Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରସ୍ତୁତ ହେଲା ମେଗା ଲିଫ୍ଟ ପ୍ରକଳ୍ପଗୁଡିକରେ ପାଣି ପଞ୍ଚାୟତ ଗଠନ ପାଇଁ ଆକ୍ସନ୍ ପ୍ଲାନ୍
ବିଶେଷ ଖବର

ପ୍ରସ୍ତୁତ ହେଲା ମେଗା ଲିଫ୍ଟ ପ୍ରକଳ୍ପଗୁଡିକରେ ପାଣି ପଞ୍ଚାୟତ ଗଠନ ପାଇଁ ଆକ୍ସନ୍ ପ୍ଲାନ୍

January 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
megalift
ପ୍ରସ୍ତୁତ ହେଲା ମେଗା ଲିଫ୍ଟ ପ୍ରକଳ୍ପଗୁଡିକରେ ପାଣି ପଞ୍ଚାୟତ ଗଠନ ପାଇଁ ଆକ୍ସନ୍ ପ୍ଲାନ୍

ଭୁବନେଶ୍ବର: ବୃହତ୍ ଉଠା ଜଳସେଚନ(ମେଗା ଲିଫ୍ଟ) ପ୍ରକଳ୍ପମାନଙ୍କରେ ପାଣି ପଞ୍ଚାୟତ ଗଠନ ପାଇଁ ୨୦୨୩ ରେ ପାଣି ପଞ୍ଚାୟତ ଅଧିନିୟମର ସଂଶୋଧନ କରାଯାଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ଯନ୍ତ୍ରୀମାନଙ୍କ ପାଇଁ ପାଣି ପଞ୍ଚାୟତ ସମ୍ବନ୍ଧୀୟ କାର୍ଯ୍ୟାବଳୀ ସଂପର୍କରେ ଦକ୍ଷତା ବିକାଶ ନିମନ୍ତେ ଏକ ଦୁଇ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଓ୍ୱାଲମୀ,ଓଡିଶା  ନିର୍ଦ୍ଦେଶକ ଇଂ ବିଜୟ କୁମାର ସାମଲଙ୍କ ତତ୍ତ୍ୱାବଧାନରେଓ୍ୱାଲମୀ, ପ୍ରତାପନଗରୀ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ମେଗା ଲିଫ୍ଟ  ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ସଞ୍ଜୀବ କୁମାର ନାୟକ, ଉତ୍ତରାଞ୍ଚଳ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ସନାତନ ସାହୁ, ଦକ୍ଷିଣାଞ୍ଚଳ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ଭିକାରୀ ଚରଣ ବେହେରାଙ୍କ  ସମେତ ନିର୍ବାହୀ ଯନ୍ତ୍ରୀ, ସହାୟକ ତଥା କନିଷ୍ଠ ଯନ୍ତ୍ରୀମାନେ ଯୋଗଦାନ କରିଥିଲେ। ଓ୍ୱାଲମୀ ର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ଡଃ ସୁଧନ୍ୱା ଚନ୍ଦ୍ର ପାତ୍ର, ଏହି କର୍ମଶାଳାକୁ ଉଦ୍‌ଘାଟନ କରିବା ସହିତ ପରିଚାଳନା କରିଥିଲେ। ୱାଲମୀର ପ୍ରଫେସର ଇଂ ଅରୁଣ ସାମନ୍ତରାୟ, ସହଯୋଗୀ ପ୍ରଧ୍ୟାପିକା ଇଂ ଇତିଶ୍ରୀ ମିଶ୍ରପ୍ରମୁଖ ଉଦ୍‌ବୋଧନ ଦେବା ସହିତ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

ପ୍ରକାଶ ଥାଉକି, ଉକ୍ତ କର୍ମଶାଳା ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ମେଗା ଲିଫ୍ଟ ପ୍ରକଳ୍ପଗୁଡିକରେ ପାଣି ପଞ୍ଚାୟତ ଗଠନ ପାଇଁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ପାଣି ପଞ୍ଚାୟତ ଗଠନ ପ୍ରକ୍ରିୟା ସୂଚାରୁରୂପେ ସମ୍ପାଦନ କରିବା ପାଇଁ ସଂଗୃହିତ ପ୍ରସ୍ତାବ ଗୁଡିକ ମେଗା ଲିଫ୍ଟ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଇଁ ଚିନ୍ମୟ କୁମାର ରାଉତଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯିବା ନିମନ୍ତେ କର୍ମଶାଳାରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା।

ପାଣି ପଞ୍ଚାୟତ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026
Latest News

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.