Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସିକିଲ ସେଲ ରୋଗ, ସଚେତନତା ଏବଂ ଭାରତରେ ମିଳୁଥିବା ସର୍ବୋତମ ଚିକିତ୍ସା
ବିଶେଷ ଖବର

ସିକିଲ ସେଲ ରୋଗ, ସଚେତନତା ଏବଂ ଭାରତରେ ମିଳୁଥିବା ସର୍ବୋତମ ଚିକିତ୍ସା

November 19, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link
health
ସିକିଲ ସେଲ ରୋଗ, ସଚେତନତା ଏବଂ ଭାରତରେ ମିଳୁଥିବା ସର୍ବୋତମ ଚିକିତ୍ସା

ପ୍ରଫେସର ଡାକ୍ତର ତୁଲୀକା ସେଠ୍‌

ଦେଶରେ ସିକିଲ ସେଲ ରୋଗରେ ପୀଡିତ ହେଉଥିବା ବିପୁଳ ସଂଖ୍ୟକ ରୋଗୀଙ୍କ ନିମନ୍ତେ ଆଶାର ସଂଚାର ହେବା ଭଳି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ଏହି ନିକଟରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସିକିଲ ସେଲ ରୋଗୀଙ୍କ ନିମନ୍ତେ ଏକ ନୂଆ ଯୋଜନା ଘୋଷଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ଏହି ଯୋଜନା ସମ୍ପର୍କୀତ ସଚେତନତା କାର‌୍ୟ୍ୟକ୍ରମ ଦ୍ୱାରା ପୀଡିତ ରୋଗୀଙ୍କର ଚିକିତ୍ସା କ୍ଷେତ୍ରରେ ଏକ ବଳିଷ୍ଠ ପଦକ୍ଷେପ ସରକାରଙ୍କ ପକ୍ଷରୁ ନିଆଯାଉଛି। ସିକିଲ ସେଲ ରକ୍ତହୀନତା ଏଭଳି ଏକ ରୋଗ  ଯାହାକି ଲୌହସାର ଅଭାବରୁ ହୋଇ ନ ଥାଏ , ବରଂ ବଂଶଗତ ଗୁଣସୂତ୍ର କାରଣରୁ ହୋଇଥାଏ। ଏହି ରକ୍ତଗତ ବିସଙ୍ଗତିରେ ଲୋହିତ ରକ୍ତକଣିକା ଗୋଲାକାର ହେବା ପରିବର୍ତ୍ତେସମୟକ୍ରମେ ଦାଆ ଭଳି ବଙ୍କା ଆକାର ଧାରଣ କରେ। ଏହା ଫଳରେ ଲୋହିତ ରକ୍ତକଣିକା ଗୁଡିକ ରକ୍ତ ନଳୀରେ ସ୍ୱାଭାବିକ ଭାବେ ପ୍ରବାହିତ ନ ହୋଇ ସରୁ ରକ୍ତନଳୀକୁ ଅବରୋଧ କରି ଦିଅନ୍ତି।

ଫଳରେ ରୋଗୀ ଅସହ୍ୟ ଯନ୍ତ୍ରଣା ଅନୁଭବ କରେ। ଆହୁରି ମଧ୍ୟ ରକ୍ତକଣିକା ଗୁଡିକ ସହଜରେ ଭାଙ୍ଗି ନଷ୍ଟ ହୋଇଯାଏ। ଏହି କାରଣରୁ ଶରୀରରେ ରକ୍ତହୀନତା ଦେଖାଯିବା ସହିତ ଲୋହିତ ରକ୍ତକଣିକା ମଧ୍ୟରେ ଥିବା ହିମୋଗ୍ଲୋବିନ ବାହାରି ଆସେ। ଏହାର ପ୍ରତିକ୍ର୍ରିୟା ସ୍ୱରୂପ ଶରୀର ବିଭିନ୍ନ ଅଂଶ ଫୁଲିଯାଏ। ସିକିଲ ସେଲ ରୋଗୀ ମାନଙ୍କ ଠାରେ ଏହିସବୁ ଲକ୍ଷଣ ଓ ସମସ୍ୟା ଦେଖାଯାଏ । ଆହୁରି ମଧ୍ୟ ହୃଦ୍‌ଘାତ ଭଳି ଜଟିଳ ସମସ୍ୟା କେବେ କେବେ ଉପୁଜିଥାଏ।

ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ଏପରି ଲକ୍ଷଣ ଓ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଥାଏ। ସିକିଲ ସେଲ ରୋଗରେ ଆକ୍ରାନ୍ତ ଶିଶୁ କିମ୍ବା ବୟସ୍କ ବ୍ୟକ୍ତି  ସମସ୍ତେ ଭୀଷଣ ଯନ୍ତ୍ରଣା ଦାୟକ ଜୀବନ ବିତାନ୍ତି। ଏଭଳି ଯନ୍ତ୍ରଣା କେବେ କେବେ ହେଉଥିଲେ ମଧ୍ୟ ବିଶେଷ ଅବସ୍ଥାରେ ଏହି ରୋଗର ଲକ୍ଷଣ ବୃଦ୍ଧି ପାଏ। ବିଭିନ୍ନ ପ୍ରକାର ପରୀକ୍ଷା ଦେବା ସମୟରେ ମାନସିକ ଚାପ ବୃଦ୍ଧିର ସମ୍ମୁଖୀନ ହେଲେ କିମ୍ବା କୌଣସି ପ୍ରକାରର ପାରିବାରିକ ଓ ସାମାଜିକ ଜୀବନରେ ମାନସିକ ଚାପ ସୃଷ୍ଟି ହେଲେ ଯନ୍ତ୍ରଣା ବାରମ୍ବାର ହୁଏ।

ଏହିଭଳି ଯନ୍ତ୍ରଣା ଏ ରୋଗର ଏକ ବଡ ସଙ୍କେତ ତଥା ଲକ୍ଷଣ। ରକ୍ତ ନଳୀରେ ରକ୍ତ କଣିକା ଜମାଟ ବାନ୍ଧିଯିବା ଯୋଗୁଁ ଏହିପରି ଭୀଷଣ ଯନ୍ତ୍ରଣା ଅନୁଭୂତ ହୁଏ। ଏପରି ଯନ୍ତ୍ରଣା କିଛି ବି କାମ କରିବାରେ ଅସମର୍ଥ ହୋଇପଡେ। ସିକିଲ ସେଲ ରୋଗୀମାନେ  ବିଭିନ୍ନ ପ୍ରକାରର ରୋଗରେ ସହଜରେ ସଂକ୍ରମିତ ହେବାରେ ବହୁ ସମ୍ଭାବନା ଥାଏ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଦୂରଦୂରାନ୍ତରେ ଥିବା ଦୁର୍ଗମ ଅଞ୍ଚଳ ଗୁଡିକରେ ଅଧିକ ସଂଖ୍ୟାରେ ସିକିଲସେଲ ରୋଗୀ ରହିଥିବା ସାଧାରଣତଃ ଦେଖାଯାଏ। ସେମାନେ ପ୍ରାୟତଃ କୌଣସି ଚିକିତ୍ସା ସୁବିଧା ପାଆନ୍ତି ନାହିଁ। ସେମାନଙ୍କ ରୋଗ ଚିହ୍ନଟ ମଧ୍ୟ ହୋଇ ପାରେନାହିଁ। ଏପରିକି ଅଣ ଆଦିବାସୀ ଜନସଂଖ୍ୟାରେ ଥିବା ସ୍ଥାନରେ ମଧ୍ୟ ଏଭଳି ରୋଗୀ ଅନେକ ଭାବରେ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ଏଭଳି ରୋଗୀଙ୍କର ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି ଓ ଚିହ୍ନଟ ମଧ୍ୟ ହେଉଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିଶନର ବିଭିନ୍ନ କାର‌୍ୟ୍ୟକ୍ରମ ମାଧ୍ୟମରେ ହିମୋଗ୍ଲୋବିନ ଚିକିତ୍ସା କରାଯିବା ଫଳରେ ଏଭଳି ରୋଗୀଙ୍କର ପ୍ରାରମ୍ଭିକ ଅବସ୍ଥାରୁ ଚିହ୍ନଟ ହୋଇପାରୁଛି । ବର୍ତ୍ତମାନ ତଫସିଲଭୁକ୍ତ ଜନଜାତି କଲ୍ୟାଣ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ସହଯୋଗ କରି ଏହି ରୋଗ ସମ୍ପର୍କରେ ବ୍ୟାପକ ସଚେତନତା କାର‌୍ୟ୍ୟକ୍ରମ କରିବା ଫଳରେ ଦ୍ରୁତଗତିରେ ଏହି ରୋଗର ସ୍ଥିତିରେ ଉନ୍ନତି ଲକ୍ଷ୍ୟ କରାଯାଉଛି।

ଏହି ରୋଗ ନିରାକରଣ କ୍ଷେତ୍ରରେ ସରକାରଙ୍କ ବଳିଷ୍ଠ  ପଦକ୍ଷେପ ଏବଂ ଉଦ୍ୟମ ଯୋଗୁଁ ପରିସ୍ଥିତି ବଦଳୁଛି। ସିକିଲ ସେଲ ରୋଗୀମାନଙ୍କର ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ସେବା ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ସରକାରଙ୍କ ପଦକ୍ଷେପ ଏକ ବରଦାନ ସଦୃଶ ହୋଇପାରିଛି।

ସିକିଲସେଲ ରୋଗୀମାନଙ୍କର  ରୋଗର ପ୍ରାଥମିକ ଅବସ୍ଥାରୁ ଚିକିତ୍ସା କରାଗଲେ ଏହାକୁ ନିୟନ୍ତ୍ରଣ କରାଯାଇ ପାରୁଛି ଏବଂ ଏ ରୋଗଜନିତ ବିଭିନ୍ନ ସମସ୍ୟାଗୁଡିକର ସମାଧାନ ମଧ୍ୟ କରାଯାଇପାରୁଛି।

ବତ୍ତମାନ ସମୟରେ ସିକିଲସେଲ  ସମ୍ପର୍କରେ  ବ୍ୟାପକ ଭାବରେ  ଜନ ଚେତନା ସୃଷ୍ଟି କରାଗଲେ ଏହି ରୋଗ ଯୋଗୁଁ ଉପୁଜୁଥିବା ସମସ୍ୟା ଗୁଡିକ ଏଡାଇ ଦିଆଯାଇ ପାରିବ।  ଏହା ବର୍ତ୍ତମାନ ସମୟରେ ଆହ୍ୱାନ ଏବଂ ଆବଶ୍ୟକ। ଏହା ଫଳରେ ରୋଗୀ, ରୋଗୀଙ୍କ ପରିବାରବର୍ଗ ଏବଂ ରୋଗ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କର ନୂଆ ଆଶା ସଂଚାର ହୋଇପାରିବ।

ଏଥିରେ ରୋଗର ନିର୍ଦ୍ଦିଷ୍ଟ ଏବଂ ନିର୍ଭୁଲ ଚିହ୍ନଟ ହୋଇପାରିବ। ରୋଗୀର ଅନ୍ୟାନ୍ୟ ବିଭିନ୍ନ ରୋଗରେ ସଂକ୍ରମଣର ଆଶଂକା କମାଇବା ନିମନ୍ତେ ଖାଇବା ପାଇଁ ଔଷଧର ପ୍ରୟୋଗ ହେଉଛି । ଏହି ଔଷଧରେ ରୋଗକୁ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯିବା ସହିତ ରୋଗ ବଢିବାକୁ ନ ଦେବା ଏବଂ ଏହିପରି ଅବସ୍ଥାରେ ଚିକିତ୍ସା କରାଯାଇ ପାରୁଛି । ଏବେ ଏହି ରୋଗୀଙ୍କ ଚିକିତ୍ସାକୁ ସହଜଲବ୍ଧ କରାଇବା ନିମସ୍ତେ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇବା ଆବଶ୍ୟକ। ରକ୍ତ ଭଣ୍ଡାର ଗୁଡିକର ସଶକ୍ତିକରଣ  ଓ ଭିତ୍ତିଭୂମି  ସୁଦୃଢୀକରଣ ଆବଶ୍ୟକ।

ଏଥିସହିତ ରକ୍ତଭଣ୍ଡାରଗୁଡିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିବା, ରକ୍ତ ଗ୍ରହଣ ବ୍ୟବସ୍ଥାକୁ ସୁଦୃଢ କରାଯିବା, ବିଭିନ୍ନ ପ୍ରକାରର ରୋଗୀଙ୍କ ନିମନ୍ତେ ବିଭିନ୍ନ ପ୍ରକାରର ରକ୍ତ ଗ୍ରହଣ ବ୍ୟବସ୍ଥା କରାଯିବା, ରକ୍ତ ଭଣ୍ଡାର କର୍ମୀମାନଙ୍କୁ ଏ ସମ୍ପର୍କୀତ ସ୍ୱତନ୍ତ୍ର ତାଲିମ ଆଦି ଦେବାର ଆବଶ୍ୟକତା ରହିଛି। “ହବ୍ ଏବଂ ସ୍ପୋକ” ମଡେଲରେ ରୋଗୀଙ୍କୁ ଅନ୍ୟ ଚିକିତ୍ସକ କିମ୍ବା ଚିକିତ୍ସାଳୟ ଯିବାକୁ ପରାମର୍ଶ ଦେବା, ସମୟ ଉପଯୋଗୀ ଚିକିତ୍ସା ଯୋଗାଇବା, ରୋଗୀର ଆବଶ୍ୟକ ପଡୁଥିବା ଯତ୍ନ ନେବା ଭଳି ବ୍ୟବସ୍ଥା ହୋଇଗଲାଣି।

ବର୍ତ୍ତମାନର ସବୁଠାରୁ ବଡ ପ୍ରଶ୍ନ ହେଉଛି -ଏହି ରୋଗକୁ ସମ୍ପୂର୍ଣ୍ଣଭାବେ ପ୍ରତିରୋଧ କରାଯାଇପାରିବ  କି ? ଏହାର ସକରାତ୍ମକ ଉତ୍ତର ମିଳିଥାଏ। ଠିକ୍ ସମୟରେ ରୋଗ ନିରୂପଣ କରାଯାଇ ରୋଗୀର ଆବଶ୍ୟକୀୟ ବିଭିନ୍ନ ପରୀକ୍ଷା କରାଯାଇ ପାରିଲେ ଏବଂ ଦମ୍ପତ୍ତିଙ୍କୁ ପରାମର୍ଶ ମାଧ୍ୟମରେ ଜୀବନଶୈଳୀ ବାଛି ନେବା ପାଇଁ ସୁଯୋଗ ଦିଆଗଲେ ସିକିଲ ସେଲ ରୋଗର ପ୍ରତିରୋଧ କରାଯାଇପାରିବ। ମୂଳତଃ ସିକିଲ ସେଲ ଏକ ବଂଶଗତ ଏବଂ ଜିନ୍‌ଗତ କାରଣରୁ ସୃଷ୍ଟି ହେଉଥିବା ରୋଗ।

ଯଦି ପିତା ଓ ମାତା ଉଭୟେ ସିକିଲ ସେଲ ଜିନ୍ ଧାରୀ ହୋଇଥାନ୍ତି- ସେମାନଙ୍କୁ ସିକିଲସେଲ ବାହକ କୁହାଯାଏ। ଏଭଳି ଦମ୍ପତ୍ତି ସୁସ୍ଥ ସବଳ ଥିଲେ ମଧ୍ୟ ଶତକଡା ୨୦ଭାଗ କ୍ଷେତ୍ରରେ ସେମାନଙ୍କ ପିଲାମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଶତକଡା ୨୫ଭାଗ ରହିଥାଏ। ଉପଯୁକ୍ତ ସମୟରେ ଦମ୍ପତ୍ତିଙ୍କୁ ପରାମର୍ଶ ଦିଆଯାଇପାରିଲେ, ସେମାନଙ୍କ ସନ୍ତାନମାନଙ୍କୁ ଏହି ରୋଗ ହେବାର ସମ୍ଭାବନା କମିଥାଏ। ଏଥିପାଇଁ ଡାକ୍ତରଙ୍କୁ ନିର୍ଭୁଲ ସୂଚନା ଦେବା ଆବଶ୍ୟକ ତଥା ଜୀବନଶୈଳୀ ନିର୍ଭୁଲ ପସନ୍ଦ ରହିବା ଆବଶ୍ୟକ।

ଚିକିତ୍ସା ବିଜ୍ଞାନ ପାଇଁ ବ୍ୟକ୍ତିର ଏହି ରୋଗ ବାହକ ସମ୍ପର୍କୀତ ସୂଚନା ନିର୍ଭୁଲ ହେବା ଆବଶ୍ୟକ। ଉଦାହରଣ ସ୍ୱରୂପ ପରିବାରେ କେହି ମଧୁମେୟ ପୀଡିତ ଥିଲେ, କିମ୍ବା ଉଚ୍ଚ ରକ୍ତଚାପ କାହାର ରହିଥିଲେ ଭଳି ନିର୍ଦ୍ଦିଷ୍ଟ ସୂଚନା। ଗୋଟିଏ ସରଳ ରକ୍ତପରୀକ୍ଷା ମାଧ୍ୟମରେ ଏହି ସମସ୍ତ ସୂଚନା ମିଳି ଯାଇପାରିବ।

ଦେଶର ୧୭ଟି ରାଜ୍ୟରେ ବର୍ତ୍ତମାନ ସିକିଲ ସେଲ ରୋଗୀମାନନଙ୍କର ସମସ୍ୟା ଅଧିକ ଥିବା ଜଣାପଡିଛି। ଅନ୍ୟ ରାଜ୍ୟଗୁଡିକର ବହୁସଂଖ୍ୟକ ଲୋକ ସିକିଲସେଲ ଆକ୍ରାନ୍ତ ହୋଇ ରହିଛନ୍ତି କିନ୍ତୁ ଜଣା ପଡୁନାହାନ୍ତି। ସେସବୁ ରାଜ୍ୟରେ  ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହି ରୋଗ ଅଧିକ ରହୁଥିବା ଜଣାପଡିଛି। ଏହି ରୋଗର ଚିକିତ୍ସା ସମ୍ପର୍କୀତ ଅତିରିକ୍ତ ବିସ୍ତୃତ ତାଲିକା ଚିକିତ୍ସକମାନଙ୍କୁ ଦେବାର ଆବଶ୍ୟକତା ରହିଛି।

ଯେଉଁ ଦମ୍ପତ୍ତିମାନେ ଆଗ୍ରହ ପ୍ରକାଶ କରୁଛନ୍ତି ସେମାନଙ୍କର ପ୍ରସବ ପୂର୍ବବର୍ତ୍ତୀ ପରୀକ୍ଷା କରାଯାଇ ପାରିବ। ଏଥିପାଇଁ ମଲିକ୍ୟୁଲାର ଲାବରେଟୋରୀ ସ୍ଥାପନର ଆବଶ୍ୟକତା ମଧ୍ୟ ରହିଛି ।

ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ ଏବଂ ଦେଶରେ ଥିବା ଅନ୍ୟ ସ୍ଥାନ ମାନଙ୍କରେ ଏହି ସଂସ୍ଥାନର  ହେମୋଟୋଲୋଜି ବିଭାଗ ଗୁଡିକ ଏହି ପ୍ରସଙ୍ଗ ଉପରେ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ସିକିଲ ସେଲ ରୋଗୀ ଆବଶ୍ୟକ କରୁଥିବା ଯତ୍ନ, ଚିକିତ୍ସା ପରବର୍ତ୍ତୀ ସୁବିଧା ଏବଂ ତାଲିକା ଆଦି ଯୋଗାଇପାରିବେ। ସିକିଲ ସେଲ ରୋଗୀ   ସିକିଲସେଲ ରୋଗୀ ଆବଶ୍ୟକ କରୁଥିବା ଯତ୍ନ, ଚିିକିତ୍ସା, ଚିକିତ୍ସା ପରବର୍ତ୍ତୀ ସୁବିଧା ଏବଂ ତାଲିମ ଆଦି ଯୋଗାଇ ପାରିବେ।

ସିକିଲ ସେଲ ରୋଗୀକୁ ନେଇ ଦ୍ରୁତଗତିରେ ଉଭାବିତ ହେଉଥିବା ଔଷଧ ଓ ଚିକିତ୍ସା ପଦ୍ଧତି ଆଦି ରୋଗୀଙ୍କର ଆବଶ୍ୟକତା ଅନୁସାରେ ସେମାନଙ୍କ ନିକଟରେ ପହଂଚିବା ଉଚିତ। ଏଥିପାଇଁ ତ୍ୟାଗ ଓ ସେବାର ମନୋଭାବ ନେଇ କାର‌୍ୟ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମୀ କେବଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୁହେଁ, ତଫସିଲଭୁକ୍ତ ଜନଜାତି କଲ୍ୟାଣ ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ମନ୍ତ୍ରଣାଳୟରେ ମଧ୍ୟ ରହିଥିବା ଆବଶ୍ୟକ।

ସ୍ୱାସ୍ଥ୍ୟଗତ ସମାନତା ନିମନ୍ତେ ପାର୍ବତ୍ୟ ଅଞ୍ଚଳ ଏବଂ ଦୂରଦୂରାନ୍ତର ତଫସିଲଭୁକ୍ତ ଜନଜାତି ଲୋକଙ୍କ ମଧ୍ୟରେ ରହିଥିବା ସିକିଲସେଲ ରୋଗୀମାନଙ୍କର ଚିକିତ୍ସା ଓ ଏହି ରୋଗର ଦୂରୀକରଣ ତୁରନ୍ତ ଆବଶ୍ୟକ।

(ଲେଖକ ହେଉଛନ୍ତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ, ନୂଆଦିଲ୍ଲୀର ହେମାଟୋଲୋଜି ବିଭାଗର ପ୍ରଫେସର ଏବଂ ବିଭାଗୀୟ ମୁଖ୍ୟ)

Share. Facebook Twitter LinkedIn Email WhatsApp Copy Link

Related Posts

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025
Latest News

ଆଜି ଶସ୍ତା ହେଲା ନା ମହଙ୍ଗା: ଜାଣନ୍ତୁ ଆଜିର ସୁନା ଦର

August 22, 2025

ଏଥର ୨୦ ବର୍ଷ ଯାଏଁ ଚଲାଇପାରିବେ ଗାଡ଼ି: କିନ୍ତୁ ଆପଣଙ୍କୁ ଏତେ ଦେବାକୁ ପଡିବ ପଞ୍ଜିକରଣ ଫି

August 22, 2025

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଗାଇଲେ ଆରଏସଏସ ସଙ୍ଗୀତ: କଂଗ୍ରେସକୁ କଟାକ୍ଷ କଲା ବିଜେପି

August 22, 2025

ସିବିଆଇ ହାତରେ ଧରାପଡିଲେ ରାଉରକେଲା ରେଲୱେ ପାର୍ସଲ କ୍ଲକ, ଜାଣନ୍ତୁ କାରଣ

August 22, 2025

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କିନଡ୍ରିଲର ସିଇଓ ତଥା ଚେୟାରମ୍ୟାନ ମାର୍ଟିନ ସ୍କ୍ରୋଏଟର

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.