Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇକବାଲ ଅନସାରୀ କିଏ?: ଯାହାଙ୍କୁ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କରାଯାଇଛି ନିମନ୍ତ୍ରଣ
ବିଶେଷ ଖବର

ଇକବାଲ ଅନସାରୀ କିଏ?: ଯାହାଙ୍କୁ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କରାଯାଇଛି ନିମନ୍ତ୍ରଣ

January 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ମୁସଲିମ ପକ୍ଷକାର ଇକବାଲ ଅନସାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମନ୍ଦିର ନିର୍ମାଣର ସମସ୍ତ ମାମଲାରେ ଇକବାଲ ଅନସାରୀଙ୍କ ସହଯୋଗ ଏହାର ସମାଧାନ କରିବାରେ ସଫଳ ହୋଇଛି। ଇକବାଲ ଅନସାରୀଙ୍କ ଘର ଅଯୋଧ୍ୟା ସହରରେ ପ୍ରବେଶ କରିବା ପରେ ପ୍ରଥମେ ପଡ଼ିଥାଏ। ରାମ ମନ୍ଦିର ପରିସର ନିକଟରେ ରହୁଥିବା ଇକବାଲ ପିଲାବେଳୁ ମନ୍ଦିର ଆନ୍ଦୋଳନର ପ୍ରତ୍ୟେକ କାର୍ଯ୍ୟକଳାପ ଦେଖିଆସିଛନ୍ତି। ଇକବାଲ ପିତା ହାମିଦ ଅନସାରୀଙ୍କଠାରୁ ଆଇନଗତ ଜଟିଳତା ମଧ୍ୟ ଶିଖିଛନ୍ତି। ପିତାଙ୍କ ଦେହାନ୍ତ ପରେ ସେ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସପକ୍ଷରେ ଯିବାକୁ ନିଷ୍ପତ୍ତି ନେଇଥିଲେ, ଯାହାକୁ ସର୍ବଦା ପ୍ରଶଂସା କରାଯାଇଛି ଏବଂ ପ୍ରଶଂସା ଜାରି ରହିବ।

ଅଯୋଧ୍ୟା ଜମି ବିବାଦ ମାମଲାରେ ଇକବାଲ ଅନସାରୀ ଅନ୍ୟତମ ପକ୍ଷଭୁକ୍ତ ଥିଲେ। ତାଙ୍କ ବାପା ହାସିମ ଅନସାରୀ ଜମି ବିବାଦ ମାମଲାରେ ସବୁଠାରୁ ବୟସ୍କ ପକ୍ଷବାଦୀ ଥିଲେ। ୨୦୧୬ରେ ୯୫ ବର୍ଷ ବୟସରେ ହାସିମ ଅନସାରୀଙ୍କ ମୃତ୍ୟୁ ହୋଇଥିଲା, ଯାହା ପରେ ଇକବାଲ କୋର୍ଟରେ ମାମଲା ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟ, ଅଯୋଧ୍ୟା ବିବାଦର ବିଚାର କୋର୍ଟ ବାହାରେ ହୋଇପାରିବ ବୋଲି ଇକବାଲ ଅନସାରୀ, ହାଜି ମେହବୁବ ଓ ମହମ୍ମଦ ଉମର ଅସ୍ୱୀକାର କରିଥିଲେ। ଏ ନେଇ ଅଯୋଧ୍ୟାରେ ସ୍ଥାନୀୟ ମୁସଲମାନମାନଙ୍କର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ମୁସଲମାନମାନେ ମସଜିଦକୁ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର କରିବେ ନାହିଁ ବୋଲି ଏକ ସଂକଳ୍ପ ପାରିତ କରିଥିଲେ । ୯ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ଏକ ସରକାରୀ ଟ୍ରଷ୍ଟ ମାଧ୍ୟମରେ ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିଥିଲେ। ଅଯୋଧ୍ୟାରେ ମସଜିଦ ପାଇଁ ହିନ୍ଦୁ ପକ୍ଷ ମୁସଲମାନ ପକ୍ଷକୁ ୫ ଏକର ଜମି ଦେବାକୁ ପଡ଼ିବ ବୋଲି ରାୟରେ ଦର୍ଶାଯାଇଛି। ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ମାମଲାମାମଲାର ପୂର୍ବତନ ପକ୍ଷବାଦୀ ଇକବାଲ ଅନସାରୀଙ୍କୁ ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‍ଘାଟନ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହି ନିମନ୍ତ୍ରଣ ଦିଆଯାଇଛି। ଇକବାଲ ଅନସାରୀ ବାବ୍ରୀ ମସଜିଦ୍ର ପ୍ରମୁଖ ସମର୍ଥକ ଥିଲେ। ୫ ଅଗଷ୍ଟ, ୨୦୨୦ରେ ଅନୁଷ୍ଠିତ ରାମ ମନ୍ଦିରର ଭୂମି ପୂଜନ ସମାରୋହରେ ଯୋଗଦେବା ପାଇଁ ତାଙ୍କୁ ନିମନ୍ତ୍ରଣ ମଧ୍ୟ ମିଳିଥିଲା। ଡିସେମ୍ବର ୩୦ ରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଶତାଧିକ ଲୋକଙ୍କ ମଧ୍ୟରୁ ଅନସାରୀ ମଧ୍ୟ ଥିଲେ। ଉତ୍ତରପ୍ରଦେଶରେ ଏକ ପୁନଃବିକଶିତ ରେଳ ଷ୍ଟେସନ ଏବଂ ନବନିର୍ମିତ ବିମାନବନ୍ଦରର ଉଦ୍‍ଘାଟନ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୋଦି।

ଏକ ଭିଡିଓରେ ଇକବାଲ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଉପରେ ଫୁଲ ବର୍ଷା କରୁଥିବା ଦେଖିବାକୁ ମିଳିଛି। ମନ୍ଦିର ସହରରେ ରୋଡ୍ ସୋ’ବେଳେ ପାଞ୍ଜିଟୋଲା ଅଞ୍ଚଳ ଦେଇ ମୋଦିଙ୍କ କାଫିଲା ଅତିକ୍ରମ କରିବା ପରେ ଇକବାଲ କହିଥିଲେ, ସେ (ମୋଦୀ) ଆମ ଘରକୁ ଆସିଛନ୍ତି। ସେ ଆମର ଅତିଥି ଏବଂ ଆମର ପ୍ରଧାନମନ୍ତ୍ରୀ। ଜମି ବିବାଦ ମାମଲାର ସବୁଠାରୁ ବୟସ୍କ ପକ୍ଷକାର ଇକବାଲଙ୍କ ବାପା ହାସିମ ଅନସାରୀ୨୦୧୬ରେ ୯୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ଜାନୁଆରୀ ୨୨ ତାରିଖରେ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସ୫ମାରୋହ ପାଇଁ ଅଯୋଧ୍ୟାକୁ ସଜ୍ଜିତ କରାଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଯେଉଁଠାରେ ଇକବାଲ ଅନସାରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026
Latest News

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.