Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନାଗରିକତା ସଂଶୋଧନ ଆଇନ କ’ଣ, ମାର୍ଚ୍ଚରେ ଲାଗୁ କରିବେ ମୋଦି ସରକାର?
ବିଶେଷ ଖବର

ନାଗରିକତା ସଂଶୋଧନ ଆଇନ କ’ଣ, ମାର୍ଚ୍ଚରେ ଲାଗୁ କରିବେ ମୋଦି ସରକାର?

November 28, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚାରି ବର୍ଷ ତଳେ ୨୦୧୯ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ କରିବା କଥା କହିଥିଲେ, ସେତେବେଳେ ସମଗ୍ର ଦେଶରେ ଏହି ଆଇନକୁ ତୀବ୍ର ବିରୋଧ କରାଯାଇଥିଲା। ଏବେ ୨୦୨୪ ରେ ଭାରତରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ବିଜେପି ନେତା ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଚଳିତ ନିର୍ବାଚନ ପୂର୍ବରୁ ନଭେମ୍ବର ୨୬ ତାରିଖରେ ଉତ୍ତରପ୍ରଦେଶର ଠାକୁରନଗରରେ ଏକ ଜନସଭାକୁ ସମ୍ବୋଧିତ କରି ଏକ ବଡ଼ ବୟାନ ଦେଇଛନ୍ତି।

ଉତ୍ତରପ୍ରଦେଶର ଠାକୁରନଗରରେ ମତୁଆ ସମ୍ପ୍ରଦାୟକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ (ସିଏଏ)ର ଚୂଡ଼ାନ୍ତ ଡ୍ରାଫ୍ଟ ଆସନ୍ତା ବର୍ଷ ମାର୍ଚ୍ଚ ୩୦ ସୁଦ୍ଧା ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି। ସେହି ସାଧାରଣ ସଭାରେ ଶ୍ରୀ ମିଶ୍ର କହିଛନ୍ତି ଯେ ଗତ କିଛିବର୍ଷ ମଧ୍ୟରେ ସିଏଏ କାର୍ଯ୍ୟକାରୀ କରିବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ବର୍ତ୍ତମାନ କିଛି ସମସ୍ୟା ରହିଛି ଯାହାର ସମାଧାନ କରାଯାଉଛି।

ବିଜେପି ନେତାଙ୍କ ଏହି ବୟାନରୁ ସ୍ପଷ୍ଟ ହେଉଛି ଯେ ଏବେ ଆସନ୍ତା ବର୍ଷ ଦେଶରେ ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ ହେବ। ଏଭଳି ସ୍ଥିତିରେ ଆସନ୍ତୁ ଜାଣିବା ନାଗରିକତା ସଂଶୋଧନ ଆଇନ କ’ଣ ଏବଂ ଏହାକୁ କାହିଁକି ବିରୋଧ କରାଯାଇଛି।

ନାଗରିକତା ଆଇନ ୨୦୧୯ କ’ଣ?

ନାଗରିକତା ସଂଶୋଧନ ଆଇନ (ସିଏଏ) ଭାରତର ତିନିଟି ମୁସଲମାନ ପଡ଼ୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ଅଣମୁସଲମାନ ପ୍ରବାସୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବ।

ନାଗରିକତା ସଂଶୋଧନ ଆଇନ ପୂର୍ବରୁ ଭାରତର ନାଗରିକତା ପାଇବା ପାଇଁ ଜଣେ ବ୍ୟକ୍ତିଙ୍କୁ ଅତି କମରେ ୧୧ ବର୍ଷ ଏହି ଦେଶରେ ରହିବାକୁ ପଡୁଥିଲା। ତେବେ ନାଗରିକତା ସଂଶୋଧନ ଆଇନ ୨୦୧୯ ଅନୁଯାୟୀ ଏହି ୧୧ ବର୍ଷର ନିୟମକୁ ସରଳ କରାଯାଇଛି ଏବଂ ଭାରତର ନାଗରିକତା ହାସଲ କରିବାର ଅବଧିକୁ ୧ରୁ ୬ ବର୍ଷକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ଭାରତର ଏହି ତିନିଟି ପଡ଼ୋଶୀ ଦେଶର ୬ଟି ଧର୍ମର ଲୋକ ଯଦି ଗତ ୧ରୁ ୬ ବର୍ଷ ମଧ୍ୟରେ ଭାରତକୁ ଆସିଛନ୍ତି, ତେବେ ସେମାନେ ମଧ୍ୟ ଭାରତର ନାଗରିକତା ପାଇପାରିବେ।

କିଏ ଏହି ବେଆଇନ ପ୍ରବାସୀ?

ନାଗରିକତା ଆଇନ ୧୯୫୫ ଅନୁଯାୟୀ ବେଆଇନ ପ୍ରବାସୀମାନେ ଭାରତର ନାଗରିକତା ପାଇପାରିବେ ନାହିଁ। ଏହି ଆଇନ ଅନୁଯାୟୀ, ଯେଉଁମାନେ ବିନା ପାସପୋର୍ଟ କିମ୍ବା ଭିସାରେ ଏହି ଦେଶରେ ପ୍ରବେଶ କରିଛନ୍ତି କିମ୍ବା ପାସପୋର୍ଟ, ଭିସା କିମ୍ବା ବୈଧ କାଗଜପତ୍ର ଆଣିଛନ୍ତି କିନ୍ତୁ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଏଠାରେ ରହୁଛନ୍ତି।

ପୂର୍ବରୁ ଏହି ବେଆଇନ ପ୍ରବାସୀଙ୍କ ସମ୍ପର୍କରେ କ’ଣ ନିୟମ ଥିଲା?

ବିଦେଶୀ ଆଇନ, ୧୯୪୬ ଏବଂ ପାସପୋର୍ଟ (ଭାରତରେ ପ୍ରବେଶ) ଆଇନ, ୧୯୨୦ ଅନୁଯାୟୀ ବେଆଇନ ପ୍ରବାସୀଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଇପାରିବ। କିନ୍ତୁ ୨୦୧୫ ଓ ୨୦୧୬ରେ କେନ୍ଦ୍ର ସରକାର ବିଦେଶୀ ଆଇନ, ୧୯୪୬ ଏବଂ ପାସପୋର୍ଟ (ଭାରତରେ ପ୍ରବେଶ) ଆଇନ ୧୯୨୦ରେ ସଂଶୋଧନ କରିଥିଲେ। ଏହି ସଂଶୋଧନ ଅନୁଯାୟୀ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନଙ୍କୁ ଏଥିରୁ ମୁକ୍ତ କରାଯାଇଥିଲା।

ଅର୍ଥାତ୍ ଯଦି ଏହି ୬ ଟି ଧର୍ମର ଲୋକ ବିନା ବୈଧ କାଗଜପତ୍ରରେ ଭାରତରେ ରହୁଛନ୍ତି ତେବେ ସେମାନଙ୍କୁ ଜେଲରେ ରଖାଯାଇ ପାରିବ ନାହିଁ କି ଫେରାଇ ଦିଆଯାଇପାରିବ ନାହିଁ। ୨୦୧୪ ଡିସେମ୍ବର ୩୧ କିମ୍ବା ଏହା ପୂର୍ବରୁ ଭାରତ ଆସିଥିବା ୬ଟି ଧାର୍ମିକ ଗୋଷ୍ଠୀଙ୍କୁ ଏହି ରିହାତି ଦିଆଯାଇଥିଲା। ବର୍ତ୍ତମାନ ଏହି ୬ ଟି ଧର୍ମର ଲୋକଙ୍କୁ ଭାରତର ନାଗରିକତ୍ୱ ପାଇଁ ଯୋଗ୍ୟ କରିବା ଏବଂ ନାଗରିକତା ଆଇନ, ୧୯୫୫ରେ କିଛି ପରିବର୍ତ୍ତନ କରିବା ପାଇଁ ସଂସଦରେ ନାଗରିକତା ସଂଶୋଧନ ବିଲ୍, ୨୦୧୬ ଆଗତ କରାଯାଇଥିଲା।

୨୦୧୬ରେ ଆଗତ ହୋଇଥିବା ବିଲର କ’ଣ ହେଲା?

ନାଗରିକତା ସଂଶୋଧନ ବିଲ ୨୦୧୬ ଜୁଲାଇ ୧୯, ୨୦୧୬ରେ ଲୋକସଭାରେ ଆଗତ ହୋଇଥିଲା ଏବଂ ଏହାର ଏକ ମାସ ପରେ ୨୦୧୬ ଅଗଷ୍ଟ ୧୨ରେ ଏହି ବିଲକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଥିଲା। ୨୦୧୯ ଜାନୁଆରି ୭ତାରିଖରେ ଏହାର ରିପୋର୍ଟ ଦାଖଲ କରାଯାଇଥିଲା। କମିଟି ରିପୋର୍ଟ ଦେବାର ଗୋଟିଏ ଦିନ ପରେ ୨୦୧୯ ଜାନୁଆରି ୮ ତାରିଖରେ ଲୋକସଭାରେ ଏହି ବିଲ ପାରିତ ହୋଇଥିଲା। କିନ୍ତୁ ସେହି ସମୟରେ ଏହି ବିଲ ରାଜ୍ୟସଭାରେ ଆଗତ ହୋଇପାରିନଥିଲା। ଏହାପରେ ଶୀତ କାଳୀନ ଅଧିବେଶନରେ ପୁଣି ଥରେ ଏହି ବିଲ ଆଗତ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି।

ନାଗରିକତା ସଂଶୋଧନ ବିଲ ୨୦୧୯ (ସିଏଏ) ୯ ଡିସେମ୍ବର ୨୦୧୯ରେ ଲୋକସଭାରେ ଆଗତ ହୋଇଥିଲା। ୨୦୧୯ ଡିସେମ୍ବର ୧୧ ତାରିଖରେ ରାଜ୍ୟସଭାରେ ଏହା ସପକ୍ଷରେ ୧୨୫ ଓ ବିପକ୍ଷରେ ୯୯ ଭୋଟ ପଡ଼ିଥିଲା। ଏହାପରେ ୨୦୧୯ ଡିସେମ୍ବର ୧୨ତାରିଖରେ ଏହାକୁ ରାଷ୍ଟ୍ରପତି ଅନୁମୋଦନ କରିଥିଲେ ଏବଂ ପ୍ରବଳ ବିରୋଧ ମଧ୍ୟରେ ଏହି ବିଲ ଉଭୟ ଗୃହରେ ପାରିତ ହେବା ପରେ ଆଇନର ରୂପ ନେଇଥିଲା। ତେବେ ସିଏଏ ଅଧୀନରେ ନିୟମ ପ୍ରଣୟନ ହୋଇନଥିବାରୁ ଏହି ଆଇନ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ।

ନାଗରିକତା ସଂଶୋଧନ ବିଲ ୨୦୧୯ କାହା ପାଇଁ ଲାଗୁ ହେବ?

ନାଗରିକତା ସଂଶୋଧନ ବିଲ ମାନଙ୍କୁ ଆପେ ଆପେ ନାଗରିକତା ପ୍ରଦାନ କରେ ନାହିଁ ବରଂ ବେଆଇନ ପ୍ରବାସୀଙ୍କୁ ଆବେଦନ କରିବାକୁ ଯୋଗ୍ୟ କରିଥାଏ। ୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଭାରତ ଆସିଥିବା ବ୍ୟକ୍ତିଙ୍କ ପାଇଁ ଏହି ଆଇନ ଲାଗୁ ହେବ। ଏହି ଆଇନ ଅନୁଯାୟୀ ଏହି ପ୍ରବାସୀଙ୍କୁ ଭାରତର ନାଗରିକତା ପାଇବା ପାଇଁ ଆବେଦନ କରିବାକୁ ପଡ଼ିବ। ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ନିଶ୍ଚିତ କରିବାକୁ ପଡ଼ିବ-

• ଆବେଦନ କରୁଥିବା ବେଆଇନ ପ୍ରବାସୀଙ୍କୁ ଦେଖାଇବାକୁ ପଡ଼ିବ ଯେ ସେମାନେ ଅତି କମରେ ୫ ବର୍ଷ ଧରି ଭାରତରେ ରହୁଛନ୍ତି।

• ପ୍ରବାସୀମାନଙ୍କୁ ପ୍ରମାଣ କରିବାକୁ ପଡ଼ିବ ଯେ ସେମାନେ ନିଜ ଦେଶରୁ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତ ଆସିଛନ୍ତି।

• ଏହା ସହ ପ୍ରବାସୀ ନାଗରିକତା ଆଇନ ୧୯୫୫ର ତୃତୀୟ ତାଲିକାର ଆବଶ୍ୟକତା ପୂରଣ କରିବା ଦରକାର।

ଏସବୁ ଗୁରୁତ୍ୱପୂର୍ଣ୍ଣ କଥାକୁ ନିଶ୍ଚିତ କରିବା ପରେ ହିଁ ଭାରତ ସରକାର କୌଣସି ପ୍ରବାସୀଙ୍କୁ ଏହି ଦେଶର ନାଗରିକତ୍ୱ ଦେବେ କି ନାହିଁ ତାହା ସ୍ଥିର କରିବେ।

କାହିଁକି ଏହି ଆଇନକୁ ବିରୋଧ କରାଯାଉଛି ?

ବାସ୍ତବରେ ନାଗରିକତା ସଂଶୋଧନ ଆଇନକୁ ସବୁଠାରୁ ଅଧିକ ବିରୋଧ କରୁଛନ୍ତି ବିରୋଧୀ। ବିରୋଧୀଙ୍କ କହିବା ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ଆଇନ ଅନୁଯାୟୀ ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇଛି। ଏହା ସମ୍ବିଧାନର ଧାରା ୧୪ର ଉଲ୍ଲଂଘନ ବୋଲି ବିରୋଧୀ ଦଳମାନେ କହିଛନ୍ତି, ଯେଉଁଥିରେ ସମାନତାର ଅଧିକାର ବିଷୟରେ କୁହାଯାଇଛି।

ଆସନ୍ତା ବର୍ଷ ମାର୍ଚ୍ଚ ୩୦ ସୁଦ୍ଧା ସିଏଏର ଚୂଡ଼ାନ୍ତ ଡ୍ରାଫ୍ଟ ପ୍ରସ୍ତୁତ ହେବ ବୋଲି ବିଜେପି ନେତା ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖି ଟିଏମସି ରାଜ୍ୟସଭା ସାଂସଦ ଶାନ୍ତନୁ ସେନ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି କେବଳ ନିର୍ବାଚନ ସମୟରେ ମତୁଆ ଏବଂ ସିଏଏକୁ ମନେ ରଖିଥାଏ।

ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ବିଜେପି ଦଳ କେବେ ବି ଲାଗୁ କରିପାରିବ ନାହିଁ ବୋଲି ସେ କହିଛନ୍ତି। ଏହି ଦଳର ମିଥ୍ୟା ଦାବିକୁ ମତୁଆ ଓ ବାକି ଜନସାଧାରଣଙ୍କ ସାମ୍ନାରେ ସ୍ପଷ୍ଟ କରାଯାଇଛି। ଆସନ୍ତା ନିର୍ବାଚନରେ ବିଜେପିକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ।

ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କାହିଁକି ଅଧିକ ପ୍ରତିବାଦ ହେଉଛି?

ନାଗରିକତା ସଂଶୋଧନ ଆଇନ ସମଗ୍ର ଦେଶରେ ଲାଗୁ ହେବାକୁ ଥିବାବେଳେ ଗତଥର ଉତ୍ତର-ପୂର୍ବର ଅଧିକାଂଶ ରାଜ୍ୟ ବିଶେଷ କରି ଆସାମ, ମେଘାଳୟ, ମଣିପୁର, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶରେ ଏହାକୁ ବିରୋଧ କରାଯାଇଥିଲା। ଏହାର ଗୋଟିଏ କାରଣ ହେଉଛି ଏହି ରାଜ୍ୟଗୁଡ଼ିକ ବାଂଲାଦେଶର ସୀମାନିକଟରେ ରହିଛି। ପଡ଼ୋଶୀ ରାଜ୍ୟ ବାଂଲାଦେଶରୁ ବହୁ ସଂଖ୍ୟକ ମୁସଲମାନ ଓ ହିନ୍ଦୁ ଏଠାରେ ବେଆଇନ ଭାବେ ବସବାସ କରୁଥିବାରୁ ଏହି ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ଆଇନକୁ ବିରୋଧ କରାଯାଉଛି।

ବିରୋଧୀ ଦଳ ଏବଂ ଲୋକମାନେ ବିଶ୍ୱାସ କରନ୍ତି ଯେ ବର୍ତ୍ତମାନର କେନ୍ଦ୍ର ସରକାର ହିନ୍ଦୁ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଚାହୁଁଛନ୍ତି ଏବଂ ତେଣୁ ଭାରତର ନାଗରିକତ୍ୱ ଗ୍ରହଣ କରି ପ୍ରବାସୀ ହିନ୍ଦୁମାନଙ୍କୁ ଏଠାରେ ବସବାସ କରିବା ସହଜ କରିବାକୁ ଚାହୁଁଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାହିଁକି ଏକାଠି ହେଲେ ମୋହନ ଏବଂ ଧର୍ମେନ୍ଦ୍ର, ଜାଣନ୍ତୁ କଣ ହେଉଛି ଚର୍ଚ୍ଚା

August 30, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ସବୁଠାରୁ ବଡ଼ ବିରୋଧୀ ନେତା କିଏ?: ଦେଖନ୍ତୁ ସର୍ଭେ

August 30, 2025

ରାଜ୍ୟରେ ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

August 30, 2025

ପ୍ରଥମ ତୈମାସରେ ଆନୁମାନିକ ୭.୮% ଜିଡିପି ଅଭିବୃଦ୍ଧି ହାସଲ କଲା ଭାରତ

August 30, 2025
Latest News

ସୋଆ କୃଷିବିଜ୍ଞାନ କଲେଜର ଛାତ୍ରୀ ଚାଷୀଙ୍କୁ ଦେଲେ ଜୈବିକ ଚାଷ ତାଲିମ

August 30, 2025

ଜାପାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କଶ୍ମୀରର ପ୍ରସିଦ୍ଧ ପଶ୍ମିନା ଶାଲ ଉପହାର ଦେଲେ ପ୍ରଧାନମନ୍ତ୍ରୀ

August 30, 2025

ସଂସଦ ଭବନରେ ସ୍ଥାନିତ ହେବ ପୁରୀ ରଥର ତିନିଟି ଚକା, ଲୋକସଭା ବାଚସ୍ପତିଙ୍କ ସମ୍ମତି

August 30, 2025

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାହିଁକି ଏକାଠି ହେଲେ ମୋହନ ଏବଂ ଧର୍ମେନ୍ଦ୍ର, ଜାଣନ୍ତୁ କଣ ହେଉଛି ଚର୍ଚ୍ଚା

August 30, 2025

ଜାପାନରେ ସେମିକଣ୍ଡକ୍ଟର କାରଖାନା ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

August 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.