Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗିରଫ ଭୟରେ ଇଣ୍ଡି ମେଣ୍ଟର ତିନି ବଡ଼ ଚେହେରା
ବିଶେଷ ଖବର

ଗିରଫ ଭୟରେ ଇଣ୍ଡି ମେଣ୍ଟର ତିନି ବଡ଼ ଚେହେରା

January 5, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲଗାତାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୋଟିସକୁ ଅବମାନନା କରୁଛନ୍ତି। ମଦ ଦୁର୍ନୀତିରେ ଇଡି ତାଙ୍କୁ ତିନିଥର ପଚରାଉଚରା ପାଇଁ ଡାକିଛି। ସେ ହାଜର ନ ହେବାକୁ ବିଭିନ୍ନ ବାହାନା କରୁଛନ୍ତି। ପଚରାଉଚରା ପାଇଁ ଇଡି ତାଙ୍କୁ ଡାକି ଗିରଫ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଇଡିର ୭ଟି ନୋଟିସରେ ସେ ହାଜର ହୋଇନହାନ୍ତି। ଅଲ୍ଟିମେଟମ ଭାବେ ସେ ଇଡିର ସପ୍ତମ ନୋଟିସକୁ ମଧ୍ୟ ଅବମାନନା କରିଛନ୍ତି।

ଇଡି ଶୁକ୍ରବାର ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପଚରାଉଚରା ପାଇଁ ଦିଲ୍ଲୀ ଡକାଇଛି। ଯେକୌଣସି ସମୟରେ ସେମାନଙ୍କୁ ଗିରଫ କରାଯାଇପାରେ ବୋଲି ମଧ୍ୟ ସେମାନେ କହୁଛନ୍ତି। ତେଜସ୍ୱୀଙ୍କ ଦଳ ଆରଜେଡିର ରାଜ୍ୟସଭା ସଦସ୍ୟ ମନୋଜ ଝା କହିଛନ୍ତି ଯେ ଆଗାମୀ ଦିନରେ ଇଡି ତେଜସ୍ୱୀଙ୍କୁ ଗିରଫ କରିବ। ଅନ୍ୟପକ୍ଷରେ ନୀତୀଶ କୁମାର ଇଣ୍ଡି ମେଣ୍ଟଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି। ନୀତୀଶ କୁମାର ମଧ୍ୟ ଲାଲୁ ପରିବାରଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଛନ୍ତି। ଏହାକୁ ନେଇ ବିହାରର ରାଜନୈତିକ କରିଡରରେ ଚର୍ଚ୍ଚା ଜୋର ଧରିଛି।

ଆଦେଶ ଅବମାନନା

ଏହି ନେତାମାନେ ବିଜେପି ବିରୋଧୀ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ ଏବଂ ଆୟକର ବିଭାଗକୁ ଅବମାନନା କରୁଛନ୍ତି, ଯେମିତି ସେମାନଙ୍କୁ ବିଜେପି ଏହାର ଏଜେଣ୍ଟଭାବେ ପ୍ରତିଷ୍ଠିତ କରିଛି। କେବେ ଅଦାଲତରେ, କେତେବେଳେ ସଂସଦରେ ତ କେତେବେଳେ ରାଜରାସ୍ତାରେ ଏହି ଅନୁଷ୍ଠାନଗୁଡ଼ିକୁ ଦିଆଯାଇଥିବା ଅଧିକାରକୁ ବିରୋଧୀ ଦଳର ନେତାମାନେ ଚ୍ୟାଲେଞ୍ଜ କରୁଛନ୍ତି । ସେମାନଙ୍କ ଆଭିମୁଖ୍ୟରୁ ଜଣାପଡ଼ୁଛି ଯେ ଦିନେ ସେମାନଙ୍କ ବିରୋଧରେ ନିଆଯାଇଥିବା ନିଷ୍ପତ୍ତି ଉପରେ ସେମାନେ ଅଦାଲତକୁ ବିଜେପିର ଇଶାରାରେ କାମ କରୁଛନ୍ତି ବୋଲି ଅଭିଯୋଗ କରିବା ଉଚିତ ନୁହେଁ । ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ନା ମିଥ୍ୟା ତାହା ପଚରାଉଚରା ଓ ତଦନ୍ତ ପରେ ଜଣାପଡ଼ିବ, କିନ୍ତୁ ଗିରଫ ଭୟରେ ସେମାନେ ହାଜର ହେଉନାହାନ୍ତି । ସମ୍ବିଧାନର ସୁରକ୍ଷା ପାଇଁ ଦାବି କରୁଥିବା ଏହି ନେତାମାନେ ଯେତେବେଳେ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ଉପହାସ କରୁଛନ୍ତି, ସେତେବେଳେ ସେମାନେ ସମ୍ବିଧାନକୁ ନେଇ ଚିନ୍ତିତ ବୋଲି କିପରି ବିଶ୍ୱାସ କରାଯାଇପାରିବ ?

ଗିରଫ କରିବା ପାଇଁ ପ୍ରସ୍ତୁତି ଚାଲିଛି: କେଜ୍ରିୱାଲ

କେଜ୍ରିଓ୍ଵାଲଙ୍କୁ ତୃତୀୟ ଥର ପାଇଁ ନୋଟିସ୍ ଜାରି କରାଯାଇ ଗୁରୁବାର ଇଡି ପଚରାଉଚରା ପାଇଁ ଡାକିଥିଲା । ସେ ହାଜର ହୋଇନହାନ୍ତି । ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ସେ ନିଜର କଥା ବଜାୟ ରଖିଛନ୍ତି । ସେ କହିଛନ୍ତି ଯେ ଗତ ଦୁଇବର୍ଷ ଧରି ମଦ ଦୁର୍ନୀତିକୁ ନେଇ ଚର୍ଚ୍ଚା ଚାଲିଛି । ଏହି ସମୟରେ ବିଜେପିର ଅନେକ ଏଜେନ୍ସି ଅନେକ ଚଢ଼ାଉ କରିଛନ୍ତି । ଅନେକଙ୍କୁ ଗିରଫ କରାଯାଇଛି । ଆଶ୍ଚର୍ଯ୍ୟର କଥା ପୂରା ଘଟଣାରେ ଗୋଟିଏ ପଇସା ବି ମିଳିନାହିଁ । କୌଣସି ସ୍ଥାନରୁ ଟଙ୍କାଟିଏ ବି ଉଦ୍ଧାର ହୋଇନାହିଁ । ଯଦି ଦୁର୍ନୀତି ହେଉଥିଲା, ତେବେ ଟଙ୍କା କୁଆଡ଼େ ଗଲା ? ସତ କଥା ହେଉଛି କାହାକୁ ଠକେଇ କରାଯାଇନାହିଁ । ଆମ୍ ଆଦମୀ ପାର୍ଟିର ଅନେକ ନେତା ନକଲି ମାମଲାରେ ଜେଲରେ ଅଛନ୍ତି । କାହା ବିରୁଦ୍ଧରେ କିଛି ମିଳୁନାହିଁ କି କିଛି ପ୍ରମାଣିତ ହେଉନାହିଁ । ବିଜେପି ମଧ୍ୟ ମୋତେ ଗିରଫ କରିବାକୁ ଚାହୁଁଛି । ମୋର ସବୁଠାରୁ ବଡ଼ ସମ୍ପତ୍ତି ଏବଂ ଶକ୍ତି ହେଉଛି ମୋର ସଚ୍ଚୋଟତା । ସେମାନେ ମିଥ୍ୟା ଅଭିଯୋଗ କରି ମୋତେ ବଦନାମ କରିବାକୁ ଚାହୁଁଛନ୍ତି । ବିଜେପିର ଉଦ୍ଦେଶ୍ୟ ତଦନ୍ତ ନୁହେଁ ବରଂ ମୋତେ ଲୋକସଭା ନିର୍ବାଚନରେ ପ୍ରଚାରରୁ ରୋକିବା । ମୋ ଶରୀରର ପ୍ରତିଟି ରକ୍ତବୁନ୍ଦା ଦେଶ ପାଇଁ । ଦିଲ୍ଲୀ ସରକାରଙ୍କ ଦୁଇ ମନ୍ତ୍ରୀ ଆତିଶୀ ଏବଂ ସୌରଭ ଭରଦ୍ୱାଜ ବୁଧବାର ବିଳମ୍ବିତ ରାତିରେ ‘ଏକ୍ସ’ରେ ଲେଖିଛନ୍ତି- ଖବର ଆସୁଛି ଯେ ଗୁରୁବାର ସକାଳେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଇଡି ଚଢ଼ାଉ କରିବ । ତାଙ୍କୁ ଗିରଫ କରାଯିବାର ସମ୍ଭାବନା ମଧ୍ୟ ରହିଛି । ସୌରଭ ଭରଦ୍ୱାଜ ସ୍ପଷ୍ଟ ଭାବରେ ଲେଖିଛନ୍ତି- ଇଡି ତାଙ୍କୁ ଆସନ୍ତାକାଲି ସକାଳେ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଗିରଫ କରିବାକୁ ଯାଉଛି ।

ଇଡିର ଅଲଟିମେଟମକୁ ଖାତିର ନାହିଁ!

ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବାକୁ ଚାହୁଁଛି ଇଡି । ଇଡି ପକ୍ଷରୁ ତାଙ୍କୁ ୭ଥର ନୋଟିସ ପଠାଯାଇଥିଲେ ମଧ୍ୟ ସେ ହାଜର ହୋଇନହାନ୍ତି । ସେମାନେ ଅଦାଲତରେ ନିଜ ପକ୍ଷ ରଖିବାପାଇଁ ଉପାୟ ଖୋଜିବା ଜାରି ରଖିଛନ୍ତି । ଇଡି ୧୪ ଅଗଷ୍ଟ ୨୦୨୩ରେ ହେମନ୍ତ ସୋରେନଙ୍କୁ ପ୍ରଥମ ନୋଟିସ୍ ପଠାଇଥିଲା । ଦ୍‍ତୀୟ ନୋଟିସ୍ ୨୪ ଅଗଷ୍ଟ ୨୦୨୩ରେ, ତୃତୀୟ ନୋଟିସ୍ ୯ ସେପ୍ଟେମ୍ବର ୨୦୨୩ରେ, ଚତୁର୍ଥ ନୋଟିସ୍ ୨୩ ସେପ୍ଟେମ୍ବର ୨୦୨୩ରେ, ପଞ୍ଚମ ନୋଟିସ୍ ୪ ଅକ୍ଟୋବର ୨୦୨୩ ଏବଂ ଷଷ୍ଠ ନୋଟିସ୍ ୧୨ ଡିସେମ୍ବର ୨୦୨୩ରେ ପଠାଯାଇଥିଲା । ୨୯ ଡିସେମ୍ବର ୨୦୨୩ରେ ଇଡି ପକ୍ଷରୁ ତାଙ୍କୁ ସପ୍ତମ ନୋଟିସ୍ ପଠାଯାଇଥିଲା ଏବଂ ତାଙ୍କ ସୁବିଧା ଅନୁଯାୟୀ ପଚରାଉଚରା ପାଇଁ ତାରିଖ, ସମୟ ଏବଂ ସ୍ଥାନ କହିବାକୁ କୁହାଯାଇଥିଲା, ଯାହାଫଳରେ ଅଧିକାରୀଙ୍କ ଟିମ୍ ତାଙ୍କୁ ପଚରାଉଚରା କରିପାରିବ । ହେମନ୍ତ ସପ୍ତମ ନୋଟିସର ଜବାବ ପଠାଇଥିଲେ ମଧ୍ୟ ପ୍ରଶ୍ନ କରିବାକୁ ମନା କରିଦେଇଛନ୍ତି ।

ଗିରଫ ଆଶଙ୍କାରେ ତେଜସ୍ୱୀ

ଲ୍ୟାଣ୍ଡ ଫର ଜବ୍ ଦୁର୍ନୀତିରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପଚରାଉଚରା କରିବାକୁ ଚାହୁଁଛି ଇଡି । ଅତୀତରେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସିମାନେ ତାଙ୍କୁ ପଚରାଉଚରା କରିଛନ୍ତି । ଲାଲୁ ରେଳମନ୍ତ୍ରୀ ଥିବାବେଳେ ଚାକିରି ପାଇଁ ଜମି ନିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଇଡି ତାଙ୍କୁ ଶୁକ୍ରବାର ଦିଲ୍ଲୀ ଡାକିଛି । ତେବେ ତେଜସ୍ୱୀ ଯାଦବ ଏହାକୁ ବିଜେପିର ନିର୍ଦ୍ଦେଶରେ କେନ୍ଦ୍ରୀୟ ଏଜେନ୍ସିର ଖେଳ ବୋଲି କହୁଛନ୍ତି । ଆରଜେଡିର ରାଜ୍ୟସଭା ସଦସ୍ୟ ମନୋଜ ଝା କହିଛନ୍ତି ଯେ ଆସନ୍ତା ୪ ମାସ ପର୍ଯ୍ୟନ୍ତ ବିରୋଧୀ ଦଳ ନେତାମାନେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିମାନଙ୍କ ଟାର୍ଗେଟରେ ରହିବେ । ବିଜେପିର ନିର୍ଦ୍ଦେଶରେ ଏହି ଏଜେନ୍ସିମାନେ ତେଜସ୍ୱୀ ଯାଦବ, ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲଙ୍କ ଭଳି ନେତାଙ୍କୁ ଗିରଫ କରିପାରନ୍ତି ।

ଅରବିନ୍ଦ କେଜ୍ରିୱାଲ ଇଡି ଇଣ୍ଡି ମେଣ୍ଟ ତେଜସ୍ୱୀ ଯାଦବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଦ ଦୁର୍ନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.