋଗାଣ ଉପରେ ନିୟମିତ ନଜର ରଖିବା ସହ ଚିକିତ୍ସା ବାବଦରେ ସେମାନେ ଅନ୍‌ଲାଇନରେ ଦାଖଲ କରିଥିବା ବିଲ ଗୁଡିକର ସମୟାନୁବନ୍ଧିତ ପଇଠ ନିଶ୍ଚିତ କରାଇବା ପାଇଁ ଶ୍ରୀମତୀ ପଣ୍ଡିତ ସମିତିର ନୋଡାଲ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ।

ପ୍ରାପ୍ତ ସୂଚନାରୁ ଜଣାପଡିଥିଲା ଯେ ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗଳା, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ, ହରିୟାନା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୧୯ ଟି ରାଜ୍ୟ ସ୍ଥିତ ପ୍ରମୁଖ ସହର ମାନଙ୍କରେ ଅବସ୍ଥିତ ୧୧୫ ଟି ସୁପର ସ୍ପେସାଲିଟି ବିଶ୍ଵସ୍ତରୀୟ ହସ୍ପିଟାଲ୍‌ ବିଏସ୍‌କେୱାଇରେ ସାମିଲ ହୋଇଛନ୍ତି। ଏହି ସବୁ ରାଜ୍ୟରେ ବିଭିନ୍ନ କାରଣରୁ ଅସ୍ଥାୟୀଭାବେ ରହୁଥିବା ଓଡିଆ ଲୋକମାନେ ମାଗଣାରେ ଉଚ୍ଛମାନର ଚିକିତ୍ସା ସୁବିଧା ପାଇପାରୁଛନ୍ତି।

ଭେଲୋରର ଖିଷ୍ଟିଆନ୍‌ ମେଡିକାଲ୍‌ କଲେଜ, ବେଙ୍ଗାଲୁରୁର ଶ୍ରୀ ଶଙ୍କରା କ୍ୟାନସର ପ୍ରତିଷ୍ଠାନ, କଲକତାର ଟାଟା ମେଡିକାଲ୍‌ ସେଣ୍ଟର, ଭାଇଜାକ୍‌ ଓ ସାନାଗୁରର ହୋମିବାବା କ୍ୟାନସର ହସ୍ପିଟାଲ୍‌, ମହାମାନ୍ୟ ପଣ୍ଡିତ ମଦନ ମୋହନ ମାଲବ୍ୟ କ୍ୟାନସର ହସ୍ପିଟାଲ୍‌, ମୁମ୍ବାଇର ଆଡଭାନ୍ସ କ୍ୟାନସର ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ, ଟାଟା ମେମୋରିଆଲ ହସ୍ପିଟାଲ ଆଦି ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନମାନେ ବିଏସ୍‌କେୱାଇରେ ସାମିଲ ହୋଇଛନ୍ତି।

ଏହାଛଡା ଚେନ୍ନାଇ,ଡେହେରାଡୁନ୍‌, ବାଶି, ବେଙ୍ଗାଲୁରୁ, ମୁମ୍ବାଇ, କଲିକତା, ଅମ୍ରିତସର, ଫରିଦାବାଦ, ଗୁରଗାଓଁ, ଜୟପୁର, ନଇଡା, ଲୁଧିଆନା, ନୂଆଦିଲ୍ଲୀ,ଆଦି ସ୍ଥାନରେ ଥିବାଫୋର୍ଟିସ୍‌ ଗୃପର ୨୪ଟି ହସ୍ପିଟାଲ ଏବଂ ନାରାୟଣ ହୃଦୟାଳୟର ୭ଟି ବିଶ୍ଵ ସ୍ତରୀୟ ହସ୍ପିଟାଲ୍‌ମାନେ ମଧ୍ୟ ବିଏସ୍‌କେୱାଇ ସହ ସହଭାଗିତା ସୂତ୍ରରେ ସଂଯୁକ୍ତ ହୋଇଛନ୍ତି।

ବିଶାଖାପାଟଣା, ରାଇପୁର, ଜାମସେଦପୁର, ସୁରଟ, ସିରିକାକୁଲମ, ମଦୁରାଇ, ହାଇଦ୍ରାବାଦ, ରାଇଘର, ଦ୍ଵାରକାନଗର, ବିଜୟନଗରମ ଆଦି ସହରର ପ୍ରମୁଖ ସୁପର ସ୍ପେସାଲିଟି ହସ୍ପିଟାଲମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ଜାନୁଆରୀ ରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟ ବାହାର ହସ୍ପିଟାଲମାନଙ୍କରେ ପ୍ରାୟ ୯୧,୫୦୦ ଓଡିଆ ଲୋକମାନେ ମାଗଣାରେ ଜଟିଳ ରୋଗର ଅତ୍ୟାଧୁନିକ ଚିକିତ୍ସା ପାଇଛନ୍ତି। ଅନୁବନ୍ଧିତ ହସ୍ପିଟାଲମାନଙ୍କ ବିଷୟରେ ଆବଶ୍ୟକୀୟ ସୂଚନା ଜନସାଧାରଣଙ୍କ ଅବଗତି ନିମନ୍ତେ ବିଏସ୍‌କେୱାଇ ଓଡିଶା ୱେବ୍‌ସାଇଟ୍‌ରେ ଦିଆଯାଇଛି।

ହସ୍ପିଟାଲମାନଙ୍କୁ ନିୟମିତ ପରିଦର୍ଶନ କରି ରୋଗୀ ମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ଉପରେ ନଜର ରଖିବା ନିମନ୍ତେ ଉଭୟ ଓଡିଶା ଓ ଓଡିଶା ବାହାର ରାଜ୍ୟମାନଙ୍କରେ ୫୪ ଜଣ ଜିଲ୍ଲା ସଂଯୋଜକ କାର୍ଯ୍ୟରତ ଅଛନ୍ତି।ହସ୍ପିଟାଲ ସ୍ତରରେଆବଶ୍ୟକୀୟ ସୂଚନା ପ୍ରଦାନ, ଡାକ୍ତରଙ୍କ ସହ ଯୋଗାଯୋଗ, ଆଡମିସନ ଏବଂ ଚିକିତ୍ସା ପରେ ଡିସ୍ଚାର୍ଯ ଆଦି କାର୍ଯ୍ୟରେ ରୋଗୀମାନକୁ ପ୍ରତ୍ୟକ୍ଷ ସହଯୋଗ କରିବା କାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା ୭୭୩ ସ୍ୱାସ୍ଥ୍ୟମିତ୍ର କର୍ମତତ୍ପର ଅଛନ୍ତି।

ବିଏସ୍‌କେୱାଇ ସାର୍ବଜନୀନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନବୀନ ରୂପାନ୍ତରଣ ଆଣିଛି। ଅତିରିକ୍ତ ଶାସନ ସଚିବ ତଥା ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ  ଶ୍ରୀ ଶୁଭନନ୍ଦ ମହାପାତ୍ରଙ୍କ ସମେତ ସମିତିର ବରିଷ୍ଠ ଅଧିକାରୀ ମାନେ ସମୀକ୍ଷା ବୈଠକରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ।

BSKY ବିଏସ୍‌କେୱାଇ ସୁସ୍ଥ ଓଡିଶା ସୁଖୀ ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର-ଟିଟଲାଗଡ଼-ଥେରୁବାଲି ସେକ୍ସନ ନିରୀକ୍ଷଣ

July 25, 2025

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

July 25, 2025
Latest News

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର-ଟିଟଲାଗଡ଼-ଥେରୁବାଲି ସେକ୍ସନ ନିରୀକ୍ଷଣ

July 25, 2025

ଜଗଦୀପ ଧନଖଡ଼ଙ୍କୁ ବିଦାୟକାଳୀନ ରାତ୍ରୀଭୋଜନ ଦେବେ ବିରୋଧୀ ଦଳ, ପଠାଗଲା ନିମନ୍ତ୍ରଣ

July 25, 2025

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.