Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡି ଦଳରୁ ତଡାଖାଇଥିବା ନେତାଙ୍କୁ ଆପଣେଇବାକୁ ବିଜେପି ଆଗଭର: ବିଜେଡି
ବିଶେଷ ଖବର

ବିଜେଡି ଦଳରୁ ତଡାଖାଇଥିବା ନେତାଙ୍କୁ ଆପଣେଇବାକୁ ବିଜେପି ଆଗଭର: ବିଜେଡି

November 11, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଜନ ବିରୋଧି କାର୍ଯ୍ୟ ପାଇଁ ଯେଉଁ ନେତାଙ୍କୁ ବିଜେଡି ଦଳରୁ ତଡି ଦେଇଛି ତାଙ୍କୁ କୋଳେଇ ନେବାପାଇଁ ଏବେ ବିଜେପି ଆଗଭର। ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ବିଜେପି ଦଳରେ ନୀତି ଆଦର୍ଶ ବୋଲି କିଛି ନାହିଁ କି ସେମାନେ ନୂଆ ନେତା ସୃଷ୍ଟି କରିପାରୁ ନାହାନ୍ତି। କାଲି ଯାହାକୁ ଦୁର୍ନୀତିଗ୍ରସ୍ତ କହି ଗାଳି ଦେଉଥିଲେ ଆଜି ତାଙ୍କୁ ନେବାପାଇଁ ବିଜେପିକୁ ନିଦ ହେଉନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ସଭାପତି ବିକ୍ରମ ପଣ୍ଡା।

ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ ଶୁଣିବାକୁ ମିଳୁଛି ଯେ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବାକୁ ଯାଉଛନ୍ତି। ସେ ବିଜେଡିରୁ ଅତୀତରେ ତଡା ଖାଇଥିବାବେଳେ ଏବେ ଜାମିନରେ ଅଛନ୍ତି। ଏଭଳି ନେତାଙ୍କୁ କିଭଳି ବିଜେପି ଆପଣେଇବାକୁ ଯାଉଛି ତାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଠକିଥିବା ଲୋକଟିକୁ ବିଜେପି ନେତାମାନେ କିଭଳି ବିଶ୍ୱାସ କରୁଛନ୍ତି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି।

ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ତଥା ଓଡିଶା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଥିଲେ ଯେ ଡକ୍ଟର ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଚାକିରି ଦେବାକୁ କହି ଠକିବା ପରେ ବିଭିନ୍ନ ଥାନାରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା ଏବଂ ବିଜୁ ଜନତା ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଟାଟାରେ ଚାକିରି ଦେବା ନାଁରେ ଡକ୍ଟର ପାଣିଗ୍ରାହୀ ଯୁବକ ଯୁବତୀଙ୍କୁ ଫସାଇ ସେମାନଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ। ନିଜର ଭାବି ଜ୍ୱାଇଁଙ୍କୁ ଟାଟା ମୋଟର୍ସର ଏମ୍‍ଡି ଦର୍ଶାଇ ଲୋକଙ୍କ ଠାରୁ ଟଙ୍କା ଲୁଟିବାକୁ ଷଡଯନ୍ତ୍ର କରିଥିଲେ। ମଦ ଓ ବାଲି ମାଫିଆଙ୍କ ଠାରୁ ଅଢେଇ କୋଟି ଟଙ୍କା ନେଇଥିବା ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଜଣାପଡିଥିଲା। ସେହିଭଳି କୋଭିଡ ସମୟରେ ଲୋକେ ଖାଇବାକୁ ପାଉନଥିବାବେଳେ ସେ ଚାଟାର୍ଡ ଫ୍ଲାଇଟ୍‍ରେ ବୁଲିବା ସହିତ ଦିନକୁ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚକରି ହୋଟେଲ ରୁମରେ ରହୁଥିଲେ। କରୋନା ସମୟରେ ସୁରଟରେ ଥିବା ଗଞ୍ଜାମବାସୀଙ୍କୁ ଫେରାଇ ଆଣିବାପାଇଁ ରାଜ୍ୟ ସରକାର ଚେଷ୍ଟା କରୁଥିବାବେଳେ ଶ୍ରୀ ପାଣିଗ୍ରାହୀ ଏହାକୁ ଦୃଢ ବିରୋଧ କରିଥିଲେ। ସେମାନେ କିଭଳି ଗଞ୍ଜାମ ନଫେରିବେ ସେଥିପାଇଁ ଷଡଯନ୍ତ୍ର କରିବା ସହିତ ଚାପ ପକାଉଥିଲେ।

ଶ୍ରୀ ପଣ୍ଡା କହିଛନ୍ତି ଯେ, ଏସବୁ ଜନ ବିରୋଧି କାର୍ଯ୍ୟକୁ ସେତେବେଳେ ଗଞ୍ଜାମ ବିଜେପି ଓ ରାଜ୍ୟ ବିଜେପି ନେତାମାନେ ଦୃଢ ବିରୋଧ କରୁଥିଲେ। ଏହି ନେତାମାନେ ସେତେବେଳେ ରାଜରାସ୍ତାରେ ଆନ୍ଦୋଳନ କରି ପ୍ରଦୀପ ପାଣିଗ୍ରାହୀଙ୍କୁ ଚିଟ୍‍ଫଣ୍ଡ ଚୋର, ବାଲିଚୋର, ଜମି ଚୋର ଓ ମଦ ମାଫିଆଙ୍କ ସମର୍ଥକ ବୋଲି କହି ତାଙ୍କୁ ଗିରଫ କରିବାପାଇଁ ଚିତ୍କାର କରୁଥିବାବେଳେ ଏବେ ଆପଣାର କରିନେବାକୁ ସଜବାଜ ହେଉଛନ୍ତି।

ଗୋପାଳପୁରର ବିଜେପି ନେତା ବିଭୂତି ଜେନା ଯିଏ ପ୍ରଦୀପ ପାଣିଗ୍ରାହୀଙ୍କ ଏସବୁ କାର୍ଯ୍ୟପାଇଁ ତାଙ୍କ ବିରୁଦ୍ଧରେ ଆନ୍ଦୋଳନ କରୁଥିଲେ, ଆଜି କେମିତି ତାଙ୍କୁ ଆଶ୍ରା ଦେବାକୁ ଏତେ ଆଗଭର ହେଉଛନ୍ତି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି। ବିଜେପି ନେତାମାନେ କେବଳ ଭାଷଣରେ ନୀତି ଆଦର୍ଶର କଥା କୁହନ୍ତି, ବାସ୍ତବରେ ତାକୁ କେବେ କାର୍ଯ୍ୟକାରୀ କରନ୍ତି ନାହିଁ। ରାଜ୍ୟ ବିଜେପି ନେତାଙ୍କ ନଜରରେ ନୀତି ଆଦର୍ଶ କେବଳ ଅନ୍ୟ ଦଳର ନେତାଙ୍କ ପାଇଁ ପ୍ରଯୁଜ୍ୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଶ୍ରୀ ପାଣିଗ୍ରାହୀଙ୍କ ଭଳି ନେତାଙ୍କୁ ନିଜ ଦଳରେ ବିଜେପି ମିଶାଇବାକୁ ଯାଉଥିବାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଏକ ହୀନ ମାନସିକତାଧାରୀ ନେତାକୁ ଆପଣେଇବାକୁ ରାଜ୍ୟ ବିଜେପି ବାଧ୍ୟ ହେଉଛି। ଏଥିରୁ ଆହୁରି ମଧ୍ୟ ସ୍ପଷ୍ଟ ହେଉଛି ଯେ ରାଜ୍ୟ ବିଜେପି ନୂଆ ନେତା ଓ କର୍ମୀ ସୃଷ୍ଟି କରିବାରେ ସକ୍ଷମ ନୁହେଁ।

ଓଡିଶାବାସୀ ଏସବୁ ଅସାଧୁ ବୁଝାମଣା ଦେଖୁଛନ୍ତି, ଜନବିରୋଧି ନେତାଙ୍କ ମେଳି କଥା ବୁଝୁଛନ୍ତି। ଅତୀତରେ ରାଜ୍ୟ ବିଜେପିକୁ ପ୍ରତ୍ୟାଖାନ କଲାଭଳି ଆଗକୁ ମଧ୍ୟ ସେମାନଙ୍କୁ ଉଚିତ୍‍ ଜବାବ ଦେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ବିଜେଡି ଦଳ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

“କେରଳରେ ହେବ ତ୍ରିକୋଣୀୟ ପ୍ରତିଯୋଗିତା”: ବିଜେପି ବିଷୟରେ ଭବିଷ୍ୟବାଣୀ କଲେ ସିପିଆଇ ନେତା

March 23, 2026

ବେଆଇନ ଏଲପିଜି ମହଜୁଦ ଏବଂ କଳାବଜାର ରୋକିବା ପାଇଁ ଚଢାଉ ଜାରି

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026
Latest News

ଜିଓ ଏବଂ ଏୟାରଟେଲ୍ କମ୍ପାନୀର ବଢିବ ଚିନ୍ତା: ମିଶିବାକୁ ଯାଉଛନ୍ତି ଏହି ଦୁଇ କମ୍ପାନୀ

March 23, 2026

ପାକିସ୍ତାନରେ ଆକାଶଛୁଆଁ ପେଟ୍ରୋଲ ଓ ଗ୍ୟାସର ମୂଲ୍ୟ: ଜାଣନ୍ତୁ ଭାରତଠାରୁ କେତେ ପାର୍ଥକ୍ୟ?

March 23, 2026

IPL ପାଇଁ PSL ଛାଡିଥିବା ଖେଳାଳିମାନଙ୍କ ବିରୁଦ୍ଧରେ PCB କଠୋର: କାର୍ଯ୍ୟାନୁଷ୍ଠାନ ଚେତାବନୀ

March 23, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

March 23, 2026

ନୟାଗଡ଼ରେ ଭାରତର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.