Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୨୦ ବ୍ୟାଚ୍‌ର ଅର୍ଥସେବା ଅଧିକାରୀଙ୍କ ଶେଷ ହେଲା ପ୍ରଶିକ୍ଷଣ, ଦିଆଗଲା ଦିଗଦର୍ଶନ
ବିଶେଷ ଖବର

୨୦୨୦ ବ୍ୟାଚ୍‌ର ଅର୍ଥସେବା ଅଧିକାରୀଙ୍କ ଶେଷ ହେଲା ପ୍ରଶିକ୍ଷଣ, ଦିଆଗଲା ଦିଗଦର୍ଶନ

January 6, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
୨୦୨୦ ବ୍ୟାଚ୍‌ର ଅର୍ଥସେବା ଅଧିକାରୀଙ୍କ ଶେଷ ହେଲା ପ୍ରଶିକ୍ଷଣ, ଦିଆଗଲା ଦିଗଦର୍ଶନ

ଭୁବନେଶ୍ବର: ରାଜ୍ୟର ନବନିଯୁକ୍ତ ଅର୍ଥସେବା ଅଧିକାରୀମାନେ ରାଜସ୍ୱ ଆଦାୟ, କୋଷାଗାର ପରିଚାଳନା ଓ ବିତ୍ତୀୟ ପରାମର୍ଶ ଆଦି କ୍ଷେତ୍ରରେ ସେମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱକୁ ନିଷ୍ଠା ଓ ଦକ୍ଷତାର ସହ ତୁଲାଇବା ପାଇଁ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆହ୍ୱାନ ଦେଇଛନ୍ତି ।

୨୦୨୦ ବ୍ୟାଚ୍‌ର ଅର୍ଥସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତି ଓ ପାସ୍‌ଆଉଟ୍‌ ଉତ୍ସବ ଏବଂ ୨୦୨୧ ବ୍ୟାଚ୍‌ର ଅର୍ଥସେବା ଅଧିକାରୀ, ଟ୍ୟାକ୍ସ ଓ ଆକାଉଣ୍ଟସ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ ଓ ସ୍ୱାଗତ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ସେମାନଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ, ୨୦୨୦ ବ୍ୟାଚ୍‌ର ୯୨ ଜଣ ଓଡ଼ିଶା ଅର୍ଥସେବା ଅଧିକାରୀ ମଧୁସୂଦନ ଦାସ ଆଂଚଳିକ ଆର୍ଥିକ ପରିଚାଳନା ଏକାଡେମୀରେ ପ୍ରଶିକ୍ଷଣ ନେଇ ସାରିଛନ୍ତି ।

ଆଜି ସେମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାପ୍ତି ଦିବସ ଓ ପାସ୍‌ଆଉଟ୍‌ ଉତ୍ସବ। ସେହିଭଳି ୨୦୨୧ ବ୍ୟାଚର ୯୦ ଜଣ ଓଡ଼ିଶା ଅର୍ଥସେବା ଅଧିକାରୀ ଓ ୧୦ ଜଣ ଓଡ଼ିଶା ଟ୍ୟାକ୍ସ ଓ ଆକାଉଣ୍ଟସ ସେବା ଅଧିକାରୀ ଏହି ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି। ଆଜି ସେମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଦିବସ ଓ ସ୍ୱାଗତ ଉତ୍ସବ। ପ୍ରଶିକ୍ଷଣ ପରେ ସରକାରଙ୍କ ଏକ ଅଂଶ ବିଶେଷ ଭାବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ଉଭୟ ବ୍ୟାଚ୍‌ର ଅଧିକାରୀମାନେ ନିଷ୍ଠାପର ଭାବେ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ଶ୍ରୀଆରୁଖ ପ୍ରକାଶ କରିଥିଲୋ

ସରକାରୀ ବ୍ୟୟରେ ଦକ୍ଷତା ଓ ଗୁଣବତ୍ତାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରିଛନ୍ତି। ସରକାରୀ ଅର୍ଥ ବ୍ୟୟରେ ଗୁଣାତ୍ମକ ଉନ୍ନତି ନିମନ୍ତେ ରାଜ୍ୟ ସରକାର ବଜେଟ୍‌ ଓ ବ୍ୟୟ ପରିଚାଳନା, ପ୍ରକଳ୍ପ ପ୍ରସ୍ତୁତି ଓ ଆର୍ଥିକ ଉତ୍ତରଦାୟିତ୍ୱ କ୍ଷେତ୍ରରେ ଅନେକଗୁଡ଼ିଏ ଲୋକାଭିମୁଖୀ ପଦକ୍ଷେପ ଗ୍ରହଣ କରିଛନ୍ତି । ସେପ୍ଟେମ୍ବର ୨୦୧୬ରେ ଜିଏସ୍‌ଟି ପରିଷଦର ଅଧିସୂଚନା ଜାରି ହେଲା, ପରେ ପରେ ୨୦୧୭ ମସିହା ଜୁଲାଇ ମାସରୁ ଜିଏସ୍‌ଟି ପ୍ରଚଳିତ ହେଲା ।

ସୀମିତ ସମୟସୀମା ମଧ୍ୟରେ ଟିକସଦାତାମାନଙ୍କୁ ପ୍ରଶିକ୍ଷିତ କରି ଜିଏସ୍‌ଟିର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଆମ ବିଭାଗୀୟ ଅର୍ଥସେବା ଅଧିକାରୀଙ୍କର ମୁଖ୍ୟ ଭୂମିକା ରହିଲା। ଖୁବ୍‌ କମ ସମୟ ଭିତରେ ଦ୍ରବ୍ୟ ଓ ସେବା ଟିକସର ପ୍ରଣୟନ କରିବା ଅର୍ଥସେବା ଅଧିକାରୀମାନଙ୍କର କାର୍ଯ୍ୟଦକ୍ଷତାର ପରିଚୟ ଦେଇଥିଲା। ନବନିଯୁକ୍ତ ଅର୍ଥସେବା ଅଧିକାରୀମାନେ ସେହିଭଳି ନିଷ୍ଠା ଓ ଦକ୍ଷତାର ସହ ବାଣିଜ୍ୟ କର, ଦ୍ରବ୍ୟ ଓ ସେବା ଟିକସ ଆଦାୟରେ ତତ୍ପର ହେବେ।

ସାମାଜିକ ତଥା ଅର୍ଥନୈତିକ ବିକାଶରେ ଅର୍ଥ ବିଭାଗର ଗୁରୁତ୍ୱ ଖୁବ୍‌ ବେଶି, ଆର୍ଥିକସମ୍ବଳର ବିକାଶ ତଥା ଉନ୍ନତି ପାଇଁ ରାଜ୍ୟର ଅଭିବୃଦ୍ଧି ଏବଂ ରାଜସ୍ୱର ବୃଦ୍ଧି ସହ ରାଜସ୍ୱର ସୁଚାରୁ ନିୟୋଜନର ଆବଶ୍ୟକତା ରହିଛି। ଅର୍ଥ ବିଭାଗର ନୂତନ ଅଧିକାରୀମାନେ ସେ ସବୁର ପରିଚାଳନା ଦିଗରେ ସତତ ଚେଷ୍ଟିତ ହେବେ।

ଆର୍ଥିକ ସମ୍ବଳର ସୁବିନିଯୋଗ ଓ ଅଭିବୃଦ୍ଧି ପାଇଁ ବିଭିନ୍ନ ବିଭାଗ ଓ ଅନୁଷ୍ଠାନରେ ଅବସ୍ଥାପିତ ଅର୍ଥସେବା ଅଧିକାରୀମାନଙ୍କ ଅବଦାନ ସଦାସର୍ବଦା ଅନସ୍ୱୀକାର୍ଯ୍ୟ। ଅର୍ଥନୈତିକ ଶୃଙ୍ଖଳା କ୍ଷେତ୍ରରେ ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଦିଗରେ ସେମାନଙ୍କ ଅବଦାନ ପ୍ରଶଂସନୀୟ। ଆମ ସରକାର ଓଡ଼ିଶାକୁଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ ଥିବାରୁ ରାଜ୍ୟର କୃଷି, ଶିଳ୍ପ ତଥା ସମ୍ବଳ ବିକାଶ ପାଇଁ ବିଭିନ୍ନ ଯୋଜନା ତଥା କାର୍ଯ୍ୟକ୍ରମର ପ୍ରଣୟନ କରିଛନ୍ତିି। ସେ ସବୁର ସଫଳ ରୂପାୟନ ଦିଗରେ ନୂଆ ଅର୍ଥସେବା ଅଧିକାରୀମାନେ ପ୍ରୟାସ କରିବେ।

ରାଜ୍ୟ ସରକାରଙ୍କ ଦ୍ୱାରା ସଂଖ୍ୟାଧିକ ଆର୍ଥିକ ସଂସ୍କାର ପଦକ୍ଷେପ ଦ୍ୱାରା ରାଜ୍ୟ ଆର୍ଥିକ ଦୃଶ୍ୟ ପଟରେ ଆଖିଦୃଶିଆ ପରିବର୍ତ୍ତନ ହାସଲ କରିଛି ଓ ରାଜ୍ୟର ଆର୍ଥିିକ ସ୍ଥିତିରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ଋଣଭାରକୁ ଏକ ପୋଷଣୀୟ ସ୍ତରକୁ ଆଣିବାରେ ରାଜ୍ୟ ସରକାରଙ୍କ ଉଦ୍ୟମ ଉଲ୍ଲେଖନୀୟ। ଦୂରଦୃଷ୍ଟିସଂପନ୍ନ ଋଣସ୍ତର ହେତୁ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଋଣ ଆହରଣ ମାଧ୍ୟମରେ ଅଧିକ ପୁଞ୍ଜି ବିନିଯୋଗ ପାଇଁ ରାଜ୍ୟକୁ ସୁଯୋଗ ମିଳିଛି।

୨୦୦୫-୦୬ ବର୍ଷଠାରୁ ରାଜ୍ୟ ସରକାର ଲଗାତାର ଭାବେ ରାଜସ୍ୱ ବଳକା ସୃଷ୍ଟି କରିଚାଲିଛନ୍ତି। ଏକ ପୋଷଣୀୟ ଅର୍ଥନୈତିକ ଅନ୍ତର୍ଭୁକ୍ତି, ଆଞ୍ଚଳିକ, ସାମାଜିକ ଓ ଲିଙ୍ଗଗତ ବୈଷମ୍ୟହୀନ ଅଗ୍ରଗତି, ଦ୍ରୁତ ଦାରିଦ୍ର୍ୟ ହ୍ରାସ, ଯୋଜନାବଦ୍ଧ ବିକାଶ ପାଇଁ ଅଧିକ ପାଣ୍ଠି ଓ ଅଧିକ ସମ୍ବଳ ମଂଜୁରୀ ଓ ସର୍ବୋପରି ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଓଡ଼ିଶା ଅର୍ଥସେବା ଓ ଟ୍ୟାକ୍ସ ଓ ଆକାଉଣ୍ଟସ ସେବାର ନବନିଯୁକ୍ତ ଅଧିକାରୀମାନେ ସେମାନଙ୍କର ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଓ ଦକ୍ଷତା ପ୍ରଦର୍ଶନ ପୂର୍ବକ ଏହିସବୁ ଲକ୍ଷ୍ୟ ହାସଲ କରିବେ।

ରାଜ୍ୟ ସରକାର ସ୍ୱଚ୍ଛ ଶାସନ, ସାମୂହିକକର୍ମସଂସ୍କୃତି ଓ ବୈଷୟିକଜ୍ଞାନର ଉପଯୋଗ ଉପରେଗୁରୁତ୍ୱ ଦେଇଆସିଛି। ତେଣୁ, ନୂଆ ଅର୍ଥସେବା ଅଧିକାରୀମାନେ ସେହି ମର୍ମରେ ଜଣେ ଦାୟିତ୍ୱ ସଂପନ୍ନ ଅଧିକାରୀ ଭାବରେ କାର୍ଯ୍ୟ କରିବାକୁ ଆନ୍ତରିକ ଭାବରେ ଚେଷ୍ଟା ଅବ୍ୟାହତ ରଖିବେ।

ଆର୍ଥିକ ପରିଚାଳନା ସମ୍ବନ୍ଧୀୟ ପ୍ରଶିକ୍ଷଣର ଉତ୍କର୍ଷ କେନ୍ଦ୍ର ଭାବେ ମଧୁସୂଦନ ଦାସ ଆର୍ଥିକ ପରିଚାଳନାଏକାଡେମୀର ସର୍ବୋତ୍କୃଷ୍ଟ ପ୍ରଶିକ୍ଷଣ ଓ ନିଜର ପ୍ରତିବଦ୍ଧତା ବଳରେ ରାଜ୍ୟ ଅର୍ଥସେବା ଓ ଟ୍ୟାକ୍ସ ଓ ଆକାଉଣ୍ଟସ ସେବାର ଅଧିକାରୀମାନେ ରାଜ୍ୟ ସରକାରଙ୍କ ପ୍ରତିଟି କାର୍ଯ୍ୟକ୍ରମକୁ ସଫଳ ଭାବେ ରୂପାୟିତ କରିପାରିବେ। ସର୍ବୋତ୍କୃଷ୍ଟ ପ୍ରଶିକ୍ଷଣ ଓ ପ୍ରତିବଦ୍ଧତା ବଳରେ ଓଡ଼ିଶା ଅର୍ଥସେବା ଓ ଟ୍ୟାକ୍ସ ଓ ଆକାଉଣ୍ଟସ ସେବାର ଅଧିକାରୀମାନେ ରାଜ୍ୟ ସରକାରଙ୍କ ପ୍ରତିଟି କାର୍ଯ୍ୟକ୍ରମକୁ ସଫଳ ଭାବେ ରୂପାୟିତ କରିପାରିବେ।

ମୁଖ୍ୟମନ୍ତ୍ରୀଙ୍କ ୫ଟି ଓ ମୋ ସରକାରକୁ ମୂଳମନ୍ତ୍ର କରି କାର୍ଯ୍ୟ କରିବାକୁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ନବନିଯୁକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ୍‌ କୁମାର ଦେବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦ୍ରୁତ ଦାରିଦ୍ର୍ୟ ହ୍ରାସ, ପ୍ରାକୃତିକ ଦୁର୍ବିପାକ ମୁକାବିଲା, ରାଜସ୍ୱ ବଳକା ସୃଷ୍ଟି, ଶିଶୁମୃତ୍ୟୁହାର ହ୍ରାସ, ଗ୍ରାମ୍ୟ ସଂଯୋଗୀକରଣ, ଶିଳ୍ପ ଅଭିବୃଦ୍ଧି, କ୍ରୀଡାର ଉତ୍କର୍ଷ ସାଧନ, ବାଣିଜ୍ୟ କର, ଦ୍ରବ୍ୟ ଓ ସେବା ଟିକସ ଆଦାୟରେ ଆଗୁଆ, ଭିତ୍ତିଭୂମି ରୂପାନ୍ତରଣ ଆଦି କ୍ଷେତ୍ରରେ ଆମ ରାଜ୍ୟ ସମଗ୍ର ଦେଶରେ ଉଲ୍ଲେଖନୀୟ ସଫଳତା ଓ ଅନନ୍ୟ ସ୍ଥାନ ଅଧିକାର କରିଛି। ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କୁ ଏହି ଭଳି ଯଥେଷ୍ଟ ଉପଲବ୍ଧି ମିଳିଛି । ରାଜ୍ୟର ଉତ୍ତରଦାୟୀ, ସ୍ୱଚ୍ଛ, ସକ୍ରିୟ ସୁପ୍ରଶାସନରେ ନୂଆ ଅର୍ଥସେବା ଅଧିକାରୀମାନେ ଅବଦାନ ଦେବେ ବୋଲି ଶ୍ରୀ ଦେବ ଆଶା ପ୍ରକାଶ କରିଥିଲେ।

ମଧୁସୂଦନ ଦାସ ଆର୍ଥିକ ପରିଚାଳନା ଏକାଡେମୀର ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀଆରୁଖ ମଧୁସ୍ମୃତି ସ୍ମରଣିକା ଉନ୍ମୋଚନ କରିଥିଲୋ

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.