Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଡ଼ୁଆରେ ଇଣ୍ଡି ମେଣ୍ଟ: ପଶ୍ଚିମବଙ୍ଗରେ ମେଣ୍ଟରୁ ଓହରିଲେ ମମତା, ଶିବସେନାର ମଧ୍ୟ ବଦଳିଲା ଆଭିମୁଖ୍ୟ
ବିଶେଷ ଖବର

ଅଡ଼ୁଆରେ ଇଣ୍ଡି ମେଣ୍ଟ: ପଶ୍ଚିମବଙ୍ଗରେ ମେଣ୍ଟରୁ ଓହରିଲେ ମମତା, ଶିବସେନାର ମଧ୍ୟ ବଦଳିଲା ଆଭିମୁଖ୍ୟ

December 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ଇଣ୍ଡି ମେଣ୍ଟକୁ ବଡ଼ ଝଟକା ଦେଇଛନ୍ତି। ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ୨୦୨୪ରେ ଟିଏମସି ପଶ୍ଚିମବଙ୍ଗରେ କୌଣସି ଦଳ ସହ ନିର୍ବାଚନୀ ଚୁକ୍ତି କରିବ ନାହିଁ। ସେ କହିଛନ୍ତି ଯେ ଇଣ୍ଡି ମେଣ୍ଟ ସମଗ୍ର ଦେଶରେ ବିଜେପି ବିରୋଧରେ ଏକାଠି ଲଢ଼ିବ, କିନ୍ତୁ ବଙ୍ଗଳାରେ ଟିଏମସି ଏକାକୀ ବିଜେପି ବିରୋଧରେ ଲଢ଼ିବ। ଏହା କଂଗ୍ରେସ ଓ ବାମପନ୍ଥୀ ଦଳସହ ବୁଝାମଣା କରିବ ନାହିଁ। ମମତା ବାନାର୍ଜୀଙ୍କ ଏଭଳି ଆଭିମୁଖ୍ୟ ଇଣ୍ଡି ମେଣ୍ଟରେ ହଇଚଇ ସୃଷ୍ଟି କରିବା ନିଶ୍ଚିତ। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ଆସନ ବଣ୍ଟନକୁ ନେଇ ଶିବସେନା (ଉଦ୍ଧବ ଗୋଷ୍ଠୀ) ପ୍ରଥମ ପଦକ୍ଷେପ ନେଇଛି। ଶିବସେନା ନେତା ସଞ୍ଜୟ ରାଉତ କଂଗ୍ରେସକୁ କହିଛନ୍ତି ଯେ ସେମାନେ ମହାରାଷ୍ଟ୍ରର ୨୩ଟି ଲୋକସଭା ଆସନରେ ଲଢ଼ିବେ। ପଞ୍ଜାବ ଏବଂ ଦିଲ୍ଲୀରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି, ଯେଉଁଠି ଆମ୍ ଆଦମୀ ପାର୍ଟି କଂଗ୍ରେସ ସହ ଆସନ ବାଣ୍ଟିବାକୁ ପ୍ରସ୍ତୁତ ନୁହେଁ । ଉତ୍ତରପ୍ରଦେଶରେ ଅଖିଳେଶ ଯାଦବ ବିଧାନସଭା ନିର୍ବାଚନରେ ସପା ସହ ହୋଇଥିବା ବ୍ୟବହାର ପାଇଁ କଂଗ୍ରେସକୁ ପ୍ରତିଶୋଧ ଦେବାକୁ ପ୍ରସ୍ତୁତ ଅଛନ୍ତି।

କଂଗ୍ରେସ ଓ ବାମପନ୍ଥୀଙ୍କ ମିଳାମିଶା ଅଭିଯୋଗ ଆଣିଲେ ମମତା

ରାହୁଲ ଗାନ୍ଧି ନାଗପୁରରେ କଂଗ୍ରେସର ଏକ ରାଲିକୁ ସମ୍ବୋଧିତ କରୁଥିବାବେଳେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଚକଲାଠାରେ ଏକ କର୍ମୀ ସମ୍ମିଳନୀ ପରେ ରାଲିରେ ଉଦବୋଧନ ଦେଉଥିଲେ। ରାଲିରେ ମମତା ବାନାର୍ଜୀ ସ୍ପଷ୍ଟଭାବେ ଘୋଷଣା କରିଛନ୍ତି ଯେ ଇଣ୍ଡି ମେଣ୍ଟ ସମଗ୍ର ଦେଶରେ ବିଜେପି ବିରୋଧରେ ନିର୍ବାଚନ ଲଢ଼ିବ, କିନ୍ତୁ ପଶ୍ଚିମବଙ୍ଗରେ ଟିଏମସି କଂଗ୍ରେସ କିମ୍ବା ବାମପନ୍ଥୀ ଦଳସହ ବୁଝାମଣା କରିବ ନାହିଁ। ପଶ୍ଚିମବଙ୍ଗରେ ଟିଏମସି ଏକାକୀ ବିଜେପି ସହ ଲଢ଼ିବ ବୋଲି ସେ କହିଛନ୍ତି। ଏହି ରାଲିରେ ମମତା ବାନାର୍ଜୀ କଂଗ୍ରେସ ଓ ସିପିଆଇ(ଏମ୍ ) ବିଜେପି ସହ ମିଶିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଇଣ୍ଡି ମେଣ୍ଟକୁ ଆସିବା ପରେ ମଧ୍ୟ କଂଗ୍ରେସ ଏବଂ ସିପିଆଇ(ଏମ୍) ନେତାମାନେ ବଙ୍ଗଳାରେ ଟିଏମସି ବିରୋଧରେ ପ୍ରଚାର କରୁଛନ୍ତି। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବିଜେପି ରାଜନୀତି କରୁଛି ବୋଲି ମମତା ବାନାର୍ଜୀ ତାଙ୍କ ଭାଷଣରେ ଅଭିଯୋଗ କରିଛନ୍ତି। ସିଏଏ ଅଧୀନରେ ଯଦି ଗୋଟିଏ ସମ୍ପ୍ରଦାୟକୁ ନାଗରିକତା ମିଳୁଛି ତେବେ ଅନ୍ୟ ସମ୍ପ୍ରଦାୟକୁ ମଧ୍ୟ ଏହି ଅଧିକାର ମିଳିବା ଦରକାର ବୋଲି ସେ କହିଛନ୍ତି। ଅମିତ ଶାହା କୋଲକାତାରେ ଘୋଷଣା କରିଥିଲେ ଯେ ସିଏଏ ହେଉଛି ଦେଶର ଆଇନ ଏବଂ ବିଜେପି ଏହାକୁ କାର୍ଯ୍ୟକାରୀ କରିବ।

ମହାରାଷ୍ଟ୍ରର ୨୩ଟି ଆସନ ଦାବି କଲେ ସଞ୍ଜୟ ରାଉତ

ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡି ମେଣ୍ଟର ଚତୁର୍ଥ ବୈଠକରେ ନୀତୀଶ କୁମାରଙ୍କ ଭାରତ ବୟାନ ଏବଂ ଇଂରାଜୀକୁ ନେଇ ଅସନ୍ତୋଷକୁ ଓ ଅନେକ ଚର୍ଚ୍ଚା ହୋଇଥିଲା। ଚତୁର୍ଥ ବୈଠକରେ ସବୁ ଦଳ ମଧ୍ୟରେ ଆସନ ବଣ୍ଟନକୁ ନେଇ ଆଲୋଚନା ମଧ୍ୟ ଅଧାରେ ରହିଥିଲା। ଫଳରେ ଅଣକଂଗ୍ରେସ ବିରୋଧୀ ଦଳର ମନୋଭାବକୁ ଅନୁଭବ କରି କଂଗ୍ରେସ ଏକଲା ଚଲୋ ମାର୍ଗ ଆପଣାଇଥିଲା। ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ନାଗପୁରରୁ ନିଜର ପ୍ରଚାର ଆରମ୍ଭ କରିଥିଲେ, ଯେଉଁଠାରେ ଏନସିପି ଏବଂ ଶିବସେନା ମେଣ୍ଟ ସହଯୋଗୀ ଅଟନ୍ତି । ନାଗପୁରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହାପରେ ଶିବସେନା ସାଂସଦ ସଞ୍ଜୟ ରାଉତ ଖୋଲାଖୋଲିଭାବେ ମହାରାଷ୍ଟ୍ରର ୨୩ଟି ଲୋକସଭା ଆସନ ଦାବି କରିଥିଲେ । ମହାରାଷ୍ଟ୍ରରେ ୪୮ଟି ଲୋକସଭା ଆସନ ରହିଛି। ଏଠାରେ କଂଗ୍ରେସ, ଶିବସେନା ଓ ଏନସିପି (ଶରଦ ଗୋଷ୍ଠୀ) ମଧ୍ୟରେ ଆସନ ବୁଝାମଣା ହେବ। ମହାରାଷ୍ଟ୍ରରୁ ଏନସିପିର ୪ ଜଣ ସାଂସଦ ଅଛନ୍ତି।

ଆମ୍ ଆଦମୀ ପାର୍ଟି ଇଣ୍ଡି ମେଣ୍ଟ ତୃଣମୂଳ କଂଗ୍ରେସ ମମତା ବାନାର୍ଜୀ ଲୋକସଭା ନିର୍ବାଚନ ଶିବସେନା ସଞ୍ଜୟ ରାଉତ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026

ପଶ୍ଚିମ ଏସିଆର ପରିସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

April 5, 2026

ପୂର୍ତ୍ତ ବିଭାଗ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

April 5, 2026

ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

April 4, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.