Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇଡି ସମନକୁ ଅବମାନନା କରିଥିବା କେଜ୍ରିୱାଲଙ୍କୁ ଗିରଫ କରାଯିବ କି?, ସୋରେନଙ୍କ ମାମଲା କାହିଁକି ଅଲଗା
ବିଶେଷ ଖବର

ଇଡି ସମନକୁ ଅବମାନନା କରିଥିବା କେଜ୍ରିୱାଲଙ୍କୁ ଗିରଫ କରାଯିବ କି?, ସୋରେନଙ୍କ ମାମଲା କାହିଁକି ଅଲଗା

January 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତୃତୀୟ ଥର ପାଇଁ ଇଡି ସମନରେ ହାଜର ହୋଇନଥିବା ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିପାରେ। ଆମ୍ ଆଦମୀ ପାର୍ଟି ଦାବି କରୁଛି ଯେ ଇଡି ଆଜି କେଜ୍ରିୱାଲଙ୍କ ବାସଭବନରେ ଚଢ଼ାଉ କରି ତାଙ୍କୁ ଗିରଫ କରିବ। ସେପଟେ ଆଜି ସକାଳୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନ ବାହାରେ ଉତ୍ତେଜନା ପ୍ରକାଶ ପାଇଛି। ସେଠାରେ ପୁଲିସ ମୁତୟନ ବଢ଼ାଇ ଦିଆଯାଇଛି। ଗଣମାଧ୍ୟମ ପାଇଁ ଏକ ଅଲଗା ଏନକ୍ଲୋଜର କରାଯାଇଛି ଯାହା ସାଧାରଣ ସମୟରେ ହୋଇନଥାଏ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଉଥିବା ଉଭୟ ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା କିନ୍ତୁ ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବାକୁ ଅନୁମତି ଦିଆଯାଇଥିଲା। ତେବେ କେଜ୍ରିୱାଲଙ୍କ ଗିରଫଦାରୀକୁ ଆମ୍ ଆଦମୀ ପାର୍ଟି କାହିଁକି ଡରୁଛି? ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡିର ଗୋଟିଏ କି ଦୁଇଟି ନୁହେଁ ବରଂ ୭ଟି ସମନ ଅଣଦେଖା କରିଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। କେଜ୍ରିଓ୍ଵାଲଙ୍କ ମାମଲା ସୋରେନଙ୍କ ଠାରୁ କେମିତି ଅଲଗା?

ଇଡିକୁ କେଜ୍ରିୱାଲଙ୍କ ଜବାବ

କେଜ୍ରିଓ୍ଵାଲ ଏଜେନ୍ସି ଆଗରେ ହାଜର ହେବାକୁ ମନା କରିଦେଇଛନ୍ତି ଏବଂ କହିଛନ୍ତି ଯେ ଇଡି ସମନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଆଇନ ବିରୋଧୀ। ଇଡିକୁ ଦେଇଥିବା ଜବାବରେ ସେ ଏଜେନ୍ସିକୁ ସ୍ପଷ୍ଟ କରିବାକୁ କହିଛନ୍ତି ଯେ ସମନକୁ ସାକ୍ଷୀଭାବେ ପଠାଯାଇଛି ନା ସନ୍ଦିଗ୍ଧ ଭାବେ। ଇଡିକୁ ଲେଖିଥିବା ଚିଠିରେ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସମନ ଦୁର୍ଭାଗ୍ୟଜନକ ଏବଂ ଏଜେନ୍ସି ନିଜେ ବିଚାରପତି, ଜୁରୀ ଏବଂ ଜଲ୍ଲାଦ ଭୂମିକା ନିର୍ବାହ କରୁଛି। କେଜ୍ରିୱାଲ ଇଡିକୁ ପ୍ରଶ୍ନର ତାଲିକା ପଠାଇବାକୁ କହିଛନ୍ତି, ସେ ତାହାର ଉତ୍ତର ଦେବେ।

ଚତୁର୍ଥ ଥର ପାଇଁ ସମନ ଜାରି କରିପାରେ ଇଡି

ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ବାରମ୍ବାର ସମନ ସତ୍ତ୍ୱେ ହାଜର ହୋଇ ନ ପାରିବାରୁ ଏଜେନ୍ସି ଏବେ ଅରବିନ୍ଦ କେଜ୍ରିୱାଲଙ୍କ ଜବାବ ଉପରେ ଅଧ୍ୟୟନ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଇଡି ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚତୁର୍ଥ ସମନ ପଠାଇପାରେ।

‘ଆଜି ଗିରଫ ହେବ’, ହଙ୍ଗାମା କରୁଛି ଆପ୍

ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବ ବୋଲି ଆମ୍ ଆଦମୀ ପାର୍ଟି ବୁଧବାର ବିଳମ୍ବିତ ରାତିରୁ ହୋହଲ୍ଲା କରୁଛି। ଦିଲ୍ଲୀ ମନ୍ତ୍ରୀ ଆତିଶୀ ମଧ୍ୟରାତ୍ରରେ ସୂତ୍ରରୁ ପ୍ରକାଶ କରି କହିଛନ୍ତି, ଖବର ଆସୁଛି ଯେ ଆସନ୍ତାକାଲି (ଗୁରୁବାର) ସକାଳେ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଇଡି ଚଢ଼ାଉ କରିବାକୁ ଯାଉଛି। ତାଙ୍କୁ ଗିରଫ କରାଯାଇପାରେ। ଆତିଶୀଙ୍କ ପରେ ଅନ୍ୟ ଜଣେ ମନ୍ତ୍ରୀ ସୌରଭ ଭରଦ୍ୱାଜ ମଧ୍ୟ ଲେଖିଛନ୍ତି, ‘ଶୁଣିବାକୁ ମିଳୁଛି ଯେ ଆସନ୍ତାକାଲି ସକାଳେ ଇଡି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିବ।

କେଜ୍ରିଓ୍ଵାଲଙ୍କ ମାମଲା ସୋରେନଙ୍କଠାରୁ କେମିତି ଅଲଗା?

କେଜ୍ରିୱାଲ ବାରମ୍ବାର ଇଡି ସମନକୁ ଅଣଦେଖା କରିବା ତଦନ୍ତକାରୀ ଅଧିକାରୀଙ୍କୁ ତାଙ୍କୁ ହେପାଜତକୁ ନେବାର ବିକଳ୍ପ ଦେଇଥାଏ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡିର ୭ଟି ସମନକୁ ଅଣଦେଖା କରିଥିଲେ ମଧ୍ୟ ଏଜେନ୍ସି ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହାର ମୁଖ୍ୟ କାରଣ ହେଉଛି ସୋରେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଖରାପ କରିପାରେ। କିନ୍ତୁ ଜାତୀୟ ରାଜଧାନୀରେ ଆଇନ ଶୃଙ୍ଖଳା ସିଧାସଳଖ କେନ୍ଦ୍ର ଅଧୀନରେ ଆସୁଥିବାରୁ ଦିଲ୍ଲୀରେ ଏଜେନ୍ସିର ଏଭଳି ଚିନ୍ତା ନାହିଁ।

ଅରବିନ୍ଦ କେଜ୍ରିୱାଲ ଆମ୍ ଆଦମୀ ପାର୍ଟି ଇଡି ସମନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
Share. Facebook Twitter LinkedIn Email WhatsApp Copy Link

Related Posts

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.