Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଦିବାସୀ ପରେ ଓବିସି, ପୁଣି ବ୍ରାହ୍ମଣ, ୨୦୨୪ ପାଇଁ ବିଜେପିର ସାମାଜିକ ଇଞ୍ଜିନିୟରିଂ ଯୋଜନା
ବିଶେଷ ଖବର

ଆଦିବାସୀ ପରେ ଓବିସି, ପୁଣି ବ୍ରାହ୍ମଣ, ୨୦୨୪ ପାଇଁ ବିଜେପିର ସାମାଜିକ ଇଞ୍ଜିନିୟରିଂ ଯୋଜନା

December 12, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ଜିତିବା ପରେ ବିଜେପି ଫାଇନାଲ ଲଢ଼େଇ ପାଇଁ ୩ଟି ରାଜ୍ୟରେ ନିଜର ଅଧିନାୟକ ଘୋଷଣା କରିଛି। ଡିସେମ୍ବର ୩ତାରିଖରେ ନିର୍ବାଚନ ଫଳାଫଳ ଆସିବା ପରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ ଅଧିନାୟକଙ୍କ ନାମକୁ ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ଭଜନ ଲାଲ ଶର୍ମାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀଭାବେ ମନୋନୀତ କରିଛି। ଏହା ପୂର୍ବରୁ ସୋମବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନାମ ଘୋଷଣା କରାଯାଇଛି। ପ୍ରାୟ ଏକ ସପ୍ତାହର କଠିନ ପରିଶ୍ରମ ପରେ ଦଳ ଆଦିବାସୀ ଚେହେରା ବିଷ୍ଣୁ ଦେବ ସାଇଙ୍କୁ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଭାବେ ନିଯୁକ୍ତ କରିବାକୁ ଘୋଷଣା କରିଥିଲା।

ଏହି ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀଭାବେ ନୂଆ ଚେହେରା ଦେଇ ବିଜେପି ୨୦୨୪ ନିର୍ବାଚନ ପାଇଁ ବିରୋଧିଙ୍କ ସାମ୍ନାରେ ନୂଆ ରେଖା ଆଙ୍କିଛି। ଖାସ୍ କଥା ହେଉଛି ଏହି ନାମ ମାଧ୍ୟମରେ ବିଜେପି ଜାତିଗତ ସମୀକରଣର ପୂରା ଯତ୍ନ ନେଇଛି। ୨୦୨୪ ନିର୍ବାଚନରେ ପ୍ରାର୍ଥୀ ଚୟନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚେହେରାର ଆତ୍ମବିଶ୍ୱାସକୁ ଦୃଢ଼ ରଖିବାକୁ ଦଳୀୟ ହାଇକମାଣ୍ଡ ଗୁରୁତ୍ୱ ଦେଇଛନ୍ତି। ଆସନ୍ତୁ ଜାଣିବା ଏହି ତିନିଜଣ କିପରି ଦଳର ରଣନୀତିରେ ଫିଟ୍ ହୋଇପାରିବେ।

ରାଜସ୍ଥାନ: ବ୍ରାହ୍ମଣ ନେତା ସହ ତିନି ରାଜ୍ୟର ନେତା ନିର୍ବାଚନ ଶେଷ

ଛତିଶଗଡ଼ରେ ଆଦିବାସୀ ଓ ମଧ୍ୟପ୍ରଦେଶରେ ଯାଦବ ସମ୍ପ୍ରଦାୟର ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ବିଜେପି ରାଜସ୍ଥାନର ଜଣେ ବ୍ରାହ୍ମଣ ନେତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛି। ଏହା ପୂର୍ବରୁ କଳ୍ପନାଜଳ୍ପନା କରାଯାଉଥିଲା ଯେ ଦୁଇଟି ରାଜ୍ୟ ପରେ ରାଜସ୍ଥାନରେ ବିଜେପି ସାଧାରଣ ବର୍ଗର ଚେହେରା ସାମ୍ନାକୁ ଆଣିପାରେ। ସନାତନ ଧର୍ମ ପ୍ରସଙ୍ଗରେ ଆକ୍ରମଣାତ୍ମକ ବିଜେପି ବ୍ରାହ୍ମଣ ଚେହେରା ମାଧ୍ୟମରେ ରାଜସ୍ଥାନ ତଥା ସାରାଦେଶରେ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ରାଜସ୍ଥାନରେ ବ୍ରାହ୍ମଣ ଭୋଟରଙ୍କ ସଂଖ୍ୟା ୮ରୁ ୯ ପ୍ରତିଶତ ପାଖାପାଖି ରହିଛି। ମୋଟାମୋଟିଭାବେ କହିବାକୁ ଗଲେ ରାଜ୍ୟରେ ବ୍ରାହ୍ମଣଙ୍କ ଜନସଂଖ୍ୟା ୮୫ ଲକ୍ଷରୁ ଅଧିକ। ଏଭଳି ସ୍ଥିତିରେ ଏହି ଜନସଂଖ୍ୟାର ସିଧାସଳଖ ପ୍ରଭାବ ରାଜ୍ୟର ୫୦ଟି ଆସନ ଉପରେ ରହିଛି। ବିଜେପି ରାଜ୍ୟ ସଭାପତି ସିପି ଯୋଶୀ ମଧ୍ୟ ଜଣେ ବ୍ରାହ୍ମଣ। ପୂର୍ବରୁ ରାଜସ୍ଥାନ ରାଜନୀତିରେ ବ୍ରାହ୍ମଣମାନେ ଅବହେଳିତ ଥିଲେ। ତେବେ ଏଥର ବିଜେପି ୨୦ ଜଣ ବ୍ରାହ୍ମଣଙ୍କୁ ଟିକେଟ୍ ଦେଇଛି। ହରିଦେବ ଯୋଶୀ ରାଜସ୍ଥାନର ପ୍ରଥମ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ। ଏଭଳି ସ୍ଥିତିରେ ବ୍ରାହ୍ମଣ ଭୋଟରମାନେ କଂଗ୍ରେସକୁ ସମର୍ଥନ କରୁଥିଲେ। ରାମ ମନ୍ଦିର ଆନ୍ଦୋଳନ ପରେ ସେମାନେ ଧୀରେ ଧୀରେ ବିଜେପି ଆଡ଼କୁ ମୁହାଁଇଥିଲେ। ଏଭଳି ସ୍ଥିତିରେ ବିଜେପି ଏବେ ଜଣେ ବ୍ରାହ୍ମଣଙ୍କୁ ମୁଖ୍ୟମନ୍ତ୍ରୀ କରି କଂଗ୍ରେସର ଭୋଟବ୍ୟାଙ୍କକୁ ଭାଙ୍ଗିବାକୁ ଚେଷ୍ଟା କରିଛି।

ଛତିଶଗଡ଼ର ଆଦିବାସୀ ମୁଖ୍ୟମନ୍ତ୍ରୀ ୩ଟି ରାଜ୍ୟ ଉପରେ ନଜର ରଖିବେ

ଛତିଶଗଡ଼ରେ ଏଥର ବିଜେପିକୁ କ୍ଷମତାକୁ ଆଣିବାରେ ଆଦିବାସୀ ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟରେ ଆଦିବାସୀ ଜନସଂଖ୍ୟା ପ୍ରାୟ ୩୪ ପ୍ରତିଶତ। ଓବିସି (୪୧%) ପରେ ରାଜ୍ୟରେ ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟା ରହିଛି। ରାଜ୍ୟରେ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ୨୯ଟି ଆସନରୁ ବିଜେପି ୧୭ଟି ଆସନରେ ବିଜୟୀ ହୋଇଛି। ଏଭଳି ସ୍ଥିତିରେ ୨୦୨୪କୁ ଦୃଷ୍ଟିରେ ରଖି ଏହି ଆଦିବାସୀ ଗଡ଼କୁ ବଞ୍ଚାଇବା ଚ୍ୟାଲେଞ୍ଜ ଥିଲା। ସେଥିପାଇଁ ବିଜେପି ଆଦିବାସୀ ଚେହେରା ବିଷ୍ଣୁ ଦେବ ସାଇଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ରାଜ୍ୟର ପ୍ରଥମ ସିଏମ ଅଜିତ ଯୋଗୀ ମଧ୍ୟ ଆଦିବାସୀ ସମ୍ପ୍ରଦାୟରୁ ଆସିଥିଲେ। ଏଭଳି ସ୍ଥିତିରେ ବିଜେପି ରାଜ୍ୟରେ ଦ୍ୱିତୀୟ ଆଦିବାସୀ ମୁଖ୍ୟମନ୍ତ୍ରୀ ଦେଇ ଏକ ବଡ଼ ଅଂଶକୁ ବାର୍ତ୍ତା ଦେଇଛି। ଖାସ୍ କଥା ହେଉଛି ଛତିଶଗଡ଼ ମାଧ୍ୟମରେ ଦଳ ଓଡ଼ିଶା ଓ ଝାଡ଼ଖଣ୍ଡକୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରିଛି। ଝାଡ଼ଖଣ୍ଡ ଓ ଓଡ଼ିଶାରେ ମଧ୍ୟ ଆଦିବାସୀ ଭୋଟରମାନେ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଉଭୟ ରାଜ୍ୟରେ କ୍ଷମତାରୁ ଦୂରେଇ ଥିବା ବିଜେପି ପାଇଁ ଏହି ବାଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ୨୦୧୮ରେ ଛତିଶଗଡ଼ ଓ ଝାଡ଼ଖଣ୍ଡ ହାରିବା ପରେ ଦଳ ଏଥର ଆଦିବାସୀ ଭୋଟରଙ୍କୁ ସୁଦୃଢ଼ କରିବା ପାଇଁ ରଣନୀତି ଆପଣାଇଛି।

ମଧ୍ୟପ୍ରଦେଶ: ଯାଦବ ମୁଖ୍ୟମନ୍ତ୍ରୀ ଜରିଆରେ ଓବିସି ଭୋଟରଙ୍କ ଉପରେ ନଜର

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଓବିସି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ମଧ୍ୟପ୍ରଦେଶରେ ଓବିସି ଭୋଟରଙ୍କ ସଂଖ୍ୟା ପାଖାପାଖି ୫୨ ପ୍ରତିଶତ ରହିଛି। ତେଣୁ ଦଳ ଏଥର ଶିବରାଜ ସିଂହ ଚୌହାନଙ୍କ ସ୍ଥାନରେ ମୋହନ ଯାଦବଙ୍କ ଉପରେ ରାଜନୈତିକ ଗୋଟି ଚାଳନା କରିଛି। ବ୍ରାହ୍ମଣ ନେତା ରାଜେନ୍ଦ୍ର ଶୁକ୍ଳା ଓ ଦଳିତ ସମ୍ପ୍ରଦାୟର ଜଗଦୀଶ ଦେଓରାଙ୍କୁ ଡେପୁଟି ସିଏମ୍ ଦେଇ ଦଳ ସନ୍ତୁଳନ ବଜାୟ ରଖିବାକୁ ଚେଷ୍ଟା କରିଛି। ଉଜ୍ଜୈନ ଦକ୍ଷିଣର ବିଧାୟକ ମୋହନ ଯାଦବଙ୍କୁ କମାଣ୍ଡ ଦେଇ ୟୁପି ଓ ବିହାର ସମେତ ଅନ୍ୟ ରାଜ୍ୟରେ ଯାଦବ ଭୋଟରଙ୍କ ମନ ଜିଣିବା ପାଇଁ ବିଜେପି ଏକ ବଡ଼ ବାର୍ତ୍ତା ଦେଇଛି। ମଧ୍ୟପ୍ରଦେଶରେ ଯାଦବ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ବିଜେପି ଉତ୍ତରପ୍ରଦେଶରେ ଅଖିଳେଶ ଯାଦବ ଓ ବିହାରରେ ଲାଲୁ ଯାଦବଙ୍କୁ ସିଧାସଳଖ ଚାଲେଞ୍ଜ କରିଛି। ୟୁପିରେ ଯାଦବଙ୍କ ସଂଖ୍ୟା ପାଖାପାଖି ୮ ପ୍ରତିଶତ ବୋଲି ଅନୁମାନ କରାଯାଉଛି। ଏଭଳି ସ୍ଥିତିରେ ଓବିସି ରାଜନୀତିରେ ଯାଦବଙ୍କ ଆଧିପତ୍ୟ ରହିଛି। ଏହା ସହ ମଧ୍ୟପ୍ରଦେଶରେ ପାଦ ଥାପିବାକୁ ଚେଷ୍ଟା କରୁଥିବା ଅଖିଳେଶ ଯାଦବଙ୍କୁ ମଧ୍ୟ ଝଟକା ଲାଗିଛି।

ମୋହନ ଯାଦବଙ୍କ ଶ୍ୱଶୁର ଘର ମଧ୍ୟ ୟୁପିର ସୁଲତାନପୁରରେ ରୁହନ୍ତି। ଖାସ୍ କଥା ହେଉଛି ହିନ୍ଦୀ ହାର୍ଟଲ୍ୟାଣ୍ଡର ଅନ୍ୟତମ ବଡ଼ ରାଜ୍ୟ ମଧ୍ୟପ୍ରଦେଶର ଯାଦବଭାବେ ମୁଖ୍ୟମନ୍ତ୍ରୀ ଚେହେରା ଦେଇ ବିରୋଧୀଙ୍କ ଜାତିଗତ ଜନଗଣନାର ଧାରକୁ ମୁକାବିଲା କରିବାକୁ ବିଜେପି ଚେଷ୍ଟା କରିଛି। ଦଳ ଓବିସି ଭୋଟରଙ୍କୁ ବାର୍ତ୍ତା ଦେବାକୁ ଚାହୁଁଛି ଯେ ଦଳ ସେମାନଙ୍କ ବିରୋଧରେ ଯାଉନାହିଁ।

ଛତିଶଗଡ ବିଜେପି ଭାରତୀୟ ଜନତା ପାର୍ଟି ମଧ୍ୟପ୍ରଦେଶ ମୋହନ ଯାଦବ ରାଜସ୍ଥାନ ଲୋକସଭା ନିର୍ବାଚନ ସନାତନ ଧର୍ମ ସେମିଫାଇନାଲ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.