Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୨୪ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ ବିଚାରାଧୀନ ୧୧ଟି ମାମଲା!, ଦେଶର ଦିଗକୁ ପ୍ରଭାବିତ କରିବ ଏହି ମାମଲା
ବିଶେଷ ଖବର

୨୦୨୪ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ ବିଚାରାଧୀନ ୧୧ଟି ମାମଲା!, ଦେଶର ଦିଗକୁ ପ୍ରଭାବିତ କରିବ ଏହି ମାମଲା

January 2, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୪ରେ ଏଭଳି ୧୧ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଓ ନିଷ୍ପତ୍ତି ସୁପ୍ରିମକୋର୍ଟରେ ହେବାର ଅଛି, ଯାହା ଦେଶର ସ୍ଥିତିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ଏହି ୧୧ଟି ମାମଲା କ’ଣ?

୧. ଇଲେକ୍ଟୋରାଲ ବଣ୍ଡ ସ୍କିମ୍

ରାଜନୈତିକ ଦଳମାନଙ୍କୁ ପାଣ୍ଠି ଯୋଗାଣ ପାଇଁ ଇଲେକ୍ଟୋରାଲ ବଣ୍ଡ୍ ଯୋଜନାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନ୍ ଉପରେ ସୁପ୍ରିମକୋର୍ଟର ୫ ଜଣବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି। ତେଣୁ ଚାନ୍ଦା ନେବାରେ ସ୍ୱଚ୍ଛତା ଅଭାବରୁ ଏହାକୁ ବାତିଲ କରିବାକୁ ଦାବି ହୋଇଛି।

୨. ଇଡିର କ୍ଷମତା

୨୭ ଜୁଲାଇ ୨୦୨୨ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କ୍ଷମତା ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ହୋଇଥିବା ରିଭ୍ୟୁ ପିଟିସନ୍ ଉପରେ ସୁପ୍ରିମକୋର୍ଟ ୨୦୨୪ରେ ନିଷ୍ପତ୍ତି ନେବେ। ୨୭ ଜୁଲାଇ ୨୦୨୨ର ରାୟରେ ସୁପ୍ରିମକୋର୍ଟ କହିଥିଲେ ଯେ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଇଡିର ଗିରଫ, ସମ୍ପତ୍ତି ଜବତ କରିବା ଏବଂ ସର୍ଚ୍ଚ କରିବାର ଅଧିକାର ରହିଛି।

୩. ଅଧିକାରୀଙ୍କ ଉପରେ ଦିଲ୍ଲୀ ସରକାରଙ୍କ କ୍ଷମତା

ଅଧିକାରୀଙ୍କ ଉପରେ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାର ସଂସଦରୁ ନୂଆ ଆଇନ ପାରିତ କରିଛନ୍ତି। ଦିଲ୍ଲୀର ଅଧିକାରୀଙ୍କ ବଦଳି କ୍ଷମତା କେନ୍ଦ୍ର ପାଖରେ ରହିବ। ନୂଆବର୍ଷରେ ଦିଲ୍ଲୀ ସରକାରଙ୍କ ଚ୍ୟାଲେଞ୍ଜର ଶୁଣାଣି କରିବେ ସୁପ୍ରିମକୋର୍ଟ।

୪. ରାଜନୈତିକ ଦଳଗୁଡ଼ିକର ନିର୍ବାଚନରେ ମାଗଣା ଘୋଷଣା

ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ସମୟରେ ମାଗଣା ଘୋଷଣା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ଏଥିରେ କୁହାଯାଇଛି ଯେ ଦେଶର ଟିକସଦାତାମାନେ ମାଗଣା ନିର୍ବାଚନୀ ପ୍ରତିଶ୍ରୁତି ଦ୍ୱାରା ପ୍ରଭାବିତ ହେଉଛନ୍ତି। ଏପରି କରୁଥିବା ଦଳଗୁଡ଼ିକର ମାନ୍ୟତା ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି। ୨୦୨୪ରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ।

୫. ଅବିବାହିତ ମହିଳାଙ୍କୁ ସରୋଗେସିର ଅଧିକାର ରହିଛି

ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଏକ ପିଟିସନରେ ଅବିବାହିତ ମହିଳାଙ୍କୁ ସରୋଗେସିର ଅଧିକାର ଦେବାକୁ ଦାବି କରାଯାଇଛି। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ । ୨୦୨୪ରେ ଏହି ଆବେଦନର ଶୁଣାଣି ହେବ।

୬. ସିଏଏର ଧାରା-୬(ଏ)ର ସାମ୍ବିଧାନିକ:

ନାଗରିକତା ସଂଶୋଧନ ଆଇନ (ସିଏଏ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ୧୭ଟି ଆବେଦନ ଉପରେ ୨୦୨୩ ଡିସେମ୍ବର ୧୨ରେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ। ନୂଆ ବର୍ଷରେ କୋର୍ଟ ଏହା ଉପରେ ରାୟ ଶୁଣାଇବେ।

୭. ଜ୍ଞାନବାପି କମ୍ପ୍ଲେକ୍ସର ମାଲିକାନା ପ୍ରସଙ୍ଗ

ଜ୍ଞାନବାପି କମ୍ପ୍ଲେକ୍ସର ମାଲିକାନା ପ୍ରସଙ୍ଗରେ ନିମ୍ନ ଅଦାଲତରେ ମନ୍ଦିର ପକ୍ଷର ମାମଲାର ଶୁଣାଣି ପାଇଁ ସବୁଜ ସଙ୍କେତ ଦେବା ସହ ଡିସେମ୍ବର ୧୯ତାରିଖରେ ଆହ୍ଲାବାଦ ହାଇକୋର୍ଟ ମସଜିଦ୍ ପକ୍ଷର ୫ଟି ଆବେଦନକୁ ଖାରଜ କରିଦେଇଥିଲେ । ଏହି ମାମଲାରେ ମନ୍ଦିର ପକ୍ଷରୁ ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କରାଯାଇଛି । ୨୦୨୪ ଜାନୁଆରିରେ ସୁପ୍ରିମକୋର୍ଟରେ ଶୁଣାଣି ସମ୍ଭବ ।

୮. ପୂଜାସ୍ଥଳୀ ଆଇନ ୧୯୯୧କୁ ଚ୍ୟାଲେଞ୍ଜ

ପୂଜାସ୍ଥଳୀ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର ହୋଇଛି । ଏହି ପିଟିସନ୍ ଜରିଆରେ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି ହୋଇଛି । ୧୫ ଅଗଷ୍ଟ ୧୯୪୭ ପୂର୍ବରୁ ଧାର୍ମିକ ସ୍ଥଳଗୁଡ଼ିକର ସ୍ଥିତାବସ୍ଥା ବଜାୟ ରଖିବାକୁ ଏହି ଆଇନରେ କୁହାଯାଇଛି । ନୂଆ ବର୍ଷରେ ଶୁଣାଣି ସମ୍ଭବ ।

୯. ଦାଗୀ ନେତାଙ୍କ ଉପରେ ଆଜୀବନ ନିଷେଧାଦେଶ

ଅପରାଧିକ ମାମଲାରେ ଅଭିଯୁକ୍ତ ସାଂସଦ ଓ ବିଧାୟକଙ୍କ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୨୩ ନଭେମ୍ବର ୯ତାରିଖରେ ରାୟ ଶୁଣାଇ ବିଭିନ୍ନ ନିର୍ଦ୍ଦେଶନାମା ଜାରି କରିଥିଲେ । ଦାଗୀ ନେତାଙ୍କୁ ନିର୍ବାଚନ ଲଢ଼ିବା ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇବା ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ବିଚାର କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ । ଏହା ଉପରେ ଶୁଣାଣୀ ହୋଇପାରେ ।

୧୦. ମହିଳାଙ୍କ ଧାର୍ମିକ ସ୍ୱାଧୀନତା

୨୦୨୪ରେ ମହିଳାଙ୍କ ଧାର୍ମିକ ସ୍ୱାଧୀନତା ପ୍ରସଙ୍ଗର ଶୁଣାଣି କରିପାରିବେ ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଏଥିରେ ସାବରିମାଳା ମନ୍ଦିରରେ ମହିଳାଙ୍କୁ ପ୍ରବେଶ ଅନୁମତି ଦେବା ନିଷ୍ପତ୍ତିର ଶୁଣାଣି, ଦାଉଦି ବୋହରା ସମ୍ପ୍ରଦାୟର ମହିଳାଙ୍କ ମଧ୍ୟରେ ସୁନ୍ନା ପ୍ରଥା, ମସଜିଦରେ ମହିଳାଙ୍କ ନମାଜ ପଢ଼ିବାର ଅଧିକାର, ପାର୍ସୀ ମହିଳାଙ୍କ ସମ୍ପତ୍ତି ଅଧିକାର ଆଦି ରହିଛି ।

୧୧. ରାଜ୍ୟପାଳଙ୍କ କ୍ଷମତା

ଅନେକ ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ବିଧାନସଭାରେ ଗୃହୀତ ବିଲକୁ ରାଜ୍ୟପାଳମାନେ ଦୀର୍ଘ ଦିନ ଧରି ଅଟକାଇ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଛି । ଏସବୁ ମାମଲାରେ ରାଜ୍ୟପାଳଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ଏହି ମାମଲାର ଶୁଣାଣି ଜାନୁଆରିରେ ହେବ ।

ସରୋଗେସି ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.