Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ନୂଆ ବିଲଗୁଡ଼ିକ ମୁଖ୍ୟତଃ ପୁରୁଣା ଅପରାଧିକ ଆଇନର ନକଲ’: ବିରୋଧୀ ଆଣିଲେ ଏଭଳି ଅଭିଯୋଗ
ବିଶେଷ ଖବର

‘ନୂଆ ବିଲଗୁଡ଼ିକ ମୁଖ୍ୟତଃ ପୁରୁଣା ଅପରାଧିକ ଆଇନର ନକଲ’: ବିରୋଧୀ ଆଣିଲେ ଏଭଳି ଅଭିଯୋଗ

November 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
"ପେଟ୍ରୋଲ ଏବଂ ଡିଜେଲର କୌଣସି ଅଭାବ ନାହିଁ": ସର୍ବଦଳୀୟ ବୈଠକରେ କହିଲେ ସରକାର
"ପେଟ୍ରୋଲ ଏବଂ ଡିଜେଲର କୌଣସି ଅଭାବ ନାହିଁ": ସର୍ବଦଳୀୟ ବୈଠକରେ କହିଲେ ସରକାର

ନୂଆଦିଲ୍ଲୀ: ନୂଆ ବିଲଗୁଡ଼ିକ ମୁଖ୍ୟତଃ ପୁରୁଣା ଅପରାଧିକ ଆଇନର ନକଲ ବୋଲି ତିନିଟି ଅପରାଧିକ ବିଲ ଉପରେ ଅସହମତି ପ୍ରକାଶ କରିଥିବା ସଂସଦୀୟ କମିଟିର ବିରୋଧୀ ସାଂସଦମାନେ ମତବ୍ୟକ୍ତ କରିଛନ୍ତି। ବିଲଗୁଡ଼ିକର ହିନ୍ଦୀ ନାମକୁ ବିରୋଧ କରି ସେମାନେ କହିଛନ୍ତି ଯେ ଏହି ପଦକ୍ଷେପ ଆପତ୍ତିଜନକ, ଅସାମ୍ବିଧାନିକ ଏବଂ ଅଣହିନ୍ଦୀ ଭାଷୀ ଲୋକଙ୍କ ପ୍ରତି ଅପମାନ। ରିପୋର୍ଟ ଚୂଡ଼ାନ୍ତ କରିବା ପୂର୍ବରୁ ସେମାନଙ୍କ ମଧ୍ୟରୁ କେତେକଙ୍କ ସହ ପରାମର୍ଶ କରାଯାଉନଥିବା ମଧ୍ୟ ଅଭିଯୋଗ କରିଛନ୍ତି।

ଗୃହ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟି ଚଳିତ ମାସ ପ୍ରାରମ୍ଭରେ ଭାରତୀୟ ନ୍ୟାୟ ବିଧି, ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା ଏବଂ ଭାରତୀୟ ପ୍ରମାଣ ଆଇନ ବିଲ ଉପରେ ନିଜର ରିପୋର୍ଟକୁ ଅନୁମୋଦନ କରି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ନିକଟରେ ଦାଖଲ କରିଥିଲା। କମିଟି ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ, ରବନୀତ ସିଂହ, ପି. ଚିଦାମ୍ବରମ, ଡେରେକ ଓବ୍ରାଏନ, କାକୋଲି ଘୋଷ ଦସ୍ତିଦାର, ଦୟାନିଧି ମାରାନ, ଦିଗବିଜୟ ସିଂହ ଓ ଏନ୍ ଆର୍ ଏଲାଙ୍ଗୋ ବିଲର ବିଭିନ୍ନ ବ୍ୟବସ୍ଥାକୁ ବିରୋଧ କରି ପୃଥକ୍‍ ଭାବରେ ଭିନ୍ନ ଭିନ୍ନ କାଗଜପତ୍ର ଦାଖଲ କରିଥିଲେ। ଏହି ତିନିଟି ବିଲ ଭାରତୀୟ ଦଣ୍ଡ ବିଧି (ଆଇପିସି), କ୍ରିମିନାଲ ପ୍ରୋସିଜର କୋଡ୍ (ସିଆରପିସି) ଏବଂ ପ୍ରମାଣ ଆଇନର ସ୍ଥାନ ନେବ।

ପ୍ରାୟ ୯୩ ପ୍ରତିଶତ ଅପରାଧିକ ଆଇନ ଅପରିବର୍ତ୍ତିତ ରହିଛି

ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ତାଙ୍କ ଚିଠିରେ କହିଛନ୍ତି ଯେ ବିଲଗୁଡ଼ିକ ପ୍ରାୟତଃ ସମାନ। କେବଳ ଏଗୁଡ଼ିକର ପୁନର୍ଗଠନ କରାଯାଇଛିଜ। କଂଗ୍ରେସର ଦିଗବିଜୟ ସିଂହ କହିଛନ୍ତି ଯେ କମିଟି ସମ୍ମୁଖରେ ବିଶିଷ୍ଟ ଆଇନଜୀବୀ ଓ ବିଚାରପତିଙ୍କୁ ଡାକିବାର ଆବଶ୍ୟକତା ରହିଛି, କିନ୍ତୁ ରିପୋର୍ଟ ଦାଖଲ କରିବା ପାଇଁ ବାଚସ୍ପତି ତରବରିଆ ଥିବା ଜଣାପଡ଼ିଛି।

ତୃଣମୂଳ କଂଗ୍ରେସର ଓ’ବ୍ରାଏନ୍ କହିଛନ୍ତି ଯେ ବର୍ତ୍ତମାନର ଅପରାଧିକ ଆଇନର ପ୍ରାୟ ୯୩ ପ୍ରତିଶତ ଅପରିବର୍ତ୍ତିତ ରହିଛି ଏବଂ ୨୨ଟି ଅଧ୍ୟାୟ ମଧ୍ୟରୁ ୧୮ଟି କପି ପେଷ୍ଟ କରାଯାଇଛି। ଅର୍ଥାତ୍ ଏହି ପରିବର୍ତ୍ତନଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ପୂର୍ବରୁ ପ୍ରଚଳିତ ଆଇନକୁ ସହଜରେ ସଂଶୋଧନ କରାଯାଇପାରିଥାନ୍ତା। ରିପୋର୍ଟ ପ୍ରସ୍ତୁତି ପଦ୍ଧତିରେ ବ୍ୟାପକ ତ୍ରୁଟି ଥିବା ସେ ଅଭିଯୋଗ କରିଛନ୍ତି।

ଧାରା-୩୪୮ ଅଧୀନରେ ଥିବା ସମସ୍ତ ଆଇନ ଇଂରାଜୀ ଭାଷାରେ ହେବ

ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦାମ୍ବରମ କହିଛନ୍ତି ଯେ ସମ୍ବିଧାନର ଧାରା-୩୪୮ ଅନୁଯାୟୀ ସମସ୍ତ ଆଇନ ଇଂରାଜୀ ଭାଷାରେ ହେବ, ଯାହା କି ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ ଭାଷା ମଧ୍ୟ ଅଟେ। ବିଲର ଭାଷା ଯାହା ହେଉ ନା କାହିଁକି, କେବଳ ବିଲଗୁଡ଼ିକର ନାମ ହିନ୍ଦୀ ରଖିବା ଅତ୍ୟନ୍ତ ଆପତ୍ତିଜନକ, ଅସାମ୍ବିଧାନିକ, ଅଣହିନ୍ଦୀ ଭାଷୀ ଲୋକଙ୍କ ପ୍ରତି ଅପମାନ ଏବଂ ସଂଘୀୟ ବ୍ୟବସ୍ଥାକୁ ବିରୋଧ କରୁଛି।

ହଜାର ହଜାର ବିଚାରପତି, ଆଇନଜୀବୀ, ପୁଲିସ ଅଧିକାରୀ ଏପରିକି ସାଧାରଣ ଜନତା ବିନା କୌଣସି ଲାଭରେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେ ଦାବି କରିଛନ୍ତି। ସେମାନଙ୍କୁ ସେହି ଆଇନଗୁଡ଼ିକୁ ପୁନଃ ଶିଖିବାକୁ ପଡ଼ିବ ଯାହାର ନୂତନ ବ୍ୟବସ୍ଥାକୁ ବ୍ୟାପକଭାବେ ବ୍ୟବହାର କରିବାକୁ ଅନେକ ବର୍ଷ ଲାଗିବ। ଡିଏମକେର ମାରାନ କହିଛନ୍ତି ଯେ ଏହି ବିଲ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସଂଘୀୟ ସମ୍ପର୍କ ଏବଂ ଢାଞ୍ଚାକୁ ଆହୁରି ପରିବର୍ତ୍ତନ କରିବ। ସେ କହିଛନ୍ତି ଯେ କିଛି ଶବ୍ଦକୁ ବାଦ୍ ଦେଲେ ଏହି ବିଲଗୁଡ଼ିକର ମୁଖ୍ୟ ଅଂଶ ଇଂରାଜୀରେ ଅଛି, କିନ୍ତୁ ବିଲଗୁଡ଼ିକର ଶୀର୍ଷକ ହିନ୍ଦୀରେ ଅଛି ଯାହା ଧାରା-୩୪୮ର ଉଲ୍ଲଂଘନ।

ପି ଚିଦାମ୍ବରମ ସଂସଦୀୟ କମିଟି
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ 

April 7, 2026

ସ୍ୱାସ୍ଥ୍ୟ ସୁରକ୍ଷାର ଆହ୍ୱାନ ଓ ପ୍ରତିବଦ୍ଧତା

April 7, 2026

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026
Latest News

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ତିନିଶହ ଘର

April 7, 2026

ଅଟକିପାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୩ତମ କିସ୍ତି : ପାଇବା ପାଇଁ କରିବାକୁ ପଡିବ ଏହି କାମ

April 7, 2026

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଯୁବପିଢ଼ିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ- ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’

April 7, 2026

ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.