Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପନ୍ନୁଙ୍କ ଭିଡିଓ, କାନାଡାକୁ ସମାଲୋଚନା… ଭାରତ-ଆମେରିକା ଆଲୋଚନା ସ୍ପଷ୍ଟ, ଟ୍ରୁଡୋଙ୍କ ସ୍ୱର ଏବେ କୋହଳ ହେବ
ବିଶେଷ ଖବର

ପନ୍ନୁଙ୍କ ଭିଡିଓ, କାନାଡାକୁ ସମାଲୋଚନା… ଭାରତ-ଆମେରିକା ଆଲୋଚନା ସ୍ପଷ୍ଟ, ଟ୍ରୁଡୋଙ୍କ ସ୍ୱର ଏବେ କୋହଳ ହେବ

November 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀରେ ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ୍ ଟୁ ବୈଠକ ହୋଇଥିଲା। ଏହି ବୈଠକରେ ଆମେରିକାର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିବାବେଳେ କାନାଡା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। କାନାଡା ପ୍ରସଙ୍ଗରେ ଭାରତ ଯେଉଁ ଭଳି ଭାବରେ କଥା ହୋଇଛି ତାହା ସ୍ପଷ୍ଟ କରିଦେଇଛି ଯେ ତା’ର ଆଭିମୁଖ୍ୟ ବଦଳିବ ନାହିଁ। କାନାଡ଼ାରେ ଖଲିସ୍ତାନୀ ସମର୍ଥକଙ୍କ ବଢ଼ୁଥିବା କାର୍ଯ୍ୟକଳାପ କିପରି ତାଙ୍କ ପାଇଁ ଚିନ୍ତାର ବିଷୟ ବୋଲି ଭାରତ ଆମେରିକାକୁ ଜଣାଇଛି। ଭାରତ ତରଫରୁ କୁହାଯାଇଥିଲା ଯେ ଆପଣ ନିକଟରେ ଏକ ଭିଡିଓ ଦେଖିଥିବେ ନିଶ୍ଚୟ। ଗୁରୁପତୱନ୍ତ ସିଂ ପନ୍ନୁଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଏୟାର ଇଣ୍ଡିଆର ଏକ ବିମାନକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି। ଖାଲିସ୍ତାନୀ କାର୍ଯ୍ୟକଳାପକୁ ନେଇ ଗତ କିଛିମାସ ହେବ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଲାଗି ରହିଛି ଏବଂ ଏହି ବିବାଦ ମଧ୍ୟରେ ଭାରତ ଆମେରିକା ଆଗରେ କାନାଡା ଉପରେ ବର୍ଷିଛି।

ଭାରତ-ଆମେରିକା ୨+୨ ଆଲୋଚନା ପରେ ବୈଦେଶିକ ସଚିବ ବିନୟ କ୍ୱାତ୍ରା ଯାହା କହିଛନ୍ତି, ସେଥିରୁ ଏହା ବୁଝିହେବ । କାନାଡା ବିଷୟରେ କହିବାକୁ ଗଲେ ଆମେ ଆମର ସମସ୍ତ ବନ୍ଧୁ ଏବଂ ଅଂଶୀଦାରଙ୍କ ସହ ନିରନ୍ତର କଥାବାର୍ତ୍ତା କରୁଛୁ । ଏ ନେଇ ଆମର ଆଭିମୁଖ୍ୟ ସ୍ପଷ୍ଟ ରହିଛି । ଭାରତ ତରଫରୁ କୁହାଯାଇଥିଲା ଯେ ଆମେ ଯାହା କହୁଛୁ ତାହା ଅନ୍ୟ ଫୋରମଠାରୁ ଅଲଗା ନୁହେଁ । କଥାବାର୍ତ୍ତା ସମୟରେ ସୁରକ୍ଷା ପ୍ରସଙ୍ଗ ଉଠିବା ସହ ନିକଟରେ ପନ୍ନୁଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ନିଷିଦ୍ଧ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ ଏଫ୍ ଜେ)ର ପ୍ରତିଷ୍ଠାତା ଗୁରପତୱନ୍ତ ସିଂହ ପନ୍ନୁ ନିକଟରେ ନଭେମ୍ବର ୧୯ରେ ଏୟାର ଇଣ୍ଡିଆ ବିମାନର ଯାତ୍ରୀମାନଙ୍କୁ ଧମକ ଦେବା ପାଇଁ ଏକ ଭିଡିଓ ଜାରି କରିଥିଲେ । ଏହି ଦିନ (ନଭେମ୍ବର ୧୯) କ୍ରିକେଟ ବିଶ୍ୱକପ୍ ଫାଇନାଲ ଖେଳାଯିବ । ନଭେମ୍ବର ୪ରେ ପନ୍ନୁଙ୍କ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ଲୋକଙ୍କୁ ଚେତାବନୀ ଦେଉଥିବା ଶୁଣିବାକୁ ମିଳୁଛି । ଏହାକୁ ନେଇ କାନାଡାରେ ରହୁଥିବା ଭାରତୀୟ ବଂଶୋଦ୍ଭବମାନେ ବହୁତ କ୍ରୋଧ ପ୍ରକାଶ କରିଥିଲେ । ଗୁରପତୱନ୍ତ ସିଂ ପନ୍ନୁ ଏହି ଭିଡିଓରେ କହିଛନ୍ତି ଯେ ଶିଖମାନେ ନଭେମ୍ବର ୧୯ରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରନ୍ତୁ ନାହିଁ କାରଣ ସେମାନଙ୍କ ଜୀବନ ପ୍ରତି ବିପଦ ହୋଇପାରେ ।

ଚୀନର ସମ୍ଭାବ୍ୟ ବିପଦକୁ ନେଇ ମଧ୍ୟ ଭାରତ ଓ ଆମେରିକା ମଧ୍ୟରେ ଆଲୋଚନା ହୋଇଥିଲା । ବୈଠକରେ ଆମେ ସୁରକ୍ଷା ଆହ୍ୱାନ ଏବଂ ଚୀନଦ୍ୱାରା ସୃଷ୍ଟି ହୋଇଥିବା ବିପଦ ବିଷୟରେ ଆଲୋଚନା କରିଥିଲୁ, କିନ୍ତୁ ଆମ ମଧ୍ୟରେ ସେ ବିଷୟରେ ସମ୍ପୂର୍ଣ୍ଣ ଆଲୋଚନା ହୋଇନଥିଲା । ଆମ ସମ୍ପର୍କ କେବଳ ଚୀନକୁ ନେଇ ନୁହେଁ । ଏହା ଆହୁରି ଅନେକ ଜିନିଷ ଉପରେ ଆଧାରିତ । ଏହା ମିଳିତ ମୂଲ୍ୟବୋଧ ଏବଂ ଗଣତନ୍ତ୍ର ଉପରେ ଆଧାରିତ । ଆମେ ସମୁଦ୍ର ତଳେ ଏବଂ ମହାକାଶ ପ୍ରଯୁକ୍ତି ବିଦ୍ୟାରେ ସହଯୋଗ କରୁଛୁ ।

ଆମେରିକା ସହ ଆଲୋଚନାବେଳେ ଭାରତ କାନାଡା ସହ ସମ୍ପର୍କକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଟୁ ପ୍ଲସ୍ ଟୁ ବୈଠକରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଓ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍ ଅଷ୍ଟିନ୍ ଯୋଗ ଦେଇଥିବାବେଳେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିଲେ ।

ଆମେରିକା କାନାଡା ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Latest News

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.