Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ସୋନିଆ-ଖଡଗେ
ବିଶେଷ ଖବର

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ସୋନିଆ-ଖଡଗେ

January 10, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରିଦେଇଛି କଂଗ୍ରେସ। ସୋନିଆ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, ଅଧୀର ରଞ୍ଜନଙ୍କ ସମେତ ସମସ୍ତ କଂଗ୍ରେସ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ। ରାଜନୈତିକ ଫାଇଦା ପାଇଁ ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କଂଗ୍ରେସ କହିଛି।

କଂଗ୍ରେସ ସୋସିଆଲ ମିଡ଼ିଆରେ ଏକ ଚିଠି ସେୟାର କରିଛି, ଯେଉଁଥିରେ ରାମ ମନ୍ଦିର ଉଦ୍‍ଘାଟନକୁ ନ ଯିବାର କାରଣ ଦର୍ଶାଯାଇଛି। ଏଥିରେ କଂଗ୍ରେସ ଲେଖିଛି ଯେ ଧର୍ମ ଏକ ବ୍ୟକ୍ତିଗତ ପ୍ରସଙ୍ଗ, କିନ୍ତୁ ବିଜେପି/ଆରଏସଏସ ମନ୍ଦିର ଉଦ୍‍ଘାଟନ କାର୍ଯ୍ୟକ୍ରମକୁ ନିଜର କାର୍ଯ୍ୟକ୍ରମରେ ପରିଣତ କରିଛନ୍ତି।

ବିଜେପି ନେତା ନଳିନ କୋହଲି କହିଛନ୍ତି ଯେ ଗତ କିଛିଦଶନ୍ଧି ମଧ୍ୟରେ କଂଗ୍ରେସ ରାମ ମନ୍ଦିର ପାଇଁ କୌଣସି ପଦକ୍ଷେପ ନେଇନାହିଁ। ସେ ଭଗବାନ ରାମଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରିଥିଲେ ଏବଂ ସୁପ୍ରିମକୋର୍ଟରେ ଶୁଣାଣି ବିଳମ୍ବ କରିଥିଲେ । ତେଣୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାନରେ ଭାଗ ନେବ ନାହିଁ ବୋଲି କଂଗ୍ରେସ ଦଳର ଆନୁଷ୍ଠାନିକ ବୟାନରେ ଆଶ୍ଚର୍ଯ୍ୟ ହେବା କଥା ନୁହେଁ।

କଂଗ୍ରେସର ସମ୍ପୂର୍ଣ୍ଣ ବୟାନ

ଗତ ମାସରେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ରାମ ମନ୍ଦିର ଉଦ୍‍ଘାଟନ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ଭଗବାନ ରାମଙ୍କୁ ଆମ ଦେଶର କୋଟି କୋଟି ଲୋକ ସମ୍ମାନ କରନ୍ତି। ଧର୍ମ ଏକ ବ୍ୟକ୍ତିଗତ ବିଷୟ। କିନ୍ତୁ ବିଜେପି/ଆରଏସଏସ ଅଯୋଧ୍ୟା ମନ୍ଦିରକୁ ଏକ ରାଜନୈତିକ ପ୍ରକଳ୍ପରେ ପରିଣତ କରିଛନ୍ତି। ନିର୍ବାଚନରେ ଫାଇଦା ଉଠାଇବା ପାଇଁ ଏହି ଅସମ୍ପୂର୍ଣ୍ଣ ମନ୍ଦିରକୁ ବିଜେପି ଓ ଆରଏସଏସ ନେତାମାନେ ଉଦ୍‍ଘାଟନ କରୁଛନ୍ତି। ତେଣୁ ସୁପ୍ରିମକୋର୍ଟଙ୍କ ୨୦୧୯ ରାୟ ପରେ ଏବଂ ସେହି କୋଟି କୋଟି ଲୋକଙ୍କ ଆସ୍ଥାକୁ ସମ୍ମାନ ଜଣାଇ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ଅଧୀର ରଞ୍ଜନ ଚୌଧୁରୀ ଏହି ବିଜେପି/ଆରଏସଏସ କାର୍ଯ୍ୟକ୍ରମର ନିମନ୍ତ୍ରଣକୁ ସମ୍ମାନର ସହ ପ୍ରତ୍ୟାଖ୍ୟାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପାଖାପାଖି ୨୫ ଲକ୍ଷ ଲୋକ ଯୋଗଦେବେ

ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରରେ ଜାନୁଆରୀ ୨୨ ତାରିଖ ମଧ୍ୟାହ୍ନ ସାଢ଼େ ୧୨ଟାରେ ରାମଲଲାଙ୍କ ପୂଜାର୍ଚ୍ଚନା ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୪ ହଜାର ସାଧୁ ସନ୍ଥ ଓ ପ୍ରାୟ ୨୨୦୦ ଅତିଥିଙ୍କ ସମେତ ୬ ହଜାର ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ଏହି ସମୟରେ ୬ଟି ଦର୍ଶନର ଶଙ୍କରାଚାର୍ଯ୍ୟ ଏବଂ ପ୍ରାୟ ୧୫୦ ଜଣ ସାଧୁସନ୍ଥ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ପାଖାପାଖି ୨୫ ଲକ୍ଷ ଲୋକ ଯୋଗ ଦେଇପାରିବେ।

ଏହି ସମାରୋହ ୭ଦିନ ଧରି ଚାଲିବ

ଜାନୁଆରୀ ୨୨ରେ ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପୂଜାର୍ଚ୍ଚନା ହେବ। ମନ୍ଦିର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଜାନୁଆରି ୧୬ତାରିଖରୁ ଏହି ପୂଜା ଉତ୍ସବ ଆରମ୍ଭ ହୋଇ ୭ ଦିନ ଧରି ଚାଲିବ।

ଜାନୁଆରୀ ୧୬: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରଦ୍ୱାରା ନିଯୁକ୍ତ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାୟଶ୍ଚିତ ସମାରୋହ ଆରମ୍ଭ ହେବ। ସରଯୁ ନଦୀ କୂଳରେ ଦଶବିଧା ସ୍ନାନ, ବିଷ୍ଣୁ ପୂଜା ଓ ଗାଈଙ୍କୁ ପ୍ରସାଦ ଅର୍ପଣ କରାଯିବ।

ଜାନୁଆରୀ ୧୭: ୫ ବର୍ଷ ପୁରୁଣା ରାମଲଲାଙ୍କ ପ୍ରତିମୂର୍ତ୍ତି ନେଇ ଏକ ଗାଡ଼ି ଅଯୋଧ୍ୟାରେ ପହଞ୍ଚିବ। ମଙ୍ଗଳ କଳସରେ ସରଯୁ ନଦୀର ଜଳ ନେଇ ଭକ୍ତମାନେ ରାମ ଜନ୍ମଭୂମି ମନ୍ଦିରକୁ ଆସିବେ।

ଜାନୁଆରୀ ୧୮: ଗଣେଶ ଅମ୍ବିକା ପୂଜା, ବରୁଣ ପୂଜା, ମାତୃକା ପୂଜା, ବ୍ରାହ୍ମଣ ବରଣ ଓ ବାସ୍ତୁପୂଜା ସହିତ ଆନୁଷ୍ଠାନିକ ରୀତିନୀତି ଆରମ୍ଭ ହେବ।

ଜାନୁଆରୀ ୧୯: ପବିତ୍ର ଅଗ୍ନି ପ୍ରଜ୍ୱଳନ କରାଯିବ। ଏହାପରେ ନବଗ୍ରହ ଓ ଅଗ୍ନିଙ୍କୁ ପ୍ରତିଷ୍ଠା କରାଯିବ।

ଜାନୁଆରୀ ୨୦: ରାମ ଜନ୍ମଭୂମି ମନ୍ଦିରର ଗର୍ଭଗୃହକୁ ସରଯୁ ଜଳରେ ଧୋଇ ଦିଆଯିବ, ଏହାପରେ ବାସ୍ତୁ ଶାନ୍ତି ଏବଂ ‘ଅଧିବାସ’ ରୀତିନୀତି ଅନୁଷ୍ଠିତ ହେବ।

ଜାନୁଆରୀ ୨୧: ରାମଲାଲାଙ୍କ ମୂର୍ତ୍ତିକୁ ୧୨୫ଟି କଳସରୁ ଜଳରେ ସ୍ନାନ କରାଯିବ।

ଜାନୁଆରୀ ୨୨: ସକାଳ ପୂଜା ପରେ ଅପରାହ୍ନରେ ରାମଲଲାଙ୍କ ମୂର୍ତ୍ତିକୁ ‘ମୃଗଶିରା ନକ୍ଷତ୍ର’ରେ ଅଭିଷେକ କରାଯିବ।

ଅଯୋଧ୍ୟା ଆରଏସଏସ ବିଜେପି ରାଜନୈତିକ ଫାଇଦା ରାମଲଲା
Share. Facebook Twitter LinkedIn Email WhatsApp Copy Link

Related Posts

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026

ଓଡ଼ିଶାରେ କେତୋଟି ଜନ ଔଷଧୀ କେନ୍ଦ୍ର?: ରାଜ୍ୟସଭାରେ ଉତ୍ତର ଦେଲେ ମନ୍ତ୍ରୀ

February 10, 2026

ଭାରତୀୟ ଚାଷୀଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ ଭାରତ-ଆମେରିକା ବାଣିଜ୍ୟ ରାଜିନାମା

February 10, 2026
Latest News

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026

ଓଡ଼ିଶାରେ କେତୋଟି ଜନ ଔଷଧୀ କେନ୍ଦ୍ର?: ରାଜ୍ୟସଭାରେ ଉତ୍ତର ଦେଲେ ମନ୍ତ୍ରୀ

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.