Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର ଓ ଆଇନ ପ୍ରଣୟନ ସଂସ୍ଥାର ସଚିବମାନଙ୍କ ସମ୍ମିଳନୀରେ ପ୍ରମିଳା ମଲ୍ଲିକ
ବିଶେଷ ଖବର

ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର ଓ ଆଇନ ପ୍ରଣୟନ ସଂସ୍ଥାର ସଚିବମାନଙ୍କ ସମ୍ମିଳନୀରେ ପ୍ରମିଳା ମଲ୍ଲିକ

January 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର ଓ ଆଇନ ପ୍ରଣୟନ ସଂସ୍ଥାର ସଚିବମାନଙ୍କ ସମ୍ମିଳନୀରେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ବିଧାନସଭାର ବିଶ୍ୱସନୀୟତା ଏହାର ସଦସ୍ୟମାନଙ୍କ ଶୃଙ୍ଖଳା ଓ ଆଚରଣ ସଂହିତା ପାଳନ ଉପରେ ନିର୍ଭର କରେ। ବିଧାନସଭାର ମୁଖ୍ୟ କାର୍ଯ୍ୟ ଆଇନ ପ୍ରଣୟନ ହୋଇଥିବାବେଳେ କାର୍ଯ୍ୟନିର୍ବାହୀ ବିଭିନ୍ନ କାର୍ଯ୍ୟର ଯାଞ୍ଚ ଓ ତର୍ଜମା କରିଥାଏ।

ତେବେ ଗତ କିଛି ବର୍ଷ ମଧ୍ୟରେ ବିଧାୟକଙ୍କ ବିଶୃଙ୍ଖଳିତ ଆଚରଣ ବୃଦ୍ଧି ହେତୁ ବିଧାନସଭା କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଅଧିବେଶନ କାର୍ଯ୍ୟବିଧି ସମୟରେ ଗୃହକାର୍ଯ୍ୟରେ ବାରମ୍ବାର ବ୍ୟାଘାତ ଅର୍ଥପୂର୍ଣ୍ଣ ଏବଂ ଫଳପ୍ରଦ ଆଲୋଚନାକୁ ବ୍ୟାହାତ କରିଥାଏ ଓ ଅନୁଷ୍ଠାନର ଭାବମୂର୍ତ୍ତିକୁ ମଧ୍ୟ କ୍ଷୁଣ୍ଣ କରିଥାଏ। ବାରମ୍ବାର ସ୍ଥଗିତାଦେଶ ଏବଂ ବାଧା ଯୋଗୁ ଗୃହକାର୍ଯ୍ୟର ବହୁ ସମୟ ମଧ୍ୟ ନଷ୍ଟ ହୁଏ ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି।

ମହାରାଷ୍ଟ୍ରର ମୁମ୍ବାଇଠାରେ ଆୟୋଜିତ ୮୪ତମ ସର୍ବଭାରତୀୟ ପ୍ରଜାଇଡିଂ ଅଫିସରଙ୍କ ସମ୍ମିଳନୀ ଓ ଆଇନ ପ୍ରଣୟନ ସଂସ୍ଥାର ସଚିବମାନଙ୍କର ୬୦ତମ ସମ୍ମିଳନୀରେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ମଲ୍ଲିକ କହିଲେ ଯେ ଯଦିଓ ବିଧାୟକଙ୍କ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଗାଇଡ଼୍‌ଲାଇନ୍‌ ଏବଂ ନିୟମାବଳୀ ସମୟ ସମୟରେ ପ୍ରସ୍ତୁତ ହୋଇଛି, ତଥାପି ଆମେ ଚାହୁଁଥିବା ଫଳାଫଳ ମିଳିବାରେ ସକ୍ଷମ ହୋଇନାହୁଁ। ବରଂ ସମୟର ଗତି ସହିତ ପରିସ୍ଥିତି ବିଗିଡ଼ି ଯାଉଛି।

ଏହି ଭବ୍ୟ ସମ୍ମିଳନୀରେ ଲୋକସଭାର ବାଚସ୍ପତି ଶ୍ରୀ ଓମ୍‌ ବିର୍ଲା ଓ ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ମଲ୍ଲିକ ‘ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକରେ ଲୋକମାନଙ୍କର ବିଶ୍ୱାସକୁ ଦୃଢ଼ କରିବା-ଦେଶର ସାଂସଦ, ରାଜ୍ୟ ଓ କେନ୍ଦ୍ର ଶାସିତ ବିଧାନସଭାରେ ଆଇନ ଶୃଙ୍ଖଳା ଓ ଶିଷ୍ଟାଚାର ବଜାୟ ରଖିବା ଆବଶ୍ୟକ’ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିବାବେଳେ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥୀ ଆଇନ ପ୍ରଣୟନ ସଂସ୍ଥାର କାର୍ଯ୍ୟପଦ୍ଧତିରେ ଟେକ୍‌ନୋଲୋଜିର ବ୍ୟବହାରର ପ୍ରାସଙ୍ଗିକତା ସଂପର୍କରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ସାଲୁଗା ପ୍ରଧାନ ମଧ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

PramilaMallik
Share. Facebook Twitter LinkedIn Email WhatsApp Copy Link

Related Posts

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026

ଜେଲରୁ ମୁକ୍ତ ହେବେ ସୋନମ ୱାଙ୍ଗଚୁକ: ଲଦାଖ ହିଂସା ଉପରେ ମୋଦି ସରକାରଙ୍କ ନିଷ୍ପତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026
Latest News

ୟୁପିରେ ଏଲପିଜି କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ: ୧୪୮୩ ଟି ସ୍ଥାନରେ ଚଢାଉ, ଅନେକ ଗିରଫ

March 14, 2026

ବିଶ୍ଵ ସମ୍ମୁଖରେ ପାକିସ୍ତାନ ଲଜ୍ଜିତ: PSL ଛାଡି IPL ରେ ଯୋଗଦେଲେ ଏହି ପ୍ରସିଦ୍ଧ କ୍ରିକେଟର

March 14, 2026

ଶୁଭମନ ଗିଲଙ୍କୁ ମିଳିବ ସବୁଠାରୁ ବଡ଼ ପୁରସ୍କାର: ଘୋଷଣା କଲା ବିସିସିଆଇ

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.