Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସନ୍ତାକାଲି ନୂଆ ବର୍ଷରେ ନବୀନ ଦେବେ ନୂଆ ଉପହାର, ମେଟ୍ରୋ ଟ୍ରେନର ଶିଳାନ୍ୟାସ
ବିଶେଷ ଖବର

ଆସନ୍ତାକାଲି ନୂଆ ବର୍ଷରେ ନବୀନ ଦେବେ ନୂଆ ଉପହାର, ମେଟ୍ରୋ ଟ୍ରେନର ଶିଳାନ୍ୟାସ

December 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମେଟ୍ରୋ ଟ୍ରେନର
ଆସନ୍ତାକାଲି ନୂଆ ବର୍ଷରେ ନବୀନ ଦେବେ ନୂଆ ଉପହାର, ମେଟ୍ରୋ ଟ୍ରେନର ଶିଳାନ୍ୟାସ

ଭୁବନେଶ୍ବର: ଆସନ୍ତାକାଲି ନୂଆବର୍ଷରେ ଓଡିଶାବାସୀଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ନୂଆ ଉପହାର। ତାହା ହେଲା ଭୁବନେଶ୍ବର କଟକ ମେଟ୍ରୋ ରେଳ ପ୍ରକଳ୍ପ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି କରାଯାଇଛି।

ଏହି ପ୍ରକଳ୍ପରେ ମୋଟ ୫୯୨୯ କୋଟି ଟଙ୍କା ବ୍ୟୟ କରାଯିବ। ଯାହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି ଟଙ୍କା ସମ୍ପୂର୍ଣ୍ଣ ରୂପେ ଓଡିଶା ସରକାର ବହନ କରିବେ। ଏହାକୁ ରାଜ୍ୟ ସରକାରଙ୍କ ୫ଟି ପଦକ୍ଷେପ ଭାବରେ ଗ୍ରହଣ କରାଯିବ। ଚଳିତ ବର୍ଷ ସପ୍ଲିମେଣ୍ଟାରୀ ବଜେଟରେ ୨୧୦ କୋଟି ପ୍ରଦାନ କରାଯାଇଛି।

ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଓଡ଼ିଶା ସରକାରଙ୍କ ଏକ ସମ୍ପୂର୍ଣ୍ଣ ମାଲିକାନା କମ୍ପାନୀ ଅଧିନିୟମ ଅନୁଯାୟୀ ନୂତନ ଭାବରେ ଅନ୍ତର୍ଭୁକ୍ତ ହୋଇ କାର୍ଯ୍ୟ ଆରମ୍ଭ କରିଛି। ଏହି ପ୍ରକଳ୍ପକୁ ତ୍ବାରିନତ କରିବା ପାଇଁ ଏକ କାର୍ଯ୍ୟନିର୍ବାହୀ ଏଜେନ୍ସି ଏବଂ ତଦାରଖ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି।

ମେଟ୍ରୋ ପ୍ରକଳ୍ପର କଟକ ତ୍ରିଶୁଲିଆ ସ୍କୋୟାରରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ କାର୍ଯ୍ୟକରିବ। ଏହା ମଝିରେ ୨୦ ଟି ଷ୍ଟେସନ ରହିବ। ଏହି ଷ୍ଟେସନଗୁଡ଼ିକ ହେଲା ନନ୍ଦନକାନନ, କିଟ ସ୍କୋୟାର, ଡମଣା ସ୍କୋୟାର, ଜୟଦେବ ବିହାର, ବାଣୀ ବିହାର।

ସେହିପରି ରାମ ମନ୍ଦିର, ଭୁବନେଶ୍ୱର ରେଳ ଷ୍ଟେସନ, ବାପୁଜୀ ନାଗର, ଶିଶୁ ଭବନ ଏବଂ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ରହଣି କରିବ। ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ଏବଂ ୪୮ ମାସ ମଧ୍ୟରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତ ଏଜେନ୍ସିଗୁଡ଼ିକୁ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟ କରିବାକୁ ଏବଂ ପ୍ରକଳ୍ପର ଠିକ୍ ସମୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଓଡିଶା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଭୁବନେଶ୍ୱର ମେଟ୍ରୋ ରେଳ ବ୍ୟବସ୍ଥା ସହିତ ଦେଶର ଶୀର୍ଷ ସହରଗୁଡି ତାଲିକାରେ ସାମିଲ ହେବ। ଏହି ପ୍ରକଳ୍ପ ସହରର ଜନସାଧାରଣଙ୍କ ପରିବହନକୁ ଆହୁରି ମଜବୁତ କରିବ ଏବଂ ସହରର ଆର୍ଥିକ ଅଭିବୃଦ୍ଧିକୁ ମଧ୍ୟ କରିବ।

MetroTrain ମେଟ୍ରୋ ଟ୍ରେନ
Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026
Latest News

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.